ସର୍ବକାଳୀନ ରେକର୍ଡ ସ୍ତରରେ ସୁନା;୧୦ଗ୍ରାମକୁ ୩୫,୯୭୦ଟଙ୍କା

ନୂଆଦିଲ୍ଲୀ,୨୩-୭: ସୁନା ଦର ସୋମବାର ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚତ୍ୟାଇଛି। ଦିଲ୍ଲୀ ସର୍ରାଫା ବଜାରରେ ସୁନା ୧୦୦ ଟଙ୍କା ବୃଦ୍ଧି ପାଇ ୧୦ ଗ୍ରାମ ୩୫,୯୭୦ ଟଙ୍କା ହୋଇଛି। ଗହଣା ଦୋକାନୀଙ୍କ ପକ୍ଷରୁ କ୍ରମାଗତ କିଣା ଯାଉଥିବାରୁ ସୁନାର ଦରବୃଦ୍ଧି ଘଟିଚାଲିଛି ବୋଲି କୁହାଯାଉଛି। ନିଖିଳ ଭାରତ ସର୍ରାଫା ସଂଘ ମୁତାବକ, ରୁପା ଦର ମଧ୍ୟ ସୋମବାର ବଢ଼ିଛି। ଔଦ୍ୟୋଗିକ ଓ ମୁଦ୍ରା ନିର୍ମାତାଙ୍କ ଚାହିଦା ବୃଦ୍ଧି ଯୋଗୁ ରୁପା ୨୬୦ ଟଙ୍କା ବଢ଼ି ୪୧,୯୬୦ ଟଙ୍କା କେଜିରେ ପହଞ୍ଚତ୍ୟାଇଛି। ସଂଘ ଉପାଧ୍ୟକ୍ଷ ସୁରେନ୍ଦ୍ର ଜୈନ କହିଛନ୍ତି ଯେ, ଘରୋଇ ଷ୍ଟକ ବଜାର କ୍ରମାଗତ ହ୍ରାସ ପାଉଥିବାରୁ ନିବେଶକ ବାଧ୍ୟ ହୋଇ ସୁନାକୁ ସୁରକ୍ଷିତ ନିବେଶ ମନେ କରି କିଣାକିଣି ବଢ଼ାଇ ଦେଇଛନ୍ତି। ସୁନା ବ୍ୟତୀତ ଅନ୍ୟ ମୂଲ୍ୟବାନ ଧାତୁ ପ୍ରତି ମଧ୍ୟ ସେମାନଙ୍କ ନଜର ରହିଛି। ବିଶ୍ୱ ସ୍ତରରେ ହାଜିର ସୁନା ଦର ୧୪୨୫.୬୦ ଡଲାର ଓ ରୁପା ୧୬.୪୦ ଡଲାର ପ୍ରତି ଆଉନ୍ସ ରହିଛି। ଦିଲ୍ଲୀ ସର୍ରାଫା ବଜାରରେ ୯୯.୯ ପ୍ରତିଶତ ଏବଂ ୯୯.୫ ପ୍ରତିଶତ ଶୁଦ୍ଧତାର ସୁନା ମୂଲ୍ୟ ୧୦୦ ଟଙ୍କା ଲେଖାଏ ବଢ଼ି ଯଥାକ୍ରମେ ୩୫,୯୭୦ ଟଙ୍କା ଏବଂ ୩୫,୮୦୦ ଟଙ୍କା ରହିଛି। ୮ ଗ୍ରାମ ଓଜନର ଗିନି ସୁନା ମୂଲ୍ୟ ମଧ୍ୟ ୧୦୦ ଟଙ୍କା ବୃଦ୍ଧି ପାଇ ୨୭,୫୦୦ ଟଙ୍କା ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅନେକ ଦିନର ହ୍ରାସ ପରେ ବଦଳିଲା ଟ୍ରେଣ୍ଡ, ପୁଣି ବୃଦ୍ଧି ପାଇଲା ସୁନା ଏବଂ ରୂପା ମୂଲ୍ୟ

ନୂଆଦିଲ୍ଲୀ,୨୬।୪: ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଶୁକ୍ରବାର ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି। ବଜାରରେ ସୁନା...

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

ଜଳବାୟୁ ପରିବର୍ତ୍ତନ ପାଇଁ ବଢ଼ୁଛି ଦରଦାମ

ଭୁବନେଶ୍ୱର,୨୬ା୪(ଅନୁରାଧା ମହାରଣା): ଆସନ୍ତା ୫ବର୍ଷ ମଧ୍ୟରେ ଦେଶର ଅର୍ଥନୀତିର ବିକାଶ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଆକଳନ କରିଥିବାବେଳେ ପାଣିପାଗ ପରିବର୍ତ୍ତନ ଦରଦାମ ହ୍ରାସରେ ବାଧକ...

ଭୋଡାଫୋନ ଆଇଡିଆକୁ ମିଳିଲା ନୂଆ ଜୀବନ, କରିବ ସ୍ମାର୍ଟ ଏଣ୍ଟ୍ରି

ନୂଆଦିଲ୍ଲୀ,୨୫।୪: ଆଦିତ୍ୟ ବିର୍ଲା ଗ୍ରୁପ ଚେୟାରମ୍ୟାନ କୁମାର ମଙ୍ଗଳମ ବିର୍ଲା କହିଛନ୍ତି ଯେ ଟେଲିକମ କମ୍ପାନୀ ଭୋଡାଫୋନ ଆଇଡିଆର ୧୮,୦୦୦ କୋଟି ଟଙ୍କା ସଂଗ୍ରହ କମ୍ପାନୀ...

ଅମ୍ବାନୀ ଆଣିଲେ ୧ ଟଙ୍କାରେ ଓଟିଟିର ଜବରଦସ୍ତ ପ୍ଲାନ୍‌: ଆମାଜନ, ନେଟଫ୍ଲିକ୍ସକୁ ମିଳିବ ଟକ୍କର

ନୂଆଦିଲ୍ଲୀ,୨୫।୪: ମୁକେଶ ଅମ୍ବାନୀଙ୍କ ଜିଓସିନେମା ପ୍ଲାଟଫର୍ମରେ ଏବେ ଦୈନିକ ୧ ଟଙ୍କାରୁ କମ୍‌ ଖର୍ଚ୍ଚ କରି ହଲିଉଡ୍‌ ଫିଲ୍ମ ଏବଂ ଟିଭି ଶୋ’ର ମଜା ନେଇପାରିବେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri