Posted inଫୁରସତ

ବରଫ ଭିତରେ ୬ ମାସ

ବାନ୍ଦୀପୋରା: ଭୌଗୋଳିକ ଅବସ୍ଥିତିକୁ ନେଇ ସର୍ବଦା ବିବାଦୀୟ ଗୁରେଜ୍‌ ଘାଟି। ଭାରତ-ପାକିସ୍ତାନ ଲାଇନ୍‌ ଅଫ୍‌ କଣ୍ଟ୍ରୋଲ (ଏଲ୍‌ଓସି)ର ଦୁଇପାର୍ଶ୍ୱରେ ବିସ୍ତାରିତ ଏହି ବିବାଦୀୟ ଭୂଖଣ୍ଡ ଏବେ ବି ଦୁର୍ଗମ। ୮୦୦୦ ଫୁଟ ଉଚ୍ଚତାରେ ଅବସ୍ଥିତ ଏହି ଅଞ୍ଚଳ ବର୍ଷତମାମ ବରଫରେ ଢାଙ୍କି ହୋଇ ରହୁଥିବାବେଳେ ପାଖାପାଖି ୬ମାସ ବନ୍ଦୀଜୀବନ ବିତାଇଥାନ୍ତି ୪୦ ହଜାର ବାସିନ୍ଦା।
ପାକିସ୍ତାନ ପଟୁ ଆକ୍ରମଣ ଭୟ। ଆତଙ୍କବାଦୀଙ୍କ ଅନୁପ୍ରବେଶ। ବରଫାବୃତ୍ତ ଅଞ୍ଚଳ। ଏପରି ପ୍ରତିକୂଳ ପରିବେଶ ସତ୍ତ୍ୱେ ଗୁରେଜ୍‌ ଘାଟିର ନୈସର୍ଗିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ କିମିଆ କରେ। ଖାସ୍‌ ଏହି କାରଣରୁ ଏହି ଘାଟି ଜାତୀୟ ପର୍ଯ୍ୟଟନର ଦିଗକୁ ପ୍ରଶସ୍ତ କରିଛି। ହେଲେ ଏହି ସ୍ଥାନରେ ପହଞ୍ଚିବା ଏତେ ସହଜ ନୁହେଁ। ଜିଲା ମୁଖ୍ୟାଳୟ ବାନ୍ଦୀପୋରାରୁ ଗୁରେଜ୍‌କୁ ସଂଯୋଗ କରୁଥିବା ୮୬ କି.ମି. ଦୀର୍ଘ ରାସ୍ତା ଅତି ବିପଜ୍ଜନକ। ସମୁଦ୍ର ପତ୍ତନରୁ ହାରାହାରି ସାଢ଼େ ୧୧ ହଜାର ଫୁଟ ଉଚ୍ଚରେ ଥିବା ଘାଟି ରାସ୍ତା ଶୀତଦିନେ ୩୫ ଫୁଟ ଯାଏ ବରଫ ଢାଙ୍କି ହୋଇ ରହିଥାଏ। ଏହି କାରଣରୁ ଗତବର୍ଷ ନଭେମ୍ବରରୁ ବାନ୍ଦୀପୋରା-ଗୁରେଜ୍‌ ରାସ୍ତା ବନ୍ଦ ଥିଲା। ତେବେ ବରଫ ତରଳିବା ପରେ ଗତ ଏପ୍ରିଲ ୧୭ରେ ଏହି ଘାଟି ରାସ୍ତା ଫଟିଛି। ଭାରତ ସୀମା ଭିତରେ ଥିବା ଗୁରେଜ୍‌ ଘାଟିର ପାଖାପାଖି ୪୦ ହଜାର ଭାରତୀୟ ବାସକରନ୍ତି। ଦୀର୍ଘଦିନ ଧରି ମୁଖ୍ୟସ୍ରୋତରୁ ବିଚ୍ଛିନ୍ନ ହୋଇ ରହିବା କାରଣରୁ ମାର୍ଚ୍ଚ ବେଳକୁ ସେଠାରେ ଖାଦ୍ୟ, ଔଷଧ ଭଳି ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ଦେଖାଦେବା ଏକ ସାଧାରଣ କଥା। ତେବେ ରାସ୍ତା ଫିଟିବା ପରେ ଗତ ୨୫ ତାରିଖରୁ ଭାରତ ସରକାରଙ୍କ ପକ୍ଷରୁ ଘାଟିକୁ ଜରୁରୀ ସାମଗ୍ରୀ ଯୋଗାଣ ଆରମ୍ଭ ହୋଇଛି। ଗତ ଦୁଇଦିନ ମଧ୍ୟରେ ଏଲ୍‌ପିଜି ଗ୍ୟାସ୍‌, ଡିଜେଲ, ଫଳ, ପରିବା ଏବଂ ରାଶନ ସାମଗ୍ରୀ ନେଇ ୨୬ ଟ୍ରକ୍‌ ଗୁରେଜ୍‌ରେ ପହଞ୍ଚତ୍ଛି। କେବଳ ଲୋକଙ୍କ ପାଖରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବା ଲାଗି ଏହି ରାସ୍ତା ଖୋଲାଯାଇଛି। କରୋନା ସଂକ୍ରମଣରୁ ଅଞ୍ଚଳକୁ ସୁରକ୍ଷା ଦେବାକୁ ସମ୍ପ୍ରତି ସାଧାରଣ ଲୋକଙ୍କ ଯାତାୟାତ ଉପରେ ପ୍ରତିବନ୍ଧକ ଲଗାଯାଇଛି। ବାନ୍ଦୀପୋରା ଡେପୁଟି କମିଶନର ଅହମ୍ମଦ ମିର୍ଜା କୁହନ୍ତି, ସାମଗ୍ରୀ ନେଉଥିବା ଟ୍ରକ୍‌ଗୁଡ଼ିକୁ ଭଲଭାବେ ସାନିଟାଇଜ୍‌ କରାଯାଉଛି। ଡାକ୍ତରୀ ପରୀକ୍ଷା ପରେ କେବଳ ସ୍ବାସ୍ଥ୍ୟବାନ ଏବଂ ନୀରୋଗ ଟ୍ରକ୍‌ ଚାଳକଙ୍କୁ ଗାଡ଼ି ନେଇ ଯିବାକୁ ଅନୁମତି ଦିଆଯାଉଛି। ଏହି ଦୁର୍ଗମ ଅଞ୍ଚଳକୁ କରୋନା ପ୍ରକୋପରୁ ରକ୍ଷା କରିବାକୁ ସମସ୍ତ ଉଦ୍ୟମ କରାଯାଉଥିବା ସେ କହିଛନ୍ତି। ବାନ୍ଦୀପୋରା-ଗୁରେଜ୍‌ ରାସ୍ତା ଖୋଲିବା ପୂର୍ବରୁ ବାହାରର ପର୍ଯ୍ୟଟକମାନେ ଚାଲିଚାଲି ଗୁରେଜ୍‌ ଘାଟିକୁ ଯିବା ଆରମ୍ଭ କରିଥିଲେ। କରୋନା ଭାଇରସ୍‌ ସଂକ୍ରମଣ ଆଶଙ୍କା କରି ଏପ୍ରିଲ ପ୍ରଥମ ସପ୍ତାହରେ ଏଠାକୁ ଯିବାଲାଗି କଟକଣା ଜାରି କରାଯାଇଛି। ବହିରାଗତଙ୍କ ପ୍ରବେଶ ଘାଟିରେ କରୋନା ସଂକ୍ରମଣର କାରଣ ହୋଇପାରେ। ଏଥିଲାଗି ଅଞ୍ଚଳରେ ପ୍ରବେଶକୁ ନିଷେଧ କରାଯାଇଛି। ଯାଞ୍ଚ୍‌ କଡ଼ାକଡ଼ି କରିବା ଲାଗି ତ୍ରଗ୍‌ବାଲ୍‌ ବିଏସ୍‌ଏଫ୍‌ ୟୁନିଟ୍‌କୁ ମୁତୟନ କରାଯାଇଥିବା ଡେପୁଟି କମିଶନର ମିର୍ଜା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

କଂଗ୍ରେସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଅମିର ଖାନ୍‌

ମୁମ୍ବାଇ,୧୭ା୪:କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଜରିଆରେ ବଲିଉଡ୍‌ ଅଭିନେତା ଆମୀର ଖାନ୍‌ଙ୍କ ପୁରୁଣା ଭିଡିଓକୁ ବ୍ୟବହାର କରାଯାଇ ଭାଜପା ବିରୋଧରେ ଏକ ବିଜ୍ଞାପନ ପ୍ରସ୍ତୁତ କରାଯାଇଛି। ସୋସିଆଲ...

୨.୨୬ ଲକ୍ଷ ଟଙ୍କାରେ ନିଲାମ ହେଲା ଗୋଟିଏ ଅଣ୍ଡା, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୬।୪: ସମସ୍ତେ ଶୁଣିଛନ୍ତି ଯେ ଅଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ, କିନ୍ତୁ ଯେତେବେଳେ ଆପଣ ଜାଣିବେ ଯେ ଗୋଟିଏ ଅଣ୍ଡାର ମୂଲ୍ୟ ଲକ୍ଷ ଲକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri