ବର୍ଷେ ପରେ ବି ମୁଣ୍ଡରୁ ହଟିନି ପଲିଥିନ

ପୁରୀ ଅଫିସ,୩।୫: ଠିକ୍‌ ବର୍ଷକ ତଳେ ଛାତି ଥରାଇ ଦେଲାଭଳି ପବନ ଏବଂ ମୁଷଳ ବର୍ଷା ସବୁକିଛି ଉଜାଡ଼ି ଦେଇଥିଲା। ମୁଣ୍ଡଉପରୁ ଛପର ଉଡ଼ାଇ ନେବା ସହ ଅନେକ ପରିବାରକୁ ବେଘର କରିଥିଲା। କୌଣସି ପ୍ରକାରେ ଜୀବନ ବଞ୍ଚତ୍ଗଲା ସିନା ହେଲେ ମାଟିରେ ଲୋଟିଗଲା ହଜାର ହଜାର ଘର। ସେଥିମଧ୍ୟରୁ ଅନେକ ପରିବାର ପଲିଥିନରେ ଘର କରି ମୁଣ୍ଡ ଗୁଞ୍ଜିଥିଲେ। ଭାବିଥିଲେ କିଛିମାସ ପରେ ସ୍ଥିତି ସୁଧୁରିଯିବ। ଘରଭଙ୍ଗା ସହାୟତା ପାଇଲେ ପୁଣି ଘର ଠିଆ କରିବେ। ହେଲେ ଏଯାଏ ସେମାନଙ୍କ ସ୍ବପ୍ନ ପୂରଣ ହୋଇନି। ଅନେକ ବାତ୍ୟା ବିପନ୍ନ ଏବେ ବି ପଲିଥିନ ତଳେ ଜୀବନ କାଟୁଛନ୍ତି। ଏପରି କି ବହୁ ବିପନ୍ନଙ୍କ ପାଖରେ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ଘରଭଙ୍ଗା ସହାୟତା ଏଯାବତ୍‌ ପହଞ୍ଚତ୍ ନାହିଁ। ପ୍ରଶାସନିକ ଅଧିକାରୀଙ୍କୁ ପଚାରିଲେ ଏନେଇ ତଦନ୍ତ ଚାଲିଛି ବୋଲି ଉତ୍ତର ମିଳୁଛି। ଜିଲାର ପ୍ରାୟ ୧୧ଟି ଯାକ ବ୍ଲକ ବାତ୍ୟା ଦ୍ୱାରା ପ୍ରଭାବିତ ହୋଇଥିଲା। ଜିଲାରେ ୨,୭୮,୭୬୨ଟି ବାସଗୃହ କ୍ଷତିଗ୍ରସ୍ତ ହୋଇଛି। ସେଥିମଧ୍ୟରୁ ୭୪ଟି ପକ୍କାଘର, ୮,୯୮୫ଟି କଚ୍ଚା ଘର ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଥିବାବେଳେ ୬,୧୨୭ଟି ପକ୍କାଘର ଏବଂ ୯୮,୫୮୮ କଚ୍ଚାଘର ଅତ୍ୟଧିକ କ୍ଷତିଗ୍ରସ୍ତ ହୋଇଛି। ସେହିପରି ୧,୧୩,୨୮୧ଟି ପକ୍କାଘର, ୪୯,୫୨୯ଟି କଚ୍ଚାଘର ଆଂଶିକ ଭାବେ କ୍ଷୟକ୍ଷତି ହୋଇଥିବା ବେଳେ ୨୧୭୮ଟି କୁଡ଼ିଆ ଏବଂ ୪୪,୩୭୮ଟି ଗୁହାଳ ନଷ୍ଟ ହୋଇଛି। ପକ୍କା କିମ୍ବା କଚ୍ଚାଘର ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲେ ୯୫,୧୦୦ ଟଙ୍କା, ପକ୍କା ଘର ଆଂଶିକ ଭାଙ୍ଗିଥିଲେ ୫,୨୦୦ ଏବଂ କଚା ଘର ଆଂଶିକ ଭାଙ୍ଗିଥିଲେ ୩,୨୦୦ ଟଙ୍କା ଲେଖାଏ ସରକାରୀ ସହାୟତା ପ୍ରଦାନର ବ୍ୟବସ୍ଥା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ): ଅତିରିକ୍ତ ଜିଲା ଦୌରା ଜଜ୍‌(ଏଡିଜେ)-୩ ଡ. ଇନ୍ଦୁ ଶର୍ମା ଶୁକ୍ରବାର ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ...

ପୋଲିସ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଟକ,୧୯ା୪(କାର୍ତ୍ତିକ ସାହୁ): ପୋଲିସ ପରିଚୟ ଦେଇ ଦୁଇ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଦୁଇଜଣଙ୍କଠାରୁ ଦୁର୍ବୃତ୍ତମାନେ ସାଢ଼େ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।...

ଭିଜିଲାନ୍ସ ଜାଲରେ କିରାଣି

ବୌଦ୍ଧ,୧୯ା୪(ଅଜିତ ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ରବୀନ୍ଦ୍ର ନାଥ ପାଢ଼ୀ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବୌଦ୍ଧ...

ପୋଲିସ ଅଧିକାରୀଙ୍କୁ ଭର୍ତ୍ତୃହରିଙ୍କ ଦୁର୍ବ୍ୟବହାର ମାମଲା: କୋର୍ଟରେ ହାଜର ହେଲେ ଅମିତାଭ

କଟକ,୧୯।୪(କାର୍ତ୍ତିକ ସାହୁ): କଟକ ଏମ୍‌ପି ଭର୍ତ୍ତୃହରି ମହତାବ ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା ମାମଲା ପୁଣି ଉଠିଛି। କଟକ ଜେଏମ୍‌ଏଫ୍‌ସି ଅଦାଲତରେ ଶୁକ୍ରବାର ସାକ୍ଷ୍ୟ ଗ୍ରହଣ...

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri