ବାଉଁଶ ବୁଣାକାରଙ୍କ ବଞ୍ଚିବା ଚିନ୍ତା: ଭାତ, ଲୁଣରେ କଟୁଛି ଦିନ

ଭୁବନେଶ୍ୱର,୨୪।୪(ବ୍ୟୁରୋ): କରୋନା ଉଜାଡ଼ି ଦେଇଛି ବେପାର, ଛଡ଼ାଇନେଇଛି ରୋଜଗାର। ଲକ୍‌ଡାଉନ୍‌ ଯୋଗୁ ବଡ଼ ବିପଦର ମୁକାବିଲା କରାଯାଉଛି ସତ, ହେଲେ ଅସହାୟ ଓ ଦୈନିକ ରୋଜଗାରରେ ଗୁଜୁରାଣ ମେଣ୍ଟାଉଥିବା ରାଜଧାନୀର ହଜାର ହଜାର ପରିବାର ଉପରେ ଦୁଃଖ ଭାରିପଡିଛି। ସବୁଠୁ ବଳିଯାଇଛି ରାଜଧାନୀ ରାସ୍ତାକଡ଼ରେ ଜୀବନ ବିତାଉଥିବା ବାଉଁଶ ବୁଣାକାରଙ୍କ ଅବସ୍ଥା। ନାନା ଦୁଃଖ ଦୁର୍ଦ୍ଦଶାରେ ଜୀବନ ବିତାଉଛନ୍ତି। କେତେବେଳେ ବାତ୍ୟା ତ କେତେବେଳେ ମହାମାରୀ ଏମାନଙ୍କ ଜୀବନକୁ ଦୁର୍ବିସହ କରିଦେଇଥିବାବେଳେ ଏବେ ଏମାନଙ୍କ ପାଖରେ ନା ପହଞ୍ଚୁଛି ସରକାରୀ ସହାୟତା ନା ବେସରକାରୀ ସଂସ୍ଥାର ସହଯୋଗ। ଫଳରେ କେବଳ ଭାତ, ଲୁଣରେ ସେମାନଙ୍କ ଦିନ କଟୁଛି।

ରାଜଧାନୀରେ ବ୍ୟବସାୟ କରୁଥିବା ଏହି ବାଉଁଶ ବୁଣାକାରମାନେ ଅଧିକାଂଶ ରାଜ୍ୟ ବାହାରର। ଆଦିବାସୀ ପଡ଼ିଆ ଅଞ୍ଚଳରେ ଥିବା ତାଟି ବସ୍ତି, ରାଜମହଲ ଛକ ରାସ୍ତାକଡ଼, ୟୁନିଟ୍‌-୧ ମାର୍କେଟ ପାର୍ଶ୍ୱ ସମେତ ବିଭିନ୍ନ ସ୍ଥାନରେ ଏମାନେ ବର୍ଷ ବର୍ଷ ଧରି ବାଉଁଶରେ ବିଭିନ୍ନ ଘରକରଣା ଓ ସାଜସଜ୍ଜା ସାମଗ୍ରୀ ତିଆରି କରିବା ସହ ବିକ୍ରି କରି ଆସୁଛନ୍ତି। ସହବାସୀଙ୍କ ଆବଶ୍ୟକତା ପୂରଣ କରିବା ସହ ନିଜେ ମଧ୍ୟ ଗୁଜୁରାଣ ମେଣ୍ଟାଉଛନ୍ତି। ଲକ୍‌ଡାଉନ୍‌ ପୂର୍ବରୁ ଅଳ୍ପବହୁତେ ସବୁକିଛି ଠିକ୍‌ଠାକ୍‌ ଚାଲିଥିଲା। ସକାଳୁ ରାତି ପର୍ଯ୍ୟନ୍ତ କାର୍ଯ୍ୟ କରୁଥିଲେ, ପେଟ ବି ପୂରୁଥିଲା। ଏବେ ନା କାମ କରିବାକୁ ମିଳୁଛି କଞ୍ଚାମାଲ୍‌, ନା କିଣିବାକୁ ଆସୁଛନ୍ତି ଗ୍ରାହକ। ରାସ୍ତାକୁ ଚାହିଁ ଚାହିଁ ଦିନ କଟିଯାଉଛି। ବେପାର ହେଉ ନ ଥିବାରୁ ପେଟକୁ ଦୁଇମୁଠା ଦାନା ଯୋଗାଡ଼ କରିବା ବି ସମ୍ଭବ ହେଉନି। ବାତ୍ୟା ଫନୀରେ ଘରଦ୍ୱାର, ବ୍ୟବସାୟ ସବୁକିଛି ଉଜୁଡ଼ି ଯାଇଥିଲା। ଅଣ୍ଟା ସଳଖିବା ବେଳକୁ କରୋନା ସବୁକିଛି ଛଡ଼ାଇଛି। ନିର୍ମାଣ ତଥା ଅନ୍ୟାନ୍ୟ କାର୍ଯ୍ୟ ବନ୍ଦ ଥିବାରୁ ଶ୍ରମିକମାନେ ନେଉଥିବା ବାଉଁଶ ଟୋକେଇ ଓ ବାଉଁଶ ନିର୍ମିତ ଅନ୍ୟାନ୍ୟ ସାମଗ୍ରୀର ବିକ୍ରି ଠପ୍‌ ହୋଇଯାଇଛି। ସେହିଭଳି ବିବାହ, ବ୍ରତ, ପୂଜାପର୍ବ ଆଦି ବନ୍ଦ ଥିବାରୁ ରାଜ୍ୟରେ ଟୋକେଇ, କୁଲା, ବାଉଁଶିଆ, ସାଜସଜ୍ଜା ସାମଗ୍ରୀ ଆଦି କିଣିବାକୁ କେହି ଆସୁନାହାନ୍ତି।
ତାଟି ବସ୍ତିରେ ପ୍ରାୟ ୪୦ ବାଉଁଶବୁଣାକାର ପରିବାର ରହୁଛନ୍ତି। ସେମାନଙ୍କ କହିବା କଥା, ଏବେ କରୋନା ଲାଗି ଆମ ବସ୍ତି ଭିତରକୁ ବାହାର ଲୋକଙ୍କ ପ୍ରବେଶ ନିଷେଧ କରାଯାଇଛି। ସେହିଭଳି ବାହାରକୁ ଯାଇ ବେପାର କରିବା ବି ସମ୍ଭବ ହେଉନି। ଏପଟେ ୧୦୦ ଟଙ୍କାରେ ମିଳୁଥିବା ବାଉଁଶ ୨୫୦ରୁ ୩୦୦ ଟଙ୍କା ହୋଇଯାଇଛି। ପୂର୍ବରୁ ତିଆରି ସାମଗ୍ରୀ ବିକ୍ରି ହୋଇପାରୁ ନ ଥିବାରୁ ସେଗୁଡ଼ିକ ନଷ୍ଟ ହେବାକୁ ବସିଲାଣି। କାଁ ଭାଁ ପରିବା ବ୍ୟବସାୟୀ ଗୋଟିଏ ଦୁଇଟି ବାଉଁଶିଆ କିଣି ନେଉଥିବାବେଳେ ସେଥିରେ ପରିବାର ଚଳାଇବା ସମ୍ଭବ ହେଉନି। ତେଣୁ ଅଧିକାଂଶ ପରିବାର କେବଳ ଭାତ, ଲୁଣ ଖାଇ ବଞ୍ଚୁଛନ୍ତି। ଏମିତି ମାସେ ବିତିଲାଣି, ସେତକ ସରିଗଲେ ବଞ୍ଚତ୍ବୁ କେମିତି ବୋଲି ସେମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘Thanks To Everybody…’, ପ୍ରଧାନମନ୍ତ୍ରୀ ମୋଦିଙ୍କ ନୂତନ ଭିଡିଓ ବାର୍ତ୍ତା ଜାରି,କହିଲେ…VIDEO

ନୂଆଦିଲ୍ଲୀ,୨୪।୭: ଦିଲ୍ଲୀର ଜନ୍ତର-ମନ୍ତରରେ ଚାଲିଥିବା ଛାତ୍ର ଆନ୍ଦୋଳନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ନୂତନ ଭିଡିଓ ବାର୍ତ୍ତା ଶୁକ୍ରବାର ରାତିରେ ସାମ୍ନାକୁ ଆସିଛି। ଏହି ସମୟରେ…

ଇସ୍ତଫା ଦେବେ ନାହିଁ ଧର୍ମେନ୍ଦ୍ର ପ୍ରଧାନ! ସରକାରଙ୍କ କଡ଼ା ଆଭିମୁଖ୍ୟ, ଗୋଟିଏ ମାସ ମଧ୍ୟରେ…

ନୂଆଦିଲ୍ଲୀ,୨୪।୭: NEET ପେପର ଲିକ୍ ମାମଲାରେ ଦାୟିତ୍ୱ ନିର୍ଦ୍ଧାରଣ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଜାତୀୟ ରାଜଧାନୀ ଦିଲ୍ଲୀର ଜନ୍ତର-ମନ୍ତରରେ ଗତ ଏକ…

ଚମକାଇଲା ECBର ନିଷ୍ପତ୍ତି: ଜୋ ରୁଟ୍ ପୁଣି ହେବେ ଇଂଲଣ୍ଡର ଷ୍ଟେଟ୍ କ୍ୟାପଟେନ୍

ଲଣ୍ଡନ,୨୪।୭: : ଇଂଲଣ୍ଡ କ୍ରିକେଟ୍ ଦଳକୁ ମିଳିବାକୁ ଯାଉଛି ଜଣେ ନୂତନ ଟେଷ୍ଟ କ୍ୟାପଟେନ୍। ବରିଷ୍ଠ ବ୍ୟାଟ୍ସମ୍ୟାନ୍ ଜୋ ରୁଟଙ୍କୁ ପୁଣି ଥରେ ଇଂଲଣ୍ଡ ଟେଷ୍ଟ ଦଳର…

CJP ପ୍ରଦର୍ଶନରେ ପାକିସ୍ତାନୀ ଷଡ଼ଯନ୍ତ୍ର! ଜନ୍ତର-ମନ୍ତର ପ୍ରଦର୍ଶନକୁ ନେଇ ବଡ଼ ଖୁଲାସା, ବ୍ଲକ ହେଲା ୪୮୦…

ନୂଆଦିଲ୍ଲୀ,୨୪।୭: ଦିଲ୍ଲୀର ଜନ୍ତର-ମନ୍ତରଠାରେ ‘କକ୍ରୋଚ ଜନତା ପାର୍ଟି’ (CJP) ର ବିରୋଧ ପ୍ରଦର୍ଶନ ମଧ୍ୟରେ ଦିଲ୍ଲୀ ପୋଲିସ ଏକ ବଡ଼ ଖୁଲାସା କରିଛି। ପୋଲିସ ଏକ ବଡ଼…

ବାହୁଡ଼ା ଯାତ୍ରା ସମୟରେ ଅଘଟଣ: ଅଣନିଶ୍ବାସୀ ହୋଇ ଜଣଙ୍କର ମୃତ୍ୟୁ, ମିଳିଛି ପରିଚୟ

ପୁରୀ,୨୪।୭: ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ପୁରୀ ଶ୍ରୀକ୍ଷେତ୍ରରେ ଏକ ଦୁଃଖଦ ଘଟଣା ଘଟିଛି। ଅଧିକ ଭିଡ଼ ଓ ଅଣନିଶ୍ବାସୀ ହୋଇ ଜଣେ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ଘଟିଛି।…

କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ରବନୀତ ସିଂ ବିଟ୍ଟୁ, ଜାଣନ୍ତୁ କାହିଁକି ଛାଡ଼ିବାକୁ ପଡ଼ିଲା…

ନୂଆଦିଲ୍ଲୀ,୨୪।୭: କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ରବନୀତ ସିଂ ବିଟ୍ଟୁ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କର ଇସ୍ତଫାକୁ ଗ୍ରହଣ କରିଥିବା ନେଇ ଶୁକ୍ରବାର…

NEET ପେପର ଲିକ୍ ନେଇ NTAରେ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ, ୪୭ ଅଧିକାରୀ ଚାକିରିରୁ ବିଦା

ନୂଆଦିଲ୍ଲୀ,୨୪ା୭: NEET ପେପର ଲିକ୍ ଏବଂ ଦେଶବ୍ୟାପୀ ପ୍ରଦର୍ଶନ ମଧ୍ୟରେ ଜାତୀୟ ପରୀକ୍ଷା ଏଜେନ୍ସି (NTA) ରେ ବ୍ୟାପକ ପରିବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହାର ଏକ…

ଜାତୀୟ ରାଜନୀତିରେ ହଲଚଲ: ଆଜି ରାତି ୮ଟାରେ ବଡ଼ ଘୋଷଣା କରିବେ ସରକାର…

ନୂଆଦିଲ୍ଲୀ,୨୪।୭: NEET ପେପର ଲିକ୍ ପରେ କକରୋଚ ଜନତା ପାର୍ଟି (CJP) ର ପ୍ରତିବାଦ ଏବଂ ଜେନ୍-ଜି (Gen-Z) ଙ୍କ ଆନ୍ଦୋଳନ ପରେ କେନ୍ଦ୍ର ସରକାର ଆଲର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri