ବଡ଼ ଜମା-ଉଠାଣ ଲାଗି ଜରୁରୀ ହେବ ଆଧାର

ନୂଆଦିଲ୍ଲୀ,୨୩-୭: କଳାଧନ ଉପରେ ଲଗାମ ଲଗାଇବାକୁ ଯାଇ କେନ୍ଦ୍ର ସରକାର ଏକ ନୂଆ ଯୋଜନା ପ୍ରସ୍ତୁତ କରିଛନ୍ତି, ଯାହାର ସିଧାସଳଖ ପ୍ରଭାବ ସାଧାରଣରେ ଦେଖାଯିବ। ବ୍ୟାଙ୍କ ଆକାଉଣ୍ଟରୁ ବାର୍ଷିକ ଏକ ନିର୍ଦ୍ଧାରିତ ରାଶି ବାହାରେ ଉଠାଣ ଏବଂ ଜମା କରିବା କ୍ଷେତ୍ରରେ ପାନ୍‌ ଦେବା ଯଥେଷ୍ଟ ହେବ ନାହିଁ। ବଜାରରେ ନଗଦ ଅର୍ଥର ପ୍ରବାହକୁ କମାଇବାକୁ ଯାଇ ସରକାର ବଡ଼ ଧରଣର ଜମା ଓ ଉଠାଣର ଆଧାର ପ୍ରାମାଣିକତାକୁ ବାଧ୍ୟତାମୂଳକ କରିବାକୁ ଯାଉଛନ୍ତି। ଜଣେ ବ୍ୟକ୍ତି ବାୟୋମେଟ୍ରିକ ଟୁଲ୍‌ ଅଥବା ଓ୍ବାନ୍‌ ଟାଇମ ପାଶଓ୍ବର୍ଡ ବ୍ୟବହାର କରି କଓ୍ବୋଇସି ତିଆରି କରିପାରିବେ। ନିର୍ଦ୍ଧାରିତ ସୀମା ଟପିବା ମାତ୍ରେ ଜମାକାରୀଙ୍କୁ ଆଧାର ପ୍ରାମାଣିକତା ଦେବା ଜରୁରୀ ହେବ।
ଫାଇନାନ୍ସିଆଲ ବିଲ୍‌ରେ ଦିଆଯାଇଥିବା ସଂଶୋଧନ ପ୍ରସ୍ତାବ ଅନୁଯାୟୀ, ଆଧାର ପରିସରକୁ ଅଧିକ ବ୍ୟାପକ କରାଯିବ। ଏପରିିକି ନିର୍ଦ୍ଧାରିତ ସୀମାଠାରୁ ଅଧିକ ବିଦେଶୀ ମୁଦ୍ରା କିଣିବା କ୍ଷେତ୍ରରେ ମଧ୍ୟ ଆଧାର ନମ୍ବର ପ୍ରଦାନ କରିବା ଜରୁରୀ ହେବ। ଅଦ୍ୟାବଧି ପାନ୍‌ ତଥ୍ୟ ପ୍ରଦାନ କରିବା ଯଥେଷ୍ଟ ରହିଛି। ଫାଇନାନ୍ସିଆଲ ବିଲ୍‌ରେ ସଂଶୋଧନ ପ୍ରସ୍ତାବ ଅନୁଯାୟୀ, ସମ୍ପତ୍ତି କିଣାବିକା କ୍ଷେତ୍ରରେ ମଧ୍ୟ ଏକ ନିର୍ଦ୍ଦିଷ୍ଟ ମୂଲ୍ୟ ପରେ କେବଳ ଆଧାର କିମ୍ବା ପାନ୍‌ ନମ୍ବର ଦେବା ଯଥେଷ୍ଟ ହେବ ନାହିଁ। ସମ୍ପତ୍ତିର ପଞ୍ଜୀକରଣ ବେଳେ ଏହାର ମୂଲ୍ୟ ଆଧାର ପ୍ରାମାଣିକତା ହେବା ଆବଶ୍ୟକ ହେବ। ଜଣେ ଅଧିକାରୀ କହିଛନ୍ତି ଯେ, ନିର୍ଦ୍ଧାରିତ ସୀମା କେତେ ହେବ ସେ ସମ୍ପର୍କରେ ବିଚାର କରାଯାଉଛି। ତେବେ ଏହାକୁ ଏଭଳି ଏକ ସ୍ତରରେ ନିର୍ଦ୍ଧାରଣ କରାଯିବ ଯାହାଦ୍ୱାରା ଲୋକଙ୍କୁ ଅସୁବିଧାରେ ନ ପକାଇ ସରକାର ଏହି ଟଙ୍କା ଉପରେ ସହଜରେ ନଜର ରଖିପାରିବେ ସେ ଦିଗରେ ଦୃଷ୍ଟି ଦିଆଯାଉଛି। ନିର୍ଦ୍ଧାରିତ ସୀମା ଧାର୍ଯ୍ୟ ହୋଇ ନ ଥିଲେ ମଧ୍ୟ ବାୟୋମେଟ୍ରିକ ଟୁଲ୍‌ କିମ୍ବା ଓଟିପି ଜରିଆରେ ବାଧ୍ୟତାମୂଳକ ଆଧାର ପ୍ରାମାଣିକତା ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ପାଇଁ ସୀମା ୨୦ରୁ ୨୫ ଲକ୍ଷ ଟଙ୍କା ବାର୍ଷିକ ଧାର୍ଯ୍ୟ କରାଯାଇପାରେ ବୋଲି ସେ କହିଛନ୍ତି। ଅଧିକାରୀଙ୍କ କହିବାନୁଯାୟୀ ଏହା ଅତ୍ୟନ୍ତ ଜରୁରୀ ହୋଇପଡିଛି। କାରଣ ବହୁ ଧନାଢ଼୍ୟ ଜମାକାରୀ ଉଚ୍ଚ ପରିମାଣର ଜମା ଓ ଉଠାଣ ବେଳେ ଜାଲ୍‌ ପାନ୍‌ କାର୍ଡ ଦେଉଥିବାର ଜଣାପଡିଛି। ଫଳରେ ଏହି ଟଙ୍କାର ଉତ୍ସ ଧରିବା ସରକାରଙ୍କ ପକ୍ଷରେ ସମ୍ଭବ ହେଉନାହିଁ। ପ୍ରାମାଣିକତା ଜରୁରୀ କରିବା ଦ୍ୱାରା ଜାଲ୍‌ ଆଧାର କିମ୍ବା ପାନ୍‌ ଧରିବା ସହଜ ହେବ। ଏହା ଶତ ପ୍ରତିଶତ ବିଶ୍ୱାସଯୋଗ୍ୟ ହୋଇ ନ ଥିଲେ ସୁଦ୍ଧା ଜାଲିଆତି ରୋକିବାରେ ଏହା ସହାୟତା କରିବ। ଆଗାମୀ ଦିନରେ ଏକ ନିର୍ଦ୍ଦିଷ୍ଟ ସୀମା ଠାରୁ ଅଧିକ ନେଣଦେଣ ହେବା ମାତ୍ରେ ଏହାର ଆଧାର ପ୍ରାମାଣିକତା କରିବାକୁ ହେବ। ତେବେ ଛୋଟ ଛୋଟ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକ ବ୍ୟାଙ୍କ ସହ କାରବାର କରୁଥିବାରୁ ସେମାନଙ୍କର ଅସୁବିଧା ଦୂର କରିବା ଲାଗି ଏକ ଭିନ୍ନ ପନ୍ଥା ଆପଣାଯିବ ବୋଲି ସେ କହିଛନ୍ତି। ବ୍ୟାଙ୍କକୁ ନଗଦ ଜମା ପାଇଁ ଯାଉଥିବା ଦୋକାନ ମାଲିକଙ୍କ କ୍ଷେତ୍ରରେ ଏକ ଭିନ୍ନ ପ୍ରାମାଣିକତା ବ୍ୟବସ୍ଥା ଆପଣାଯିବ ବୋଲି ସେ କହିଛନ୍ତି। ବଡ଼ ଧରଣର ନଗଦ କାରବା କଳାଧନ ସୃଷ୍ଟି କରୁଥିବାରୁ ଏହାକୁ ରୋକିବା ଲାଗି ସରକାର ନିରନ୍ତର ପ୍ରୟାସ ଚଳାଇଛନ୍ତି। କଳାଧନର ସ୍ରୋତ ସମ୍ପର୍କରେ ଜାଣିବା ଲାଗି ପ୍ରୟାସ ଜାରି ରହିଥିବା ବେଳେ ବଡ଼ ମାତ୍ରାରେ ଗହଣା, ଘଣ୍ଟା, ସମ୍ପତ୍ତି ଆଦି କିଣିବା କ୍ଷେତ୍ରରେ ନଗଦ କାରବାର ଉପରେ ସରକାର ଦୃଷ୍ଟି ରଖୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ଭାରତ ଠାରୁ ମିସାଇଲ କିଣିଲା ଆମେରିକା, ବିଶ୍ୱରେ ଚହଳ…

ନୂଆଦିଲ୍ଲୀ,୫।୪: ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତର ପ୍ରତିରକ୍ଷା ରପ୍ତାନି ସର୍ୱକାଳୀନ ସର୍ୱାଧିକ ସ୍ତରରେ ପହଞ୍ଚିଛି। ଏହା ବିଶ୍ୱ ଅସ୍ତ୍ରଶସ୍ତ୍ର ବଜାରରେ ଭାରତର ବର୍ଦ୍ଧିତ ଉପସ୍ଥିତିକୁ ସ୍ପଷ୍ଟ କରେ।…

ପ୍ରକୃତ ଉଦ୍ୟୋଗୀ କେବଳ ନିଜ ପାଇଁ ସମ୍ପତ୍ତି ସୃଷ୍ଟି କରନ୍ତି ନାହିଁ

ଭାଲଚନ୍ଦ୍ର ମହାନ୍ତି ଜଣେ ପ୍ରଥମ ପିଢିର ଓଡ଼ିଆ ଉଦ୍ୟୋଗୀ ଏବଂ ଓରିକ୍ଲିନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ। ୧୯୯୦ ମସିହାରେ କମ୍ପାନୀ ପ୍ରତିଷ୍ଠା ହେବା ପରଠାରୁ ସେ…

ଧନୀ ହେବାକୁ ଛାହୁଁଥିଲେ, ଛାଡ଼ନ୍ତୁ ଏହି ୫ ଅଭ୍ୟାସ: ନଚେତ୍‌ ପଡ଼ିବ ଅଭାବ

ମଧ୍ୟବିତ୍ତ ବର୍ଗର ଲୋକମାନେ ପ୍ରାୟତଃ ଭାବନ୍ତି, ବେଳେବେଳେ ହଠାତ୍‌ ସେମାନଙ୍କର ଆର୍ଥିକ ସଙ୍କଟ ଆସିଯାଉଛି; କିନ୍ତୁ ଏହା ବାସ୍ତବରେ ନୁହେଁ। ଏହା ଏକ ପରିସ୍ଥିତି ଯାହା ଧୀରେ…

ଏକାଗ୍ରତା ଆଣେ ସଫଳତା: ସୁରେଶଙ୍କ ସହ ସ୍ବତନ୍ତ୍ର ସାକ୍ଷାତ୍‌କାର

ହାଇଟେକ୍‌ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁଶନର ମ୍ୟାନେଜିଂ ଟ୍ରଷ୍ଟି ତଥା ସିଇଓ ସୁରେଶ କୁମାର ପାଣିଗ୍ରାହୀ ଜଣେ ଉଦ୍ୟୋଗୀ ଏବଂ ଶିକ୍ଷାବିତ୍‌ ଭାବରେ ଅନୁଷ୍ଠାନ ଆରମ୍ଭରୁ ଏହାର ଭିତ୍ତିଭୂମିକୁ…

ସରକାରଙ୍କ ବଡ଼ ଘୋଷଣା! ବଦଳିବ ସୁନା କିଣିବା ନିୟମ, ଜାଣନ୍ତୁ ଗ୍ରାହକଙ୍କ ଉପରେ କ’ଣ ପ୍ରଭାବ ପଡ଼ିବ…

ନୂଆଦିଲ୍ଲୀ,୪।୪: ସରକାର ସୁନା କ୍ରୟ ସମ୍ବନ୍ଧୀୟ ନିୟମଗୁଡ଼ିକୁ ଆହୁରି କଠୋର କରିବାକୁ ଯାଉଛନ୍ତି। ଏହି ପଦକ୍ଷେପର ଅଂଶ ସ୍ବରୂପ, ହଲମାର୍କିଂର ଅପବ୍ୟବହାର ବିଷୟରେ ବଢ଼ୁଥିବା ଚିନ୍ତାକୁ ଦୂର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri