ବରଗଡ଼ରେ ପୋଲିସ ମହାନିର୍ଦ୍ଦେଶକ, ପରଖିଲେ ଲକ୍‌ଡାଉନ୍‌ ସ୍ଥିତି

ବରଗଡ଼ ଅଫିସ,୩୦।୪- ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ ଗୁରୁବାର ବରଗଡ଼ ଜିଲା ଗସ୍ତରେ ଆସିଛନ୍ତି। ଅପରାହ୍ନ ପ୍ରାୟ ୧ଟାରେ ସେ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସହିତ ବରଗଡ଼ ରିଜର୍ଭ ପୋଲିସ ପଡ଼ିଆରେ ସେ ଓହ୍ଲାଇଥିଲେ। ସେଠାରୁ ଜିଲାର ବିଭିନ୍ନ ଅଞ୍ଚଳ ଯାଇ ପୋଲିସ ମହାନିର୍ଦ୍ଦେଶକ ଜିଲାରେ କରୋନା ଭୂତାଣୁ(କୋଭିଡ-୧୯) ସଂକ୍ରମଣ ପ୍ରତିହତ ପାଇଁ ନିଆଯାଇଥିବା ପଦକ୍ଷେପ ତଥା ଲକ୍‌ ଡାଉନ୍‌ କଟକଣା ସ୍ଥିତି ଅନୁଧ୍ୟାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉତ୍ତରାଞ୍ଚଳ ଡିଆଇଜି ହିମାଂଶୁ ଲାଲ, ବରଗଡ଼ ଏସ୍‌ପି ପଦ୍ମିନୀ ସାହୁ, ଅତିରିକ୍ତ ଏସ୍‌ପି ଅମରେନ୍ଦ୍ର ରଣା ପ୍ରମୁଖ ଉପସ୍ଥିତ ଥିଲେ।