Posted inଖେଳ

ଫ୍ୟାମିଲି କ୍ଲଜ୍‌ ଉଲ୍ଲଂଘନ: ନଜରରେ ଭାରତୀୟ ବରିଷ୍ଠ କ୍ରିକେଟର

ନୂଆଦିଲ୍ଲୀ,୨୧।୭ (ପି.ଟି.)- ବିଶ୍ୱକପ୍‌ ଖେଳିବାର ଅବସରରେ ଜଣେ ବରିଷ୍ଠ ଭାରତୀୟ କ୍ରିକେଟର ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ‘ଫ୍ୟାମିଲି କ୍ଲଜ୍‌’ ବା ପରିବାର ଅନୁଚ୍ଛେଦ ଉଲ୍ଲଂଘନ କରି ନଜରକୁ ଆସିଛନ୍ତି। ସେମିଫାଇନାଲରେ ଭାରତ ପରାସ୍ତ ହୋଇ ବିଶ୍ୱକପ୍‌ରୁ ବିଦାୟ ନେଇଥିଲା। ଖେଳାଳି ଜଣକ ନିଜ ପତ୍ନୀଙ୍କୁ ସାଥିରେ ରହିବା ପାଇଁ ଅନୁରୋଧ କରିଥିଲେ। ନିୟମ ଦୃଷ୍ଟିରୁ ୧୫ଦିନ ରହିଥିବା ବେଳେ ସେ ଅଧିକ ଦିନ ପାଇଁ ପତ୍ନୀଙ୍କୁ ସାଥିରେ ରଖିବା ପାଇଁ ଅନୁରୋଧ କରିଥିଲେ ଓ ରଖିଥିଲେ ମଧ୍ୟ। ପ୍ରଶାସକ କମିଟି (ସିଓଏ) ଏ ନିୟମ ଲାଗୁ କରିଥିଲା।
ସମ୍ପୃକ୍ତ ଖେଳାଳି ଜଣକ ବିନା ଅନୁମତିରେ ପୂରା ୭ ସପ୍ତାହ ପତ୍ନୀଙ୍କୁ ସାଥିରେ ରଖିଥିଲେ। ଅଧିକ ଦିନ ରହିବା ପାଇଁ ସେ ଅଧିନାୟକ କିମ୍ବା କୋଚ୍‌ଙ୍କଠାରୁ ଅନୁମତି ନେଇ ନ ଥିଲେ। ମେ ୩ ତାରିଖରେ ଅନୁଷ୍ଠିତ ବୈଠକରେ ସିଓଏ ଅଧିକ ଦିନ ପତ୍ନୀଙ୍କୁ ସାଥିରେ ରଖିବାର ନିୟମକୁ ବାତିଲ କରିଥିଲା। ଏହି ବୈଠକରେ ସମ୍ପୃକ୍ତ ଖେଳାଳିଙ୍କ ଅନୁରୋଧକୁ ସିଓଏ ପ୍ରତ୍ୟାଖ୍ୟାନ କରିଥିଲା। ଏପର୍ଯ୍ୟନ୍ତ ଏ ନେଇ ଘଟଣା ସମ୍ପର୍କରେ ସିଓଏକୁ ଅବଗତ କରାଯାଇ ନାହିଁ। ଏ ସଂକ୍ରାନ୍ତରେ ପ୍ରଶାସନିକ ପ୍ରବନ୍ଧକ ବା ଆଡମିନିଷ୍ଟ୍ରେଟିଭ୍‌ ମ୍ୟାନେଜର ସୁନୀଲ ସୁବ୍ରମନିୟମ୍‌ କାହିଁକି ଉଚିତ୍‌ ପଦକ୍ଷେପ ଗ୍ରହଣ କଲେ ନାହିଁ ବୋଲି ପ୍ରଶ୍ନ ଉଠିଛି। ଏ ନେଇ ସିଓଏ ସୁବ୍ରମନିୟମ୍‌ଙ୍କଠାରୁ ରିପୋର୍ଟ ମାଗିବ ବୋଲି ବିସିସିଆଇର ଜଣେ ଅଧିକାରୀ କହିଛନ୍ତି। ତେବେ ସୁବ୍ରମନିୟମ ଏ ନେଇ ଏପର୍ଯ୍ୟନ୍ତ କିଛି ମନ୍ତବ୍ୟ ଦେଇନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri