ବଙ୍କିମଙ୍କ ନୂଆ ମିଶନ

କିଛି ନୂଆ କଥା କରିବା ସମସ୍ତଙ୍କ ଦ୍ୱାରା ସମ୍ଭବ ହୁଏନା। ସେଥିପାଇଁ ଦରକାର ଦୁଃସାହସ, ଅଙ୍ଗୀକାରବଦ୍ଧତା ତଥା ନିଜ ଉପରେ ପ୍ରଚଣ୍ଡ ଆତ୍ମବିଶ୍ୱାସ। ସେମିତି ଜଣେ ମଣିଷ ହେଉଛନ୍ତି ନାଟ୍ୟକାର ତଥା ନାଟ୍ୟ ପରିଚାଳକ ବଙ୍କିମ ସ୍ବାଇଁ। ମନେ ପକାନ୍ତୁ ନବେ ଦଶକର ପ୍ରଥମାର୍ଦ୍ଧରେ ‘ସାହାଣୀ ଅପେରା’ ଏକ ନାଟକ ପ୍ରଯୋଜନା କରିଥିଲା, ଯାହାର ଶୀର୍ଷକ ଥିଲା ‘ସାହାଣୀ ମାଷ୍ଟ୍ରଙ୍କ ଭଙ୍ଗା ସିଲଟ’। ଏହି ନାଟକର ନାଟ୍ୟକାର ଥିଲେ ବଙ୍କିମ ସ୍ବାଇଁ। ନାଟକଟି ଅନେକ ନୂଆ କଥାକୁ ଜନ୍ମ ଦେଇଥିଲା। ଯେମିତି କି ସେଇ ନାଟକରେ ନୂଆକରି ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବିକାଶ ଶୁକ୍ଳା ଆଜି ଯାତ୍ରା ଜଗତର ଜଣେ ନମ୍ବର ଓ୍ବାନ୍‌ ସଙ୍ଗୀତ ନିର୍ଦ୍ଦେଶକ। ସେଦିନ ସାହାଣୀ ମାଷ୍ଟ୍ରେଙ୍କୁ ଭଙ୍ଗା ସିଲଟ ଧରେଇ ବହୁ ନୂଆ ଇତିହାସ ସୃଷ୍ଟି କରିଥିବା ବଙ୍କିମ୍‌ ସ୍ବାଇଁ ଆଗାମୀ ଯାତ୍ରାବର୍ଷ ପାଇଁ ଏକ ନୂଆ ତଥା ନିଆରା ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଛନ୍ତି। ନିଷ୍ପତ୍ତିଟି ହେଉଛି, ସେ ଆସନ୍ତା ଯାତ୍ରା ଋତୁରେ କିଛି ନୂଆ ନାଟ୍ୟକାରଙ୍କୁ ସୁଯୋଗ ଦେବେ। ଯେଉଁମାନେ ତୃଣମୂଳ ସ୍ତରରେ ନାଟକ ଲେଖୁଛନ୍ତି; ଅଥଚ ପୁରୁଣାମାନଙ୍କର ଭିଡ଼ରେ ଆଗକୁ ଆସିବାର ସୁଯୋଗ ପାଉନାହାନ୍ତି ସେମାନଙ୍କୁ ସେ ଏଥିପାଇଁ ଆହ୍ବାନ ଦେଇଛନ୍ତି। ଏ ବାବଦରେ ବଙ୍କିମ କହନ୍ତି : ମୋ ଓଡ଼ିଶାରେ ପ୍ରତିଭାର ଅଭାବ ନାହିଁ। ମାତ୍ର ସୁଯୋଗର ଅଭାବ ରହିଛି। ସୁଯୋଗ ନ ପାଇଲେ ପ୍ରତିଭାଟିଏ କିପରି ମଉଳିଯାଏ ସେକଥା ମୁଁ ନିଜେ ଅନୁଭବ କରିଛି। ସେଥିଲାଗି ମୁଁ ଓଡ଼ିଶାର କୋଣ ଅନୁକୋଣରେ ଥିବା ନାଟ୍ୟକାରମାନଙ୍କୁ ଆମନ୍ତ୍ରଣ କରିଛି। ମୋର ଉଦ୍ଦେଶ୍ୟ, ମୁଁ ସେମାନଙ୍କ ସହ ମିଶିବି। ସେମାନଙ୍କ ମନକଥା ଜାଣିବି। ସେମାନେ କ’ଣ ଲେଖୁଛନ୍ତି ତାହା ପଢ଼ିବି। ସେମାନଙ୍କ ଭିତରେ ଥିବା ସମ୍ଭାବନାକୁ ଆବିଷ୍କାର କରିବି। ଆଉ ଯିଏ ସୁଯୋଗ ପାଇବାକୁ ଯୋଗ୍ୟ ତାକୁ ସୁଯୋଗ ଦେବାକୁ ଚେଷ୍ଟା କରିବି। ଦରକାର ପଡ଼ିଲେ ସେମାନଙ୍କ ଲାଗି ମୁଁ ଲଢ଼େଇ କରିବି।

ବଙ୍କିମ ସ୍ବାଇଁଙ୍କ ଏ ଘୋଷଣା ଫଳରେ ନୂଆ ନାଟ୍ୟକାରମାନଙ୍କ ମଧ୍ୟରେ ନୂତନ ଉଦ୍ଦୀପନା ସୃଷ୍ଟି ହୋଇଛି। ଯାତ୍ରାଜଗତ ସହ ସଂଶ୍ଳିଷ୍ଟ ଅନେକ ଲୋକ ଏହାକୁ ଏକ ଦୁଃସାହସିକ ପଦକ୍ଷେପ ବୋଲି କହିବା ଆରମ୍ଭ କରିଛନ୍ତି। ଅବଶ୍ୟ କେହିକେହି ଏହାକୁ ନେଇ ଭିନ୍ନ ମନ୍ତବ୍ୟ ଦେଇଛନ୍ତି। ତେବେ ଯାତ୍ରାଜଗତ ସହ ଜଡ଼ିତ ଥିବା ଅଧିକାଂଶ ବୁଦ୍ଧିଜୀବୀ କହିଛନ୍ତି ଯେ, ଏଭଳି ପଦକ୍ଷେପକୁ ବିରୋଧ କରାଯିବା ଅନୁଚିତ। ନୂଆମାନଙ୍କୁ ସ୍ବାଗତ କରିବା ଆବଶ୍ୟକ। କାରଣ ଆଜି ଯେଉଁମାନେ ପୁରୁଣା ଦିନେ ସେମାନେ ବି ନୂଆ ଥିଲେ। ସେମାନଙ୍କୁ ବି ସୁଯୋଗ ଦେବା ପାଇଁ କେହି ଜଣେ ନୂଆ ପଦକ୍ଷେପଟେ ନେଇଥିଲେ। ତେଣୁ ସବୁବେଳେ ନୂଆ ସୃଷ୍ଟି, ନୂଆ ସମ୍ଭାବନା ତଥା ନୂତନ ଚିନ୍ତାଧାରାକୁ ସ୍ବାଗତ କରାଯାଉ। ସେଥିରେ ହୁଏତ ବ୍ୟକ୍ତିଗତ ସ୍ବାର୍ଥ ହାନି ହୋଇପାରେ। ମାତ୍ର ଜଗତର ମଙ୍ଗଳ।
ସୂଚନାଯୋଗ୍ୟ ଯେ, ନୂଆ ଲେଖକଙ୍କ ପାଇଁ ଉପରୋକ୍ତ ବୈପ୍ଳବିକ ଚିନ୍ତା ପୋଷଣ କରିଥିବା ଶ୍ରୀଯୁକ୍ତ ସ୍ବାଇଁ ପ୍ରଥମତଃ ଥିଲେ ଜଣେ ସ୍ରଷ୍ଟା। ତାଙ୍କର ପ୍ରଥମ ନାଟକ ଥିଲା ‘ବାଘ ବଜାରୀ ଖେଳ’। ତା’ପରେ ସେ ଲେଖିଥିଲେ ତାଙ୍କର ସର୍ବାଧିକ ଲୋକପ୍ରିୟ ନାଟକ ‘ସାହାଣୀ ମାଷ୍ଟ୍ରଙ୍କ ଭଙ୍ଗା ସିଲଟ’। ଏହା ପରେ ପରେ ତାଙ୍କ କଲମରୁ ସୃଷ୍ଟିହେଲା ‘ଧନ୍ୟ ସେ ମା’ ଧନ୍ୟ ସେ ମାଟି’, ‘ଶୁଭ ସାହାନାଇ ବିଷ କଳସ’, ‘ହୁଳହୁଳି ଦିଅ ଭାଉଜ ରାଣୀ’, ‘ଜହ୍ନ ହଜିଗଲା ପୂନେଇ ଦିନ’, ‘କଣ୍ଢେଇ ଦେଇ ଭଣ୍ଡେଇ ଦେଲୁ’, ମୋ ଛବି ବହି, ‘ବୋହୂ ମୋର ଠିକ୍‌ କରିଛି’, ‘ଯେମିତି ଦିଅଁକୁ ସେମିତି ପୂଜା’, ‘ମାମୁ ମତେ ମାଇଲେ’ ଏବଂ ‘ବେଇମାନ’। ଜଣେ ସ୍ରଷ୍ଟା ଯେ ଆଉ ଜଣେ ସ୍ରଷ୍ଟାର ମର୍ମକଥା ଅନୁଭବ କରିପାରେ ତାହାର ପ୍ରମାଣ ଦେଇଛନ୍ତି ବଙ୍କିମ।


Enter your email to get our daily news in your inbox.

All Right Reserved By Dharitri.Com

KBC କୁ ବାଏ ବାଏ କରିବେ ଅମିତାଭ! କୋଟି କୋଟି ପ୍ରଶଂସକଙ୍କୁ ଝଟ୍‌କା…

ମୁମ୍ବାଇ: ହିନ୍ଦୀ ସିନେମାର ମହାନାୟକ ଅମିତାଭ ବଚ୍ଚନ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଦର୍ଶକଙ୍କ ମନୋରଞ୍ଜନ କରିଆସୁଛନ୍ତି। କେବଳ ଜଣେ ଅଭିନେତା ଭାବରେ ନୁହେଁ, ବରଂ…

‘ଦୃଶ୍ୟମ ୩’ର ଧମାକାଦାର ଟ୍ରେଲର ରିଲିଜ୍‌: ସାଉଁଟୁଛି ପ୍ରଶଂସା

ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ବହୁ ପ୍ରତୀକ୍ଷିତ କ୍ରାଇମ ଥ୍ରିଲର୍‌ ‘ଦୃଶ୍ୟମ ଦ କନକ୍ଲୁଜନ’ ଅର୍ଥାତ୍‌ ‘ଦୃଶ୍ୟମ ୩’ର ଟ୍ରେଲର୍‌ ରିଲିଜ ହୋଇଛି। ୨୦୧୫ରେ ଆରମ୍ଭ ହୋଇଥିବା…

ଧୁରନ୍ଧରକୁ ପଛରେ ପକାଇଲା ଫିଲ୍ମ ‘ହନୁମାନ ଅଂଶ’

ମୁମ୍ବାଇ: ଆଧ୍ୟାତ୍ମିକ ଗୁରୁ ନୀମ କରୋଲି ବାବାଙ୍କ ଜୀବନ ଏବଂ ଶିକ୍ଷା ଉପରେ ଆଧାରିତ ଫିଲ୍ମ ‘ହନୁମାନ ଅଂଶ’ ବକ୍ସ ଅଫିସରେ ୧୫୦ କୋଟିରୁ ଅଧିକ ଟଙ୍କା…

ନୋରାଙ୍କ ବିରୋଧରେ ୩ କୋଟି ଟଙ୍କାର ମାନହାନି ମାମଲା, ଭିଡିଓ ଶେୟାର କରିବା ପଡିଲା ମହଙ୍ଗା!

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତଥା ଡ୍ୟାନ୍ସର ନୋରା ଫତେହି ପୁଣିଥରେ ଆଇନଗତ ବିବାଦରେ ଫସିଛନ୍ତି। ଗୁଜରାଟର ଗାନ୍ଧୀନଗର ଅଦାଲତରେ ନୋରାଙ୍କ ବିରୋଧରେ ୩ କୋଟି ଟଙ୍କାର ସିଭିଲ…

ଦିଲ୍ଲୀରେ ମଣିପୁରୀ ମ୍ୟୁଜିକ୍ ଶିକ୍ଷକଙ୍କୁ ହତ୍ୟା, ନ୍ୟାୟ ଦାବିରେ ରାସ୍ତାକୁ ଓହ୍ଲାଇଲେ ଲୋକେ

ନୂଆଦିଲ୍ଲୀ,୮।୯: ଦିଲ୍ଲୀର କିଲୋକରୀ ଗାଁରେ ମଣିପୁରର ଅବସରପ୍ରାପ୍ତ ମ୍ୟୁଜିକ୍ ଶିକ୍ଷକ ତଥା ସଙ୍ଗୀତଜ୍ଞ ଚୋଙ୍ଗଥମ ବିକ୍ରମ ସିଂଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ବଢ଼ିବାରେ ଲାଗିଛି । ତାଙ୍କ…

୨୦ ବର୍ଷ ପରେ ଏକାଠି ହେବେ ରାଣୀ-ଅଭିଷେକ: ଆସିଲା ବଡ଼ ଅପଡେଟ୍‌

ବଲିଉଡ୍‌ ବାଦଶାହ ଶାହରୁଖ ଖାନଙ୍କୁ ବଡ଼ ପରଦାରେ ଦେଖିବାକୁ ଦୀର୍ଘଦିନ ହେଲାଣି ଅପେକ୍ଷା କରିଛନ୍ତି ପ୍ରଶଂସକ। ୨୦୨୩ ଡିସେମ୍ବର ପରଠାରୁ ଶାହରୁଖଙ୍କ କୌଣସି ନୂଆ ଫିଲ୍ମ ରିଲିଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri