ବାଉଁଶ ବୁଣାକାରଙ୍କ ବଞ୍ଚିବା ଚିନ୍ତା: ଭାତ, ଲୁଣରେ କଟୁଛି ଦିନ

ଭୁବନେଶ୍ୱର,୨୪।୪(ବ୍ୟୁରୋ): କରୋନା ଉଜାଡ଼ି ଦେଇଛି ବେପାର, ଛଡ଼ାଇନେଇଛି ରୋଜଗାର। ଲକ୍‌ଡାଉନ୍‌ ଯୋଗୁ ବଡ଼ ବିପଦର ମୁକାବିଲା କରାଯାଉଛି ସତ, ହେଲେ ଅସହାୟ ଓ ଦୈନିକ ରୋଜଗାରରେ ଗୁଜୁରାଣ ମେଣ୍ଟାଉଥିବା ରାଜଧାନୀର ହଜାର ହଜାର ପରିବାର ଉପରେ ଦୁଃଖ ଭାରିପଡିଛି। ସବୁଠୁ ବଳିଯାଇଛି ରାଜଧାନୀ ରାସ୍ତାକଡ଼ରେ ଜୀବନ ବିତାଉଥିବା ବାଉଁଶ ବୁଣାକାରଙ୍କ ଅବସ୍ଥା। ନାନା ଦୁଃଖ ଦୁର୍ଦ୍ଦଶାରେ ଜୀବନ ବିତାଉଛନ୍ତି। କେତେବେଳେ ବାତ୍ୟା ତ କେତେବେଳେ ମହାମାରୀ ଏମାନଙ୍କ ଜୀବନକୁ ଦୁର୍ବିସହ କରିଦେଇଥିବାବେଳେ ଏବେ ଏମାନଙ୍କ ପାଖରେ ନା ପହଞ୍ଚୁଛି ସରକାରୀ ସହାୟତା ନା ବେସରକାରୀ ସଂସ୍ଥାର ସହଯୋଗ। ଫଳରେ କେବଳ ଭାତ, ଲୁଣରେ ସେମାନଙ୍କ ଦିନ କଟୁଛି।

ରାଜଧାନୀରେ ବ୍ୟବସାୟ କରୁଥିବା ଏହି ବାଉଁଶ ବୁଣାକାରମାନେ ଅଧିକାଂଶ ରାଜ୍ୟ ବାହାରର। ଆଦିବାସୀ ପଡ଼ିଆ ଅଞ୍ଚଳରେ ଥିବା ତାଟି ବସ୍ତି, ରାଜମହଲ ଛକ ରାସ୍ତାକଡ଼, ୟୁନିଟ୍‌-୧ ମାର୍କେଟ ପାର୍ଶ୍ୱ ସମେତ ବିଭିନ୍ନ ସ୍ଥାନରେ ଏମାନେ ବର୍ଷ ବର୍ଷ ଧରି ବାଉଁଶରେ ବିଭିନ୍ନ ଘରକରଣା ଓ ସାଜସଜ୍ଜା ସାମଗ୍ରୀ ତିଆରି କରିବା ସହ ବିକ୍ରି କରି ଆସୁଛନ୍ତି। ସହବାସୀଙ୍କ ଆବଶ୍ୟକତା ପୂରଣ କରିବା ସହ ନିଜେ ମଧ୍ୟ ଗୁଜୁରାଣ ମେଣ୍ଟାଉଛନ୍ତି। ଲକ୍‌ଡାଉନ୍‌ ପୂର୍ବରୁ ଅଳ୍ପବହୁତେ ସବୁକିଛି ଠିକ୍‌ଠାକ୍‌ ଚାଲିଥିଲା। ସକାଳୁ ରାତି ପର୍ଯ୍ୟନ୍ତ କାର୍ଯ୍ୟ କରୁଥିଲେ, ପେଟ ବି ପୂରୁଥିଲା। ଏବେ ନା କାମ କରିବାକୁ ମିଳୁଛି କଞ୍ଚାମାଲ୍‌, ନା କିଣିବାକୁ ଆସୁଛନ୍ତି ଗ୍ରାହକ। ରାସ୍ତାକୁ ଚାହିଁ ଚାହିଁ ଦିନ କଟିଯାଉଛି। ବେପାର ହେଉ ନ ଥିବାରୁ ପେଟକୁ ଦୁଇମୁଠା ଦାନା ଯୋଗାଡ଼ କରିବା ବି ସମ୍ଭବ ହେଉନି। ବାତ୍ୟା ଫନୀରେ ଘରଦ୍ୱାର, ବ୍ୟବସାୟ ସବୁକିଛି ଉଜୁଡ଼ି ଯାଇଥିଲା। ଅଣ୍ଟା ସଳଖିବା ବେଳକୁ କରୋନା ସବୁକିଛି ଛଡ଼ାଇଛି। ନିର୍ମାଣ ତଥା ଅନ୍ୟାନ୍ୟ କାର୍ଯ୍ୟ ବନ୍ଦ ଥିବାରୁ ଶ୍ରମିକମାନେ ନେଉଥିବା ବାଉଁଶ ଟୋକେଇ ଓ ବାଉଁଶ ନିର୍ମିତ ଅନ୍ୟାନ୍ୟ ସାମଗ୍ରୀର ବିକ୍ରି ଠପ୍‌ ହୋଇଯାଇଛି। ସେହିଭଳି ବିବାହ, ବ୍ରତ, ପୂଜାପର୍ବ ଆଦି ବନ୍ଦ ଥିବାରୁ ରାଜ୍ୟରେ ଟୋକେଇ, କୁଲା, ବାଉଁଶିଆ, ସାଜସଜ୍ଜା ସାମଗ୍ରୀ ଆଦି କିଣିବାକୁ କେହି ଆସୁନାହାନ୍ତି।
ତାଟି ବସ୍ତିରେ ପ୍ରାୟ ୪୦ ବାଉଁଶବୁଣାକାର ପରିବାର ରହୁଛନ୍ତି। ସେମାନଙ୍କ କହିବା କଥା, ଏବେ କରୋନା ଲାଗି ଆମ ବସ୍ତି ଭିତରକୁ ବାହାର ଲୋକଙ୍କ ପ୍ରବେଶ ନିଷେଧ କରାଯାଇଛି। ସେହିଭଳି ବାହାରକୁ ଯାଇ ବେପାର କରିବା ବି ସମ୍ଭବ ହେଉନି। ଏପଟେ ୧୦୦ ଟଙ୍କାରେ ମିଳୁଥିବା ବାଉଁଶ ୨୫୦ରୁ ୩୦୦ ଟଙ୍କା ହୋଇଯାଇଛି। ପୂର୍ବରୁ ତିଆରି ସାମଗ୍ରୀ ବିକ୍ରି ହୋଇପାରୁ ନ ଥିବାରୁ ସେଗୁଡ଼ିକ ନଷ୍ଟ ହେବାକୁ ବସିଲାଣି। କାଁ ଭାଁ ପରିବା ବ୍ୟବସାୟୀ ଗୋଟିଏ ଦୁଇଟି ବାଉଁଶିଆ କିଣି ନେଉଥିବାବେଳେ ସେଥିରେ ପରିବାର ଚଳାଇବା ସମ୍ଭବ ହେଉନି। ତେଣୁ ଅଧିକାଂଶ ପରିବାର କେବଳ ଭାତ, ଲୁଣ ଖାଇ ବଞ୍ଚୁଛନ୍ତି। ଏମିତି ମାସେ ବିତିଲାଣି, ସେତକ ସରିଗଲେ ବଞ୍ଚତ୍ବୁ କେମିତି ବୋଲି ସେମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁପ୍ରିମକୋର୍ଟରେ ୫ ନୂଆ ବିଚାରପତି ନିଯୁକ୍ତ: ମୋଟ ବିଚାରପତି ସଂଖ୍ୟା ହେଲା..

ନୂଆଦିଲ୍ଲୀ,୧ା୬:ସୁପ୍ରିମକୋର୍ଟରେ ସୋମବାର ୫ ନୂଆ ବିଚାରପତିଙ୍କୁ ନିଯୁକ୍ତି ମିଳିବା ଫଳରେ ଶୀର୍ଷ ଅଦାଲତର ମୋଟ ବିଚାରପତି ସଂଖ୍ୟା ୩୭ରେ ପହଞ୍ଚତ୍ବାକୁ ଯାଉଛି, ଯାହାକି ମଞ୍ଜୁରୀପ୍ରାପ୍ତ ସଂଖ୍ୟାଠାରୁ ଗୋଟିଏ…

ନିମିଷକେ ଉଜୁଡିଗଲା ସଂସାର…ବିବାହର କିଛି ଘଣ୍ଟା ପରେ ଆଖିବୁଜିଲେ ପାଇଲଟ୍‌: ସ୍ତ୍ରୀଙ୍କ ସହ କରୁଥିଲେ…

ଓ୍ବାଶିଂଟନ୍‌,୧।୬: ଆମେରିକାରେ ଏକ ହେଲିକପ୍ଟର ଦୁର୍ଘଟଣାରେ ଜଣେ ଭାରତୀୟ ବଂଶୋଦ୍ଭବ ପାଇଲଟ ମୃତ୍ୟୁବରଣ କରିଛନ୍ତି। ଏହି ଦୁଃଖଦ ଘଟଣା ତାଙ୍କ ବିବାହର ମାତ୍ର କିଛି ଘଣ୍ଟା ପରେ…

ଟେଷ୍ଟ କ୍ରିକେଟ୍‌ ନିୟମରେ ହେଲା ବଡ଼ ପରିବର୍ତ୍ତନ: ଏଣିକି…

ନୂଆଦିଲ୍ଲୀ,୧।୬: ଟେଷ୍ଟ କ୍ରିକେଟ୍‌ରେ ପୁଣି ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଏନେଇ ଏକ ସୂଚନା ଶେୟାର କରିଛି। ସାଧାରଣତଃ ଖରାପ…

୩ ମାସ ତଳେ ବିବାହ କରିଥିଲେ ମୋନାଲି,ମାରିଦେଲେ ଶାଶୁଘର ଲୋକେ: ଗୁମର ଖୋଲିଦେଲେ ଭଉଣୀ

ଛତ୍ରପୁର,୧/୬ (ଦିଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଦିନକୁ ଦିନ ଯୌତୁକ ନିର୍ଯାତନାଜନିତ ବଧୁ ହତ୍ୟା ବୃଦ୍ଧି ପାଉଥିବାବେଳେ ସୋମବାର ଆଉ ଏକ ଘଟଣା ସାମ୍ନାକୁ ଆସିଛି। ଖୋର୍ଦ୍ଧା ଜିଲା…

ଯୁବକଙ୍କ ହାତଗୋଡ଼ ବାନ୍ଧି ମରଣାନ୍ତକ ଆକ୍ରମଣ ପରେ ଅପହରଣ ଘଟଣା: ୫ ଦିନ ବିତିଲା, ପୋଲିସ ହାତ ଖାଲି

ଆଳି,୧।୬(ବନମାଳୀ ସେନାପତି)- କେନ୍ଦ୍ରାପଡ଼ା ଜିଲା ଆଳି ଥାନା ମହାଦେଇ ପାଟଣା ଗ୍ରାମର ଗୌରାଙ୍ଗ ସେଠୀଙ୍କୁ କିଛି ବ୍ୟକ୍ତି ହାତ ଗୋଡ଼ ବାନ୍ଧି ମାଡ଼ ମାରି ଅପହରଣ କରିବା…

ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ: ବ୍ଲକ ପରେ ଏବେ ପଞ୍ଚାୟତରେ ବି ଅଭିଯୋଗ ଶୁଣିବେ ଅଧିକାରୀ

ଦାରିଙ୍ଗବାଡି,୧।୬(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବୁଡ଼ାଗୁଡା ଗ୍ରାମପଞ୍ଚାୟତରେ ପ୍ରଥମଥର ପାଇଁ ମିଳିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି। ବିଡ଼ିଓ ପ୍ରୀତିରଞ୍ଜନ ରଥଙ୍କ ତତ୍ତ୍ୱାବଧାନରେ…

ବଡ଼ ହଲଚଲ! ବୈଠକ ପରେ ଭାଜପାକୁ ବଡ଼ ଧମକ ଦେଲେ ମମତା, ‘ମୋ ସହ ଖେଳିଛନ୍ତି, ସମୟ ଆସିଲେ ମୁଁ….’

କୋଲକାତା,୧।୬: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭାଜପା ଉପରେ ବଡ଼ ଅଭିଯୋଗ କରିଛନ୍ତି । ତାଙ୍କ ଦଳକୁ ବିଭାଜିତ କରିବାକୁ ଚେଷ୍ଟା କରୁଥିବା ନେଇ ଆରୋପ…

ଟ୍ରାକ୍ଟର ଉପରେ ଚଢି ଖେଳୁଥିଲେ ମନୁ: ହଠାତ୍‌ ଖସିଗଲା ଗୋଡ଼, ଆଉ ତା’ପରେ…

ଦାରିଙ୍ଗବାଡି, ୧।୬ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଭ୍ରମରବାଡ଼ି ଅଞ୍ଚଳରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ଟ୍ରାକ୍ଟରରୁ ଖସି ଜଣେ ୪ ବର୍ଷ ଶିଶୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri