Posted inଖେଳ

ବକ୍ସରଙ୍କ ପାଇଁ ଅନ୍‌ଲାଇନ୍‌ କୋଚିଂ

ନୂଆଦିଲ୍ଲୀ, ୩୦ା୩ (ପି.ଟି.)-ଅଲିମ୍ପିକ୍ସରେ ଭାଗ ନେବାକୁଥିବା ବକ୍ସର ମାନଙ୍କ ଲାଗି ଅନ୍‌ଲାଇନ୍‌ କୋଚିଂ ବ୍ୟବସ୍ଥା ସୋମବାରଠାରୁ ଆରମ୍ଭ ହେବ। କୋଭିଡ୍‌-୧୯ ଯୋଗୁ ଦେଶରେ ଜାତୀୟ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ବକ୍ସରମାନଙ୍କ ଟ୍ରେନିଂକୁ ଏହା ପ୍ରଭାବିତ କରିଛି। ଏଥିସହିତ ବକ୍ସରମାନଙ୍କ ମାନସିକ ଅବସ୍ଥାରେ ସ୍ଥିରତା ବଜାୟ ରଖିବା ତଥା ପୁଷ୍ଟିସାଧନ କ୍ଷେତ୍ରରେ ମଧ୍ୟ ଧ୍ୟାନ ଦିଆଯିବ ବୋଲି ଭାରତୀୟ ବକ୍ସିଂ ମହାସଂଘ ତରଫରୁ ସୂଚନା ଦିଆଯାଇଛି। ୨୦୨୧ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଥିବା ଟୋକିଓ ଅଲିମ୍ପିକ୍ସ ପାଇଁ ଭାରତର ୯ଜଣ ବକ୍ସର ଇତିମଧ୍ୟରେ ଯୋଗ୍ୟତା ହାସଲ କରିସାରିଛନ୍ତି। ସେମାନେ ହେଲେ ଏମ୍‌.ସି. ମେରୀକମ୍‌ (୫୧କେଜି), ସିମରନଜିତ୍‌ କୌର (୬୦କେଜି), ଲଭଲିନା ବର୍ଗୋହାନି (୬୯କେଜି), ପୂଜା ରାଣୀ (୭୫କେଜି), ଅମିତ ଫଙ୍ଗାଲ (୫୨କେଜି), ମନୀଷ କୌଶିକ୍‌ (୬୩ କେଜି), ବିକାଶ କ୍ରିଷନ (୬୯କେଜି), ଆଶିଷ କୁମାର (୭୫କେଜି) ଓ ସତୀଶ କୁମାର (+୯୧କେଜି)। ବକ୍ସିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ବିଏଫ୍‌ଆଇ) ସଭାପତି ଅଜୟ ସିଂ ରବିବାର ଏହି ବକ୍ସରମାନଙ୍କ ସହିତ ରବିବାର ଏକ କନଫରେନ୍ସ କଲ୍‌ କରିଥିଲେ। କରୋନା ମହାମାରୀ ବିରୋଧରେ ଲଢେଇ ପାଇଁ ଏପ୍ରିଲ ୧୪ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ସେ ସମୟରେ ଅଲିମ୍ପିକ୍ସ ପାଇଁ କିପରି ପ୍ରସ୍ତୁତ ହେବାକୁ ପଡ଼ିବ ତାହା ସିଂ ବ୍ୟାଖ୍ୟା କରିଥିଲେ। ନିଜକୁ ସବୁ ବେଳେ ଫିଟ୍‌ ରଖିବାକୁ ପଡ଼ିବ। କୋଚ୍‌ମାନଙ୍କ ପରାମର୍ଶକ୍ରମେ ବ୍ୟାୟାମ ଦ୍ୱାରା ଯଥା ସମ୍ଭବ ଶରୀରର ଓଜନ ବଜାୟ ରଖିବାକୁ ପଡ଼ିବ ବୋଲି ସିଂ ବକ୍ସରମାନଙ୍କୁ କହିଥିଲେ। ବିଏଫ୍‌ଆଇର କାଯର୍ର୍‌ୟନିର୍ବାହୀ ନିର୍ଦ୍ଦେଶକ ଆର.କେ. ସାଚେଟ ଖାଦ୍ୟପେୟର ନିୟନ୍ତ୍ରଣ ରଖିବା ଲାଗି କହିଛନ୍ତି। ଦିଲ୍ଲୀରେ ୧୪ ଦିନିଆ ଆଇସୋଲେଶନରେ ରହିବା ପରେ ଭାରତୀୟ ବକ୍ସିଂର ହାଇପରଫର୍ମାନ୍ସ ଡାଇରେକ୍ଟର ସାଣ୍ଟିଆଗୋ ନିଏଭା ବର୍ତ୍ତମାନ ଦିଲ୍ଲୀରେ ଅବସ୍ଥାନ କରୁଛନ୍ତି। ସେ ପୁରୁୁଷ ବକ୍ସରମାନଙ୍କ ଶ୍ରେଣୀ ପରିଚାଳନା କରିବେ। ମହିଳାମାନଙ୍କ ଶ୍ରେଣୀ ସେମାନଙ୍କ ହାଇପରଫର୍ମାନ୍ସ ଡାଇରେକ୍ଟର ରାଫେଲି ବର୍ଗାମାସ୍କୋ ପରିଚାଳନା କରିବେ। ବର୍ତ୍ତମାନ ସାଣ୍ଟିଆଗୋ ଏକମାତ୍ର ବକ୍ସିଂ କୋଚ୍‌ ଯିଏକି ପଟିଆଲାରେ ଅବସ୍ଥାନ କରୁଛନ୍ତି। ସେ ସେଠାରେ ରହିଥିବା ବକ୍ସିଂ ହଲ୍‌ର ସଦୁପଯୋଗ କରିପାରିବେ। ଯୋଗାଯୋଗ ଜରିଆରେ ବକ୍ସରମାନଙ୍କୁ ବିଭିନ୍ନ ପ୍ରକାର ଟେକ୍‌ନିକ୍‌ ସମ୍ପର୍କରେ ଶିକ୍ଷାଦାନ କରିପାରିବେ। ଚଳିତ ମାସ ପ୍ରଥମ ଭାଗରେ ଜୋର୍ଡାନଠାରେ ଅନୁଷ୍ଠିତ ଏସିଆନ କ୍ୱାଲିଫାୟର୍ସରେ ଭାରତୀୟ ବକ୍ସରମାନେ ଅଦ୍ଭୂତପୂର୍ବ ସଫଳତା ହାସଲ କରିଛନ୍ତି। ସେଥିରେ ୯ଜଣ ବକ୍ସର ଅଲିମ୍ପିକ ଯୋଗ୍ୟତା ହାସଲ କରିପାରିଛନ୍ତି। ଜାତୀୟ ଲକ୍‌ଡାଉନ୍‌ ଯୋଗୁ ସମଗ୍ର ଦେଶରେ ସମସ୍ତ କ୍ରୀଡ଼ା କାର୍ଯ୍ୟକଳାପ ସ୍ଥିର ହୋଇଯାଇଛି। ଖବର ଲେଖା ହେବାବେଳକୁ ଦେଶରେ କରୋନା ଭାଇରସ୍‌ରେ ସଂକ୍ରମିତ ସଂଖ୍ୟା ୯୭୯ରେ ପହଞ୍ଚତ୍ ସାରିଥିବାବେଳେ ୨୫ ଜଣଙ୍କର ମୃତ୍ୟୁ ଘଟିସାରିଲାଣି ।


Enter your email to get our daily news in your inbox.

All Right Reserved By Dharitri.Com

ଢାବା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅଧୀନ ୧୮ ନମ୍ବର ଜାତୀୟ ରାଜପଥ ଗଡଦେଉଳିଆ ସ୍ଥିତ ଏକ ଢ଼ାବାରେ ଶନିବାର ସନ୍ଧ୍ୟାରେ ୪ଜଣ ଦୁର୍ବୃତ୍ତ ପଶି…

ଝିଅ ଘରକୁ ବୁଲିବାକୁ ଯାଇଥିଲେ, କଳାକନା ବୁଲାଇଲେ ଦୁର୍ବୃତ୍ତ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡଦେଉଳିଆ ଗ୍ରାମର ଜନୈକ ବ୍ୟକ୍ତି ତାଙ୍କ ଝିଅ ଘରକୁ ବୁଲିବାକୁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ଘରେ ପଶି…

ବାଇକ୍‌କୁ ପିଟିଲା ବାଇକ୍‌: ୨ ଛାତ୍ରଙ୍କ ସମେତ ୪ ଗୁରୁତର

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ନିକଟରେ ଶନିବାର ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଯୁକ୍ତ ୩ରେ ପଢୁଥିବା ୨ ଛାତ୍ରଙ୍କ ସମେତ…

ଦୁର୍ଘଟଣାରେ ଆହତ ବୃଦ୍ଧଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଆଜି ମୃତଦେହ ଜବତ କରି…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମ ନିକଟ ମୁଖ୍ୟରାସ୍ତାରେ ଏକ ବାଇକ୍‌ ଧକ୍କାରେ ସାନଖେମୁଣ୍ଡି ବ୍ଲକ ଗୌତମୀ ଗ୍ରାମର…

ଗୁଣିଆ ସନ୍ଦେହରେ ବାନ୍ଧିକି ରଖିଲେ, ଭିଡିଓ ଭାଇରାଲ

ପାତ୍ରପୁର,୧୨।୯(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ବି ନୂଆଗାଁ ଗ୍ରାମରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି l ଗ୍ରାମର କେଉଟ…

ଭଦ୍ରକରୁ ଅପହରଣ କରି ୫ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ରଖିଥିଲେ ଅପହରଣକାରୀ, ଆଉ ତା’ ପରେ…

ହାଟଡିହୀ,୧୨ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ପୋଲିସ ପାଇଁ ଅପହରଣର ଶିକାର ହୋଇଥିବା ୩ ଜଣଙ୍କ ଜୀବନ ବଞ୍ଚିଯାଇଛି। ପୋଲିସର ହସ୍ତକ୍ଷେପ ପରେ ଅପହରଣ ଶିକାର ହୋଇ ୫…

ଜୀବନ ସଂଘର୍ଷରେ ହାରିଗଲେ ଚାଷୀ

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ଗ୍ରାମର ଜଣେ ଚାଷୀ ସାପ କାମୁଡ଼ାରେ ଗୁରୁତର ହୋଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା…

କାର୍‌ରେ ଚାଲାଣ ହେଉଥିଲା ଗଞ୍ଜେଇ, ଯାଞ୍ଚ ସମୟରେ ମହାରାଷ୍ଟ୍ରର ୨ ଅଭିଯୁକ୍ତଙ୍କୁ ଧରି…

ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତ ଟୋଲଗେଟ ନିକଟରେ ପୋଲିସ ବ୍ଲକିଂ କରି ଯାଞ୍ଚ କରିବା ସମୟରେ ଗୋଟିଏ କାର୍‌ରୁ ୪୨ କେଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?