ବସ୍‌ ଧକ୍କାରେ ଜଣେ ମୃତ:କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

ଜୁନାଗଡ,୧୬।୬(ସ୍ବ.ପ୍ର.):କଳାହାଣ୍ଡି ଜିଲା ଜୁନାଗଡ ଥାନା ଅନ୍ତର୍ଗତ ଭତ୍ରାଗୁଡା ଛକଠାରେ ରବିବାର ଏକ ଘରୋଇ ବସ୍‌ ଧକ୍କାରେ ଜଣେ ପଥଚାରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମୃତକ ହେଲେ ଭତ୍ରାଗୁଡା ଗ୍ରାମର ହେମରାଜ ପୂଝାରୀ (୪୫) । ଏହାକୁ ନେଇ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଥିବା ବେଳେ ସ୍ଥାନୀୟ ଗ୍ରାମବାସୀ ରାଜ୍ୟ ରାଜପଥକୁ ଦୀର୍ଘ ୫ ଘଣ୍ଟା ଧରି ଅବରୋଧ କରିଥିଲେ। ବସ ମାଲିକ ଅଢେଇ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ସହ ପ୍ରଶାସନିକ କ୍ଷତିପୂରଣ ପରେ ରାସ୍ତା ଅବରୋଧ ହଟିଥିଲା।
ଭତ୍ରାଗୁଡା ଗ୍ରାମର ହେମରାଜ ଜୁନାଗଡ ସହରରେ ଏକ କପଡା ଦୋକାନରେ କୁଲି ଭାବେ କାର୍ଯ୍ୟ କରୁଥିଲେ। ଘରୁ ଜରୁରୀ ଖବର ପାଇ ସକାଳ ୮ଟାରେ ଚାଲି ଜୁନାଗଡରୁ ନିଜ ଗ୍ରାମ ଭତ୍ରାଗୁଡା ଯାଉଥିଲେ। ଜୁନାଗଡରୁ କଲମପୁର ଯାଉଥିବା ଏକ ଘରୋଇ ବସ (ନଂ.ଓଆର୦୮ ଜି ୮୨୪୮) ହେମରାଜଙ୍କୁ ପଛପଟୁ ଧକ୍କା ଦେଇ ଫେରାର ହଉଥିଲା। ରାସ୍ତା କଡରେ ଯାଉଥିବା ହେମରାଜ ରାସ୍ତାକଡ ବିଲକୁ ଛିଟିକି ପଡିବା ସହିତ ଘଟଣା ସ୍ଥଳରେ ପ୍ରାଣ ହରାଇଥିଲେ। ବସ ଯାତ୍ରୀମାନେ ବସକୁ ରୋକିବା ପାଇଁ କହିଲେ ମଧ୍ୟ ବସ ସେଠାରୁ ଚାଲିଯିବାକୁ ଉଦ୍ୟମ କରିବାରୁ ବସିଥିବା ଯାତ୍ରୀମାନେ ଉତ୍ତେଜିତ ହୋଇ ଗାଡିକୁ ଭଙ୍ଗାରୁଜା କରିଥିଲେ। ବସ ପଛରେ ଥିବା ଏକ ଇଣ୍ଡିକା ବସ ସମ୍ମୁଖକୁ ଆଣି ରୋକିବା ପରେ ଘଟଣାସ୍ଥଳରୁ ପ୍ରାୟ ଅଧ କି.ମି. ଦୂରରେ ବସ ରଖିଥିଲା। ପରେ ଭତ୍ରାଗୁଡା ଗ୍ରାମବାସୀ ଓ ପରିବାର ଲୋକେ ଆସି ଦୁର୍ଘଟଣାସ୍ଥଳରେ ପହଞ୍ଚତ୍ କ୍ଷତିପୂରଣ ଦାବି କରି ସକାଳ ୮ଟାରୁ ଜୁନାଗଡ କଲମପୁର ରାଜ୍ୟ ରାଜପଥକୁ ଅବରୋଧ କରିଥିଲେ। ରବିବାର ଉଭୟ ଜୁନାଗଡ ଓ କଲମପୁର ସାପ୍ତାହିକ ହାଟ ଥିବାରୁ ଶହ ଶହ ସଂଖ୍ୟାରେ ଯାନବାହନ ଅଟକି ରହିଥିଲା। ଜୁନାଗଡ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ପରିସ୍ଥିତି ନିୟନ୍ତ୍ରଣ କରିଥିଲେ। ପରିବାରବର୍ଗଙ୍କ ସହ ବସ ମାଲିକ, ଜୁନାଗଡ ଆଇଆଇସି ପ୍ରଭାତ କୁମାର ସେଠୀ ଓ ତହସିଲଦାର ଉପେନ୍ଦ୍ର ଲୁହାଙ୍କ ମଧ୍ୟସ୍ଥତାରେ ୨ ଲକ୍ଷ ୫୦ ହଜାର ଟଙ୍କା କ୍ଷତିପୂରଣ ଦେବା ସହ ପ୍ରଶାସନ ତରଫରୁ ୨୫ ହଜାର ଟଙ୍କା ଓ ବିଧବା ସ୍ତ୍ରୀଙ୍କୁ ମାସିକ ଭତ୍ତା ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା। ଏ ସଂକ୍ରାନ୍ତରେ ମୃତକଙ୍କ ପୁଅ ବଜେନ୍ଦ୍ର ତରଫରୁ ଜୁନାଗଡ ଥାନାରେ ଏତଲା ଦେବା ପରେ ଜୁନାଗଡ ଥାନାରେ ଏକ ମାମଲା (ନଂ. ୧୪୭/୨୦୧୯) ରୁଜୁ ହୋଇ ତଦନ୍ତ ଚାଲିଥିବା ପୋଲିସ କହିଛି। ଦୁର୍ଘଟଣା ଭିଆଇ ଥିବା ଗାଡି ଚାଳକଙ୍କୁ ପୋଲିସ ଅଟକ ରଖି ପଚରାଉଚୁରା ଜାରି ରଖିଛି। ପୋଲିସ ଶବ ବ୍ୟବଚ୍ଛ୍ୟେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶେଷ ସୋମବାରରେ ମୁକ୍ତେଶ୍ୱର ମନ୍ଦିରରେ ଭକ୍ତଙ୍କ ଗହଳି, ଲକ୍ଷାଧିକ କାଉଡ଼ିଆଙ୍କ ଜଳଲାଗି

ଜମନକିରା,୨୪।୮(ରବୀନ୍ଦ୍ର ପ୍ରସାଦ ଦାନୀ): ଆଜି ପବିତ୍ର ଶ୍ରାବଣ ମାସର ଶେଷ ସୋମବାର । ଏହି ଅବସରରେ ସମ୍ବଲପୁର ଜିଲା ଜମନକିରା ବ୍ଲକସ୍ଥିତ ପ୍ରସିଦ୍ଧ ପଶ୍ଚିମାଭିମୁଖୀ ଶୈବପୀଠ ବାବା…

ହୀରାକୁଦ ଡ୍ୟାମର ଖୋଲିଲା ଆଉ ୩ ଗେଟ୍‌, ୮ ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ

​ସମ୍ବଲପୁର,୨୪।୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ବର୍ଷା ପରିମାଣ ବୃଦ୍ଧି ଯୋଗୁଁ ହୀରାକୁଦ ଜଳଭଣ୍ଡାରକୁ ପୁଣିଥରେ ବନ୍ୟା ଜଳ ପ୍ରବେଶ ବୃଦ୍ଧି ପାଇଛି । ଫଳରେ…

ସାଇବର ଠକେଇର ଶିକାରଙ୍କୁ ୪୫ ଲକ୍ଷ ଟଙ୍କା ଫେରାଇଲା ସମ୍ବଲପୁର ପୋଲିସ

ସମ୍ବଲପୁର, ୨୩।୮ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ବଢ଼ୁଥିବା ସାଇବର ଅପରାଧ ଓ ଆର୍ଥିକ ଠକେଇ ବିରୋଧରେ ସମ୍ବଲପୁର ପୋଲିସକୁ ବଡ଼ ସଫଳତା ମିଳିଛି। ସାଇବର ଥାନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri