Posted inଫୁରସତ

ବରଫ ଭିତରେ ୬ ମାସ

ବାନ୍ଦୀପୋରା: ଭୌଗୋଳିକ ଅବସ୍ଥିତିକୁ ନେଇ ସର୍ବଦା ବିବାଦୀୟ ଗୁରେଜ୍‌ ଘାଟି। ଭାରତ-ପାକିସ୍ତାନ ଲାଇନ୍‌ ଅଫ୍‌ କଣ୍ଟ୍ରୋଲ (ଏଲ୍‌ଓସି)ର ଦୁଇପାର୍ଶ୍ୱରେ ବିସ୍ତାରିତ ଏହି ବିବାଦୀୟ ଭୂଖଣ୍ଡ ଏବେ ବି ଦୁର୍ଗମ। ୮୦୦୦ ଫୁଟ ଉଚ୍ଚତାରେ ଅବସ୍ଥିତ ଏହି ଅଞ୍ଚଳ ବର୍ଷତମାମ ବରଫରେ ଢାଙ୍କି ହୋଇ ରହୁଥିବାବେଳେ ପାଖାପାଖି ୬ମାସ ବନ୍ଦୀଜୀବନ ବିତାଇଥାନ୍ତି ୪୦ ହଜାର ବାସିନ୍ଦା।
ପାକିସ୍ତାନ ପଟୁ ଆକ୍ରମଣ ଭୟ। ଆତଙ୍କବାଦୀଙ୍କ ଅନୁପ୍ରବେଶ। ବରଫାବୃତ୍ତ ଅଞ୍ଚଳ। ଏପରି ପ୍ରତିକୂଳ ପରିବେଶ ସତ୍ତ୍ୱେ ଗୁରେଜ୍‌ ଘାଟିର ନୈସର୍ଗିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ କିମିଆ କରେ। ଖାସ୍‌ ଏହି କାରଣରୁ ଏହି ଘାଟି ଜାତୀୟ ପର୍ଯ୍ୟଟନର ଦିଗକୁ ପ୍ରଶସ୍ତ କରିଛି। ହେଲେ ଏହି ସ୍ଥାନରେ ପହଞ୍ଚିବା ଏତେ ସହଜ ନୁହେଁ। ଜିଲା ମୁଖ୍ୟାଳୟ ବାନ୍ଦୀପୋରାରୁ ଗୁରେଜ୍‌କୁ ସଂଯୋଗ କରୁଥିବା ୮୬ କି.ମି. ଦୀର୍ଘ ରାସ୍ତା ଅତି ବିପଜ୍ଜନକ। ସମୁଦ୍ର ପତ୍ତନରୁ ହାରାହାରି ସାଢ଼େ ୧୧ ହଜାର ଫୁଟ ଉଚ୍ଚରେ ଥିବା ଘାଟି ରାସ୍ତା ଶୀତଦିନେ ୩୫ ଫୁଟ ଯାଏ ବରଫ ଢାଙ୍କି ହୋଇ ରହିଥାଏ। ଏହି କାରଣରୁ ଗତବର୍ଷ ନଭେମ୍ବରରୁ ବାନ୍ଦୀପୋରା-ଗୁରେଜ୍‌ ରାସ୍ତା ବନ୍ଦ ଥିଲା। ତେବେ ବରଫ ତରଳିବା ପରେ ଗତ ଏପ୍ରିଲ ୧୭ରେ ଏହି ଘାଟି ରାସ୍ତା ଫଟିଛି। ଭାରତ ସୀମା ଭିତରେ ଥିବା ଗୁରେଜ୍‌ ଘାଟିର ପାଖାପାଖି ୪୦ ହଜାର ଭାରତୀୟ ବାସକରନ୍ତି। ଦୀର୍ଘଦିନ ଧରି ମୁଖ୍ୟସ୍ରୋତରୁ ବିଚ୍ଛିନ୍ନ ହୋଇ ରହିବା କାରଣରୁ ମାର୍ଚ୍ଚ ବେଳକୁ ସେଠାରେ ଖାଦ୍ୟ, ଔଷଧ ଭଳି ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ଦେଖାଦେବା ଏକ ସାଧାରଣ କଥା। ତେବେ ରାସ୍ତା ଫିଟିବା ପରେ ଗତ ୨୫ ତାରିଖରୁ ଭାରତ ସରକାରଙ୍କ ପକ୍ଷରୁ ଘାଟିକୁ ଜରୁରୀ ସାମଗ୍ରୀ ଯୋଗାଣ ଆରମ୍ଭ ହୋଇଛି। ଗତ ଦୁଇଦିନ ମଧ୍ୟରେ ଏଲ୍‌ପିଜି ଗ୍ୟାସ୍‌, ଡିଜେଲ, ଫଳ, ପରିବା ଏବଂ ରାଶନ ସାମଗ୍ରୀ ନେଇ ୨୬ ଟ୍ରକ୍‌ ଗୁରେଜ୍‌ରେ ପହଞ୍ଚତ୍ଛି। କେବଳ ଲୋକଙ୍କ ପାଖରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବା ଲାଗି ଏହି ରାସ୍ତା ଖୋଲାଯାଇଛି। କରୋନା ସଂକ୍ରମଣରୁ ଅଞ୍ଚଳକୁ ସୁରକ୍ଷା ଦେବାକୁ ସମ୍ପ୍ରତି ସାଧାରଣ ଲୋକଙ୍କ ଯାତାୟାତ ଉପରେ ପ୍ରତିବନ୍ଧକ ଲଗାଯାଇଛି। ବାନ୍ଦୀପୋରା ଡେପୁଟି କମିଶନର ଅହମ୍ମଦ ମିର୍ଜା କୁହନ୍ତି, ସାମଗ୍ରୀ ନେଉଥିବା ଟ୍ରକ୍‌ଗୁଡ଼ିକୁ ଭଲଭାବେ ସାନିଟାଇଜ୍‌ କରାଯାଉଛି। ଡାକ୍ତରୀ ପରୀକ୍ଷା ପରେ କେବଳ ସ୍ବାସ୍ଥ୍ୟବାନ ଏବଂ ନୀରୋଗ ଟ୍ରକ୍‌ ଚାଳକଙ୍କୁ ଗାଡ଼ି ନେଇ ଯିବାକୁ ଅନୁମତି ଦିଆଯାଉଛି। ଏହି ଦୁର୍ଗମ ଅଞ୍ଚଳକୁ କରୋନା ପ୍ରକୋପରୁ ରକ୍ଷା କରିବାକୁ ସମସ୍ତ ଉଦ୍ୟମ କରାଯାଉଥିବା ସେ କହିଛନ୍ତି। ବାନ୍ଦୀପୋରା-ଗୁରେଜ୍‌ ରାସ୍ତା ଖୋଲିବା ପୂର୍ବରୁ ବାହାରର ପର୍ଯ୍ୟଟକମାନେ ଚାଲିଚାଲି ଗୁରେଜ୍‌ ଘାଟିକୁ ଯିବା ଆରମ୍ଭ କରିଥିଲେ। କରୋନା ଭାଇରସ୍‌ ସଂକ୍ରମଣ ଆଶଙ୍କା କରି ଏପ୍ରିଲ ପ୍ରଥମ ସପ୍ତାହରେ ଏଠାକୁ ଯିବାଲାଗି କଟକଣା ଜାରି କରାଯାଇଛି। ବହିରାଗତଙ୍କ ପ୍ରବେଶ ଘାଟିରେ କରୋନା ସଂକ୍ରମଣର କାରଣ ହୋଇପାରେ। ଏଥିଲାଗି ଅଞ୍ଚଳରେ ପ୍ରବେଶକୁ ନିଷେଧ କରାଯାଇଛି। ଯାଞ୍ଚ୍‌ କଡ଼ାକଡ଼ି କରିବା ଲାଗି ତ୍ରଗ୍‌ବାଲ୍‌ ବିଏସ୍‌ଏଫ୍‌ ୟୁନିଟ୍‌କୁ ମୁତୟନ କରାଯାଇଥିବା ଡେପୁଟି କମିଶନର ମିର୍ଜା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଛରେ ପିଟିହେଲା ବାଇକ: ଚାଲିଗଲା ୨ ଜୀବନ

ଅତାବିରା, ୭।୯(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧିନସ୍ଥ କାଦୋବାହାଲରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ବାଇକ…

ମୋବାଇଲ ଦେଖୁଥିଲେ ରାଜକୁମାର, ହଠାତ୍‌ ଘରେ ପଶିଲେ ଚୋର: ଆଉ ତା’ପରେ ଘଟିଲା…

ମାର୍ଶାଘାଇ,୭।୯(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଗରଜଙ୍ଗା ଗ୍ରାମରେ ଏକ ବଡ଼ଧରଣର ଲୁଟ ଘଟଣା ଘଟିଛି। ଚାରିଜଣ ମୁଖାପିନ୍ଧା ଦୁର୍ବୃତ୍ତ ଘରେ ପଶି ଦମ୍ପତିଙ୍କ…

କୈଶବ ବିହାରୀଙ୍କୁ ମିଳିଲା ବଡ଼ ଦାୟିତ୍ୱ: କଳାହାଣ୍ଡିରେ ଖୁସିର ଲହରୀ

ଭବାନୀପାଟଣା,୭।୯(ଉତ୍ତମ କୁମାର ଦାଶ):ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ବିଭାଗ ପକ୍ଷରୁ ରବିବାର ରାଷ୍ଟ୍ରୀୟ ସଫେଇ କର୍ମଚାରୀ ଆୟୋଗ (ଏନସିଏସକେ)ର ଅଧ୍ୟକ୍ଷ, ଉପାଧ୍ୟକ୍ଷ ଏବଂ ସଦସ୍ୟମାନଙ୍କୁ…

ରାଜ୍ୟ କ୍ୟାବିନେଟ୍‌ରେ ବଡ଼ ଘୋଷଣା: ପେନସନ୍‌ ବିଳମ୍ବ ହେଲେ ମିଳିବ ସୁଧ

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବକୁ ମିଳିଲା ରାଜ୍ୟ କ୍ୟାବିନେଟ୍‌ର ଅନୁମୋଦନ। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

୨୦ ବର୍ଷ ସଶ୍ରମ କାରାଦଣ୍ଡ ଭୋଗୁଥିବା କଏଦୀ ଫେରାର୍‌: ସୁରକ୍ଷାକର୍ମୀଙ୍କୁ ଚକ୍‌ମା ଦେଖାଇ…

ନୂଆପଡ଼ା,୭ା୯ (ମକାରୁ ବେମାଲ):ନୂଆପଡ଼ା ଉପକାରାଗାରରୁ ସୋମବାର ଜଣେ କଏଦୀ ଫେରାର ହୋଇଯାଇଛନ୍ତି। ସେ ହେଲେ ସିନାପାଲି ଥାନା କେନ୍ଦୁମୁଣ୍ଡା ପଞ୍ଚାୟତ କାନ୍ଦୁଲକୋନା ଗଁାର ବିଶ୍ୱବିହାରୀ ମାଝି (୩୦)।…

ଆରଆଇ କାର୍ଯ୍ୟାଳୟରେ ତାଲା: ପଲିଥିନ୍‌ରୁ ବଞ୍ଚିତ ବନ୍ୟା ପ୍ରଭାବିତ

ହାଟଡିହୀ/ଛେନାପଦୀ, ୭।୯ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା):କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନ ସମଣା ରାଜସ୍ବ ନିରୀକ୍ଷକ (ଆରଆଇ) କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ତାଲା ଝୁଲୁଥିବା ଅଭିଯୋଗ ହୋଇଛି।…

୧୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର: ଏହିସବୁ ଉପରେ ବଡ଼ ଘୋଷଣା

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

ପଶ୍ଚିମବଙ୍ଗରେ ହେବ ଖେଳ! ଯେଉଁଠାରୁ ହାରିଥିଲେ, ସେଠାରୁ ପୁଣି ନିର୍ବାଚନ ଲଢିବେ ଦିଦି? ଆସିଲା ବଡ଼ ଖବର

କୋଲକାତା,୭।୯: ପଶ୍ଚିମବଙ୍ଗର ଦୁଇଟି ବିଧାନସଭା ଆସନ ନନ୍ଦୀଗ୍ରାମ ଓ ରେଜିନଗର ପାଇଁ ଉପନିର୍ବାଚନ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ (ECI)। ସୋମବାର ଘୋଷିତ କାର୍ଯ୍ୟସୂଚୀ ଅନୁଯାୟୀ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri