ବହଳଦାର ପ୍ରସିଦ୍ଧ ଇନ୍ଦ୍ରଉତ୍ସବ ଆରମ୍ଭ

ବହଳଦା,୧୨ା୯(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ବହଳଦାର ପ୍ରସିଦ୍ଧ ଇନ୍ଦ୍ରଉତ୍ସବ ମଙ୍ଗଳବାର ରାତିରେ ଆରମ୍ଭ ହୋଇଛି । ରାଜାରାଜୁଡା ସମୟରୁ ଆରମ୍ଭ ହୋଇଥିବା ଏହି ନିଆରା ଓ ସ୍ବତନ୍ତ୍ର ଉତ୍ସବ ନିରବିଚ୍ଛନ୍ନ ଭାବେ ଚାଲିଅସୁଛି ା ଏହା ଆଉ କୈଣସିଠାରେ ଦେଖାଯାଏ ନାହିଁ ା ରାଜବଂଶ ତଥା ସମଗ୍ର ମୟୂରଭଞ୍ଜ ଜିଲାର ଆରାଧ୍ୟ ଦେବୀ ମା’ କିଚକେଶ୍ୱରୀଙ୍କର ଶାରଦୀୟ ଦୁର୍ଗାପୂଜାର ଏହା ଆଦ୍ୟଉସତ୍ବ। ସପ୍ତପୁରୀ ଅମାବାସ୍ୟା ସନ୍ଧ୍ୟାରେ ମା’ଙ୍କ ପାଖରେ କାକରାଭୋଗ ଲାଗିବା ପରେ ତା’ପରଦିନ ରାଜପୁରୋହିତ ଅଶୋକ କୁମାର ସାମନ୍ତରାୟଙ୍କ ମାର୍ଗଦର୍ଶନରେ ଓଡ଼ିିଶା-ଝାଡଖଣ୍ଡ ସୀମାନ୍ତ କୁଲଡିହା ଜଙ୍ଗଲରୁ ପାରମ୍ପରିକ ପୂଜାର୍ଚ୍ଚନା ପରେ ଏକ ସୁଉଚ୍ଚ ଶାଳଗଛ ସଂଗ୍ରହ କରାଯାଇଥିଲା। ଏକାଦଶୀ ତିଥିରେ ଇନ୍ଦପଡ଼ିିଆରେ ଉକ୍ତ ଶାଳଗଛ ଅଗରେ ବାଉଁଶରେ ନିର୍ମିତ ଏକ ଛତ୍ର ବା ଛତା ବନ୍ଧାଯାଏ। ସେଦିନକୁ ସ୍ଥାନୀୟ ଲୋକ ଅଧାର୍ସଗୀ କୁହନ୍ତି। ପବିତ୍ର ସୁନିଆ ଦିନ ସନ୍ଧ୍ୟାରେ ମା’ଙ୍କ ମନ୍ଦିରରୁ ପୂଜା କରାଯାଇ ତାଙ୍କ ପ୍ରତୀକ ସ୍ବରୂପ ବାଉଁଶ ଦଣ୍ଡକୁ କଳାଶାଢୀରେ ଆବୃତ କରି ରାଜପୁରୋହିତ, ମନ୍ଦିର ପୂଜକ, ମନ୍ଦିରର ଦୁର୍ଗାପୁଜା ପାଇଁ ବରଣି ବ୍ରାହ୍ମଣ ସମେତ ଶହଶହ ସଂଖ୍ୟାରେ ଶ୍ରଦ୍ଧାଳୁ ବାଜାରୋଷଣୀ ଓ ପଟୁଆରରେ ଇନ୍ଦପଡିଆ ଯାଇଥିଲେ। ସେଠାରେ ମା’ଙ୍କ ପ୍ରତୀକ ଦଣ୍ଡ, ଐରାବତ ହସ୍ତୀ ଉପରେ ବିରାଜମାନ ଦେବରାଜ ଇନ୍ଦ୍ରଙ୍କ ମୃଣ୍ମୟ ମୂର୍ତ୍ତି, ଚାରିଦିଗର ଦେବତାମାନଙ୍କୁ ପୂଜାପରେ ପୂର୍ବରୁ ପ୍ରସ୍ତୁତ ଛତ୍ରକୁ ଉପସ୍ଥିତ ଶ୍ରଦ୍ଧାଳୁମାନେ ହୁଳହୁଳି, ଶଙ୍ଖଘଣ୍ଟା ଶଦ୍ଦ ଭିତରେ ମୋଟା ଦଉଡି ଦ୍ୱାରା ଟାଣି ଦଣ୍ଡାୟମାନ କରିଥିଲେ। ବିଳମ୍ବିିତ ରାତି ପର୍ଯ୍ୟନ୍ତ ଏହା ଅନୁଷ୍ଠିତ ହୋଇଥିଲା। ଅଖପାଖର ହଜାର ହଜାର ସଂଖ୍ୟକ ମହିଳା ଶିଶୁ ପଡିଆରେ ଉପସ୍ଥିତ ରହି ଛତ୍ରକୁ ମୁଣ୍ଡିଆ ମାରୁଥିବା ଦେଖାଯାଇଥିଲା। କଥିତ ଅଛି ଯେ, ସ୍ବାଭାବିକ ବର୍ଷା ଓ ଭଲ ଫସଲ ଅମଳ ପାଇଁ ଦେବରାଜ ଇନ୍ଦ୍ରଙ୍କୁ କୃତଜ୍ଞତା ଜଣାଇବା ସକାଶେ ଏହି ପୂଜା କରାଯାଏ ା ପୂର୍ବରୁ ମାସାଧିକ କାଳ ଏହି ମେଳା ଲାଗୁଥିବା ବେଳେ ବର୍ତ୍ତମାନ ଏହା ସୀମିତ ହୋଇଯାଇଛି ା ଏହି ଲୋକପର୍ବ ଅନ୍ୟତ୍ର ଦେଖାଯାଏ ନାହିଁ ତେଣୁ ପ୍ରଶାସନ ଏହାର ବ୍ୟାପକ ପ୍ରଚାର ଓ ରକ୍ଷଣାବେକ୍ଷଣ ପାଇଁ ଦୃଷ୍ଟି ଦେବା ଆବଶ୍ୟକ ା


Enter your email to get our daily news in your inbox.

All Right Reserved By Dharitri.Com

ଆଉ ସହି ହେବନି,ଏଥର ଭୋଟ ବର୍ଜନ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ)ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ପାଦଦେଶ ଯଦୁନାଥପୁର ପଞ୍ଚାୟତବାସୀ ଅବହେଳିତ ଓ ନିଷ୍ପେଷିିତ ଅବସ୍ଥାରେ ଜୀବନଯାପନ କରୁଛନ୍ତି। ଦେଶ ସ୍ବାଧୀନତାର ୭୭ବର୍ଷ ପରେ...

ଭାଜପାରେ ସାମିଲ ହେଲେ ବିଭିନ୍ନ ଦଳର ହଜାର ହଜାର କର୍ମୀ

ମୋରଡ଼ା,୨୪ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀ ସାଧାରଣ ନିର୍ବାଚନ ପାଇଁ ବେଶ୍‌ ଚଳଚଞ୍ଚଳ ହୋଇଉଠିଥିବା ବେଳେ ସବୁବେଳେ ଚର୍ଚ୍ଚାରେ ରହି ଆସିଛି। ଗଣତନ୍ତ୍ରର ଏହି...

ମୋରଡ଼ା ବିଜେଡି ବିଧାୟିକା ପ୍ରାର୍ଥିନୀଙ୍କ ପ୍ରତି ଛୁଟୁଛି ବିଦ୍ରୋହର ସୁଅ: ଦଳରୁ ଇସ୍ତଫା ଦେଲେ ସାଧାରଣ ସମ୍ପାଦକ

ମୋରଡ଼ା,୨୨ା୪(ସ୍ମାରକ ମାଜୀ): ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀ ପାଇଁ ବିଜୁ ଜନତା ଦଳ ମୋରଡ଼ା ବିଧାୟକ ରାଜକିଶୋର ଦାସଙ୍କ...

ଅଣାୟତ୍ତ ଶିମିଳିପାଳ ନିଆଁ

ବାରିପଦା,୨୨ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ନିଆଁ ଅଣାୟତ୍ତ ହେବାରେ ଲାଗିଛି। ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କୋର୍‌ ଓ ବଫର ଅଞ୍ଚଳରେ ନିଆଁ...

ଜିଲ୍ଲା ପରିଷଦଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୯ କୋଟି ଟଙ୍କା ଗାଏବ

ମୟୁରଭଞ୍ଜ,୨୧।୪: ମୟୂରଭଞ୍ଜ ଜିଲାର ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରେ ଥିବା ଜିଲା ପରିଷଦ ଆକାଉଣ୍ଟରୁ ୯ କୋଟିରୁ ଅଧିକ ଟଙ୍କା ଗାଏବ ହୋଇଯାଇଥିବା ଅଭିଯୋଗ ହୋଇଛି।...

ଖାଲି ପାଦରେ ପ୍ରଚାର କଲେ ପ୍ରାର୍ଥୀ

ଉଦଳା, ୨୧ା୪ (ସନ୍ତୋଷ କୁମାର ବାଚ୍ଛିନୀ): ଉଦଳା ବିଧାନସଭା ଆସନ ଲାଗି ୩୪ବର୍ଷ ପରେ କଂଗ୍ରେସରୁ ଟିକେଟ ପାଇଛନ୍ତି ଦୁର୍ଗାଚରଣ ଟୁଡୁ । ମଇଦାନରେ ଭୋଟରମାନଙ୍କୁ...

ଖରାରେ ଖଟୁଛନ୍ତି ଶ୍ରମିକ

ବାରିପଦା,୨୦ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ)ପ୍ରଚଣ୍ଡ ରୌଦ୍ରତାପକୁ ନେଇ ନିଦ୍ଦିଷ୍ଟ ସମୟ ମଧ୍ୟରେ ଶ୍ରମିକମାନେ କାର୍ଯ୍ୟ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଥିବା ବେଳେ ମୟୂରଭଞ୍ଜ ଜିଲାରରେ...

ବିଜେଡି ପ୍ରାର୍ଥୀ ଚୟନକୁ ନେଇ ଛିଡୁନି ଅଙ୍କ

ବାଙ୍ଗିରିପୋଷି,୧୭ା୪(ସଞ୍ଜୟ କୁମାର ଅଗ୍ରୱାଲା):ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ନିର୍ବାଚନମଣ୍ଡଳୀ ପାଇଁ କଂଗ୍ରେସ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇସାରିଛି। କଂଗ୍ରେସର ବିଭିନ୍ନ ପଦ ପଦବୀରେ ରହି ୩୦...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri