Categories: ଖେଳ

ବାଂଲାଦେଶକୁ ସହଜ ବିଜୟ ଦେଲେ ଲିଟନ

ସିଲ୍‌ହେଟ୍‌ (ବାଂଲାଦେଶ), ୨ା୩ (ଏଏଫ୍‌ପି)- ଲିଟନ ଦାସଙ୍କ ଶତକ ସହାୟତାରେ ଜିମ୍ବାଓ୍ବେ ବିପକ୍ଷ ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ବାଂଲାଦେଶ ୧୬୯ ରନରେ ସହଜ ବିଜୟ ହାସଲ କରିଛି। ସ୍ଥାନୀୟ ସି୍‌ଲହେଟ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଏହି ମ୍ୟାଚରେ ୩୨୨ରନର କଷ୍ଟ ସାଧ୍ୟ ବିଜୟ ଲକ୍ଷ୍ୟର ପିଛା କରି ଜିମ୍ବାଓ୍ବେ ୩୯.୧ ଓଭରରେ ୧୫୨ ରନ କରି ଅଲଆଉଟ ହୋଇଯାଇଥିଲା। ଦଳ ପକ୍ଷରୁ ଓ୍ବେସ୍‌ଲେ ମାଧେଭେରେ ସର୍ବାଧିକ ୩୫ ଏବଂ ଟିନୋଟେଣ୍ଡା ମୁଟୋମ୍ବୋଜି ୨୪ରନ କରିଥିଲେ। ବାଂଲାଦେଶ ପକ୍ଷରୁ ମହମ୍ମଦ ସଇଫୁଦ୍ଦିନ ୩ ଏବଂ ମାଶ୍ରାଫି ମୋର୍ତାଜା ଓ ମେହିଦି ହସନ ୨ଟି ଲେଖାଏଁ ଉଇକେଟ ନେଇଥିଲେ। ଏହି ମ୍ୟାଚରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ଲିଟନଙ୍କ ଆକର୍ଷଣୀୟ ୧୨୬ରନ (୧୦୫ ବଲ୍‌, ୧୩ ଚୌକା ଓ ୨ ଛକା) ସହାୟତାରେ ୬ ଉଇକେଟ ବିନିମୟରେ ୩୨୧ ରନ କରିଥିଲା। ଜିମ୍ବାଓ୍ବେ ବିପକ୍ଷରେ ଏକ ଦିନିକିଆ ମ୍ୟାଚରେ ଦଳର ଏହାଥିଲା ସର୍ବାଧିକ ସ୍କୋର। ଅନ୍ୟମାନଙ୍କ ମଧ୍ୟରେ ମହମ୍ମଦ ମିଥୁନ ୫୦ (୪୧ ବଲ୍‌) ରନ କରିଥିବାବେଳେ ସଇଫୁଦ୍ଦିନ ୧୬ ବଲ୍‌ରୁ ୨୮ ରନ କରି ଅପରାଜିତ ରହିଥିଲେ। ଜିମ୍ବାଓ୍ବେ ପକ୍ଷରୁ ଖ୍ରିସ୍‌ ଏମ୍‌ପୋଫୁ ୬୮ ରନ ବିନିମୟରେ ୨ଟି ଉଇକେଟ ନେଇଥିଲେ। ରବିବାର ଏହି ବିଜୟ ଦ୍ୱାରା ବାଂଲାଦେଶ ୩ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ହୋଇଛି। ଦୁଇ ଦଳ ମଧ୍ୟରେ ଦ୍ୱିତୀୟ ଦିନିକିଆ ଏହି ଭେନ୍ୟୁରେ ମଙ୍ଗଳବାର ଖେଳାଯିବ

Share