ବାଟବଣା ବୃତ୍ତିହରା ବୁଣାକାର

ଭାପୁର, ୨୯।୫ – ତନ୍ତକୁ ସାହାରା କରି ଗଡ଼ିଚାଲିଥିଲା ଜୀବନ। ଦିନରାତି କଷ୍ଟ କରି ଯାହା ମିଳୁଥିଲା ସେଥିରେ ହସଖୁସିରେ ପରିବାର ଚଳୁଥିଲା। ଅନେକ ସମସ୍ୟା ଆସିଛି ଆଉ ଚାଲିଯାଇଛି। ତନ୍ତ କେବେ ବନ୍ଦ ହେବାର ଜାଣିନୁ। ହେଲେ କରୋନା ଆସିବା ଦିନରୁ ବୃତ୍ତି ହିଁ ବୁଡ଼ିଗଲା। ପର୍ବପର୍ବାଣି, ବିବାହ ଋତୁରେ ଭଲ ବେପାର ହେବ ବୋଲି ଆଶା କରିଥିଲୁ। ସେହି ଅନୁଯାୟୀ ଶାଢ଼ି, ଲୁଗା ପ୍ରସ୍ତୁତ କରି ରଖିଥିଲୁ। ଦୁଇମାସ ହେଲା ବ୍ୟବସାୟ ପୂରା ବନ୍ଦ। ହାତବାନ୍ଧି ବସିଛୁ। ଏଭଳି କିଛିଦିନ ଲାଗିରହିଲେ ପିଲାଛୁଆ ଭୋକ ଉପାସରେ ରହିବେ। ବଞ୍ଚିବାକୁ ହେଲେ ବୃତ୍ତି ଛାଡ଼ି ଅନ୍ୟପନ୍ଥା ଦେଖିବାକୁ ପଡ଼ିବ ବୋଲି କହିଛନ୍ତି ଢେଙ୍କାନାଳ ସଦର ବ୍ଲକ ବାଲ୍ୟାମ୍ବା ପଞ୍ଚାୟତ ଅଧୀନ ସରାକପାଟଣା ଗ୍ରାମର ବୁଣାକାର।
ବୁଣାକାରଙ୍କ ଗାଁ ଭାବେ ଜିଲା ତଥା ଜିଲା ବାହାରେ ସ୍ବତନ୍ତ୍ର ପରିଚୟ ହାସଲ କରିଛି ସରାକପାଟଣା। ଗ୍ରାମରେ ୭୦ ତନ୍ତ ପଡ଼ିଥିବାବେଳେ ୧୦୦ ପରିବାରର ୨୧୫ ବୁଣାକାର କୌଳିକ ବୃତ୍ତିକୁ ଆଧାର କରି ଜୀବିକା ଅର୍ଜନ କରିଥାନ୍ତି। କାରିଗରଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀର ବ୍ୟବସାୟ ୮ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ସମ୍ଭାଳୁଛନ୍ତି। ପଲ୍ଲିଶ୍ରୀ ମେଳା, ରାଜ୍ୟ ବାହାରେ ହେଉଥିବା ପ୍ରଦର୍ଶନୀରେ ସାମଗ୍ରୀ ବିକ୍ରିବଟା କରି କାରିଗରମାନେ ଭଲ ଦି ପଇସା ରୋଜଗାର କରୁଥିଲେ। ସେହିପରି ବିବାହ, ବ୍ରତ, ସାବିତ୍ରୀରେ ଶାଢ଼ି ସମେତ ଅନ୍ୟ ସାମଗ୍ରୀର ଚାହିଦା ବେଶି ରହୁଥିଲା। ହେଲେ ଲକ୍‌ଡାଉନ୍‌ କଟକଣା ଯୋଗୁ ୨ମାସ ହେଲା ବ୍ୟବସାୟରେ ବ୍ରେକ୍‌ ଲାଗିଛି। ଆବଶ୍ୟକ କଞ୍ଚାମାଲ ଅଭାବରୁ ସାମଗ୍ରୀ ତିଆରି ହୋଇପାରୁନାହିଁ। ବଜାର ଅବ୍ୟବସ୍ଥିତ ହୋଇପଡିଥିବାରୁ ତିଆରି କରି ରଖାଯାଇଥିବା ସାମଗ୍ରୀ ବିକ୍ରି କରିବାରେ ସମସ୍ୟା ଉପୁଜିଛି। ଫଳରେ ବୃତ୍ତିହରାଇ ଦୁର୍ଦ୍ଦିନରେ କାଳାତିପାତ କରୁଛନ୍ତି ବୁଣାକାର ପରିବାର। କରୋନା ବୁଣାକାରଙ୍କ ଜୀବିକାକୁ ଆଶଙ୍କା ଭିତରକୁ ଠେଲି ଦେଇଥିବାବେଳେ ଏବେ ଅନେକେ ହସ୍ତତନ୍ତ କାରିଗର ବୃତ୍ତି ବଦଳାଇବାକୁ ଚିନ୍ତା ମଧ୍ୟ କଲେଣି।
ଏ ନେଇ ମିଶନ ଶକ୍ତିର ଜିଲା ପ୍ରକଳ୍ପ ସଂଯୋଜିକା ମୋନାଲିସା ଭଞ୍ଜ କୁହନ୍ତି, ସରକାରୀସ୍ତରରେ ଆୟୋଜିତ ମେଳାରେ ବୁଣାକାରଙ୍କ ହାତ ତିଆରି ଜିନିଷ ବିକ୍ରି କରିବା ଲାଗି ଆବଶ୍ୟକ ସହଯୋଗ କରାଯାଉଛି। ଲକ୍‌ଡାଉନ୍‌ ପରେ ବି ହସ୍ତତନ୍ତ କାରିଗରଙ୍କୁ ପ୍ରୋତ୍ସାହିତ କରାଯିବ। ସ୍ଥିତିରେ ସୁଧାର ଲାଗି ଋଣ ଯୋଗାଇ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି।

(ରାଜକୁମାର ପ୍ରଧାନ)


Enter your email to get our daily news in your inbox.

All Right Reserved By Dharitri.Com

କୋର୍ଟଙ୍କ ବଡ଼ ରାୟ: ହତ୍ୟାକାରୀଙ୍କୁ ଆଜୀବନ ଜେଲ

ଭବାନୀପାଟଣା,୩୦ା୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍‌. ରାମପୁର ଥାନା ଅନ୍ତର୍ଗତ କୁଟ୍ରୁପଲା ଗାଁରେ ୨୦୧୪ରେ ହୋଇଥିବା ଏକ ହତ୍ୟା ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି।…

ପ୍ରେମିକଙ୍କ ଘର ବାରଣ୍ଡାରେ ଧାରଣାରେ ବସିଲେ ପ୍ରେମିକା

ମାଲକାନଗିର,୩୦।୭ (ଦୁର୍ଯ୍ୟୋଧନ ପାତ୍ର): ଜଣେ ବିବାହିତ ଯୁବକ ବିବାହର ପ୍ରତିଶ୍ରୁତି ଦେଇ ସମ୍ପର୍କ ଓ ପରେ ପ୍ରତାରଣା ବିରୋଧରେ ବିବାହିତ ପ୍ରେମିକା ଗତ ତିନି ଦିନ ଧରି…

ଖେଳ ପଡ଼ିଆରେ ଟ୍ରାକ୍ଟର ଚଳାଇ ଧାନ ତଳି ପକାଇଲେ, ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ-ଉତ୍ତେଜନା

ହାଟଡିହୀ, ୩୦।୭(ଶୁଭକାନ୍ତ ନାୟକ): ସରକାର ଖେଳ ଏବଂ ଶାରୀରିକ ବିକାଶ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଥିବାବେଳେ କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନସ୍ଥ ବଡ଼ରମ୍ପାସ…

କ୍ଷେତପୋଖରୀ ଦୁର୍ନୀତିକୁ ନେଇ ସରପଞ୍ଚ-ସମିତିସଭ୍ୟ ମୁହାଁମୁହିଁ: ହଟ୍ଟଗୋଳ ଯୋଗୁ ଉଠି ଚାଲିଗଲେ…

ଦିଗପହଣ୍ଡି,୩୦|୭(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ମିଶନ ଶକ୍ତି ସମ୍ମିଳନୀ କକ୍ଷରେ ଗୁରୁବାର ଦିଗପହଣ୍ଡି ବ୍ଲକସ୍ତରୀୟ ଏମଜିଏନଆରଇଜିଏ ଯୋଜନାର ସାମାଜିକ ସମୀକ୍ଷା ଜନଶୁଣାଣି…

ପିସ୍ତଲ ଦେଖାଇ ହତ୍ୟା ଧମକ ଦେଇଥିଲେ, ଯୁବକଙ୍କୁ ବାନ୍ଧିଲା…

ଦେବଗଡ଼,୩୦ା୭(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଥାନା ଅନ୍ତର୍ଗତ ସୁନାମୁଣ୍ଡା ଗ୍ରାମରେ ପିସ୍ତଲ ମୁନରେ ଭୟଭୀତ କରି ହତ୍ୟା ଧମକ ଦେଇଥିବା ଜଣେ ଯୁବକକୁ ପୋଲିସ ଗିରଫ କରିଛି।…

ଦେଖାଳି ଗାଁରେ ସିରିଜ୍ ଚୋରି: ଦୋକାନରୁ ଟଙ୍କା-ଜୋତା ଲୁଟ୍, ଅଞ୍ଚଳରେ ଆତଙ୍କ; ରାତ୍ରିକାଳୀନ ପାଟ୍ରୋଲିଂ…

ଦିଗପହଣ୍ଡି,୩୦।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କେ. ନୂଆଗାଁ ଥାନା ଅନ୍ତର୍ଗତ ଦେଖାଳି ଗାଁ ଓ ମୁଖ୍ୟ ରାସ୍ତାକଡ଼ରେ ଥିବା ବିଭିନ୍ନ ଦୋକାନରୁ ବୁଧବାର…

କେରଳକୁ ଦାଦନ ଖଟି ଯାଇଥିଲେ, କୁଅରୁ ଉଦ୍ଧାର ହେଲା ଶ୍ରମିକଙ୍କ ମୃତଦେହ: ଅର୍ଥ ଅଭାବ ଯୋଗୁ ଚିନ୍ତାରେ ପରିବାର

ଦାରିଙ୍ଗବାଡ଼ି,୩୦।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଗୁମିକିଆ ପଞ୍ଚାୟତ କୁନ୍ଦୁପାଙ୍ଗା ଅଞ୍ଚଳର ଜଣେ ଦାଦନ ଶ୍ରମିକଙ୍କ କେରଳରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତଦେହକୁ ନିଜ…

ବରଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ସ୍କୁଲ ବସ୍‌ ଧକ୍କାରେ ଚାଲିଗଲା ୧୦୮ ଆମ୍ବୁଲାନ୍ସ ଚାଳକଙ୍କ ଜୀବନ

ବରଗଡ଼,୩୦।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଭଟଲି-ଅମ୍ବାଭୋନା ରାସ୍ତା ତରାଜୁଙ୍ଗା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସମ୍ମୁଖରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସ୍କୁଲ ବସ୍ ଧକ୍କାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri