ବଲାଙ୍ଗୀର ଜିଲା: ଫେରିବେ ୯୦ ହଜାରରୁ ଊର୍ଦ୍ଧ୍ୱ ପ୍ରବାସୀ ଶ୍ରମିକ

ବଲାଙ୍ଗୀର ଅଫିସ, ୨୬ା୪-   ମେ’ ୩ରେ ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଅବଧି ସରିବ। ଏହାପରେ ଜିଲା ତଥା ରାଜ୍ୟ ବାହାରେ ଥିବା ପ୍ରବାସୀ ଶ୍ରମିକମାନେ ଘରକୁ ଫେରିବେ। ଏହିକ୍ରମରେ ୯୦ ହଜାରରୁ ଊର୍ଦ୍ଧ୍ୱ ପ୍ରବାସୀ ଶ୍ରମିକ ଜିଲାକୁ ଫେରିବେ ବୋଲି ସୂଚନା ମିଳିଛି। ହେଲେ ସମସ୍ତ ପ୍ରବାସୀ ଶ୍ରମିକଙ୍କ ନାମ ପଞ୍ଜୀକରଣ, ସେମାନଙ୍କ ରହିବା, ଖାଇବା ଓ ସଂକ୍ରମିତ ଶ୍ରମିକଙ୍କୁ ଚିହ୍ନଟ କରିବା ପ୍ରଶାସନ ପାଇଁ ବଡ ଚ୍ୟାଲେଞ୍ଜ ହେବ। ଏ ସଂକ୍ରାନ୍ତରେ ଜିଲା ପ୍ରଶାସନ ପକ୍ଷରୁ ସରପଞ୍ଚମାନଙ୍କ ସହିତ ଆଲୋଚନା ପର୍ଯ୍ୟାଲୋଚନା ଚାଲିଛି। ଯଦି କୌଣସି କ୍ଷେତ୍ରରେ ସାମାନ୍ୟ ତ୍ରୁଟି ରହିବ ତାହା ଜିଲା ପାଇଁ ବଡ଼ ବିପଦ ସୃଷ୍ଟି କରିପାରେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
ପଞ୍ଚାୟତସ୍ତରରୁ ମିଳିଥିବା ରିପୋର୍ଟ ଅନୁସାରେ ୮୫ ହଜାରରୁ ଊର୍ଦ୍ଧ୍ୱ ପ୍ରବାସୀ ଶ୍ରମିକ ନିଜ ନିଜ ଗଁାକୁ ଫେରିବେ। ଏହି ସଂଖ୍ୟା ଆହୁରି ବଢ଼ିପାରେ। ଏତେ ସଂଖ୍ୟକ ପ୍ରବାସୀ ଶ୍ରମିକ ଜିଲାକୁ ଫେରିଲେ ସେମାନଙ୍କୁ ପ୍ରଥମେ ୧୪ ଦିନ ପାଇଁ କ୍ୱାରାଣ୍ଟାଇନ୍‌ରେ ରଖାଯିବ। ମାତ୍ର ସମସ୍ତଙ୍କ ପାଇଁ କ୍ୱାରାଣ୍ଟାଇନ୍‌ ବ୍ୟବସ୍ଥା କରିବା ସହଜ କଥା ନୁହେଁ। ଏ ସଂକ୍ରାନ୍ତରେ ଜିଲାପାଳ ଅରିନ୍ଦମ ଡାକୁଆ ଶନିବାର ଭିଡିଓ କନ୍‌ଫରେନ୍ସ ଜରିଆରେ ବିଭିନ୍ନ ବ୍ଳକ୍‌ ଅଫିସରୁ ସରପଞ୍ଚମାନଙ୍କ ସହ ଆଲୋଚନା କରିଛନ୍ତି। ପ୍ରବାସୀ ଶ୍ରମିକଙ୍କ ପଞ୍ଜୀକରଣ, ସେମାନଙ୍କ ରହିବା, ଖାଇବା ସୁବ୍ୟବସ୍ଥା ସହ ସ୍ବାସ୍ଥ୍ୟ ପରୀକ୍ଷା ଓ ଆବଶ୍ୟକ ସେବା ଯୋଗାଇବାକୁ ସେ ଟିକିନିଖି ଆଲୋଚନା କରିଥିବା ଜଣାପଡିଛି। ପୂର୍ବରୁ ରାଜ୍ୟ ସରକାର କରୋନା ସଂକ୍ରମଣ ରୋକିବା ଦିଗରେ ସରପଞ୍ଚମାନଙ୍କ ଭୂମିକାକୁ ଗୁରୁତ୍ୱପୂର୍ଣ୍ଣ କହି ସେମାନଙ୍କୁ ଜିଲାପାଳଙ୍କ କ୍ଷମତା ପ୍ରଦାନ କରିଛନ୍ତି। ଜିଲାର ୧୪ଟି ବ୍ଳକ୍‌ ଅନ୍ତର୍ଗତ ୩୧୭ ଗ୍ରାମ ପଞ୍ଚାୟତ ସରପଞ୍ଚମାନେ ଏଦିଗରେ ନିଜର ଅଙ୍ଗୀକାରବଦ୍ଧତା ପ୍ରଦର୍ଶନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି। ଏସବୁ ସତ୍ତ୍ୱେ କିଛି ସମସ୍ୟା ଜିଲା ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଲକ୍‌ଡାଉନ୍‌ ଅବଧି ପରେ ଯଦି ଗଁାକୁ ପ୍ରବାସୀ ଶ୍ରମିକମାନଙ୍କ ସୁଅ ଛୁଟିବ ତେବେ ସେମାନଙ୍କ ନାମ ପଞ୍ଜୀକରଣ, ରହିବା, ଖାଇବା ସୁବ୍ୟବସ୍ଥା ଓ ସାମାଜିକ ଦୂରତ୍ୱ କେତେ ମାତ୍ରାରେ ପାଳନ ହୋଇପାରିବ ତାହା ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପ୍ରତ୍ୟେକ ପଞ୍ଚାୟତରେ ସରକାର ସର୍ବନିମ୍ନ ୩୦ରୁ ସର୍ବାଧିକ ୧୦୦ ଶଯ୍ୟା ବିଶିଷ୍ଟ କ୍ୱାରାଣ୍ଟାଇନ୍‌ ସେଣ୍ଟର କରିବାକୁ ବ୍ୟବସ୍ଥା କରିଛନ୍ତି। ଯଦି ହଜାର ହଜାର ଶ୍ରମିକ ଗଁାକୁ ଏକା ସଙ୍ଗରେ ଫେରିବେ ତେବେ ସମସ୍ତଙ୍କ ପାଇଁ କ୍ୱାରାଣ୍ଟାଇନ ସେଣ୍ଟର ଯୋଗାଇବା କଷ୍ଟକର ବ୍ୟାପାର ହୋଇପଡିବ ା ଏଭଳି କ୍ଷେତ୍ରରେ ସଂକ୍ରମିତ ବ୍ୟକ୍ତିଙ୍କୁ ବା ସାମାନ୍ୟ ଲକ୍ଷଣ ଥିବା ଶ୍ରମିକଙ୍କୁ ଚିହ୍ନଟ କରି ସେମାନଙ୍କୁ ଅଲଗା ରଖିବା ଆହୁରି ବଡ ଚ୍ୟାଲେଞ୍ଜ ହେବ ା ପ୍ରବାସୀ ଶ୍ରମିକଙ୍କ ସହ ସେମାନଙ୍କ ପରିବାର ସଦସ୍ୟଙ୍କ ମିଳାମିଶା ଯେପରି ନ ହେବ ତାକୁ ସୁନିଶ୍ଚିତ କରିବା ଆହୁରି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି।

ଏନେଇ ଜିଲାପାଳ ଅରିନ୍ଦମ ଡାକୁଆ କହିଛନ୍ତି, ପ୍ରଶାସନ ପକ୍ଷରୁ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ମେମ୍ବରମାନଙ୍କ ସହ ବ୍ୟାପକ ଆଲୋଚନା ଚାଲିଛି ା ସମସ୍ତଙ୍କ ପାଇଁ ସୁବ୍ୟବସ୍ଥା କରାଯିବା ଦିଗରେ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି ା ସୂଚନାଯୋଗ୍ୟ, ଏ ପର୍ଯ୍ୟନ୍ତ ବଲାଙ୍ଗୀର ଜିଲାରେ ଜଣେ ମାତ୍ର କରୋନା ରୋଗୀ ଚିହ୍ନଟ ହୋଇନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ମାଣ କାମ ବେଳେ ଧସିଲା ମାଟି ଅତଡ଼ା

କଟକ,୧୮ା୪(କାର୍ତ୍ତିକ ସାହୁ): ମାଲଗୋଦାମ ଅଞ୍ଚଳରେ ଏକ ନିର୍ମାଣ କାମ ଚାଲୁଥିବା ବେଳେ ମାଟି ଅତଡ଼ା ଧସି ଜଣେ ଶ୍ରମିକ ସେଥିରେ ପୋତି ହୋଇଯାଇଥିଲେ। ଖବର ପାଇ...

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି

କେନ୍ଦୁଝର,୧୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର-ଗୋବର୍ଦ୍ଧନ ମଝିରେ ଥିବା ପେଟ୍ରୋଲପମ୍ପ ଓ ଇଟାଫେକ୍ଟ୍ରି ନିକଟରେ ଏକ(ଓଡି-୩୩-ଏ ଏଫ-୯୯୭୪)ଓକିନାୱା ନାମକ ବ୍ୟାଟେରୀ...

ନିର୍ବାଚନ ପୂର୍ବରୁ ଝଟ୍‌କା: ବିଜେଡି ଛାଡ଼ିଲେ ପୂର୍ବତନ ପୌରାଧ୍ୟକ୍ଷ

ଝାରସୁଗୁଡ଼ା,୧୮ା୪(ସଞ୍ଜୟ ମାଲି): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଟାଉନ ବିଜେଡି ସଭାପତି ତଥା ବେଲପାହାଡ଼ ପୌର ପରିଷଦ ପୂର୍ବତନ ଅଧ୍ୟକ୍ଷ କୈଳାସ ନାଏକ ବିଜେଡି ଛାଡିଥିବା ନେଇ...

ସଡ଼କ ଦୁର୍ଘଟଣାରେ ୨ ମୃତ: ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି କଲେ

ଗୋପାଳପୁର,୧୮।୪(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା କନିସି-ତୁଳୁ ରାସ୍ତା ମଝିରେ ବୁଧବାର ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା l ମୃତକମାନେ ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri