ବଇଁଆ ବନାପୁର କ୍ୱାରାଣ୍ଟାଇନରେ କୋଲକାତା ଫେରନ୍ତାଙ୍କ ମୃତ୍ୟୁ

ଭଣ୍ଡାରିପୋଖରୀ,୧୯।୫(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ବଇଁଆ ବନାପୁର ପଞ୍ଚାୟତ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ସୋମବାର ଜଣେ କୋଲକାତା ଫେରନ୍ତା ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ସେ ହେଲେ ସରପଦା ଗ୍ରାମର ଦେବେନ୍ଦ୍ର ରାଉତ। ଗତ ରବିବାର ରାତିରେ ଦେବେନ୍ଦ୍ର କୋଲକାତାରୁ ଫେରି ଭଣ୍ଡାରିପୋଖରୀ ଶିଳ୍ପ ତାଲିମ କେନ୍ଦ୍ରରେ ପହଞ୍ଚି ନାମ ପଞ୍ଜିକରଣ କରିଥିଲେ। ପରେ ସୋମବାର ପଞ୍ଚାୟତ କ୍ୱାରାଣ୍ଟାଇନ ସେଣ୍ଟରରେ ପହଞ୍ଚିଥିଲେ। ସେଠାରେ ମିଲ ଖାଇ ଶୋଇଥିଲେ। ଅପରାହ୍ନରେ ତାଙ୍କୁ ଡାକିବାରୁ ସେ ଆଉ ଉଠି ନ ଥିଲେ। ଖବର ପାଇ ସ୍ଥାନୀୟ ଡାକ୍ତରଖାନାରୁ ଡାକ୍ତର ପହଞ୍ଚିଥିଲେ। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ବୋଲି ସରପଞ୍ଚ ପ୍ରଶାନ୍ତ କୁମାର ସାହୁ କହିଛନ୍ତି। ଦେବେନ୍ଦ୍ରଙ୍କ ଭାଇ ଜ୍ଞାନେନ୍ଦ୍ର ରାଉତଙ୍କ ଅଭିଯୋଗ କ୍ରମେ ପୋଲିସ ଏକ ଅପମୃତ ମାମଲା (ନଂ. ୮/୨୦) ରୁଜୁକରି ତଦନ୍ତ କରୁଛି। ମୃତଦେହ ବ୍ୟବଚ୍ଛେଦ ପାଇଁ ସୋମବାର ସନ୍ଧ୍ୟାରେ ଭଦ୍ରକ ଜିଲା ଡାକ୍ତରଖାନା ପଠାଯାଇଛି। ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Commonwealth Games 2026: ପଦକ ପକ୍କା, ଉଦଘାଟନୀ ଉତ୍ସବ ପୂର୍ବରୁ ଇତିହାସ ରଚିଲେ ଲୋଭଲିନା ବୋରଗୋହାଇନ!

ନୂଆଦିଲ୍ଲୀ,୨୩।୭: ଭାରତ ଉଦଘାଟନୀ ଉତ୍ସବ ପୂର୍ବରୁ 2026 ରାଜ୍ୟଗୋଷ୍ଠୀ କ୍ରୀଡାରେ ପଦକ ତାଲିକା ଖୋଲିସାରିଛି। ଷ୍ଟାର ବକ୍ସର ଲୋଭଲିନା ବୋରଗୋହାଇନ ପ୍ରଥମ ରାଉଣ୍ଡରେ ବାଇ ପାଇ 75…

ନଦୀକୂଳରେ ଚାଲିଥିଲା ବ୍ରାଉନସୁଗାର କାରବାର, ଅତିର୍କିତ ଚଢ଼ାଉ କରି ୩ ଅଭିଯୁକ୍ତଙ୍କୁ…

ବରଗଡ଼,୨୩ା୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜୀରା ନଦୀକୂଳରେ ବ୍ରାଉନସୁଗାର କାରବାର ଚାଲିଥିବା ସମୟରେ ପୋଲିସ ଅତର୍କିତ ଚଢ଼ାଉ କରିଥିଲା। ଚଢ଼ାଉରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନେ…

ପାଠ୍ୟପୁସ୍ତକରେ ଗୁରୁତର ତ୍ରୁଟି: ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲା ବିଜେଡି ଯୁବଛାତ୍ର

କେନ୍ଦୁଝର,୨୩ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ରାଜ୍ୟରେ ପାଠ୍ୟ ପୁସ୍ତକରେ ଗୁରୁତର ତ୍ରୁଟିକୁ ନେଇ ବିଜୁ ଜନତା ଦଳର ଯୁବ ଛାତ୍ର ଶାଖା ତରଫରୁ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛି।…

୨୪ ଘଣ୍ଟାରେ ୪ ଥର ଅଫର ଦେଲେ ସରକାର, ହେଲେ CJP କହିଲା ନା ନଡ୍ଡାଙ୍କ ଘର ନା ଅଫିସ…

ନୂଆଦିଲ୍ଲୀ,୨୩।୭: କକ୍ରୋଚ ଜନତା ପାର୍ଟିର ଏକ ବିବୃତ୍ତିରେ କୁହାଯାଇଛି ଯେ ଏହା ନିରପେକ୍ଷ ଆଲୋଚନାକୁ ପସନ୍ଦ କରେ। ଏହା କାହାର କାର୍ଯ୍ୟାଳୟ କିମ୍ବା ମନ୍ତ୍ରଣାଳୟରେ ଆଲୋଚନା କରିବାକୁ…

CJP ପ୍ରଦର୍ଶନ ପ୍ରଭାବ! NDMCର ବଡ଼ ନିଷ୍ପତ୍ତି, ଏହି ସମୟରୁ ବନ୍ଦ ହେବ ଦୋକାନ

ନୂଆଦିଲ୍ଲୀ,୨୩ା୭: ଗୁରୁବାର ସନ୍ଧ୍ୟା ୬:୩୦ ସୁଦ୍ଧା ଜାତୀୟ ରାଜଧାନୀ ଦିଲ୍ଲୀର କନଟ୍ ପ୍ଲେସ୍ ଖାଲି ହୋଇପାରେ । ନୂଆଦିଲ୍ଲୀ ମ୍ୟୁନିସିପାଲ୍ କାଉନସିଲ୍ (NDMC)ର ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷଙ୍କ…

CJPର ବଡ଼ ଘୋଷଣା: ଆସନ୍ତାକାଲି ସାରା ଦେଶରେ ହେବ ପ୍ରତିବାଦ

ନୂଆଦିଲ୍ଲୀ,୨୩।୯: କକ୍ରୋଚ ଜନତା ପାର୍ଟି (CJP) ଗୁରୁବାର ଏକ ବଡ଼ ଘୋଷଣା କରିଛି। ପୋଲିସ ବର୍ବରତା ବିରୋଧରେ ଦଳ ସାରା ଦେଶରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ ପାଇଁ ଡାକରା…

ମଣିଷ-ହାତୀ ସଂଘର୍ଷ ପ୍ରଶମନକୁ ସୁଦୃଢ଼ କରିବା ପାଇଁ ପ୍ରୟାସ

କେନ୍ଦୁଝର,୨୩ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବନଖଣ୍ଡରେ କେନ୍ଦୁଝରର ଡିଏଫ୍‌ଓ ଧନରାଜ ଏଚ୍‌ଡିଙ୍କ ଅଧ୍ୟକ୍ଷତାରେ ମଣିଷ-ହାତୀ ସଂଘର୍ଷ ପ୍ରଶମନ ଉପରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି…

NEET ପେପର୍‌ ଲିକ ବିବାଦ: ଛାତ୍ରୀଛାତ୍ରଙ୍କୁ ଆଲୋଚନା ପାଇଁ ଖୋଲା ନିମନ୍ତ୍ରଣ ଦେଲେ ସରକାର

ନୂଆଦିଲ୍ଲୀ,୨୩।୭: NEET ପେପର ଲିକ ନେଇ ସାରା ଦେଶରେ ପ୍ରତିବାଦ ଜାରି ରହିଛି। ସଡ଼କଠାରୁ ସଂସଦ ପର୍ଯ୍ୟନ୍ତ ରାଜନୈତିକ ବାତାବରଣ ଉଷ୍ମ ହୋଇଛି। ଛାତ୍ର ସଂଗଠନ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri