ବହିରାଗତଙ୍କୁ ନେଇ ୨ ଗୋଷ୍ଠୀ ମୁହାଁମୁହିଁ

କୁଆମରା,୨୯।୪(ଡି.ଏନ୍‌.ଏ.)-କରୋନା ଯୋଗୁ ବହିରାଗତଙ୍କୁୁ ନେଇ ପ୍ରଶାସନର ଚିନ୍ତା ବଢିଛି। ପୂର୍ବରୁ ବାହାର ରାଜ୍ୟ ଓ ଜିଲାକୁ ଯାଇଥିବା ଶ୍ରମିକମାନେ ଏବେ ଲୁଚିଛପି ରାତିରେ ଚାଲିଚାଲି ନିଜ ନିଜ ଗାଁକୁ ପଳାଇ ଆସୁଛନ୍ତି। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହ ସେମାନଙ୍କୁ ବାରଣ କରାଯିବା ନେଇ ବିଭିନ୍ନ ସ୍ଥାନରେ ଗଣ୍ଡଗୋଳର ସୂତ୍ରପାତ ଘଟୁଛି। ମଙ୍ଗଳବାର ଏହିପରି ଏକ ଘଟଣା ଘଟିଛି ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକ ଅନ୍ତର୍ଗତ ଆରପଟା ପଞ୍ଚାୟତର ଆରପଟା ଗ୍ରାମରେ। ଏହି ଗାଁର ୨ ଜଣ ବ୍ୟକ୍ତି ବାଲେଶ୍ୱର ଜିଲାର ଏକ ଚିଙ୍ଗୁଡିଘେରିରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ଲକ୍‌ଡାଉନ ଯୋଗୁ କାର୍ଯ୍ୟ ବନ୍ଦ ହୋଇଯିବାରୁ ଉଭୟ ସେଠାରେ ବହୁ କଷ୍ଟରେ ଚଳୁଥିଲେ। ଖାଇବାକୁ ନ ପାଇ ସେମାନେ ସୋମବାର ରାତିରେ ଚାଲି ଚାଲି ପଳାଇ ଆସି ମଙ୍ଗଳବାର ସକାଳେ ଗ୍ରାମରେ ପହଞ୍ଚି ଥିଲେ। ମାତ୍ର ଗ୍ରାମବାସୀ ବିରୋଧ କରିବାରୁ ସରପଞ୍ଚଙ୍କ ନିର୍ଦ୍ଦେଶକ୍ରମେ ଉଭୟଙ୍କୁ ଆଶ୍ରମ ସ୍କୁଲରେ ରଖାଯାଇଥିଲା। ମାତ୍ର ଆଶ୍ରମ ସ୍କୁଲକୁ ଲାଗି ରହିଥିବା ହରିବଂଶ ସାହିର ଲୋକେ ମଧ୍ୟ ସେମାନଙ୍କ ରହଣିକୁ ବିରୋଧ କରିଥିଲେ। ଫଳରେ ଦୁଇଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜି ଥିଲା। ଖବରପାଇ ସ୍ଥାନୀୟ ତହସିଲଦାର, ଅତିରିକ୍ତ ତହସିଲଦାର, ବିଡିଓ, ଆରଆଇ, ସରପଞ୍ଚ ଏବଂ ପୋଲିସ ପହଞ୍ଚି ଉଭୟ ପକ୍ଷଙ୍କ ସହ ଆଲୋଚନା କରିବା ପରେ ୨ ବହିରାଗତଙ୍କୁ ସେହି ବିଦ୍ୟାଳୟରେ ରଖାଯାଇଛି। ସେହିିଭଳି କୁଶଳଦା, ରାଣିବନ୍ଧ, ପୁରୁଣା ବାରିପଦା, ଜୟପୁର ଆଦି ପଞ୍ଚାୟତରେ ୬୦ରୁ ଊର୍ଦ୍ଧ୍ୱ ବହିରାଗତଙ୍କୁ ସ୍ଥାନୀୟ ବିଦ୍ୟାଳୟଗୁଡିକରେ ରଖାଯାଇଛି। ସେମାନଙ୍କ ପାଇଁ ସରକାରଙ୍କ ଯୋଜନା ଅନୁଯାୟୀ ସ୍ବୟଂସହାୟିକା ଗୋଷ୍ଠୀ ଦ୍ୱାରା ରନ୍ଧାଖାଦ୍ୟ ପ୍ରଦାନ କରାଯାଉଥିବା ବିଡିଓ ରବୀନ୍ଦ୍ର ମଲ୍ଲିକ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri