ବଳାତ୍କାରୀ ଶିକ୍ଷକଙ୍କୁ ୨୦ବର୍ଷ ଜେଲ

ଢେଙ୍କାନାଳ ଅଫିସ, ୩।୩-ଢେଙ୍କାନାଳ ପୋକ୍‌ସୋ ଅଦାଲତରେ ସୋମବାର ଏକ ଦୃଷ୍ଟିହୀନ ନାବାଳିକା ବଳାତ୍କାର ମାମଲାର ରାୟ ପ୍ରକାଶ ପାଇଛି। ବିଚାରପତି ରାଜକିଶୋର ମହାପାତ୍ର ଅଭିଯୁକ୍ତ ସ୍କୁଲ ଶିକ୍ଷକ ଜର୍ଜ ଗାଗରାଇଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୨୦ହଜାର ଟଙ୍କା ଜରିମାନା ଏବଂ ଅନାଦାୟସ୍ଥଳେ ଅଧିକ ୧ବର୍ଷ ଜେଲଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ କରିଛନ୍ତି। ପୋକ୍‌ସୋର ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ସୁଲେମାନ ଖଁା ମାମଲା ପରିଚାଳନା କରିଥିଲେ।
ମାମଲାର ବିବରଣୀ ଅନୁଯାୟୀ, କଙ୍କଡ଼ାହାଡ଼ ଥାନା ଅଞ୍ଚଳର ସମ୍ପୃକ୍ତା ୧୫ ବର୍ଷିୟା ଦିବ୍ୟାଙ୍ଗ ନାବାଳିକା ୨୦୧୬ ଅକ୍ଟୋବର ୧୫ରେ ବଳାତ୍କାରର ଶିକାର ହୋଇଥିବା ଅଭିଯୋଗ ହୋଇଥିଲା। ନାବାଳିକା ଜଣକ ଘରେ ଥିବାବେଳେ କେନ୍ଦୁପଡ଼ା ଗ୍ରାମର ଶିକ୍ଷକ ଜର୍ଜ ଗାଗରାଇ ତାଙ୍କୁ ବଳାତ୍କାର କରିଥିଲେ। ନାବାଳିକାଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ରଖିବା ଫଳରେ ସେ ଗର୍ଭବତୀ ହୋଇଥିଲେ। ପୀଡ଼ିତା ଜଣକ ୯ମାସର ଗର୍ଭଧାରଣା କରିବା ପରେ ଘଟଣା ପଦାକୁ ଆସିଥିଲା। ଏହାପରେ ସେ ସମସ୍ତ ଘଟଣା ନିଜ ଭାଇଙ୍କୁ ଜଣାଇଥିଲେ। ଏ ନେଇ କଙ୍କଡ଼ାହାଡ଼ ଥାନାରେ ନଂ. ୪୬/୧୬ରେ ମାମଲା ରୁଜୁ କରାଯାଇଥିଲା। ପୋଲିସ ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ମାମଲାର ସିଟି ସ୍ପେଶାଲ ପୋକ୍‌ସୋ କେସ୍‌ ନଂ. ୫୦/୧୬ର ବିଚାର କରିବା ସହ ସମସ୍ତ ସାକ୍ଷୀଙ୍କ ବୟାନ, ଡାକ୍ତରୀ ରିପୋର୍ଟ ଏବଂ ଦସ୍ତାବିଜ ଆଧାରରେ ଅଦାଲତ ଏହି ରାୟ ଶୁଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସକାଳୁ ନିଆଁବର୍ଷା! ୩୫ ଛୁଇଁଲାଣି ପାରା

ଭୁବନେଶ୍ୱର,୨୦।୪: ଆଜି ବି କଲବଲ କରିବ ତାତି । ସକାଳୁ ଛୁଇଁଲାଣି ୩୫ । ଆଜି ସକାଳ ୮ଟା ସୁଦ୍ଧା ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା...

ରାଜନୀତିରେ ରାଜାରାଣୀ, ଜୋରଦାର ହେବ ଲଢେଇ

ଭୁବନେଶ୍ୱର,୨୦।୪: ୨୦୨୪ ନିର୍ବାଚନରେ ଓଡିଶା ଦେଖିବାକୁ ଯାଉଛି ଭିନ୍ନ ଧରଣର ଲଢେଇ। କାରଣ ଏଥର ରାଜ୍ୟ ରାଜନୀତିକୁ ଏଣ୍ଟ୍ରି ମାରିଛନ୍ତି ରାଜ ପରିବାର। ମଇଦାନରେ ଜନତା...

ମହାନଦୀରେ ଡଙ୍ଗାବୁଡି ଘଟଣା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡ଼ି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ଓ ଅଗ୍ନିଶମ ବାହିନୀ ଗତକାଲି ଠାରୁ ଉଦ୍ଧାର କାର୍ଯ୍ୟ ଜାରି...

ଭୁବନେଶ୍ୱରରେ କାମ ବନ୍ଦ ଘୋଷଣା କଲେ ସଫେଇ କର୍ମଚାରୀ

ଭୁବନେଶ୍ୱର,୨୦।୪: କାମ ବନ୍ଦ କଲେ ସଫେଇ କର୍ମଚାରୀ । ରାଜଧାନୀରେ ଆଉ ସଫେଇ କାମ କରିବେନି ବୋଲି ଘୋଷଣା କରିଛନ୍ତି କର୍ମଚାରୀ। ଭୁବନେଶ୍ୱର ୬୪ ନମ୍ବର...

ଅସହ୍ୟ ହେଲାଣି ପାଓ୍ବାର କଟ୍‌, ବିଦ୍ୟୁତ ବିତରଣ କମ୍ପାନୀକୁ କଡା ନିର୍ଦ୍ଦେଶ ଦେଲେ ସରକାର

ଭୁବନେଶ୍ୱର,୨୦।୪: ଅସହ୍ୟ ଗ୍ରୀଷ୍ମ ସହ ଗୁଳୁଗୁଳି ଭିତରେ ପାୱାର୍‌ କଟ୍‌ ସମସ୍ୟା ପରେ ତତ୍ପର ହୋଇଛନ୍ତି ରାଜ୍ୟ ସରକାର। ଏନେଇ ତୁରନ୍ତ ଦୃଷ୍ଟି ଦେବାକୁ ବିଦ୍ୟୁତ...

ଏବେଠାରୁ କୋହଲା ପାଗ, ଏହିସବୁ ଜିଲାକୁ କାଳବୈଶାଖୀ ବର୍ଷା ଆଲର୍ଟ!

ଭୁବନେଶ୍ୱର,୨୦।୪: ଆଜି ତାତିରୁ ମିଳିପାରେ ଆଶ୍ୱସ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଛି । ବିଶେଷ କରି ବାଲେଶ୍ବର,...

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri