ବାଙ୍କୋଇ ରାମଲୀଳା ଯାତ୍ରାର ଅନ୍ତିମ ପର୍ବ ରାବଣପୋଡ଼ି

ବୋଲଗଡ଼,୩ା୬(ଡି.ଏନ.ଏ.)-ବୋଲଗଡ଼ ବ୍ଲକ ବାଙ୍କୋଇଠାରେ ଚାଲିଥିବା ରାମଲୀଳା ଯାତ୍ରାର ଅନ୍ତିମ ପର୍ବ ରାବଣପୋଡି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଠାରେ ରାମଲୀଳା ଯାତ୍ରା ପ୍ରାୟ ଏକମାସ ଧରି ଚାଲିଥିଲା। ଶନିବାର ରାତ୍ରିରେ ରାମଲୀଳା ସ୍ଥଳୀରେ ରାମରାବଣ ଯୁଦ୍ଧ ଦୃଶ୍ୟ ପରିବେଷିତ ହୋଇଥିଲା। ଗୋଟିଏ ପକ୍ଷରେ ରାମ, ଲକ୍ଷ୍ମଣଙ୍କ ସମେତ ତାଙ୍କ ସେନା ଓ ଅନ୍ୟପକ୍ଷରେ କାଷ୍ଠ ମୁଖାଧାରୀ ରାବଣ ଓ ଅନ୍ୟ କଳାକାର ଯୁଦ୍ଧରେ ଅବତୀର୍ଣ୍ଣ ହୋଇଥିଲେ। ମାତ୍ର ରାବଣ ନିହତ ଦୃଶ୍ୟ ନିଆରା ଭାବେ ଆୟୋଜିତ ହୋଇଥିଲା ା ଏଥିପାଇଁ ଗ୍ରାମ ବାହାରେ ୪୦ ଫୁଟ ଉଚ୍ଚର ବାଉଁଶ ଓ କାଗଜରେ ନିର୍ମିତ ରାବଣର ପ୍ରତିକୃତି ରଖାଯାଇଥିଲା। ରାବଣର ସମସ୍ତ ୧୦ଟି ମୁଣ୍ଡରେ ୧୦ଟି ବାଣ ଖଞ୍ଜାଯାଇଥିଲା ା ସେହିପରି ରାବଣ ପ୍ରତିକୃତିର ବକ୍ଷସ୍ଥଳରୁ ଏକ ତାର ଦ୍ୱାରା ପ୍ରାୟ ୫୦ ମିଟର ଦୂରତା ପର୍ଯ୍ୟନ୍ତ ବାଣ ସଂଯୋଗ କରାଯିବା ପାଇଁ ବ୍ୟବସ୍ଥା ହୋଇଥିଲା। ଏଥିପାଇଁ ରାମଲୀଳା ସ୍ଥଳୀରୁ ରାମ, ଲକ୍ଷ୍ମଣ ଓ ଅନ୍ୟ କଳାକାରମାନେ ରାବଣପୋଡି ସ୍ଥଳକୁ ଆସିଥିଲେ। ସେଠାରେ ରାମଲୀଳା ପୋଥି ସାଙ୍ଗକୁ ରାବଣ ନିହତ ପଠନ ସମୟରେ ରାମଚନ୍ଦ୍ରଙ୍କ ଅଭିନୟ କରୁଥିବା କଳାକାର ବ୍ରହ୍ମ ଶର ନିକ୍ଷେପ କରିଥିଲେ। ଅଗ୍ନି ସଂଯୋଗ କରାଯିବା କ୍ଷଣି ବାଣର ଗୁଳାଟି ଯାଇ ରାବଣ ପ୍ରତିକୃତିର ବକ୍ଷଭେଦ କରିଥିଲା। ଗୋଟିଏ ପରେ ଗୋଟିଏ ଏପରି ୧୦ଯାକ କାଗଜ ନିର୍ମିତ ମୁଣ୍ଡ ଛିଣ୍ଡିପଡିଥିଲା। ରାବଣ ନିହତର ଏହି ଦୃଶ୍ୟ ଆକର୍ଷଣୀୟ ହୋଇଥିଲା। ଏହାସହିତ ଆତସବାଜି ପ୍ରତିଯୋଗିତା ହୋଇଥିଲା। ଏହି ଦୃଶ୍ୟକୁ ଉପସ୍ଥିତ ଦର୍ଶକମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଉପଭୋଗ କରିଥିଲେ। ରବିବାର ପୂର୍ବାହ୍ନରେ ରାମଲୀଳା ସ୍ଥଳୀରେ ରାମଚନ୍ଦ୍ରଙ୍କ ରାଜ୍ୟାଭିଷେକ ଅନୁଷ୍ଠିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଧ୍ୟାପିକାଙ୍କୁ ନିର୍ଯାତନା ଦେଇ ଜେଲ୍‌ ଗଲେ କଲେଜ ଅଧ୍ୟକ୍ଷ

ଝାରବନ୍ଧ,୧୦ା୪(ଦେବେନ୍ଦ୍ର ସାହୁ): ଜଣେ ଅଧ୍ୟାପିକାଙ୍କୁ ମାନସିକ ନିର୍ଯାତନା ଦେବା ବରଗଡ଼ ଜିଲା ଝାରବନ୍ଧ ଜୁନିଅର ଅଧ୍ୟକ୍ଷ ପ୍ରମୋଦ କୁମାର ସାହୁଙ୍କୁ ମହଙ୍ଗା ପଡ଼ିଛି। ଶେଷରେ ତାଙ୍କୁ ଜେଲ୍‌…

ମା’ ଆଖି ସାମ୍ନାରେ ବୋରୱେଲରେ ପଡ଼ିଗଲା ଶିଶୁ, ୭୦ ଫୁଟ ଗଭୀରରେ….

ଭୋପାଳ,୧୦।୪: ଉଜ୍ଜୈନଠୁ ପ୍ରାୟ ୭୫ କିଲୋମିଟର ଦୂରରେ ଥିବା ବଡ଼ନଗର ନିକଟବର୍ତ୍ତୀ ଝଲାରିଆ ଗାଁରେ ଅଘଟଣ । ତିନି ବର୍ଷର ନିର୍ଦ୍ଦୋଷ ଶିଶୁ ଏକ ବୋରୱେଲରେ ପଡ଼ିଯାଇଛି…

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

ରାତ୍ରିଭୋଜନ ଓ ସଂଘର୍ଷ

ମ୍ପ୍ରତିକ ପରିସ୍ଥିତିରେ ଅନେକ ସମୟରେ ଦେଖାଯାଏ ରାତ୍ରିଭୋଜନ ଟେବୁଲଗୁଡ଼ିକ ପ୍ରାୟତଃ ଅଭିଭାବକଙ୍କ ଅପ୍ରତ୍ୟାଶିତ ଶ୍ରେଣୀଗୃହ ହୋଇଯାଏ। ପ୍ରାୟତଃ ପରିବାରରେ ଥିବା ପିଲାଟିର ଦିନସାରାର କାର୍ଯ୍ୟ ମୂଲ୍ୟାୟନ ମାତାପିତାମାନେ…

ଆଗ ଗଛ

ବର୍ତ୍ତମାନ ସମୟର ଇଏ ସବୁଠାରୁ ବଡ଼ ଆହ୍ବାନ। ଆମେ ସବୁ କାମକୁ ପଛରେ ପକାଇ ଆଗ ଗଛ ଲଗାଇବା ଉପରେ ପ୍ରାଧାନ୍ୟ ଦେବା। ଗଛ ଲଗାଇବା, ତା’ର…

ସଙ୍କଟରୁ ପରିବର୍ତ୍ତନର ଆଶା

ଆମେ ଏବେ ଏକ ନିରର୍ଥକ ଯନ୍ତ୍ରଣା ଏବଂ ଆସନ୍ନ ବିନାଶର ପୃଥିବୀରେ ବାସ କରୁଛୁ। ଏଠାରେ ନୈତିକ ବିକାଶ ଧାରଣା ମୂଲ୍ୟହୀନ ହୋଇଯାଇଥିବା ମନେହେଉଛି। ସମସାମୟିକ ସମାଜ…

ତୈଳ ଦର ପୁଣି ବଢ଼ିଲା, ବଜାରରେ ଅନିଶ୍ଚିତତା

ନ୍ୟୁୟର୍କ/ମୁମ୍ବାଇ,୧୦।୪(ଏ.ପି./ପି.ଟି.): ଲେବାନନ୍‌ରେ ଇସ୍ରାଏଲ୍‌ର ଧ୍ୱଂସଲୀଳା ଦେଖି ଇରାନ୍‌ ପ୍ରତିକ୍ରିୟାଶୀଳ ହୋଇଉଠିଛି । ଫେବୃଆରୀ ୨୮ରେ ଆମେରିକା-ଇସ୍ରାଏଲ୍‌ର ଜଏଣ୍ଟ ଷ୍ଟ୍ରାଇକ୍‌ ପରେ ଯେଉଁ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌ରେ ଅଶୋଧିତ…

ଅନ୍ତ୍ୟୋଦୟ ଆଧାରିତ ସାମାଜିକ ସୁରକ୍ଷା

ନ୍ତ୍ୟୋଦୟର ମୂଳ ଅର୍ଥ ହେଉଛି ସମାଜର ସବୁଠାରୁ ଶେଷଧାଡ଼ିରେ ଥିବା ନାଗରିକଙ୍କ ସାମଗ୍ରିକ ବିକାଶ। ଯେତେବେଳେ ସେହି ଶେଷ ମଣିଷଟି ମଧ୍ୟ ସମାନ ସୁଯୋଗ, ସମ୍ମାନ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri