Categories: ଖେଳ

ବଟଲରଙ୍କ ଶାର୍ଟ ନିଲାମରୁ ମିଳିଲା ୮୦ ହଜାର ଡଲାର

ଲଣ୍ଡନ,୯।୪(ପି.ଟି.)-କରୋନା ଭାଇରସ୍‌ ଲଢେଇ ପାଇଁ ଇଂଲଣ୍ଡ ଉଇକେଟକିପର ଜୋସ୍‌ ବଟଲରଙ୍କ ବିଶ୍ୱକପ୍‌ ଫାଇନାଲ ଶାର୍ଟ ନିଲାମ ହୋଇଛି। ଏହି ନିଲାମରୁ ୬୫,୦୦୦ ପାଉଣ୍ଡ ବା ୮୦,୦୦୦ ଡଲାର ଆମେରିକୀୟ ଡଲାର ସଂଗ୍ରହ କରାଯାଇଛି।
ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ର ଅନ୍ତିମ ବଲ୍‌ରେ ରନ୍‌ ଆଉଟ ହୋଇଥିଲେ ବଟଲର। ଗତବର୍ଷ ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ଅନୁଷ୍ଠିତ ଏହି ଫାଇନାଲ ମୁକାବିଲାରେ ନ୍ୟୁଜିଲାଣ୍ଡକୁ ଫାଇନାଲରେ ହରାଇ ଇଂଲଣ୍ଡ ପ୍ରଥମଥର ପାଇଁ ବିଶ୍ୱକପ୍‌ ଟାଇଟଲ ହାସଲ କରିଥିଲା। ଲଣ୍ଡନ୍‌ ସ୍ଥିତ ରୟାଲ ବ୍ରୋମ୍ପଟନ ଓ ହାରେଫିଲ୍ଡ ହସ୍ପିଟାଲର ହାର୍ଟ ଆଣ୍ଡ୍‌ ଲଙ୍ଗ୍ସ ସେଣ୍ଟର ପାଇଁ ଏହି ଅର୍ଥ ନିଲାମ ଦ୍ୱାରା ସଂଗ୍ରହ କରାଯାଇଛି।
ବଟଲର ଏହି ଫାଇନାଲ ମ୍ୟାଚ୍‌ରେ ଅର୍ଦ୍ଧଶତକ ହାସଲ କରିଥିଲେ ଓ ସୁପର ଓଭରରେ ବ୍ୟାଟିଂ କରିଥିଲେ। ମଙ୍ଗଳବାର ନିଲାମର ସମୟ ଶେଷ ହୋଇଥିଲା। ଏହି ଶାର୍ଟ ୮୨ଟି ବିଡ୍‌ ହାସଲ କରିଥିଲା। ଶେଷରେ ବିଜୋ ୬୫,୧୦୦୦ ପାଉଣ୍ଡ ପ୍ରଦାନ କରିଥିଲେ। ବିଶ୍ୱକପ୍‌ ଫାଇନାଲରେ ପିନ୍ଧିଥିବା ଏହି ଶାର୍ଟ ମୋ ପାଇଁ ବିଶେଷ ମହତ୍ତ୍ୱ ରଖୁଛି। ତେବେ ବିଶେଷ କାରଣ ପାଇଁ ଏହାକୁ ନିଲାମ କରିବାକୁ ହେଲା ଓ ଆମର ଲକ୍ଷ୍ୟ ସାଧନ ହେଲା ବୋଲି ବଟଲର କହିଛନ୍ତି।

Share