ବଦଳିପାରେ ଏଟିଏମ୍‌ରୁ ଟଙ୍କା କାଢ଼ିବା ନିୟମ; ଦୁଇଟି ଉଠାଣ ମଧ୍ୟରେ ୬-୧୨ ଘଣ୍ଟା ସମୟ ଧାର୍ଯ୍ୟ ବିଚାର

ନୂଆଦିଲ୍ଲୀ,୨୮-୮: ଏଟିଏମ୍‌ରୁ ଟଙ୍କା ଉଠାଇବା ଆଜି ସାଧାରଣ ଘଟଣା ହୋଇଗଲାଣି। ତେବେ ଏହା ସାଙ୍ଗକୁ ଏଟିଏମ୍‌ ଠକାମୀ ମଧ୍ୟ ସେହି ଅନୁପାତରେ ବଢ଼ିବାରେ ଲାଗିଛି। ଗ୍ରାହକଙ୍କୁ ଏଥିରୁ ରକ୍ଷା କରିବା ଲାଗି ଦିଲ୍ଲୀ ଷ୍ଟେଟ୍‌ ଲେଭଲ ବ୍ୟାଙ୍କର୍ସ କମିଟି(ଏସ୍‌ଏ୍‌ଲବିସି) କେତେକ ପରାମର୍ଶ ଦେଇଛି। ଏହାକୁ ସରକାରଙ୍କ ଅନୁମୋଦନ ମିଳିଗଲେ ବ୍ୟାଙ୍କ ଗ୍ରାହକଙ୍କ ଉପରେ ଏହାର ସିଧାସଳଖ ପ୍ରଭାବ ପଡିବ। ଦୁଇଟି ଏଟିଏମ୍‌ ଟ୍ରାଞ୍ଜାକ୍‌ଶନ ମଧ୍ୟରେ ୬ରୁ ୧୨ ଘଣ୍ଟା ସମୟ ହେବା ଜରୁରୀ ବୋଲି ଏସ୍‌ଏଲ୍‌ବିସି ପକ୍ଷରୁ ଦିଆଯାଇଥିବା ପରାମର୍ଶରେ କୁହାଯାଇଛି। ଅର୍ଥାତ୍‌ ଥରେ ଏଟିଏମ୍‌ରୁ ଟଙ୍କା କାଢ଼ିବା ପରେ ନିର୍ଦ୍ଧାରିତ ସମୟ ପୂର୍ବରୁ ପୁନର୍ବାର ଟଙ୍କା ଉଠାଇ ପାରିବେ ନାହିଁ। ଏହି ଯୋଜନା ସମ୍ପର୍କରେ ଗତ ସପ୍ତାହରେ ୧୮ ବ୍ୟାଙ୍କର ଶୀର୍ଷ ଅଧିକାରୀଙ୍କ ସହ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହାଛଡ଼ା ବ୍ୟାଙ୍କଗୁଡ଼ିକୁ ଆହୁରି କେତେକ ପରାମର୍ଶ ଦିଆଯାଇଛି। ଅନଧିକୃତ ରୂପରେ ଟଙ୍କା କାଢ଼ିବା ଲାଗି ଉଦ୍ୟମ କରାଗଲେ ଆକାଉଣ୍ଟଧାରୀଙ୍କୁ ଆଲର୍ଟ କରିବାକୁ ଯାଇ ଓଟିପି(ଓ୍ବାନ୍‌ ଟାଇମ୍‌ ପାସ୍‌ଓ୍ବର୍ଡ) ପଠାଯିବ। ଏହାବ୍ୟତୀତ ଏଟିଏମ୍‌ ଲାଗି ସେଣ୍ଟ୍ରାଲାଇଜ୍‌ଡ ମନିଟରିଂ ସିଷ୍ଟମ ଲାଗୁ କରିବାକୁ ପରାମର୍ଶ ଦିଆଯାଇଛି। ସୂଚନାଥାଉ କି, ଏହି ବ୍ୟବସ୍ଥାକୁ ଓବିସି ବ୍ୟାଙ୍କ, ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ, ପିଏନ୍‌ବି, ଆଇଡିବିଆଇ ବ୍ୟାଙ୍କ ଏବଂ କାନାରା ବ୍ୟାଙ୍କ ପୂର୍ବରୁ ଲାଗୁ କରିସାରିଲେଣି। ଏ ସମ୍ପର୍କରେ ମତପ୍ରକାଶ କରି ଦିଲ୍ଲୀ ଏସ୍‌ଏଲ୍‌ବିସିର ସଂଯୋଜକ ତଥା ଓରିଏଣ୍ଟାଲ ବ୍ୟାଙ୍କ ଅଫ୍‌ କମର୍ସ ଏମ୍‌ଡି ତଥା ସିଇଓ ମୁକେଶ କୁମାର ଜୈନ କହିଛନ୍ତି ଯେ, ଏଟିଏମ୍‌ରେ ହେଉଥିବା ଅଧିକାଂଶ ଠକାମୀ ଅର୍ଦ୍ଧରାତ୍ରିରୁ ପାହାନ୍ତିଆ ସମୟରେ ହୋଇଥାଏ। ଏହି କାରଣରୁ ଏଟିଏମ୍‌ରେ ନେଣଦେଣକୁ ସୁରକ୍ଷିତ କରିବା ଲାଗି ଏକ ଯୋଜନା ପ୍ରସ୍ତୁତ କରିବା ସହାୟକ ହେବ ବୋଲି ସେ କହିଛନ୍ତି। ସୂଚନାଥାଉ କି, ୨୦୧୮-୧୯ରେ ଦିଲ୍ଲୀରେ ୧୭୯ ଏଟିଏମ୍‌ ଠକାମୀ ମାମଲା ଦାଏର କରାଯାଇଛି। ସେହିପରି ଦିଲ୍ଲୀ ଓ ମହାରାଷ୍ଟ୍ରରେ ପ୍ରାୟ ୨୩୩ ଏଟିଏମ୍‌ ଠକାମୀ ମାମଲା ଅଦ୍ୟାବଧି ସାମ୍ନାକୁ ଆସିଲାଣି। ଆର୍ଥିକ ବର୍ଷ ୨୦୧୮-୧୯ରେ ସାରା ଦେଶରେ ୯୮୦ ଏଟିଏମ୍‌ ଜାଲିଆତି ମାମଲା ଦାଏର ହୋଇଛି। ଏହାର ପୂର୍ବ ଆର୍ଥିକ ବର୍ଷରେ ଏହା ୯୧୧ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଝିଅର ମୃତଦେହ ସହିତ ପ୍ରାୟ ପାଞ୍ଚ ମାସ ଧରି ରହୁଥିଲେ ବାପା: ହଠାତ୍‌ ଦିନେ ଘଟିଲା…

ଲକ୍ଷ୍ନୌ,୧୧।୪: ଉତ୍ତର ପ୍ରଦେଶର ମିରଟ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ସଦର ପୋଲିସ ଷ୍ଟେଶନ ଅଞ୍ଚଳର ଜଣେ ବାପା ତାଙ୍କ…

‘ଇରାନ କେବଳ ଆଲୋଚନା ପାଇଁ ବଞ୍ଚିଛି’, ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ ଟ୍ରମ୍ପଙ୍କ ଧମକ

ଓ୍ବାଶିଂଟନ୍‌,୧୧।୪: ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଇରାନକୁ ଧମକ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି , ଇରାନ କେବଳ ଆଲୋଚନା ପାଇଁ…

ବିସ୍ଫୋରକ ବ୍ୟାଟିଂ ପଛର ରାଜ୍‌ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା…

ବିମାନର ପ୍ରତ୍ୟେକ ସିଟ୍‌ରେ ଲାଗିଛି ପିଲାଙ୍କ ଫଟୋ ସହ ବ୍ୟାଗ-ଜୋତା, କାହିଁକି ଏମିତି କରି ପାକିସ୍ତାନରେ ପହଞ୍ଚିଲା ଇରାନ, ସବୁ ଦେଖିକି…

ନୂଆଦିଲ୍ଲୀ,୧୧।୪: ଇରାନ-ଆମେରିକା ଶାନ୍ତି ଆଲୋଚନା ପାଇଁ ଇସଲାମାବାଦ ପ୍ରସ୍ତୁତ। ଇରାନ ପ୍ରତିନିଧି ଦଳ ପାକିସ୍ତାନରେ ପହଞ୍ଚିଛନ୍ତି। ଆଜି ଶନିବାର ଦିନ ଇରାନ ଏବଂ ଆମେରିକା ଆଲୋଚନା ଟେବୁଲରେ…

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

କାହାକୁ ଚିୟର କରିବେ ଗିଲ୍‌ ନା ଅର୍ଜୁନ: ଏମିତି ପ୍ରତିକ୍ରିୟା ଦେଲେ ସାରା ତେନ୍ଦୁଲକର, ଦେଖନ୍ତୁ VIDEO

ଲକ୍ଷ୍ନୌ,୧୧।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଆଜି ଦୁଇଟି ମ୍ୟାଚ ଖେଳାଯିବ। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଏବଂ ଗୁଜରାଟ ଟାଇଟାନ୍ସ ଖେଳିବେ। ମ୍ୟାଚ ପୂର୍ବରୁ ସାରା ତେନ୍ଦୁଲକରଙ୍କ ଏକ…

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri