ବଳିଦାନ ସମାପ୍ତ: କ୍ଷମା ଆରମ୍ଭ

ଜୀବନ ନାଶକାରୀ କୋଭିଡ୍‌-୧୯ର କ୍ରୋଧ ତାଣ୍ଡବଲୀଳା ମାନବ ସମାଜକୁ ଭୀଷଣ ଆଘାତ କରିଛି। ଈଶ୍ୱରଙ୍କଠାରେ ଆମର ପ୍ରାର୍ଥନା, ନିବେଦନ ମଣିଷ ସମାଜକୁ ଈଶ୍ୱର ଏହି ବିଷାକ୍ତ ମହାମାରୀ କୋଭିଡ୍‌-୧୯ର ଆକ୍ରମଣ ଓ ସଂକ୍ରମଣରୁ ରକ୍ଷା କରି ଜୀବନ ବଞ୍ଚାନ୍ତୁ।
ବାଇବେଲରେ ବର୍ଣ୍ଣିତ ଅଛି, ”ଲାଜାର ନାମକ ଜଣେ ବ୍ୟକ୍ତି ଭୀଷଣ ଅସୁସ୍ଥ ଥିଲେ। ତାଙ୍କର ଦୁଇ ଭଉଣୀ ହେଲେ ମରିୟମ ଓ ମାର୍ଥା। ସେମାନେ ଯିଶୁଙ୍କୁ ଖବର ଦେଲେ। ଯିଶୁଖ୍ରୀଷ୍ଟ ତାହା ଶୁଣି କହିଲେ, ଏହି ମୃତ୍ୟୁ ନିମନ୍ତେ ନୁହେଁ, ମାତ୍ର ଈଶ୍ୱରଙ୍କ ଗୌରବ ନିମନ୍ତେ, ଯେପରି ତଦ୍ଦ୍ବାରା ଈଶ୍ୱରଙ୍କ ପୁତ୍ର ଗୌରବପ୍ରାପ୍ତ ହୁଅନ୍ତି। ଖବର ପାଇ ପ୍ରଭୁ ଯିଶୁ ସାଙ୍ଗେ ସାଙ୍ଗେ ନ ଯାଇ ସେହି ସ୍ଥାନରେ ଅଧିକ ଦୁଇଦିନ ରହିଗଲେ। ପ୍ରଭୁ ଯିଶୁ ସେହି ଗ୍ରାମରୁ ଖବର ପାଇଲେ ଯେ, ଲାଜାର ମୃତ୍ୟୁ ପରେ ଚାରିଦିନ ହେଲା ସମାଧିରେ ରଖା ଗଲେଣି। ମାର୍ଥା ଯିଶୁଙ୍କୁ କହିଲେ, ପ୍ରଭୁ! ଯଦି ଆପଣ ଏଠାରେ ରହି ଥାଆନ୍ତେ, ତା’ହେଲେ ମୋହର ଭାଇ ଲାଜାର ମରି ନ ଥା’ନ୍ତେ। ପ୍ରଭୁ ଯିଶୁ ତାଙ୍କୁ କହିଲେ, ତୁମ ଭାଇ ପୁଣି ଉଠିବ। ପ୍ରଭୁ ଯିଶୁ କହିଲେ, ”ମୁଁ ପୁନରୁତ୍‌ଥାନ ଓ ଜୀବନ“ ଯିଏ ମୋଠାରେ ବିଶ୍ୱାସ କରେ, ଯଦ୍ୟପି ସେ ମରେ ତଥାପି ସେ ବଞ୍ଚିବ। ପ୍ରଭୁ ଯିଶୁ କବର ନିକଟକୁ ଯାଇ କହିଲେ, ଏହି ପଥର ଘୁଞ୍ଚାଇ ଦିଅ: ଯଦି ତୁମେ ବିଶ୍ୱାସ କର, ତାହାହେଲେ ଈଶ୍ୱରଙ୍କ ମହିମା ଦେଖିବ। ପ୍ରଭୁ ଯିଶୁ ଉଚ୍ଚ ସ୍ବରରେ ଡାକିଲେ, ”ଲାଜାର ବାହାରି ଆସ, ମୃତ୍ୟୁ ଭୋଗ କରିଥିବା ଲାଜାର ଜୀବିତ ହୋଇ ବାହାରି ଆସିଲେ। ଆଶ୍ଚର୍ଯ୍ୟ, କିନ୍ତୁ ସତ୍ୟ ଘଟଣା।
ମୃତ୍ୟୁକୁ ଜୀବନ ଦେଇଥିବା ପ୍ରଭୁ ଯିଶୁ କଳିକୃତ ହେଲେ ସଂସାରର ମୁକ୍ତି ଓ କ୍ଷମା ପାଇଁ। ଖ୍ରୀଷ୍ଟ ବିଶ୍ୱାସର ପରିପ୍ରେକ୍ଷୀରେ ଶୁଭ ଶୁକ୍ରବାର ଏକ ବିଶେଷ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ। ପ୍ରଭୁ ଯିଶୁଖ୍ରୀଷ୍ଟଙ୍କୁ ଅମଣିଷ, ବର୍ବରୋଚିତ ଏବଂ ଅମାନୁଷିକ ଭାବରେ ହତ୍ୟା କରିବା ପ୍ରାଚୀନ ଓ ଆଧୁନିକ ମଣିଷ ସମାଜରେ ଏକ ବିରଳ ଓ ଅଦ୍ୱିତୀୟ ଘଟଣା । କ୍ରୂଶୀୟ ବଳିଦାନ ଅହିଂସା, ନମ୍ରତା, ସହିଷ୍ଣୁତା, ପରୋପକାରିତାର ନିଖୁଣ ଚିତ୍ର ଏବଂ ଜ୍ୱଳନ୍ତ ଅଦ୍ୱିତୀୟ ଉଦାହରଣ। ତାଙ୍କର କ୍ରୂଶୀୟ ବଳିଦାନରେ ସମଗ୍ର ମଣିଷ ସମାଜ ପାଇଁ ଏକ ନିଶ୍ଚିତ ଆବଶ୍ୟକତା ପୂରଣ ହେଲା ଏବଂ ମହାନ୍‌ କାର୍ଯ୍ୟ ସାଧିତ ହେଲା।
ବୈଜ୍ଞାନିକ ଓ ଡାକ୍ତରମାନଙ୍କ ମତରେ, ଜଣେ ମଣିଷ କ୍ରୂଶବିଦ୍ଧ ହୋଇ ମୃତ୍ୟୁ ସମୟରେ କମ୍‌ ବାକ୍ୟ କହିଥାନ୍ତି। କାରଣ ଦାରୁଣ କ୍ରୂଶୀୟ ମୃତ୍ୟୁ ସମୟରେ ଅମ୍ଳଜାନ ଅଭାବ ହୋଇ ନିଃଶ୍ୱାସ ପ୍ରଶ୍ୱାସ ନେବା ଏବଂ କଥା କହିବା ଭୀଷଣ କଷ୍ଟ ହୋଇଥାଏ। ସେହି ଦାରୁଣ ପରିସ୍ଥିତିରେ ଉଚ୍ଚାରିତ ପ୍ରଭୁ ଯିଶୁଖ୍ରୀଷ୍ଟଙ୍କ ସପ୍ତବାଣୀ ଆଜି ମଧ୍ୟ ମାନବ ସମାଜକୁ ପ୍ରେରଣା ଦେଉଛି। ପ୍ରଥମ ବାଣୀରେ ପିତା ଏମାନଙ୍କୁ କ୍ଷମା କର, କାରଣ ଏମାନେ କ’ଣ କରୁଛନ୍ତି ଜାଣନ୍ତି ନାହିଁ। ଦ୍ୱିତୀୟ ବାଣୀ- ମୁଁ ତୁମ୍ଭକୁ ସତ୍ୟ କହୁଛି, ଆଜି ତୁମେ ମୋ ସହିତ ପାରଦୀଶରେ ଉପସ୍ଥିତ ହେବ। ତୃତୀୟ ବାଣୀ- ହେ ମୋର ଈଶ୍ୱର ତୁମେ ମୋତେ କାହିଁକି ପରିତ୍ୟାଗ କଲ। ଚତୁର୍ଥବାଣୀ- ହେ ପିତା, ତୁମ ହସ୍ତରେ ମୋର ଆତ୍ମାକୁ ସମର୍ପଣ କରୁଅଛି। ପଞ୍ଚମବାଣୀ- ଗୋ ନାରୀ, ଏଠାରେ ତୁମର ପୁତ୍ର, ଏଠାରେ ତୁମର ମା’। ଷଷ୍ଠ ବାଣୀ- ମୋତେ ତୃଷା ଲାଗୁଛି। ସପ୍ତମ ବାଣୀ- ଏହା ସମାପ୍ତ ହେଲା।
ପ୍ରଭୁ ଯିଶୁଖ୍ରୀଷ୍ଟଙ୍କ ଶାରୀରିକ ମୃତ୍ୟୁ ପୂର୍ବରୁ କ୍ରୂଶରେ ଝୁଲୁଥିବା ଅବସ୍ଥାରେ କହିଲେ, ‘ଏଇ ସମାପ୍ତ ହେଲା’। ଏହା ହେଉଛି ଶୁଭ ଶୁକ୍ରବାରର ବିଶେଷ ଶୁଭ ସଂକେତ ଓ ଶୁଭବାର୍ତ୍ତା। କ’ଣ ସମାପ୍ତ ହେଲା? ପବିତ୍ର ବଳିଦାନ ମନୁଷ୍ୟ ଜାତିର ପାପ କ୍ଷମା ପାଇଁ ପବିତ୍ର ରକ୍ତ ବଳିଦାନର ଜରୁରୀ ଥିଲା। ପ୍ରଭୁ ଯିଶୁ ତାହା ପୂରଣ କରି ‘ସମାପ୍ତ’ କଲେ। ବାଇବେଲ କୁହେ ”ରକ୍ତପାତ ବିନା ପାପ କ୍ଷମା ନାହିଁ କାରଣ ବୃକ୍ଷ ଓ ଛାଗଳ ରକ୍ତ ଯେ’ ପାପ କ୍ଷମା କରିବ ଏହା ଅସମ୍ଭବ“।
* ପାପ ହେତୁ ମନୁଷ୍ୟ ଜାତି ପ୍ରତି ପବିତ୍ର ଈଶ୍ୱରଙ୍କ କ୍ରୋଧ ଓ ବିଚାର ସମାପ୍ତ ହେଲା ବାଇବେଲ୍‌ କୁହେ, ‘ପାପର ବେତନ ମୃତ୍ୟୁ’ କିନ୍ତୁ ପାପ ପାଇଁ ପ୍ରାୟଶ୍ଚିତ୍ତ ସାଧନା କଲେ ପ୍ରଭୁ ଯିଶୁ। ନିଜେ ଦୋଷୀ ହୋଇ, ଈଶ୍ୱରଙ୍କ କ୍ରୋଧ ଓ ବିଚାରରୁ ମନୁଷ୍ୟ ସମାଜକୁ ଦୂରେଇ ଦେଲେ।
* ପାପ ଓ ଶୟତାନର ଦାସତ୍ୱ ବନ୍ଧନ ‘ସମାପ୍ତ’ ହେଲା। ବାଇବେଲ୍‌ କୁହେ, ”ପ୍ରଭୁ ଯିଶୁଙ୍କ ରକ୍ତ ସମସ୍ତ ପାପକୁ ଧୌତ କରେ।“
* ପାପୀ ମନୁଷ୍ୟ ସମାଜକୁ ପବିତ୍ର ଈଶ୍ୱର ସହ ସଂଯୋଗ କରିବା ଯୋଜନା ସଂପୂର୍ଣ୍ଣ ଓ ‘ସମାପ୍ତ’ ହେଲା। ବାଇବେଲ୍‌ କୁହେ, ଯେଉଁମାନେ ପ୍ରଭୁ ଯିଶୁଙ୍କଠାରେ ବିଶ୍ୱାସ କଲେ ସେମାନେ ଈଶ୍ୱରଙ୍କ ସନ୍ତାନର ଅଧିକାର ପାଇଲେ।
* ସମସ୍ତଙ୍କ ମୋକ୍ଷ ଓ ପରିତ୍ରାଣ ପାଇଁ ପ୍ରଭୁ ଯିଶୁ ଶେଷ ବଳିଦାନ ‘ସମାପ୍ତ’ କଲେ। ବାରମ୍ବାର ପ୍ରତିବର୍ଷ ପାପ କ୍ଷମା ପାଇଁ ବଳିଦାନର ଆବଶ୍ୟକତା ନାହିଁ, ବାଇବେଲ୍‌ କୁହେ ‘ସମସ୍ତଙ୍କ ପାଇଁ ଥରେ ମାତ୍ର ବଳିକୃତ ହେଲେ’।
* ପ୍ରଭୁ ଯିଶୁଙ୍କ ବଳିଦାନରେ ‘ନୂତନ ନିୟମ’ ସ୍ଥାପିତ ହେଲା। ନୂତନ ନିୟମ ସ୍ଥାପନାର୍ଥେ ଜୀବନ ଦେବା ସମାପ୍ତ ହେଲା।
* ମନୁଷ୍ୟ ଈଶ୍ୱରଙ୍କ ନିକଟକୁ ଯିବା ପାଇଁ ଥିବା ସମସ୍ତ ପ୍ରତିବନ୍ଧକ ଓ କଟକଣା ସମାପ୍ତ ହେଲା। ଯେକୌଣସି ବ୍ୟକ୍ତି ଯେକୌଣସି ସମୟରେ ପରମେଶ୍ୱରଙ୍କ ନିକଟକୁ ଯାଇପାରିବେ ଏବଂ ବ୍ୟକ୍ତିଗତ ସମ୍ପର୍କ ରଖିପାରିବେ।
* କିପରି ସମାପ୍ତ ହେଲା?- କ୍ରୂଶୀୟ ମୃତ୍ୟୁରେ ବଳିଦାନ ଦ୍ୱାରା।
* କ୍ରୂଶୀୟ ମୃତ୍ୟୁ କ’ଣ?- ନିର୍ଦ୍ଦୟ ଦୟାଶୂନ୍ୟ ପ୍ରଣାଳୀରେ ହତ୍ୟା। ରୋମୀୟ ଶାସକ ସମୟରେ ଦେଶଦ୍ରୋହୀମାନଙ୍କୁ କ୍ରୂଶାର୍ପିତ କରାଯାଇଥିଲା।
* କାହା ପାଇଁ ସମାପ୍ତ ହେଲା? ଜାତି, ଧର୍ମ, ବର୍ଣ୍ଣ, ଭାଷା ଭୌଗୋଳିକ ସୀମା ନିର୍ବିଶେଷରେ ମନୁଷ୍ୟ ଜାତିର ମୋକ୍ଷ ପରିତ୍ରାଣ ପାଇଁ।
ସମାପ୍ତ ହେଲା ବା ଗ୍ରୀକ୍‌ ଭାଷାରେ ଟିଟିଲିଷ୍ଟାଇ ଅର୍ଥାତ୍‌ ପ୍ରଭୁ ଯିଶୁଙ୍କ ଦ୍ୱାରା ସମସ୍ତ କାର୍ଯ୍ୟ ସମାପ୍ତ ହେଲା। ତାହା ପୁଣି ସବୁଦିନ ପାଇଁ। ଭବିଷ୍ୟତରେ ଆଉ କିଛି କରିବାକୁ କି ଅବା ଦେବାକୁ ପଡ଼ିବ ନାହିଁ। ଶୁଭ ଶୁକ୍ରବାରରେ ବଳିଦାନ ସମାପ୍ତ ହେଲା ଏବଂ କ୍ଷମା ଆରମ୍ଭ ହେଲା। ପ୍ରଭୁ ଯିଶୁ ସମସ୍ତଙ୍କୁ କ୍ଷମା କରନ୍ତି। କ୍ଷମା ଦେଇ ଏବଂ କ୍ଷମା ଗ୍ରହଣ କରି ମଣିଷ ଅନ୍ୟକୁ ଗ୍ରହଣ କରୁ। ଶୁଭ ଶୁକ୍ରବାରରେ କେତେକ ବିଷୟ ସମାପ୍ତ ଓ ପରିପୂର୍ଣ୍ଣ ହେଲା।“
ପ୍ରଭୁ ଯିଶୁଖ୍ରୀଷ୍ଟଙ୍କ କ୍ଷମା ଓ ବଳିଦାନ ଏହି ଶୁଭ ଶୁକ୍ରବାରରେ ପ୍ରେରଣାର ଉତ୍ସ। ପ୍ରଭୁ ଯିଶୁ କହିଲେ, ”ମୁଁ ପୁନରୁତ୍‌ଥାନ୍‌ ଓ ଜୀବନ, ଯେ ମୋଠାରେ ବିଶ୍ୱାସ କରେ, ସେ ଯଦ୍ୟପି ମରେ, ତଥାପି ସେ ବଞ୍ଚିବ।“ ବାଇବେଲ କୁହେ, ”ବଳିଦାନ ମୃତ୍ୟୁ ପରେ ପ୍ରଭୁ ଯିଶୁ କବରରୁ ତିନିଦିନ ପରେ ପୁନରୁତ୍‌ଥିତ ହେଲେ ଏବଂ ଆଜି ଜୀବିତ ଅଛନ୍ତି। ପ୍ରଭୁ ଯିଶୁ ଆଜି, କାଲି ଓ ଚିରକାଳ ସମାନ ଅଟନ୍ତି।“ ସଭିଁଙ୍କ ପାଇଁ ବଳିଦାନ ସମାପ୍ତ: କ୍ଷମା ଆରମ୍ଭ। ଶୁଭ ଶୁକ୍ରବାରରେ ପ୍ରଭୁ ଯିଶୁଖ୍ରୀଷ୍ଟ ସମସ୍ତଙ୍କୁ ଆଶୀର୍ବାଦ କରି କ୍ଷମା, ଶାନ୍ତି ଓ କୋଭିଡ୍‌-୧୯ରୁ ସୁରକ୍ଷା ପ୍ରଦାନ କରନ୍ତୁ।

ହରିଶ ଚନ୍ଦ୍ର ଅରିଶଲ୍ୟ
ମୋ: ୯୪୯୪୭୮୨୭୭୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri