Categories: ଖେଳ

ବଟଲରଙ୍କୁ ଜରିମାନା

ଜୋହାନ୍ସବର୍ଗ, ୧୦ା୧ (ଏଏଫ୍‌ପି)- ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଇଂଲଣ୍ଡ ଉଇକେଟକିପର ଜୋସ୍‌ ବଟଲରଙ୍କୁ ତାଙ୍କ ମ୍ୟାଚ ଫି’ର ୧୫ ପ୍ରତିଶତ ଜରିମାନା କରିଛି। କେପ୍‌ ଟାଉନ୍‌ ଅନ୍ତର୍ଗତ ନ୍ୟୁଲାଣ୍ଡ୍ସରେ ଦ୍ୱିତୀୟ ଟେଷ୍ଟ ମ୍ୟାଚର ଅନ୍ତିମ ଦିବସରେ ବଟଲର ଉଇକେଟ କିପିଂ କରୁଥିବବେଳେ ଦକ୍ଷିଣ ଆଫ୍ରିକା ଅଲରାଉଣ୍ଡର ଭେର୍ନନ ଫିଲାଣ୍ଡରଙ୍କ ଉଦେଶ୍ୟରେ ଖରାପ ଭାଷା ପ୍ରୟାଗ କରିଥିଲେ। ଷ୍ଟମ୍ପରେ ଲାଗିଥିବା ମାଇକ୍ରୋଫୋନ୍‌ ଦ୍ୱାରା ତାହା ସ୍ପଷ୍ଟ ଶୁଣିବାକୁ ମିଳିଥିଲା। ଆଇସିସି ଆଚରଣବିଧି ଉଲ୍ଲଂଘନ କରିଥିବାରୁ ଇଂଲଣ୍ଡର ଏହି ୨୯ ବର୍ଷୀୟ କ୍ରିକେଟରଙ୍କୁ ଗୋଟିଏ ଡିମେରିଟ୍‌ ପଏଣ୍ଟ ମିଳିଛି। ବଟଲର ପ୍ରଥମ ଥର ଏଭଳି ଅପରାଧ କରିଛନ୍ତି। ୪ ଡିମେରିଟ୍‌ ପଏଣ୍ଟ ପାଇଲେ ସମ୍ପୃକ୍ତ ଖେଳାଳି ୨ ବର୍ଷ ବାସନ୍ଦ ହେବେ। ଆଇସିସି ମ୍ୟାଚ ରେଫରି ଏମିରେଟ୍ସ ଏଲିଟ୍‌ ପ୍ୟାନେଲର ଆଣ୍ଡି ପାଇକ୍ରଫ୍ଟଙ୍କ ଦ୍ୱାରା ହୋଇଥିବା ଦଣ୍ଡ ବିଧାନକୁ ବଟଲର ଗ୍ରହଣ କରିବା ସହ ନିଜ ଦୋଷକୁ ସ୍ବୀକାର କରିଛନ୍ତି। ତେଣୁ ଆନୁଷ୍ଠାନିକ ଶୁଣାଣିର ଆବଶ୍ୟକତା ନ ଥିଲା।

Share