Categories: ଖେଳ

ବର୍ଷା ଯୋଗୁ ଘୁଞ୍ଚିଲା ଦୁଇଦିନ ପରେ ଥିବା ମ୍ୟାଚ୍‌

କରାଚୀ,୨୮।୯: ଦୀର୍ଘ ୧୦ ବର୍ଷ ପରେ ଏଠାକୁ ଅନ୍ତର୍ଜାତୀୟ କ୍ରିକେଟ ଫେରିଛି। ହେଲେ ଟସ୍‌ ପଡ଼ିବା ପୂର୍ବରୁ ମ୍ୟାଚ୍‌ ବାତିଲ ହୋଇଛି। ଅତ୍ୟଧିକ ବର୍ଷା ଯୋଗୁ କେବଳ ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଦିନିକିଆ ମ୍ୟାଚ୍‌ ବାତିଲ ହୋଇ ନାହିଁ। ସିରିଜ୍‌ ଦ୍ୱିତୀୟର ମ୍ୟାଚ୍‌କୁ ମଧ୍ୟ ଘୁଞ୍ଚାଇ ଦିଆଯାଇଛି। ତେବେ ଏଭଳି ଘଟଣା କ୍ରିକେଟ ଇତିହାସରେ ଘଟିଥିବା ନଜରରେ ଆସିନାହିଁ। ପାକିସ୍ତାନ-ଶ୍ରୀଲଙ୍କା ୨ୟ ମ୍ୟାଚ୍‌ ସମାନ ଭେନ୍ୟୁରେ ରବିବାର ଖେଳାଯିବାର କାର୍ଯ୍ୟସୂଚୀ ଥିଲା। କିନ୍ତୁ ଏବେ ତାକୁ ସୋମବାରକୁ ଘୁଞ୍ଚାଇ ଦିଆଯାଇଛି। ଏ ନେଇ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ସୂଚନା ଦିଆଯାଇଛି। ଶ୍ରୀଲଙ୍କା କ୍ରିକେଟ (ଏସ୍‌ଏଲସି) ସହ ପରାମର୍ଶ ପରେ ଏହି ନିଷ୍ପତ୍ତି ନିଆଯାଇଥିବା ପିସିବି ପକ୍ଷରୁ କୁହାଯାଇଛି। ଏଥିଯୋଗୁ ଗ୍ରାଉଣ୍ଡ ଷ୍ଟାଫ କରାଚୀ ଜାତୀୟ ଷ୍ଟାଡିୟମର ଆଉଟ୍‌ ଫିଲ୍ଡକୁ ପ୍ରସ୍ତୁତ କରିବା ପାଇଁ ଯଥେଷ୍ଠ ସମୟ ପାଇବେ। ଚଳିତ ସପ୍ତାହରେ ପ୍ରବଳ ବର୍ଷା ଯୋଗୁ ଆମକୁ କାର୍ଯ୍ୟସୂଚୀରେ ପରିବର୍ତ୍ତନ କରିବାକୁ ପଡ଼ିଲା। ଆମେ ଏସ୍‌ଏଲସି ନିକଟରେ କୃତଜ୍ଞ ବୋଲି ପିସିବି ଡାଇରେକ୍ଟର ଜାକିର ଖାନ କହିଛନ୍ତି।

Share