ବଡ଼ଲୋକଙ୍କ ଚେରକଟା ନୀତି

ମଣିଷର ଚରିତ୍ର ପଦପଦବୀ ବା ସମ୍ପତ୍ତି ଦ୍ୱାରା ନିର୍ଦ୍ଧାରିତ ହୁଏନାହିଁ। ଅନେକ ସମୟରେ ଆମେ ଭାବୁ ଶୀର୍ଷରେ ପହଞ୍ଚିଥିବା ବ୍ୟକ୍ତି ମାନସିକ ସ୍ତରରେ ଖୁବ୍‌ ଶାନ୍ତ ଓ ଉଦାର କିନ୍ତୁ ବାସ୍ତବତା ହେଉଛି ଉଚ୍ଚତା ଯେତିକି ବଢ଼େ ପଡ଼ିଯିବାର ଭୟ ମଧ୍ୟ ସେତିକି ଥାଏ। ଏହି ମାନସିକତାରୁ ଜନ୍ମନିଏ ଚେରକଟା ନୀତି, ଯାହା ସାଧାରଣ ଲୋକଙ୍କ ଆଖିକୁ ଦେଖାଯାଏନାହିଁ କିନ୍ତୁ ଏହାର ପ୍ରଭାବ ଭୟଙ୍କର ହୋଇଥାଏ।
ସମାଜରେ ବଡ଼ଲୋକ ଶବ୍ଦଟି କେବଳ ଆର୍ଥିକ ସ୍ବଚ୍ଛଳତାକୁ ବୁଝାଏ ନାହିଁ ବରଂ କ୍ଷମତା, ପଦପଦବୀ ଏବଂ ସାମାଜିକ ପ୍ରତିଷ୍ଠାକୁ ସୂଚାଇଥାଏ। ସାଧାରଣତଃ ଆମେ ଭାବୁ ଯାହା ପାଖରେ ସବୁକିଛି ଅଛି ତାଙ୍କର ପୁଣି କାହା ପ୍ରତି ଈର୍ଷା କାହିଁକି ରହିବ। କିନ୍ତୁ ବାସ୍ତବତା ହେଉଛି ଈର୍ଷା ଏକ ମାନବୀୟ ପ୍ରବୃତ୍ତି, ଯାହା ଗରିବଠାରୁ ଆରମ୍ଭ କରି ଅତି ଧନୀ ବ୍ୟକ୍ତି ପର୍ଯ୍ୟନ୍ତ ସମସ୍ତଙ୍କ ଭିତରେ ରହିଛି। ତେବେ ବଡ଼ଲୋକଙ୍କ କ୍ଷେତ୍ରରେ ଏହି ଈର୍ଷା ଅଧିକ ଜଟିଳ, ରହସ୍ୟମୟ ଏବଂ ଅନେକ ସମୟରେ ବିପଜ୍ଜନକ ରୂପ ଧାରଣ କରିଥାଏ। ବଡ଼ଲୋକଙ୍କ ଈର୍ଷା ସାଧାରଣ ଲୋକଙ୍କ ଈର୍ଷାଠାରୁ ଭିନ୍ନ। ଜଣେ ସାଧାରଣ ଲୋକ ଅନ୍ୟର ଭଲ ଖାଦ୍ୟ ବା ପୋଷାକକୁ ଦେଖି ଈର୍ଷା କରିପାରେ କିନ୍ତୁ ଜଣେ ବଡ଼ଲୋକ ପ୍ରାୟତଃ ପ୍ରତିପତ୍ତି ଏବଂ ନିୟନ୍ତ୍ରଣକୁ ନେଇ ଈର୍ଷାନ୍ବିତ ହୋଇଥାନ୍ତି। ତାଙ୍କ ଭିତରେ ଏହି ଭୟ ସବୁବେଳେ ଥାଏ। ଅନ୍ୟ କେହି ଜଣେ ତାଙ୍କଠାରୁ ଅଧିକ ପ୍ରଶଂସା ସାଉଁଟି ନେବେ ନାହିଁ ତ। ଏହି ଈର୍ଷା ମୁଖ୍ୟତଃ ତିନୋଟି କାରଣରୁ ଜନ୍ମ ନେଇଥାଏ। ଯେପରି କି ଅସୁରକ୍ଷା ଭାବ, ତୁଳନାତ୍ମକ ପ୍ରତିଯୋଗିତା ଏବଂ ଅହଂକାର। ତେବେ ଅସୁରକ୍ଷା ଭାବ ହେଉଛି ଶୀର୍ଷରେ ପହଞ୍ଚିବା ପରେ ସେଠାରେ ସ୍ଥିର ରହିବା ସବୁଠାରୁ କଷ୍ଟକର। ଯେତେବେଳେ ଜଣେ ନୂଆ ବ୍ୟକ୍ତି ନିଜର ଦକ୍ଷତା ବଳରେ ଉପରକୁ ଉଠେ ସେତେବେଳେ ପୂର୍ବରୁ ସ୍ଥାପିତ ବଡ଼ଲୋକ ନିଜକୁ ଅସୁରକ୍ଷିତ ମଣନ୍ତି। ସେହିପରି ତୁଳନାତ୍ମକ ପ୍ରତିଯୋଗିତା ହେଉଛି ବଡ଼ଲୋକମାନେ ନିଜ ସମକକ୍ଷ ବ୍ୟକ୍ତିଙ୍କ ସହ ସବୁବେଳେ ଏକ ଅଦୃଶ୍ୟ ଦୌଡ଼ରେ ଥାନ୍ତି। କାହାର ଗାଡ଼ି ବଡ଼, କାହାର ବଙ୍ଗଳା ସୁନ୍ଦର କିମ୍ବା କାହାର ପ୍ରଭାବ ରାଜନୀତିରେ ଅଧିକ , ଏହି ତୁଳନା ହିଁ ଈର୍ଷାର ମଞ୍ଜି ବୁଣିଥାଏ। ଆଉ ଅହଂକାର ହେଉଛି ମୁଁ ସବୁଠୁ ଶ୍ରେଷ୍ଠ-ଏହି ଭାବନା ଯେତେବେଳେ ଆହତ ହୁଏ, ସେତେବେଳେ ଈର୍ଷା ଏକ ପ୍ରତିଶୋଧର ରୂପ ନିଏ।
ତେବେ ସାଧାରଣ ଲୋକେ ଈର୍ଷା କଲେ ତାହା ପାଟିତୁଣ୍ଡ ବା ସାଧାରଣ କଳିଝଗଡ଼ା ଦେଖାଯାଏ, କିନ୍ତୁ ବଡ଼ଲୋକଙ୍କ ଈର୍ଷା ଅତ୍ୟନ୍ତ ସୂକ୍ଷ୍ମ ଏବଂ ଯୋଜନାବଦ୍ଧ। ବଡ଼ଲୋକମାନେ ସିଧାସଳଖ ଶତ୍ରୁତା କରିବା ପରିବର୍ତ୍ତେ ପଛରେ ରହି ଷଡ଼ଯନ୍ତ୍ର କରିବାକୁ ପସନ୍ଦ କରନ୍ତି। ଜଣେ ନୂଆ କରି ଉଠୁଥିବା ପ୍ରତିଭାକୁ କିପରି ଅଣନିଃଶ୍ୱାସୀ କରାଯିବ ସେଥିପାଇଁ ସେମାନେ ନିଜର କ୍ଷମତା ପ୍ରୟୋଗ କରନ୍ତି। ଅନେକ ସମୟରେ ଈର୍ଷାନ୍ବିତ ବଡ଼ଲୋକମାନେ ଗୋଷ୍ଠୀଗତ ଭାବେ ଜଣେ ବ୍ୟକ୍ତିଙ୍କୁ ଏକୁଟିଆ କରିଦିଅନ୍ତି। ତାଙ୍କ ବିଷୟରେ ଗୁଜବ ପ୍ରଚାର କରିବା କିମ୍ବା ତାଙ୍କର ସଫଳତାକୁ ଛୋଟ କରି ଦେଖାଇବା ଏକ ସାଧାରଣ କଥା। ଏହା ସବୁଠାରୁ ବିପଜ୍ଜନକ। ଉପରକୁ ବହୁତ ଭଲ ପାଇବା ଦେଖାଇ ଭିତରେ ଭିତରେ ଜଣକର ଚେର କାଟିବା ବଡ଼ଲୋକଙ୍କ ଈର୍ଷାର ଏକ ଚିରାଚରିତ ଢଙ୍ଗ। ତେବେ ବଡ଼ଲୋକଙ୍କ ଏହି ମାନସିକତା ଯୋଗୁ ସମାଜର କ୍ଷତି ହୁଏ। ଯେତେବେଳେ ଜଣେ କ୍ଷମତାଶାଳୀ ବ୍ୟକ୍ତି ନିଜ ତଳେ ଥିବା ଜଣେ ପ୍ରତିଭାବାନ ବ୍ୟକ୍ତି ପ୍ରତି ଈର୍ଷା ରଖନ୍ତି ସେତେବେଳେ ସେହି ପ୍ରତିଭା ସମାଜ ସାମ୍ନାକୁ ଆସିପାରେ ନାହିଁ। ଅନେକ ଯୁବତୀଯୁବକ ନିଜର ନୂଆ ଚିନ୍ତାଧାରା ନେଇ ଆଗକୁ ବଢ଼ିବାକୁ ଚାହାନ୍ତି କିନ୍ତୁ ବଡ଼ ମୁଣ୍ଡିଆଙ୍କ ଈର୍ଷା ଯୋଗୁଁ ସେମାନଙ୍କୁ ସୁଯୋଗ ମିଳେନାହିଁ। ଯେଉଁଠି ସଫଳତା ପାଇଁ ଯୋଗ୍ୟତା ଅପେକ୍ଷା କାହାର ଚାମଚାଗିରି କରିବାକୁ ପଡ଼େ ସେଠାରେ ସୁସ୍ଥ ପରିବେଶ ନଷ୍ଟ ହୋଇଯାଏ।
ପ୍ରକୃତରେ ଦେଖିବାକୁ ଗଲେ ଈର୍ଷା କରୁଥିବା ବ୍ୟକ୍ତି ନିଜେ ଜଣେ ମାନସିକ ରୋଗୀ ସଦୃଶ। ସେ ବାହାରକୁ ଯେତେ ଭଲ ଦେଖାଗଲେ ମଧ୍ୟ ଭିତରେ ଭିତରେ ସେ ସବୁବେଳେ ଅଶାନ୍ତ ଥାଏ। ଅନ୍ୟର ହସ ତାଙ୍କୁ କଷ୍ଟ ଦିଏ ଏବଂ ଅନ୍ୟର ଉନ୍ନତି ତାଙ୍କୁ ନିଦ୍ରାହୀନ କରିଦିଏ। ଏହିଭଳି ବ୍ୟକ୍ତିଙ୍କ ପ୍ରତି ଘୃଣା ଭାବ ରଖିବା ଅପେକ୍ଷା ଦୟା ଭାବ ରଖିବା ଉଚିତ କାରଣ ସେମାନେ ନିଜର ସୁଖକୁ ଉପଭୋଗ କରିବା ପରିବର୍ତ୍ତେ ଅନ୍ୟର ଦୁଃଖ ଖୋଜିବାରେ ନିଜ ଜୀବନ ବ୍ୟଥିତ କରନ୍ତି। ଯଦି ଆପଣଙ୍କ ଉନ୍ନତିରେ କେହି ବଡ଼ଲୋକ ଈର୍ଷା କରୁଛନ୍ତି ତେବେ ଜାଣି ରଖନ୍ତୁ ଯେ ଆପଣ ଠିକ ପଥରେ ଅଛନ୍ତି। ଏହିଭଳି ପରିସ୍ଥିତିରେ ଷଡ଼ଯନ୍ତ୍ରର ଜବାବ ଯୁକ୍ତିତର୍କରେ ନୁହେଁ ବରଂ ନିଜର ସଫଳତା ଦ୍ୱାରା ଦିଅନ୍ତୁ। ଆପଣଙ୍କ ହସ ଏବଂ ଅଧିକ ସଫଳତା ହିଁ ସେମାନଙ୍କ ପାଇଁ ସବୁଠାରୁ ଶକ୍ତ ଚାପୁଡ଼ା। ନିଜକୁ ଏମିତି ତିଆରି କରନ୍ତୁ ଯେମିତି ଦୁନିଆ ଆପଣଙ୍କୁ ହରାଇବା ପାଇଁ ଚେଷ୍ଟା ନୁହେଁ ବରଂ ଷଡ଼ଯନ୍ତ୍ର କରିବାକୁ ବାଧ୍ୟ ହେବ। ଏହା ହିଁ ଆପଣଙ୍କ ବ୍ୟକ୍ତିତ୍ୱର ବିଜୟ ହେବ। ଈର୍ଷାନ୍ବିତ ବ୍ୟକ୍ତି ସବୁବେଳେ ଚାହାନ୍ତି ଆପଣ ରାଗନ୍ତୁ କିମ୍ବା ଭୁଲ୍‌ କରନ୍ତୁ। ଶାନ୍ତ ରହିବା ହିଁ ସେମାନଙ୍କର ସବୁ ଯୋଜନାକୁ ପଣ୍ଡ କରିଦେବ।
ତେବେ ବଡ଼ଲୋକ ହେବା ଏକ ସାମାଜିକ ସ୍ଥିତି ହୋଇପାରେ କିନ୍ତୁ ମହାନ ହେବା ଏକ ମାନସିକ ସ୍ଥିତି। ଜଣେ ପ୍ରକୃତ ବଡ଼ଲୋକ ସେ ହୋଇଥାଏ ଯିଏ ଅନ୍ୟକୁ ବଡ଼ ହେବାରେ ସାହାଯ୍ୟ କରେ। ଈର୍ଷା କେବଳ ବ୍ୟକ୍ତିକୁ ନୁହେଁ ବରଂ ସମ୍ପର୍କ ଏବଂ ସମାଜକୁ ମଧ୍ୟ ପୋଡ଼ି ପାଉଁଶ କରିଦିଏ। ତେଣୁ ଈର୍ଷାର ଅନ୍ଧକାରରେ ନ ରହି ପ୍ରଶଂସାର ଆଲୋକରେ ବଞ୍ଚିବା ହିଁ ଜୀବନର ସାର୍ଥକତା ହୋଇଥାଏ। ସଫଳତା ଯେତେବେଳେ ଆସେ ସେତେବେଳେ ଶତ୍ରୁ ଆପେ ଆପେ ସୃଷ୍ଟି ହୁଅନ୍ତି, କିନ୍ତୁ ମନେରଖନ୍ତୁ ପଥର ସେହି ଗଛ ଉପରକୁ ମରାଯାଏ, ଯେଉଁଥିରେ ମିଠା ଫଳ ଫଳିଥାଏ। ତେଣୁ ବଡ଼ଲୋକଙ୍କ ଈର୍ଷାକୁ ନିଜର ପ୍ରଗତିର ଏକ ପରିମାପକ ଭାବେ ଗ୍ରହଣ କରି ଆଗକୁ ବଢ଼ିବା ଉଚିତ।
ଅନ୍ଧାରୁଆ, ଭୁବନେଶ୍ୱର
ମୋ: ୯୦୯୦୬୬୧୫୮୬

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଡ୍ରେସିଂ ରୁମ୍‌ରେ ଇ-ସିଗାରେଟ୍‌ ଟାଣି ଚର୍ଚ୍ଚାରେ ଅଧିନାୟକ: ହେବ କି କାର୍ଯ୍ୟନୁଷ୍ଠାନ

ନୂଆଦିଲ୍ଲୀ,୨୯।୪: ରାଜସ୍ଥାନ ରୟାଲ୍ସ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ପ୍ରିମିୟମ ଲିଗ ୨୦୨୬ ମ୍ୟାଚ ସମୟରେ ଏକ ନୂତନ ବିବାଦ ଦେଖାଦେଇଛି। ରାଜସ୍ଥାନର ୨୪ ବର୍ଷୀୟ ଅଧିନାୟକ…

ଉତ୍ତରପ୍ରଦେଶର ବାନ୍ଦା ପ୍ରଥମ ଝାରସୁଗୁଡ଼ା ଦେଶର ଦ୍ୱିତୀୟ ଉତ୍ତପ୍ତ ସହର

ଭୁବନେଶ୍ୱର,୨୯।୪: ରାଜ୍ୟରେ ତାତି ଅସହ୍ୟ ହେବାରେ ଲାଗିଛି। ଗତ କିଛିଦିନ ଧରି ଲଗାତର ଭାବେ ଝାରସୁଗୁଡ଼ାର ତାପମାତ୍ରା ୪୪ ଡିଗ୍ରୀ ଅତିକ୍ରମ କରିବା ସହ ରାଜ୍ୟର ସବୁଠୁ…

ଯାତ୍ରୀବାହୀ ଡଙ୍ଗାକୁ ବିପଦ ଡ୍ରେଜିଂ ଭେସଲର: ପଦକ୍ଷେପ ନେବାକୁ ଦାବିକଲେ ଅଞ୍ଚଳବାସୀ

ମହାକାଳପଡ଼ା, ୨୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପଞ୍ଚାୟତ ମହାନଦୀ-ବାହାକୁଦ-ମୂଷାଡ଼ିଆ ଫେରିଘାଟରେ ଯାତ୍ରୀବାହୀ ଡଙ୍ଗା ଚଳାଚଳକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି। ଏକ ସପ୍ତାହଧରି…

ଧୁବେଲ ବନ୍ଧ ପୁନରୁଦ୍ଧାର କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ଦାବି

ଲୋଇସିଂହା,୨୯।୪(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ସାଲେଭଟା ଗ୍ରାମର ପୋଖରୀ(ଧୁବେଲ ବନ୍ଧ )ପୁନରୁଦ୍ଧାର କାର୍ଯ୍ୟ ପାଇଁ ପ୍ରଶାସନିକ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ପ୍ରାୟ ୨ ମାସ…

ଦିନରେ ଚୁଟି ବେପାର, ରାତିରେ ଚୋରି: ଆନ୍ତଃରାଜ୍ୟ ଲୁଟେରାଙ୍କୁ ବାନ୍ଧିଲା ପୋଲିସ

ଭୋଗରାଇ, ୨୯ା୪(ପ୍ରଦୀପ ଦାସ):ଦିନରେ ଘର ଘର ବୁଲି ଚୁଟି ବେପାର କରୁଥିଲେ। ରାତି ହେଲେ ଘରେ ପଶି ଟଙ୍କା ପଇସା, ସୁନାଗହଣା ଲୁଟ୍‌ କରି ଚମ୍ପଟ ମାରୁଥିଲେ।…

ଆଜି ରଥ ନିର୍ମାଣ କାର୍ଯ୍ୟର ନବମ ଦିନ

ପୁରୀ,୨୯ା୪: ଆଜି ରଥ ନିର୍ମାଣ କାର୍ଯ୍ୟର ନବମ ଦିନ। ଶ୍ରୀନଅରସ୍ଥିତ ଅସ୍ଥାୟୀ ରଥଖଳାରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ନିମନ୍ତେ ରଥ ନିର୍ମାଣ କାର୍ଯ୍ୟ ଜାରି ରହିଛି। ରଥ…

ଚଷମା ଦୋକାନରେ ଭୟାବହ ଅଗ୍ନିକାଣ୍ଡ : ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡି ଭଷ୍ମ

ସମ୍ବଲପୁର, ୨୯।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଅଇଁଠାପାଲି ଥାନା ଅନ୍ତର୍ଗତ ବୁଢାରଜାସ୍ଥିତ ଏକ ଜଣାଶୁଣା ତିନି ମହଲା ବିଶିଷ୍ଟ ଚଷମା ସୋରୁମ ‘ଭିଜନ କେୟାର’ରେ ଆଜି ଭୋର…

ପିତୃତ୍ୱ: ଏକ ଆହ୍ବାନ

ପୁତ୍ରକନ୍ୟାମାନଙ୍କ ପାଇଁ ପିତା ହେଉଛନ୍ତି ଦେବତା। ଏଣୁ ତୈତ୍ତିରୀୟ ଉପନିଷଦରେ କୁହାଯାଇଛି ‘ପିତୃଦେବୋ ଭବଃ’।  ମନୁ ସଂହିତାରେ ଉଲ୍ଲେଖ ଅଛି ‘ଉପାଧ୍ୟାୟାତ୍‌ ଦଶାଚାର୍ଯ୍ୟଃ ଆଚାର୍ଯ୍ୟାଣାଂ ଶତଂ ପିତା’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri