Categories: ଖେଳ

ଫ୍ରେଞ୍ଚ୍‌ ଓପନ୍‌ ବ୍ୟାଡ୍‌ମିଣ୍ଟନ: ସାଇନା ଆଉଟ

ପ୍ୟାରିସ୍‌,୨୬।୧୦(ପି.ଟି.)-ଏଠାରେ ଚାଲିଥିବା ୭ଲକ୍ଷ ଆମେରିକୀୟ ଡଲାର ପୁରସ୍କାର ରାଶିବିଶିଷ୍ଟ ଫ୍ରେଞ୍ଚ୍‌ ଓପନ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରୁ ଭାରତୀୟ ମହିଳା ତାରକା ସାଇନା ନେହ୍ବାଲ ବିଦାୟ ନେଇଛନ୍ତି। ମହିଳା ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ସେ ପରାସ୍ତ ହୋଇ ଟୁର୍ନାମେଣ୍ଟରୁ ବାଦ୍‌ ପଡିଛନ୍ତି। ଗତ ଜାନୁୟାରୀରେ ଇଣ୍ଡୋନେସିଆ ମାଷ୍ଟର୍ସ ଟାଇଟଲ ଜିତିଥିବା ୨୯ ବର୍ଷୀୟା ସାଇନା କ୍ୱାର୍ଟରରେ ବିଶ୍ୱର ୧୬ ନମ୍ବର ଖେଳାଳି କୋରିଆର ଏନ୍‌ ସେ ୟଙ୍ଗ୍‌ଠାରୁ ମାତ୍ର ୪୯ ମିନିଟ୍‌ରେ ପରାସ୍ତ ହୋଇଛନ୍ତି। ଗତ ଏପ୍ରିଲରେ ବ୍ୟାଡମିଣ୍ଟନ ଏସିଆ ଚାମ୍ପିୟନଶିପ୍‌ ସେମିରେ ପ୍ରବେଶ କରିବା ପରେ ସେ ପ୍ରଥମଥର ପାଇଁ ଏହି ଟୁର୍ନାମେଣ୍ଟର କ୍ୱାର୍ଟରରେ ପ୍ରବେଶ କରିଛନ୍ତି। ପୂର୍ବରୁ ସେ ଚାଇନା, କୋରିଆ ଓ ଡେନମାର୍କ ଓପନ୍‌ର ପ୍ରଥମ ରାଉଣ୍ଡରେ ପରାସ୍ତ ହୋଇ ବିଦାୟ ନେଇଥିଲେ। ୨୦୧୨ରେ ସାଇନା ଏହି ଫ୍ରେଞ୍ଚ୍‌ ଓପନ୍‌ ଫାଇନାଲରେ ପ୍ରବେଶ କରିଥିଲେ। ଏେ ବ ସେ ଆସନ୍ତା ୨୯ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ସାରଲୋରଲକ୍ସ ଓପନ୍‌ରେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି।

Share