ବର୍ଷା ଛାଡିଲା, ବଡୁଛି ଦୁର୍ଦଶା; ୧୮ ଗାଁର ୮୯୨ ସ୍ଥାନାନ୍ତରିତ ଲୋକେ ଫେରିଲେ

ଭବାନୀପାଟଣା,୧୫।୮(ଡି.ଏନ.ଏ.) କଳାହାଣ୍ଡି ଜିଲାରେ ଗତ ୭ ତାରିଖ ଲଘୁଚାପଜନିତ ବନ୍ୟାସ୍ଥିତିରୁ ଜନଜୀବନ ସ୍ବାଭାବିକ ହୋଇ ଆସୁଥିବା ବେଳେ ଗତ ୧୧ରୁ ୧୩ ତାରିଖ ଲଗାଣ ଭର୍ଷା ପୁଣି ବେହାଲ କରିଦେଇଛି। ବର୍ତ୍ତମାନ ବନ୍ୟା ପରିସ୍ଥିତି ଧୀରେ ଧୀରେ ସୁଧାର ଆସିବାରେ ଲାଗିଛି। ଜିଲାର ଉତେଇ, ତେଲନଦୀ ସମେତ ଅନ୍ୟାନ୍ୟ ନଦୀରେ ଜଳସ୍ତର ମଧ୍ୟ କମିବାରେ ଲାଗିଛି। ଜିଲାର କର୍ଲାମୁଣ୍ଡା, ମ.ରାମପୁର ବ୍ଲକରେ ସର୍ବାଧିକ କ୍ଷତି ହୋଇଥିବା ସୂଚନା ମିଳୁଛି। ଜିଲାର ୧୦ଟି ପଞ୍ଚାୟତର ୧୮ଟି ଗାଁର ୮୯୨ ଜଣ ବର୍ଷା ପ୍ରଭାବିତଙ୍କୁ ବିଭିନ୍ନ ଆଶ୍ରୟସ୍ଥଳିରେ ଶୁଖା ଖାଦ୍ୟ ଓ ରନ୍ଧାଖାଦ୍ୟ ଦେଇ ଆଶ୍ରୟ ଦିଆଯାଉଥିଲା। ବନ୍ୟାରେ ସୁଧାର ଆସିବା ପରେ ସେମାନଙ୍କୁ ନିଜ ବାସସ୍ଥାନକୁ ଫେରାଇ ଆଣିବା ପ୍ରକ୍ରିୟା ପ୍ରଶାସନ ଆରମ୍ଭ କରିଛି । କର୍ଲାମୁଣ୍ଡା ବ୍ଲକ ସରାବାହିଲି-କର୍ଲାମୁଣ୍ଡା ମୁଖ୍ୟ ରାସ୍ତାରେ ଏକ ପୋଲ ଭାଙ୍ଗିଯିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ସେହିପରି ଲାଞ୍ଜିଗଡ ବ୍ଲକ ଛତ୍ରପୁର-ବାତିଲିମା ମଧ୍ୟରେ ମଧ୍ୟ ଏକ ପୋଲ ଭାଙ୍ଗିଯାଇଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଏହି ଅଞ୍ଚଳରେ ବନ୍ୟାପାଣି ମାଡିଯାଇ ବହୁ ଚାଷଜମି ନଷ୍ଟ ହୋଇଛି। ଜମିରେ ବନ୍ୟାପାଣି ରହିଥିବାରୁ କୌଣସି କ୍ଷୟକ୍ଷତି ଆକଳନ ହୋଇନାହିଁ। ପାଣି କମିବା ପରେ କ୍ଷୟକ୍ଷତି ରିପୋର୍ଟ ସରକାରଙ୍କୁ ପ୍ରଦାନ କରାଯିବ ବୋଲି ଜିଲା ପ୍ରଶାସନ ତରଫରୁ କୁହାଯାଇଛି। ଅନ୍ୟପକ୍ଷରେ ପରିସ୍ଥିତି ମୁକାବିଲା ପାଇଁ ଜିଲା ପ୍ରଶାସନ ସଜାଗ ଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଗତ ୧୨ ତାରିଖରେ କର୍ଲାମୁଣ୍ଡା ବ୍ଲକରେ ଗୋଟିଏ ଦିନରେ ୬୦୮ ମି.ମି. ବର୍ଷା ରେକର୍ଡ କରାଯାଇଛି। ଲଗାଣବର୍ଷା ଜନିତ ବନ୍ୟା ଯୋଗୁ କଳାହାଣ୍ଡି ଜିଲାର ୩ଟି ବ୍ଲକର ୧୮ଟି ଗାଁର ୮୯୨ଜଣ ପାଣି ଘେରରେ ଥିବା ଯୋଗୁ ସେମାନଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ଜିଲାରେ ଲଗାଣ ବର୍ଷାରେ ୩୦୮ଟି ଘର ଭାଙ୍ଗିଥିବା ସରକାରୀ ଭାବେ ରିପୋର୍ଟ ମିଳିଛି। ବର୍ଷା ଛାଡିବା ପରେ ଏହାର ସଂଖ୍ୟା ଆହୁରି ଅଧିକ ହେବ ବୋଲି ଅନୁମାନ କରାଯାଉଛି। କେସିଙ୍ଗା ବ୍ଲକ ତୁଣ୍ଡଲା ନିକଟ ଭୋଇପଡା ନିକଟରେ, ମ. ରାମପୁର ବ୍ଲକ ଗୌଡକେଲା, ଉର୍ଲାଦାନୀଠାରେ ଜାତୀୟ ରାଜପଥ ୫୯ ବର୍ଷାପାଣି ଯୋଗୁ ଯୋଗାଯୋଗ ବ୍ୟାହତ ହୋଇଥିଲା। ସେହିଭଳି ତୁଣ୍ଡଲା-କର୍ଲାମୁଣ୍ଡା, ରାମପୁର-କର୍ଲାମୁଣ୍ଡା, ପଲମ-ବେଲଖଣ୍ଡି, ଯୋରାଡୋବ୍ରା-କର୍ଲାମୁଣ୍ଡା, ରିଷିଡା-ତୁଷରା, ବାଲିପଡା-ରୁପ୍ରାରୋଡ, ନର୍ଲା-ଭୂର୍ତ୍ତିଗତ, ମାଡିଙ୍ଗ-ପାଷ୍ଟିକୁଡି, ନର୍ଲା-ପଲମ, ପାଜିବାହାଲ-ମୋହନଗିରି, ଭବାନୀପାଟଣା-ରାୟଗଡା ସମେତ ବିଭିନ୍ନ ସ୍ଥାନରେ ରାସ୍ତା ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଜାତୀୟ ରାଜପଥ ୨୬ ବଲାଙ୍ଗୀର-ଭବାନୀପାଟଣା ମଧ୍ୟରେ ଯୋଗାଯୋଗ ବ୍ୟାହତ ହୋଇଛି। କଳାହାଣ୍ଡି ଜିଲାର ବହୁ ଛାତ୍ରୀଛାତ୍ର ଓଟିଇଟି ପରୀକ୍ଷା କେନ୍ଦ୍ର ସମ୍ବଲପୁରଠାରେ ଥିବା ଯୋଗୁ ଗାଡି ଭଡା କରି ଯାଉଥିବା ବେଳେ ତରଭା ନିକଟରେ ଫସି ରହିଛନ୍ତି। ଶହଶହ ଛାତ୍ରୀଛାତ୍ର ବନ୍ୟା ପରିସ୍ଥିତି ଯୋଗୁ ପରୀକ୍ଷା ଦେବାରୁ ବଞ୍ଚତ୍ତ ହେଉଥିବା ଜଣାପଡିଛି। ୧୩ ତାରିଖରେ ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲାପାଳ ସମସ୍ତ ସ୍କୁଲ, କଲେଜକୁ ଛୁଟି ଘୋଷଣା କରିଥିଲେ। ଜିଲାପାଳ ଡ. ଗାଭିଲି ପରାଗ ହର୍ଷଦ ସମସ୍ତ ବ୍ଲକ ଅଧିକାରୀମାନଙ୍କୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭବାନୀପାଟଣାରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ: ୩୨ କିଲୋ ବାସି-କୃତ୍ରିମ ରଙ୍ଗଯୁକ୍ତ ଖାଦ୍ୟ ନଷ୍ଟ

ଭବାନୀପାଟଣା,୨୪।୮(ଉତ୍ତମ କୁମାର ଦାଶ): ଆଗକୁ ଆସୁଥିବା ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ଭବାନୀପାଟଣା ସହରର ବିଭିନ୍ନ ସ୍ଥାନରେ ସୋମବାର ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ପୋଲିସ ସହଯୋଗରେ ଚଢ଼ାଉ…

ବାଇକରେ ବୁହାହେଲା ମୃତଦେହ: ଅଭାବନୀୟ ଚିତ୍ରର ଭିଡିଓ ହେଉଛି ଭାଇରାଲ

ବଲାଙ୍ଗୀର,୨୪।୮(ସୁନିଲ କୁମାର ମହାନ୍ତି): ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ସରକାରୀ ହସ୍ପିଟାଲରୁ ଆସିଛି ଅଭାବନୀୟ ଚିତ୍ର। କଣ୍ଟାବାଞ୍ଜି ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଖଇରପଦର ଗାଁର ୧୨ ବର୍ଷୀୟା…

କୁରୁଗୁଡା-ମୁର୍ଲାପଦର ମୁଖ୍ୟ ରାସ୍ତାରେ ୫ଫୁଟ୍‌ର ପାଣି, ଯୋଗାଯୋଗ ବିଛିନ୍ନ

ଜୁନାଗଡ଼, ୨୪ା୮(ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲାରେ ଗତ ଦୁଇଦିନ ଧରି ଲଗାଣ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଏଥିଯୋଗୁ ବିଭିନ୍ନ ନଦୀନାଳରେ ଜଳସ୍ତର ବୃଦ୍ଧି ପାଇଛି।…

ଦିଗପହଣ୍ଡିରେ ଶ୍ରୀଗଣେଶ ପୂଜା ମହୋତ୍ସବ ପାଇଁ ଶୁଭଖୁଣ୍ଟି ସ୍ଥାପନ

ଦିଗପହଣ୍ଡି, ୨୪।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବଜାରସାହି ପୂଜା କମିଟି ପକ୍ଷରୁ ୪୬ତମ ଗଣେଶ ପୂଜା ମହୋତ୍ସବ ନିମନ୍ତେ ସୋମବାର ବଜାର…

ସ୍କୁଲ ଛାତ୍ରୀଛାତ୍ରଙ୍କୁ ନେଉଥିଲେ, ମାଡ଼ି ବସିଲା ପରିବହନ ବିଭାଗ

ବାଙ୍କୀ, ୨୪/୮ (ଶୁଭେନ୍ଦୁ ମହାପାତ୍ର): ଅସୁରକ୍ଷିତ ବସ୍‌ରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଯାତାୟାତ କରାଯାଉଥିବା ଅଭିଯୋଗରେ କଟକ ପରିବହନ ବିଭାଗ ବାଙ୍କୀ ଅଞ୍ଚଳରୁ ୩ଟି ଗାଡ଼ି ଜବତ କରିଛି।…

ମଙ୍ଗଳବାର ପନିପରିବା ମାର୍କେଟ ବନ୍ଦ ଡାକରା ଦେଲା ଉଠାଦୋକାନୀ ସଂଘ: ସମସ୍ୟା ସମାଧାନ ଦାବି

ଛତ୍ରପୁର, ୨୪।୮ (ଦିଲ୍ଲୀପ ସାମଲ) : ଛତ୍ରପୁର ସହରର ସମସ୍ତ ପନିପରିବା ଦୋକାନ ମଙ୍ଗଳବାର ବନ୍ଦ ନିମନ୍ତେ ଡାକରା ଦିଆଯାଇଛି। ଛତ୍ରପୁର ଉଠାଦୋକାନୀ ସଂଘ ପକ୍ଷରୁ ଦୋକାନୀମାନଙ୍କ…

ନିଶାମୁକ୍ତ ଓଡ଼ିଶା ସହ ସାଇବର ସୁରକ୍ଷା: ଛାତ୍ରୀଛାତ୍ରଙ୍କୁ ପୋଲିସର…

ଛତ୍ରପୁର, ୨୪।୮ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁରସ୍ଥିତ ପ୍ରତିଭା ଆବାସିକ ବିଶ୍ୱବିଦ୍ୟାଳୟ ପରିସରରେ ସୋମବାର ‘ନିଶାମୁକ୍ତ ଓଡ଼ିଶା ଅଭିଯାନ’ ସହ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ଏୟାର ବ୍ୟାଗରେ ଗଞ୍ଜେଇ: ବଲାଙ୍ଗୀର ରେଲୱେ ଷ୍ଟେଶନରେ ଅପେକ୍ଷା କରିଥିବା ଯୁବକଙ୍କୁ…

ବଲାଙ୍ଗୀର, ୨୪/୭ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ରେଲୱେ ଷ୍ଟେଶନରୁ ୧୦ କେଜି ଗଞ୍ଜେଇ ରେଲୱେ ସୁରକ୍ଷା ବଳ (ଆରପିଏଫ) ଜବତ କରିଛି। ଏହି ଘଟଣାରେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri