ବନ୍ଧୁକରେ ରୋମାନ୍ସ, ଫୁଟିଲା ଗୁଳି

ଭୁବନେଶ୍ୱର, ୧୧ା୨(ବ୍ୟୁରେ): ପ୍ରେମିକାଙ୍କ ଶରୀରରେ ବନ୍ଧୁକ ଲଗାଇ ରୋମାନ୍ସ କରୁଥିଲେ ପ୍ରେମିକ। ଅଜାଣତରେ ଦବି ହୋଇଯାଇଥିଲା ଟ୍ରିଗର। ବନ୍ଧୁକର ଗୋଟିଏ ଗୁଳି ପ୍ରେମିକାଙ୍କ ଜଙ୍ଘରୁ ବାହାରି ଗୋଡ଼ର ଅନ୍ୟ ଏକ ଅଂଶରେ ପଶିଯାଇଥିଲା। ପ୍ରେମିକ ଜଣକ ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିବା ପରେ ଘଟଣା ପଦାକୁ ଆସିଛି। ପ୍ରେମିକାଙ୍କ ସହ ଖେଳୁ ଖେଳୁ ଏଭଳି ଦୁର୍ଘଟଣା ଘଟିଲା ବୋଲି ପ୍ରେମିକ ଜଣକ କହିଥିବା ଡିସିପି ଅନୁପ କୁମାର ସାହୁ ଗଣମାଧ୍ୟମକୁ କହିଛନ୍ତି।
ଇନ୍‌ଫୋସିଟି ଥାନା ଅନ୍ତର୍ଗତ କାନନବିହାରସ୍ଥିତ ବଜରଙ୍ଗବିହାରରେ ସୋମବାର ମଧ୍ୟାହ୍ନରେ ଘଟିଥିବା ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ପୋଲିସ ନିଜ ଆଡୁ ଆଇପିସି ଦଫା ୩୦୭ ଓ ୨୭ ଆମର୍‌ସ ଆକ୍ଟରେ ଏକ ମାମଲା (ନଂ-୨୨/୨୦) ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତ ପରେ ଗୁଳିମାଡ଼ କରିଥିବା ପ୍ରେମିକ ତଥା ଯୁବତୀଙ୍କ ପୁରୁଷ ବନ୍ଧୁଙ୍କୁ ଗିରଫ କରାଯାଇଛି। ସେ ହେଲେ ଜଗତ୍‌ସିଂହପୁର ଜିଲା ଏରସମା ଅଞ୍ଚଳର ଆଶିଷ କୁମାର ନାୟକ। ସେ ଭୁବନେଶ୍ୱରର ଏକ ସରକାରୀ କଲେଜରେ ଯୁକ୍ତ୩ରେ ପଢ଼ୁଥିବା କହୁଥିବାବେଳେ ପୋଲିସ ଏହାର ସତ୍ୟାସତ୍ୟ ଯାଞ୍ଚ କରୁଛି। ମଙ୍ଗଳବାର ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଥାନାଧିକାରୀ ବିଶ୍ୱଜିତ୍‌ ମହାନ୍ତି କହିଛନ୍ତି। ତେବେ ଗୁଳିମାଡ଼ ପରେ ମୁଣ୍ଡ କିଛି କାମ ନ କରିବାରୁ ବନ୍ଧୁକ ଫିଙ୍ଗି ଦେଇଥିବା ଆଶିଷ ପୋଲିସକୁ କହିଥିଲେ। ଏହାପରେ ଏକ ଟିମ୍‌ ତାଙ୍କୁ ଧରି ଫିଙ୍ଗିଥିବା ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ବନ୍ଧୁକ ମିଳିପାରିନି। ଫଳରେ ଘଟଣାକୁ ନେଇ ରହସ୍ୟ ସୃଷ୍ଟି ହୋଇଥିବାବେଳେ ପୋଲିସର ଚିନ୍ତା ବଢ଼ିଛି। ଡିସିପି ସାହୁ, ଜୋନ୍‌ ଏସିପି ତରୁଣ କୁମାର ଦାସ ଓ ଥାନାଧିକାରୀ ମହାନ୍ତି ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ କରିଛନ୍ତି। ଏପଟେ ଦୀର୍ଘ ସମୟ ଅସ୍ତ୍ରୋପଚାର ପରେ ଯୁବତୀଙ୍କ ଗୋଡ଼ରୁ ଗୁଳି ବାହାରିଛି। ଯୁବତୀ ଜଣକ ସୁସ୍ଥ ଥିବାବେଳେ ଚିକିତ୍ସା ପାଇଁ କମିଶନରେଟ ପୋଲିସ ପାଣ୍ଠିରୁ ତାଙ୍କୁ ୨୫ହଜାର ଟଙ୍କା ଦିଆଯାଇଥିବା ଡିସିପି ଟୁଇଟ୍‌ କରି ଜଣାଇଛନ୍ତି।
ଥାନା ଅଧିକାରୀ ମହାନ୍ତି କହିଛନ୍ତି, ଆହତ ଯୁବତୀଙ୍କ ଘର ବାଲେଶ୍ୱର ହୋଇଥିବାବେଳେ ସେ ଦୁଇବର୍ଷ ହେବ ଭୁବନେଶ୍ୱର ଆସି ଏକ ଘରୋଇ କଲେଜରେ ଫ୍ୟାଶନ ଡିଜାଇନ୍‌ ପାଠ ପଢୁଥିଲେ। ଏହି ସମୟରେ ଆଶିଷଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଦୁହେଁ ବଜରଙ୍ଗବିହାରରେ ଏକ ଫ୍ଲାଟ୍‌ରେ ଘରଭଡ଼ା ନେଇ ଲିଭ୍‌ ଇନ୍‌ ରିଲେଶନଶିପ୍‌ରେ ରହୁଥିଲେ। ଯୁବତୀଙ୍କ ଜଙ୍ଘ ଉପରେ ବନ୍ଧୁକ ଚଲାଇ ରେମାନ୍ସ କରୁଥିବା ସମୟରେ ଗୁଳି ଫୁଟି ଯାଇଥିଲା ବୋଲି ଅଭିଯୁକ୍ତ ଆଶିଷ ସ୍ବୀକାର କରିଥିବା ଥାନାଧିକାରୀ କହିଛନ୍ତି। ତେବେ ଗୁଳି ପଶିଯିବା ପରେ ଯୁବତୀଙ୍କ ଜଙ୍ଘରୁ ପ୍ରଚୁର ରକ୍ତସ୍ରାବ ହୋଇଥିଲା। ଫ୍ଲାଟ୍‌ରୁ ତାଙ୍କୁ ଗାଡ଼ିକୁ ନେବା ପର୍ଯ୍ୟନ୍ତ ରକ୍ତଛିଟା ତଳେ ପଡିଥିବା ତଦନ୍ତବେଳେ ଦେଖିବାକୁ ମିିଳିଥିଲା। ଆଶିଷଙ୍କ ନାମରେ ବୋମା ମାଡ଼ ସହ ବହୁ ମାମଲା ରହିଛି। ସମସ୍ତ ଘଟଣାର ତଦନ୍ତ କରାଯାଉଥିବା ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଟକରେ ଚାଞ୍ଚଲ୍ୟ: ଘରୋଇ କଲେଜରୁ ମିଳିଲା ଛାତ୍ରଙ୍କ ଝୁଲନ୍ତା ମୃତଦେହ

କଟକ,୯।୯(ପ୍ରଭୁ କଲ୍ୟାଣ ପାଲ୍‌): କଟକର ସିଡିଏ ଅଞ୍ଚଳରେ ଚାଞ୍ଚଲ୍ୟ। ଏକ ଘରୋଇ କଲେଜରେ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ଝୁଲନ୍ତା ଅବସ୍ଥାରେ ମିଳିଛି ଛାତ୍ରଙ୍କ ମୃତଦେହ। ସିଡିଏ…

ଦୁନିଆର ସବୁଠୁ ଧନୀ ପ୍ରଧାନମନ୍ତ୍ରୀ ଜାଣନ୍ତୁ କିଏ? ଟ୍ରମ୍ପଙ୍କଠାରୁ ୭ ଗୁଣ ଅଧିକ ଦରମା

ନୂଆଦିଲ୍ଲୀ, ୯।୯: ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲରେନ୍ସ ୱଙ୍ଗଙ୍କ ଦରମା ଏବେ ପୁଣି ବଢ଼ିବାକୁ ଯାଉଛି। ଏହି ବୃଦ୍ଧି ପରେ ସେ ବିଶ୍ୱର ସର୍ବାଧିକ ଦରମା ପାଉଥିବା ସରକାରୀ…

ସିକନ୍ଦରାବାଦରୁ ଓଡ଼ିଆ ଶ୍ରମିକ ନିଖୋଜ: ସୁପରଫାଷ୍ଟ ଟ୍ରେନରେ ଗାଁକୁ ଫେରୁଥିବାବେଳେ ବାଟରୁ ଉଭାନ୍‌

ଦିଗପହଣ୍ଡି,୯।୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ନନ୍ଦ ଗାଁ ର ସମୀର ଗୌଡ଼(୨୬) ଦାଦନ ଶ୍ରମିକ ଭାବେ ମହାରାଷ୍ଟ୍ରର ପୁଣେ ନିକଟ…

ଗ୍ରହଙ୍କ ରାଜା ସୂର୍ଯ୍ୟଙ୍କ ବଡ଼ ପରିବର୍ତ୍ତନ: ୪ ରାଶି ହେବେ ମାଲାମାଲ, ୪ ରାଶିଙ୍କୁ କରିଦେବେ କାଙ୍ଗାଳ!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ଗ୍ରହମାନଙ୍କ ରାଜା ବୋଲି କୁହାଯାଏ। ଆତ୍ମବିଶ୍ୱାସ, ମାନ-ସମ୍ମାନ, ଯଶ, ପଦ ଓ ପ୍ରତିଷ୍ଠାର କାରକ ଭାବେ ସୂର୍ଯ୍ୟଙ୍କୁ ବିବେଚନା କରାଯାଏ। ତେଣୁ…

୧୮ ସେପ୍ଟେମ୍ବର ଭିତରେ ଏହି ୩ ରାଶିଙ୍କର ହେବ ବଡ଼ ଚମତ୍କାର: କର୍କଟ ରାଶିରେ ପ୍ରବେଶ କରିବା ପୂର୍ବରୁ ନୂଆ ସୁଯୋଗ ଦେଇଯିବେ ମଙ୍ଗଳ

ଭୁବନେଶ୍ୱର: ବର୍ତ୍ତମାନ ମଙ୍ଗଳ ମିଥୁନ ରାଶିରେ ବିରାଜମାନ ଅଛନ୍ତି। ଖୁବଶୀଘ୍ର ମଙ୍ଗଳ ନିଜ ରାଶି ପରିବର୍ତ୍ତନ କରିବେ। ଜ୍ୟୋତିଷ ଗଣନା ଅନୁଯାୟୀ, ୧୮ ସେପ୍ଟେମ୍ବର ୨୦୨୬, ଶୁକ୍ରବାର…

ଇରାନର ୫ ଜାହାଜ ଧ୍ୱଂସ କଲା ଆମେରିକା: ବଢିଲା ଉତ୍ତେଜନା

ନୂଆଦିଲ୍ଲୀ,୯।୯: ଆମେରିକା ଏବଂ ଇରାନ ମଧ୍ୟରେ ପୁଣି ଥରେ ଉତ୍ତେଜନା ବୃଦ୍ଧି ପାଇଛି। ଆମେରିକୀୟ କେନ୍ଦ୍ରୀୟ କମାଣ୍ଡ (CENTCOM) ଅନୁଯାୟୀ, ଇରାନର ଇସଲାମିକ ରିଭଲ୍ୟୁସନାରୀ ଗାର୍ଡ କର୍ପସ…

ଓଭରବ୍ରିଜ ନିର୍ମାଣ ଦାବି: ଗମନାଗମନରେ ଲୋକେ ହେଉଛନ୍ତି ହନ୍ତସନ୍ତ

କେସିଙ୍ଗା,୯।୯(ତୁମେଶ୍ୱର ସାହୁ): ସମ୍ବଲପୁର ରେଳ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଳ ଷ୍ଟେଶନଠାରୁ ପ୍ରାୟ ୩ କିଲୋମିଟର ଦୂରରେ ଥିବା ଡୁମେରମୁଣ୍ଡା ଗ୍ରାମ ଦେଇ କେସିଙ୍ଗା ସହରକୁ ଯାଇଥିବା…

ଧୁରନ୍ଧରକୁ ପଛରେ ପକାଇଲା ଫିଲ୍ମ ‘ହନୁମାନ ଅଂଶ’

ମୁମ୍ବାଇ: ଆଧ୍ୟାତ୍ମିକ ଗୁରୁ ନୀମ କରୋଲି ବାବାଙ୍କ ଜୀବନ ଏବଂ ଶିକ୍ଷା ଉପରେ ଆଧାରିତ ଫିଲ୍ମ ‘ହନୁମାନ ଅଂଶ’ ବକ୍ସ ଅଫିସରେ ୧୫୦ କୋଟିରୁ ଅଧିକ ଟଙ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri