ବଙ୍କିମଙ୍କ ନୂଆ ମିଶନ

କିଛି ନୂଆ କଥା କରିବା ସମସ୍ତଙ୍କ ଦ୍ୱାରା ସମ୍ଭବ ହୁଏନା। ସେଥିପାଇଁ ଦରକାର ଦୁଃସାହସ, ଅଙ୍ଗୀକାରବଦ୍ଧତା ତଥା ନିଜ ଉପରେ ପ୍ରଚଣ୍ଡ ଆତ୍ମବିଶ୍ୱାସ। ସେମିତି ଜଣେ ମଣିଷ ହେଉଛନ୍ତି ନାଟ୍ୟକାର ତଥା ନାଟ୍ୟ ପରିଚାଳକ ବଙ୍କିମ ସ୍ବାଇଁ। ମନେ ପକାନ୍ତୁ ନବେ ଦଶକର ପ୍ରଥମାର୍ଦ୍ଧରେ ‘ସାହାଣୀ ଅପେରା’ ଏକ ନାଟକ ପ୍ରଯୋଜନା କରିଥିଲା, ଯାହାର ଶୀର୍ଷକ ଥିଲା ‘ସାହାଣୀ ମାଷ୍ଟ୍ରଙ୍କ ଭଙ୍ଗା ସିଲଟ’। ଏହି ନାଟକର ନାଟ୍ୟକାର ଥିଲେ ବଙ୍କିମ ସ୍ବାଇଁ। ନାଟକଟି ଅନେକ ନୂଆ କଥାକୁ ଜନ୍ମ ଦେଇଥିଲା। ଯେମିତି କି ସେଇ ନାଟକରେ ନୂଆକରି ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବିକାଶ ଶୁକ୍ଳା ଆଜି ଯାତ୍ରା ଜଗତର ଜଣେ ନମ୍ବର ଓ୍ବାନ୍‌ ସଙ୍ଗୀତ ନିର୍ଦ୍ଦେଶକ। ସେଦିନ ସାହାଣୀ ମାଷ୍ଟ୍ରେଙ୍କୁ ଭଙ୍ଗା ସିଲଟ ଧରେଇ ବହୁ ନୂଆ ଇତିହାସ ସୃଷ୍ଟି କରିଥିବା ବଙ୍କିମ୍‌ ସ୍ବାଇଁ ଆଗାମୀ ଯାତ୍ରାବର୍ଷ ପାଇଁ ଏକ ନୂଆ ତଥା ନିଆରା ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଛନ୍ତି। ନିଷ୍ପତ୍ତିଟି ହେଉଛି, ସେ ଆସନ୍ତା ଯାତ୍ରା ଋତୁରେ କିଛି ନୂଆ ନାଟ୍ୟକାରଙ୍କୁ ସୁଯୋଗ ଦେବେ। ଯେଉଁମାନେ ତୃଣମୂଳ ସ୍ତରରେ ନାଟକ ଲେଖୁଛନ୍ତି; ଅଥଚ ପୁରୁଣାମାନଙ୍କର ଭିଡ଼ରେ ଆଗକୁ ଆସିବାର ସୁଯୋଗ ପାଉନାହାନ୍ତି ସେମାନଙ୍କୁ ସେ ଏଥିପାଇଁ ଆହ୍ବାନ ଦେଇଛନ୍ତି। ଏ ବାବଦରେ ବଙ୍କିମ କହନ୍ତି : ମୋ ଓଡ଼ିଶାରେ ପ୍ରତିଭାର ଅଭାବ ନାହିଁ। ମାତ୍ର ସୁଯୋଗର ଅଭାବ ରହିଛି। ସୁଯୋଗ ନ ପାଇଲେ ପ୍ରତିଭାଟିଏ କିପରି ମଉଳିଯାଏ ସେକଥା ମୁଁ ନିଜେ ଅନୁଭବ କରିଛି। ସେଥିଲାଗି ମୁଁ ଓଡ଼ିଶାର କୋଣ ଅନୁକୋଣରେ ଥିବା ନାଟ୍ୟକାରମାନଙ୍କୁ ଆମନ୍ତ୍ରଣ କରିଛି। ମୋର ଉଦ୍ଦେଶ୍ୟ, ମୁଁ ସେମାନଙ୍କ ସହ ମିଶିବି। ସେମାନଙ୍କ ମନକଥା ଜାଣିବି। ସେମାନେ କ’ଣ ଲେଖୁଛନ୍ତି ତାହା ପଢ଼ିବି। ସେମାନଙ୍କ ଭିତରେ ଥିବା ସମ୍ଭାବନାକୁ ଆବିଷ୍କାର କରିବି। ଆଉ ଯିଏ ସୁଯୋଗ ପାଇବାକୁ ଯୋଗ୍ୟ ତାକୁ ସୁଯୋଗ ଦେବାକୁ ଚେଷ୍ଟା କରିବି। ଦରକାର ପଡ଼ିଲେ ସେମାନଙ୍କ ଲାଗି ମୁଁ ଲଢ଼େଇ କରିବି।

ବଙ୍କିମ ସ୍ବାଇଁଙ୍କ ଏ ଘୋଷଣା ଫଳରେ ନୂଆ ନାଟ୍ୟକାରମାନଙ୍କ ମଧ୍ୟରେ ନୂତନ ଉଦ୍ଦୀପନା ସୃଷ୍ଟି ହୋଇଛି। ଯାତ୍ରାଜଗତ ସହ ସଂଶ୍ଳିଷ୍ଟ ଅନେକ ଲୋକ ଏହାକୁ ଏକ ଦୁଃସାହସିକ ପଦକ୍ଷେପ ବୋଲି କହିବା ଆରମ୍ଭ କରିଛନ୍ତି। ଅବଶ୍ୟ କେହିକେହି ଏହାକୁ ନେଇ ଭିନ୍ନ ମନ୍ତବ୍ୟ ଦେଇଛନ୍ତି। ତେବେ ଯାତ୍ରାଜଗତ ସହ ଜଡ଼ିତ ଥିବା ଅଧିକାଂଶ ବୁଦ୍ଧିଜୀବୀ କହିଛନ୍ତି ଯେ, ଏଭଳି ପଦକ୍ଷେପକୁ ବିରୋଧ କରାଯିବା ଅନୁଚିତ। ନୂଆମାନଙ୍କୁ ସ୍ବାଗତ କରିବା ଆବଶ୍ୟକ। କାରଣ ଆଜି ଯେଉଁମାନେ ପୁରୁଣା ଦିନେ ସେମାନେ ବି ନୂଆ ଥିଲେ। ସେମାନଙ୍କୁ ବି ସୁଯୋଗ ଦେବା ପାଇଁ କେହି ଜଣେ ନୂଆ ପଦକ୍ଷେପଟେ ନେଇଥିଲେ। ତେଣୁ ସବୁବେଳେ ନୂଆ ସୃଷ୍ଟି, ନୂଆ ସମ୍ଭାବନା ତଥା ନୂତନ ଚିନ୍ତାଧାରାକୁ ସ୍ବାଗତ କରାଯାଉ। ସେଥିରେ ହୁଏତ ବ୍ୟକ୍ତିଗତ ସ୍ବାର୍ଥ ହାନି ହୋଇପାରେ। ମାତ୍ର ଜଗତର ମଙ୍ଗଳ।
ସୂଚନାଯୋଗ୍ୟ ଯେ, ନୂଆ ଲେଖକଙ୍କ ପାଇଁ ଉପରୋକ୍ତ ବୈପ୍ଳବିକ ଚିନ୍ତା ପୋଷଣ କରିଥିବା ଶ୍ରୀଯୁକ୍ତ ସ୍ବାଇଁ ପ୍ରଥମତଃ ଥିଲେ ଜଣେ ସ୍ରଷ୍ଟା। ତାଙ୍କର ପ୍ରଥମ ନାଟକ ଥିଲା ‘ବାଘ ବଜାରୀ ଖେଳ’। ତା’ପରେ ସେ ଲେଖିଥିଲେ ତାଙ୍କର ସର୍ବାଧିକ ଲୋକପ୍ରିୟ ନାଟକ ‘ସାହାଣୀ ମାଷ୍ଟ୍ରଙ୍କ ଭଙ୍ଗା ସିଲଟ’। ଏହା ପରେ ପରେ ତାଙ୍କ କଲମରୁ ସୃଷ୍ଟିହେଲା ‘ଧନ୍ୟ ସେ ମା’ ଧନ୍ୟ ସେ ମାଟି’, ‘ଶୁଭ ସାହାନାଇ ବିଷ କଳସ’, ‘ହୁଳହୁଳି ଦିଅ ଭାଉଜ ରାଣୀ’, ‘ଜହ୍ନ ହଜିଗଲା ପୂନେଇ ଦିନ’, ‘କଣ୍ଢେଇ ଦେଇ ଭଣ୍ଡେଇ ଦେଲୁ’, ମୋ ଛବି ବହି, ‘ବୋହୂ ମୋର ଠିକ୍‌ କରିଛି’, ‘ଯେମିତି ଦିଅଁକୁ ସେମିତି ପୂଜା’, ‘ମାମୁ ମତେ ମାଇଲେ’ ଏବଂ ‘ବେଇମାନ’। ଜଣେ ସ୍ରଷ୍ଟା ଯେ ଆଉ ଜଣେ ସ୍ରଷ୍ଟାର ମର୍ମକଥା ଅନୁଭବ କରିପାରେ ତାହାର ପ୍ରମାଣ ଦେଇଛନ୍ତି ବଙ୍କିମ।


Enter your email to get our daily news in your inbox.

All Right Reserved By Dharitri.Com

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri