ବଢ଼ିଚାଲିଛି ସଡ଼କ ଦୁର୍ଘଟଣା

ଶେଖ୍‌ ଫରିଦ୍‌ଉଦ୍ଦିନ୍‌
ରାଜ୍ୟରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା ବଢ଼ି ବଢ଼ି ଚାଲିଛି। କେନ୍ଦୁଝର, ସମ୍ବଲପୁର, ଯାଜପୁର, ବାଲେଶ୍ୱର, ଗଞ୍ଜାମ, ପୁରୀ ରାଜ୍ୟର ଦୁର୍ଘଟଣାପ୍ରବଣ ଜିଲା ପାଲଟିଛି। ସଡ଼କ ଦୁର୍ଘଟଣା ବୃଦ୍ଧି ପାଇବା ସହିତ ରାଜପଥରେ ମୃତାହତଙ୍କ ସଂଖ୍ୟା ବି ବଢ଼ିବାରେ ଲାଗିଛି। ରିପୋର୍ଟ ଅନୁଯାୟୀ ୨୦୧୮ରେ ୧୩,୭୨୧ ମୋଟର ଦୁର୍ଘଟଣା ଘଟିଥିବାବେଳେ ଏଥିରେ ୪୯୫୪ ଜଣଙ୍କର ମୃତ୍ୟୁ ହୋଇଥିଲା। ୨୦୧୭ରେ ୧୦,୮୫୫ଟି ମୋଟର ଦୁର୍ଘଟଣା ଘଟିଥିବାବେଳେ ଏଥିରେ ୪୭୯୦ ଜଣ ମୃତ୍ୟୁବରଣ କରିଛନ୍ତି। ୨୦୧୬ ମସିହାରେ ୧୦,୫୩୨ଟି ମୋଟର ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୪୪୬୩ ଥିଲା। ୨୦୧୫ରେ ୧୦୫୪୨ଟି ସଡ଼କ ଦୁର୍ଘଟଣାରେ ୪୩୦୩ଜଣ ମରିଥିଲେ।
ବିଶେଷଜ୍ଞମାନଙ୍କ ମତରେ ଗାଡ଼ି ଚାଳକଙ୍କ ଭୁଲ, ସଡ଼କ ସମସ୍ୟା, ଗାଡ଼ି ନିର୍ମାଣରେ ତ୍ରୁଟି, ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥା ଯୋଗୁ ଦୁର୍ଘଟଣା ସଂଖ୍ୟା ବଢ଼ିଚାଲୁଛି। ବିଗତ କିଛିବର୍ଷ ଧରି ଜାତୀୟ ରାଜପଥଗୁଡ଼ିକରେ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ପାଇଛି। ଜାତୀୟ ରାଜପଥଗୁଡ଼ିକର ଠିକଣାଭାବେ ରକ୍ଷଣାବେକ୍ଷଣ ହେଉ ନ ଥିବା ବେଳେ ସାଧାରଣ ଲୋକ ଏ ନେଇ ରାଜପଥ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରୁଛନ୍ତି। ୨୦୧୮ ମସିହାରେ ଭୁବନେଶ୍ୱର ସହରାଞ୍ଚଳ ପୋଲିସ ଜିଲାରେ ସର୍ବାଧିକ ୬୯୪ଟି ଦୁର୍ଘଟଣା ଘଟିଥିବାବେଳେ କେନ୍ଦୁଝର ଜିଲାରେ ଦୁର୍ଘଟଣା ଯୋଗୁ ସର୍ବାଧିକ ୪୦୭ଜଣ ମୃତ୍ୟୁବରଣ କରିଛନ୍ତି। ଗଞ୍ଜାମ ଜିଲାରେ ଦୁର୍ଘଟଣାରେ ୩୧୩ ମରିଥିବା ଜଣାଯାଇଛି। ୨୦୧୫ ମସିହାରେ ମୋଟର ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା ଗଞ୍ଜାମ ଜିଲାରେ ସର୍ବାଧିକ ୨୪୨ ଥିବାବେଳେ ୨୦୧୬ରେ ଏହା ୨୭୫ ଥିଲା। ଜିଲା ପ୍ରଶାସନକୁ ଦୁର୍ଘଟଣା ହ୍ରାସ ଲାଗି ଯୋଜନା ପ୍ରସ୍ତୁତ ସହିତ ତାହାକୁ କାର୍ଯ୍ୟକାରୀ କରିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ବାରମ୍ବାର କୁହାଯାଉଛି। କିନ୍ତୁ ବର୍ଷକୁ ବର୍ଷ ସଡ଼କ ଦୁର୍ଘଟଣା ସହିତ ତାଳଦେଇ ମୃତାହତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ରାଜ୍ୟ ସରକାର ପ୍ରତିବର୍ଷ ସରକାରୀ ଭାବେ ଓ ବିଭିନ୍ନ ବେସରକାରୀ ସଂଗଠନ ନିଜ ନିଜ ଉଦ୍ୟମରେ ସଡ଼କ ସୁରକ୍ଷା ସପ୍ତାହ ପାଳନ କରୁଛନ୍ତି। ସମାଜରେ ସଡ଼କ ଦୁର୍ଘଟଣାର ପ୍ରମୁଖ କାରଣ ହେଉଛି ନିଶାଗ୍ରସ୍ତ ହୋଇ ଗାଡ଼ି ଚାଳନା, ମୋବାଇଲ ଫୋନରେ ଗପି ଗାଡ଼ି ଚଳାଇବା, ଫିଟ୍‌ନେସ ନ ଥିବା ଗାଡ଼ି ରାଜମାର୍ଗରେ ଚାଲିବା ଓ ସର୍ବୋପରି ମୁଖ୍ୟ କାରଣ ହେଉଛି ଅବ୍ୟବସ୍ଥିତ ସଡ଼କ। ତେବେ ସରକାର ସଡ଼କ ଦୁର୍ଘଟଣାକୁ ନିୟନ୍ତ୍ରଣରେ ରଖିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଅନେକ ଯୋଜନା କରୁଥିଲେ ବି ତାହାର କୌଣସି ମୂଲ୍ୟ ରହୁନାହିଁ। ବିଶେଷକରି ନାବାଳକମାନେ ଗାଡ଼ି ଚଳାଚଳ କରୁଥିବାରୁ ଏହା ସଡ଼କ ସୁରକ୍ଷା ବ୍ୟବସ୍ଥାକୁ ଉପହାସ ନିଶ୍ଚୟ। ରାଜ୍ୟର ବିଭିନ୍ନ କୋର୍ଟରେ ସଡ଼କ ଦୁର୍ଘଟଣା ସମ୍ପର୍କିତ ମାମଲା ବର୍ଷ ବର୍ଷ ଧରି ପଡ଼ିରହୁଛି। ଦୁର୍ଘଟଣାର ଶିକାର ହେଉଥିବା ଅନେକ ଲୋକ ଶାରୀରିକ ଭାବେ ବିକଳାଙ୍ଗ ହୋଇ ବର୍ଷ ବର୍ଷ ଧରି ବିଛଣାରେ ପଡ଼ି ରହୁଛନ୍ତି। ସେମାନଙ୍କର ସୁନେଲି ସ୍ବପ୍ନ ଓ ପରିବାର ପାଇଁ ଉତ୍ତରଦାୟିତ୍ୱ ସବୁକିଛି ଶେଷ ହୋଇଯାଉଛି। ସରକାର କୋଟି କୋଟି ଟଙ୍କାର ଟୋଲ ରାଜସ୍ବ ଆଦାୟ କରୁଛନ୍ତି। ଜନସାଧାରଣଙ୍କୁ ସୁବିଧା ଯୋଗାଇଦେବା ନାଁରେ ନୂଆ ନୂଆ ସଡ଼କ ଖୋଲିଯାଉଛି ସତ, କିନ୍ତୁ ସେ ତୁଳନାରେ ସରକାରୀ ବ୍ୟବସ୍ଥିତ ସୁବିଧା ସୁଯୋଗ ନାହିଁ। ପୋଲିସ ବା ଆର୍‌ଟିଓ ଗାଡ଼ି ଚେକିଂ କରିବା ବାହାନାରେ କେବଳ ଅର୍ଥ ଆଦାୟକୁ ଗୁରୁତ୍ୱ ଦେଉଛନ୍ତି। ରାସ୍ତାକଡ଼ରେ ଆମ୍ବୁଲାନ୍ସ ବା ଟ୍ରମା ଚିକିତ୍ସାର ବ୍ୟବସ୍ଥା ନାହିଁ। ଲୋକମାନଙ୍କ ଭିତରେ ସଚେତନତା ବଢ଼ାଇବା ପାଇଁ ମଧ୍ୟ ସେପରି ଆନ୍ତରିକ ଉଦ୍ୟମ କରାଯାଉନାହିଁ।
କେନ୍ଦ୍ର ଓ ରାଜ୍ୟସ୍ତରରେ କେବଳ ମୋଟର ଦୁର୍ଘଟଣା ମାମଲା ପାଇଁ ସ୍ବତନ୍ତ୍ର ଅଦାଲତ ପ୍ରତିଷ୍ଠା ଲାଗି ୨୦୧୪ରେ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶାବଳୀ ଜାରି କରିଥିଲେ, ଯାହାକି ଅଳିଆଗଦାରେ ପଡ଼ିଛି। ସେହିପରି ବିଭିନ୍ନ ସ୍ଥାନର ଭିନ୍ନ ଭିନ୍ନ କୋର୍ଟରେ ମାମଲା ପଡ଼ିରହୁଥିବାରୁ ପୀଡ଼ିତମାନେ କ୍ଷତିପୂରଣ ପାଇବାରେ ଅହେତୁକ ବିଳମ୍ବ ଘଟୁଛି। ନିକଟରେ ସୁପ୍ରିମ୍‌କୋର୍ଟ ଏକ ପଚିଶ ବର୍ଷ ତଳର ଦୁର୍ଘଟଣାଜନିତ କ୍ଷତିପୂରଣ ମାମଲାରେ ହାଇକୋର୍ଟର କ୍ଷତିପୂରଣ ଅର୍ଥର ପାଞ୍ଚଗୁଣା କ୍ଷତିପୂରଣ ଦେବା ପାଇଁ କଡ଼ା ନିର୍ଦ୍ଦେଶାବାଳୀ ଜାରି କରିଛନ୍ତି। ସରକାର କଡ଼ାକଡ଼ି ଭାବେ ଏହି ନିର୍ଦ୍ଦେଶାବଳୀକୁ ପାଳନ କରିବା ସହ ସଡ଼କ ଦୁର୍ଘଟଣା ମାମଲାର ତ୍ୱରିତ ବିଚାର ପାଇଁ ସ୍ବତନ୍ତ୍ର କୋର୍ଟ ଗଠନ କଲେ ପୀଡ଼ିତମାନେ ନ୍ୟାୟ ପାଇପାରିବେ।
(ସଡ଼କ ସୁରକ୍ଷା ସପ୍ତାହ ଉପଲକ୍ଷେ)
ମଧୁପୁର, କୁଅଁାପାଳ, କଟକ, ମୋ: ୯୪୩୭୦୦୪୮୮୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri