ବଲାଙ୍ଗୀର ଜିଲା: ମାଟ୍ରିକ୍‌ ପରୀକ୍ଷା ପାସ୍‌ହାର ୭୩.୦୮ % , ସିଦ୍ଧାନ୍ତ ରାୟ ଜିଲା ଟପ୍ପର

ବଲାଙ୍ଗୀର ଅଫିସ, ୨୧ା୫: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ୍‌ ପରୀକ୍ଷା ମଙ୍ଗଳବାର ପ୍ରକାଶ ପାଇଛି ା ଜିଲାରେ ପାସ୍‌ହାର ୭୩.୦୮ ପ୍ରତିଶତ ରହିଛି । ଜିଲାର ୩୬୩ ହାଇସ୍କୁଲର ୨୨ହଜାର ୫୫୩ ଜଣ ପରୀକ୍ଷାର୍ଥୀ ୧୫୬ଟି ପରୀକ୍ଷା କେନ୍ଦ୍ରରେ ମାଟ୍ରିକ୍‌ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୧୬୪୬୦ ଜଣ ପରୀକ୍ଷାର୍ଥୀ ପାସ୍‌ କରିଛନ୍ତି । ଏ୧ ଗ୍ରେଡ୍‌ରେ ଜିଲାର ୧୪ ଜଣ ଛାତ୍ରୀଛାତ୍ର ପାସ୍‌ କରିଥିତ୍ବାବେଳେ ଏ ୨ ଗ୍ରେଡ୍‌ରେ ୧୬୩ ଜଣ, ବି ୧ ଗ୍ରେଡ୍‌ରେ ୪୮୧ , ବି୨ ଗ୍ରେଡ୍‌ରେ ୧୨୭୧, ସି ଗ୍ରେଡ୍‌ରେ ୩୧୩୯ , ଡି ଗ୍ରେଡ୍‌ରେ ୫୫୮୯, ଇ ଗ୍ରେଡ୍‌ରେ ୫୮୦୩ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏ୧ ଗ୍ରେଡ୍‌ରେ ଉତ୍ତୀର୍ଣ୍ଣ ହୋଇଥିତ୍ବା ସମସ୍ତ ୧୪ ଜଣ ଯାକ ସରସ୍ବତୀ ଶିଶୁ ମନ୍ଦିରର ଛାତ୍ରୀଛାତ୍ର ବୋଲି ଜଣାପଡିଛି । ଟିଟିଲାଗଡ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଛାତ୍ର ସିଦ୍ଧାନ୍ତ ରାୟ ୯୨.୬୭ ପ୍ରତିଶତ ହାରରେ ୫୫୬ ମାର୍କ ରଖି ଜିଲାରେ ସର୍ବୋଚ୍ଚ ମାର୍କ ରଖିବାର ଗୌରବ ହାସଲ କରିଛନ୍ତି । ସେହି ସ୍କୁଲର ଛାତ୍ରୀ ଋତୁମ୍ଭରା ମହାକୁର ୯୨. ୩୩ ପ୍ରତିଶତ ହାରରେ ୫୫୪ ମାର୍କ ରଖି ଦ୍ୱିତୀୟ, ବଲାଙ୍ଗୀର କଲେଜଛକ ସରସ୍ବତୀ ଶିଶୁ ମନ୍ଦିର ଛାତ୍ରୀ ଋତୁପର୍ଣ୍ଣା ଦାଶ ୯୨.୧୭ ପ୍ରତିଶତ ହାରରେ ୫୫୩ ମାର୍କ ରଖି ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଏହା ସହିତ ବଲାଙ୍ଗୀର କଦମପଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରୀ ପ୍ରଜ୍ଞା ପ୍ରତ୍ୟାଶା ମିଶ୍ର ୫୪୪ ମାର୍କ, କଦମପଡା ଶିଶୁମନ୍ଦିର ଛାତ୍ରୀ ସାଗରିକା ଦାଶ ଓ ସଇଁନ୍ତଲା ସରସ୍ବତୀ ଶିଶୁ ମନ୍ଦିର ଛାତ୍ର ସୌରବ ଖରସେଲ ୫୪୨ ମାର୍କ, କଦମପଡା ଶିଶୁମନ୍ଦିର ଛାତ୍ର ସଂଶିତ ସୁନା ଓ ଲାଠୋର ଶିଶୁମନ୍ଦିର ଛାତ୍ର ଓମ୍‌ ଅଗ୍ରୱାଲ ୫୪୧ ମାର୍କ ରଖିଛନ୍ତି । ବଲାଙ୍ଗୀର କଦମପଡା ଶିଶୁମନ୍ଦିର ଛାତ୍ର ରାଜ୍‌ ପଧାନ, ଇତିଶ୍ରୀ ସାହୁ, ପ୍ରଞ୍ଜିତ ରାୟଗୁରୁ, ପ୍ରିୟଙ୍କା ପୃଷେଠ୍‌, କଲେଜ ଛକ ଶିଶୁ ମନ୍ଦିରର ଅନ୍‌ମୋଲ ମିଶ୍ର, ଟିଟିଲାଗଡ ସରସ୍ବତୀ ଶିଶୁ ମନ୍ଦିରର ନିକି ବେହେରା ୫୪୦ ମାର୍କ ରଖିଥିତ୍ବା ଜଣାପଡିଛି ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀ, ଦିଅର, ଯାଆ ମିଶି ଦେଉଥିଲେ ନିର୍ଯାତନା, କୋର୍ଟ ଶୁଣାଇଲେ ଏଭଳି ଦଣ୍ଡ…

ସମ୍ବଲପୁର,୨୯।୫(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଧମା ଥାନା ଅନ୍ତର୍ଗତ ତେନ୍ତୁଳିକୁର୍ଲା ଗ୍ରାମର ଏକ ବହୁ ଚର୍ଚ୍ଚିତ ବଧୂ ନିର୍ଯାତନା ମାମଲାରେ ସମ୍ବଲପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ…

ପୋଲିସକୁ ବଡ଼ ସଫଳତା: ବିପୁଳ ପରିମାଣର ଗଞ୍ଜେଇ ସହ ବେଆଇନ ବନ୍ଧୁକ-ଗୁଳି ଜବତ

ସମ୍ବଲପୁର,୨୫।୫(ପ୍ରମୋଦ ବହିଦାର):ସମ୍ବଲପୁର ଜିଲା ଚାରମାଳ ଥାନା ପୋଲିସ ଏକ ଆନ୍ତଃରାଜ୍ୟ ଗଞ୍ଜେଇ ଓ ବେଆଇନ ଅସ୍ତ୍ରଶସ୍ତ୍ର ଚାଲାଣର ପର୍ଦ୍ଦାଫାଶ କରିିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା…

ସକାଳୁ ସକାଳୁ ଏନକାଉଣ୍ଟର: କୁଖ୍ୟାତ ଅପରାଧୀଙ୍କ ଗୋଡ଼ରେ ବାଜିଲା ଗୁଳି…

ସମ୍ବଲପୁର, ୧୭।୫ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା  ବୁର୍ଲା ଥାନା ଅଞ୍ଚଳରେ ରବିବାର ଭୋର ସମୟରେ ଏନକାଉଣ୍ଟର ହୋଇଛି। ଜଣେ କୁଖ୍ୟାତ ଅପରାଧୀଙ୍କୁ ଏହି ଏନକାଉଣ୍ଟର ହୋଇଥିବାବେଳେ…

ଦୁର୍ଘଟଣାରେ ମନ୍ଦିର ଝାଁକରଙ୍କ ପରଲୋକ: ଖେଳିଗଲା ଶୋକର ଛାୟା

ସମ୍ବଲପୁର,୧୨।୫(ପ୍ରମୋଦ ବହିଦାର): କିଛିଦିନ ବ୍ୟବଧାନରେ ଭାଲୁପାଲି ଛକରେ ପୁଣି ଦୁର୍ଘଟଣାରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ସୋମବାର ଅପରାହ୍ନରେ ଏକ ବୁଲେଟ ଧକ୍କାରେ ଗୁରୁତର ଆହତ ସମଲେଇ…

ଭ୍ୟାନ୍‌-ବାଇକ ଧକ୍କା: ଚାଲିଗଲା ୨ ଜୀବନ, ଜଣେ ଗୁରତର

କୁଚିଣ୍ଡା,୧୧।୫: ସମ୍ୱଲପୁର ଜିଲା ମହୁଲପାଲି ଥାନା କୁସୁମୀ ପେଟ୍ରୋଲ ପମ୍ପ ନିକଟରେ ଏକ ପିକଅପ୍‌ ଭ୍ୟାନ ଏବଂ ବାଇକ୍‌ ମଧ୍ୟରେ ଧକ୍କା ହୋଇଛି। ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ…

ବୁର୍ଲାରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ

ବୁର୍ଲା,୧୦।୫: ସମ୍ୱଲପୁର ଜିଲା ବୁର୍ଲା ଜଗନ୍ନାଥ ମନ୍ଦିର ନିକଟରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଛି। ପୂର୍ୱ ଶତ୍ରୁତାକୁ ନେଇ ଯୁବକଙ୍କୁ ଆକ୍ରମଣ କରାଯାଇଥିବା ଜଣାପଡିଛି। ଆକ୍ରମଣରେ…

ସ୍କୁଟିକୁ ଧକ୍କାଦେଲା ‘ଆମ ବସ୍‌’

ସମ୍ବଲପୁର,୮ା୫(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲା ଥାନା ଅନ୍ତର୍ଗତ ପିସି ବ୍ରିଜ୍‌ ନିକଟରେ ଜାତୀୟ ରାଜପଥ(୫୩) ଉପରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦୁର୍ଘଟଣାରେ ବୁର୍ଲାର…

ଚଷମା ଦୋକାନରେ ଭୟାବହ ଅଗ୍ନିକାଣ୍ଡ : ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡି ଭଷ୍ମ

ସମ୍ବଲପୁର, ୨୯।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଅଇଁଠାପାଲି ଥାନା ଅନ୍ତର୍ଗତ ବୁଢାରଜାସ୍ଥିତ ଏକ ଜଣାଶୁଣା ତିନି ମହଲା ବିଶିଷ୍ଟ ଚଷମା ସୋରୁମ ‘ଭିଜନ କେୟାର’ରେ ଆଜି ଭୋର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri