ସର୍ବକାଳୀନ ରେକର୍ଡ ସ୍ତରରେ ସୁନା;୧୦ଗ୍ରାମକୁ ୩୫,୯୭୦ଟଙ୍କା

ନୂଆଦିଲ୍ଲୀ,୨୩-୭: ସୁନା ଦର ସୋମବାର ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚତ୍ୟାଇଛି। ଦିଲ୍ଲୀ ସର୍ରାଫା ବଜାରରେ ସୁନା ୧୦୦ ଟଙ୍କା ବୃଦ୍ଧି ପାଇ ୧୦ ଗ୍ରାମ ୩୫,୯୭୦ ଟଙ୍କା ହୋଇଛି। ଗହଣା ଦୋକାନୀଙ୍କ ପକ୍ଷରୁ କ୍ରମାଗତ କିଣା ଯାଉଥିବାରୁ ସୁନାର ଦରବୃଦ୍ଧି ଘଟିଚାଲିଛି ବୋଲି କୁହାଯାଉଛି। ନିଖିଳ ଭାରତ ସର୍ରାଫା ସଂଘ ମୁତାବକ, ରୁପା ଦର ମଧ୍ୟ ସୋମବାର ବଢ଼ିଛି। ଔଦ୍ୟୋଗିକ ଓ ମୁଦ୍ରା ନିର୍ମାତାଙ୍କ ଚାହିଦା ବୃଦ୍ଧି ଯୋଗୁ ରୁପା ୨୬୦ ଟଙ୍କା ବଢ଼ି ୪୧,୯୬୦ ଟଙ୍କା କେଜିରେ ପହଞ୍ଚତ୍ୟାଇଛି। ସଂଘ ଉପାଧ୍ୟକ୍ଷ ସୁରେନ୍ଦ୍ର ଜୈନ କହିଛନ୍ତି ଯେ, ଘରୋଇ ଷ୍ଟକ ବଜାର କ୍ରମାଗତ ହ୍ରାସ ପାଉଥିବାରୁ ନିବେଶକ ବାଧ୍ୟ ହୋଇ ସୁନାକୁ ସୁରକ୍ଷିତ ନିବେଶ ମନେ କରି କିଣାକିଣି ବଢ଼ାଇ ଦେଇଛନ୍ତି। ସୁନା ବ୍ୟତୀତ ଅନ୍ୟ ମୂଲ୍ୟବାନ ଧାତୁ ପ୍ରତି ମଧ୍ୟ ସେମାନଙ୍କ ନଜର ରହିଛି। ବିଶ୍ୱ ସ୍ତରରେ ହାଜିର ସୁନା ଦର ୧୪୨୫.୬୦ ଡଲାର ଓ ରୁପା ୧୬.୪୦ ଡଲାର ପ୍ରତି ଆଉନ୍ସ ରହିଛି। ଦିଲ୍ଲୀ ସର୍ରାଫା ବଜାରରେ ୯୯.୯ ପ୍ରତିଶତ ଏବଂ ୯୯.୫ ପ୍ରତିଶତ ଶୁଦ୍ଧତାର ସୁନା ମୂଲ୍ୟ ୧୦୦ ଟଙ୍କା ଲେଖାଏ ବଢ଼ି ଯଥାକ୍ରମେ ୩୫,୯୭୦ ଟଙ୍କା ଏବଂ ୩୫,୮୦୦ ଟଙ୍କା ରହିଛି। ୮ ଗ୍ରାମ ଓଜନର ଗିନି ସୁନା ମୂଲ୍ୟ ମଧ୍ୟ ୧୦୦ ଟଙ୍କା ବୃଦ୍ଧି ପାଇ ୨୭,୫୦୦ ଟଙ୍କା ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

E100 ଇଥାନଲ ନା ପେଟ୍ରୋଲ? କେଉଁ ଇନ୍ଧନରେ ଅଧିକ ମାଇଲେଜ୍ ଦେବ ଗାଡ଼ି, ଜାଣନ୍ତୁ…

ନୂଆଦିଲ୍ଲୀ,୧୬।୬: ଇଥାନଲ ଫୁଏଲକୁ ନେଇ ଭାରତରେ ଚର୍ଚ୍ଚା ଲାଗି ରହିଛି । ସରକାରଙ୍କଠୁ ନେଇ ଗାଡି ନିର୍ମାତା କମ୍ପାନୀ ଯାଏ ସମସ୍ତେ ଏହାକୁ ଭବିଷ୍ୟତର ଇନ୍ଧନ ରୁପେ…

ଚାଷୀଙ୍କ ପାଇଁ ଖୁସି ଖବର, ଏହି ଦିନ ମିଳିବ PM KISANର ୨୩ତମ କିସ୍ତି

ନୂଆଦିଲ୍ଲୀ,୧୬।୬: ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନାର ୨୩ତମ କିସ୍ତିକୁ ନେଇ ସାରା ଦେଶର ଚାଷୀ ଅପେକ୍ଷା କରିଛନ୍ତି । ଏବେ ଦେଶର କୋଟି କୋଟି ଚାଷୀଙ୍କୁ…

ସରକାରଙ୍କ ବଡ଼ ନିଷ୍ପତ୍ତି: ଡିଜେଲ ଉପରେ ରପ୍ତାନି ଶୁଳ୍କ ପ୍ରତି ଲିଟର ୧୪ ଏବଂ ATF ଉପରେ ପ୍ରତି ଲିଟର ୧୨.୫ ଟଙ୍କା ବୃଦ୍ଧି, ଜାଣନ୍ତୁ କ’ଣ ପଡିବ ପ୍ରଭାବ

ନୂଆଦିଲ୍ଲୀ,୧୬।୬: କେନ୍ଦ୍ର ସରକାର ଜୁନ ୧୬, ୨୦୨୬ ରୁ ପେଟ୍ରୋଲିୟମ ଉତ୍ପାଦ ଉପରେ ରପ୍ତାନି ଶୁଳ୍କ ସଂଶୋଧନ କରିଛନ୍ତି। ଡିଜେଲ ଏବଂ ବିମାନ ଟର୍ବାଇନ ଇନ୍ଧନ (ATF)…

ପହିଲି ରଜରେ କମିଲା ତେଲ ଦର! ଭୁବନେଶ୍ୱର ଏତିକି ଅଛି ପ୍ରାଇସ….

ଭୁବନେଶ୍ୱର୧୪।୬: ପାକିସ୍ତାନଠାରୁ ଆରମ୍ଭ କରି ଆମେରିକା ପର୍ଯ୍ୟନ୍ତ, ବିଶ୍ୱର ସମସ୍ତ ଦେଶରେ ପେଟ୍ରୋଲ-ଡିଜେଲ ଦର ଆକାଶଛୁଆଁ ହେବାରେ ଲାଗିଛି, କିନ୍ତୁ ଭାରତ ହେଉଛି ଏକମାତ୍ର ଦେଶ ଯେଉଁଠାରେ…

୪ଟଙ୍କା କମିଲା ପେଟ୍ରୋଲ ଦର, ଜାଣନ୍ତୁ ନୂଆ ଦର

ନୂଆଦିଲ୍ଲୀ,୧୩।୬: ପାକିସ୍ତାନ ସରକାର ପେଟ୍ରୋଲ ଏବଂ ଡିଜେଲ ଦରରେ କ୍ରମାଗତ ପଞ୍ଚମ ଥର ପାଇଁ ହ୍ରାସ କରିଛନ୍ତି। ଇନ୍ଧନ ମୂଲ୍ୟ କମିବା ଦ୍ୱାରା ସାଧାରଣ ଜନତା ଉପକୃତ…

Term Insurance ପାଇଁ ୫୫ ନା ୮୦ ବର୍ଷର କଭର୍‌ ଶ୍ରେଷ୍ଠ? ଜାଣନ୍ତୁ କେଉଁଥିରେ ଅଛି ଆପଣଙ୍କ ଫାଇଦା

ନୂଆଦିଲ୍ଲୀ,୧୧।୬: ନିଜ ପରିବାରର ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ଟର୍ମ ଇନସ୍ୟୁରାନ୍ସ ବା ଟର୍ମ ପ୍ଲାନ ନେବା ହେଉଛି ସବୁଠାରୁ ପ୍ରଥମ ଏବଂ ବୁଦ୍ଧିମାନ ପଦକ୍ଷେପ। କିନ୍ତୁ…

୩୦ ଜୁନ୍ ସୁଦ୍ଧା କରିନିଅନ୍ତୁ ଇ-କେୱାଇସି, ନଚେତ୍ ବନ୍ଦ ହୋଇଯିବ ଗ୍ୟାସ୍ ସବ୍‌ସିଡି-ସିଲିଣ୍ଡର ଡେଲିଭରି!

ନୂଆଦିଲ୍ଲୀ,୧୧ା୬: ଯଦି ଆପଣ ସମୟ ଅନୁସାରେ ଘରକୁ ଗ୍ୟାସ୍ ସିଲିଣ୍ଡରର ଡେଲିଭରି ଚାହୁଁଛନ୍ତି ଏବଂ ଏହା ଉପରେ ମିଳୁଥିବା ସବ୍‌ସିଡିର ଲାଭ ଉଠାଇବାକୁ ଚାହୁଁଛନ୍ତି, ତେବେ ଏହି…

ଫ୍ରିଜ୍ କିଣିବାକୁ ଯାଉଛନ୍ତି କି? ଜାଣନ୍ତୁ ଷ୍ଟାବିଲାଇଜର୍ ଲଗାଇବା ଜରୁରୀ କି ନୁହେଁ…

ନୂଆଦିଲ୍ଲୀ,୧୧ା୬: ଆଜିକାଲି ପ୍ରତ୍ୟେକ ଘର ପାଇଁ ରେଫ୍ରିଜରେଟର ବା ଫ୍ରିଜ୍ ଏକ ଅତ୍ୟାବଶ୍ୟକ ସାମଗ୍ରୀ ପାଲଟିଛି। ବିଶେଷ କରି ଗ୍ରୀଷ୍ମ ଋତୁରେ ପାଣି ଥଣ୍ଡା କରିବା ଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri