Posted inଫୁରସତ

ଫେରୀଟେଲ ଭିଲେଜ୍‌

ପ୍ରାକୃତିକ ସୌନ୍ଦର୍ଯ୍ୟଭରା ସ୍ଥାନ ସବୁବେଳେ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥାଏ। ତେବେ ପୃଥିବୀରେ ଏଭଳି ଅନେକ ମନୁଷ୍ୟକୃତ ସ୍ଥାନ ରହିଛି, ଯାହା ଦେଖିବାକୁ ଖୁବ୍‌ ମନୋରମ ମଧ୍ୟ। ଏଭଳି ଏକ ସ୍ଥାନ ରହିଛି ଦକ୍ଷିଣ-ପୂର୍ବ ପୋଲାଣ୍ଡରେ। ଏଠାରେ ଥିବା ଜାଲିପି ନାମକ ଗାଁଟି ସମ୍ପୂର୍ଣ୍ଣ ଭାବେ ଚିତ୍ରିତ ହୋଇଛି ସୁନ୍ଦର ସୁନ୍ଦର ପେଣ୍ଟିଂରେ। ତେବେ ଲୋକଙ୍କ କହିବା ଅନୁଯାୟୀ ୧୯ଶ ଶତାବ୍ଦୀ ପ୍ରାରମ୍ଭରେ ସେଠାକାର ଘରଗୁଡିକରେ ବାୟୁ ଚଳାଚଳର ସୁବିଧା ନ ଥିଲା ଏବଂ ଘରର କାନ୍ଥଗୁଡିକ ଚିମିନି ଧୂଆଁର ଦାଗ ଲାଗି ବେରଙ୍ଗ ଦେଖାଯାଉଥିଲା। ତେଣୁ ପ୍ରତିକାର ସ୍ବରୂପ ଏଠାକାର ଜଣେ ବାସିନ୍ଦା ନିଜ ଘରକୁ ଏକ କଳାତ୍ମକ ସ୍ପର୍ଶ ଦେବାକୁ ଯାଇ ଘରର କାନ୍ଥରେ ବିଭିନ୍ନ ଫୁଲର ଚିତ୍ର ଆଙ୍କିଥିଲେ, ଯାହା କାନ୍ଥର ଦାଗ ଲୁଚାଇବା ସହ ଘରର ସୌନ୍ଦର୍ଯ୍ୟ ବଢାଇବାରେ ମଧ୍ୟ ସହାୟକ ହେଲା। ଏଥିରେ ଅନୁପ୍ରାଣିତ ହୋଇ ଗାଁର ଅନ୍ୟ ଅଧିବାସୀମାନେ ମଧ୍ୟ ନିଜ ଘରକୁ ସେହିଭଳି ପେଣ୍ଟିଂ କରିବାରେ ଲାଗିଲେ। ଫଳ ସ୍ବରୂପ ସମ୍ପୂର୍ଣ୍ଣ ଗାଁଟି ଚିତ୍ରିତ ହୋଇଗଲା ସୁନ୍ଦର ସୁନ୍ଦର ଫୁଲର ପେଣ୍ଟିଂରେ। ସେବେଠାରୁ ଏହି ପ୍ରଥା ପିଢି ପରେ ପିଢି ଚାଲି ଆସିଛି ଏବଂ ଏହି ଗାଁକୁ ଦେଖିବା ଲାଗି ପର୍ଯ୍ୟଟକଙ୍କ ବେଶ୍‌ ଭିଡ ମଧ୍ୟ ଜମୁଛି।


Enter your email to get our daily news in your inbox.

All Right Reserved By Dharitri.Com

HRଙ୍କ ଗୋଟିଏ ଫୋନ୍‌ କଲ୍‌ରେ ଚାଲିଗଲା ଯୁବତୀଙ୍କର ସାଢ଼େ ୫ ବର୍ଷର ଚାକିରି, କହିଲେ ଭଗବାନଙ୍କ ନିର୍ଦ୍ଦେଶ ଯାହା…

ଦିଲ୍ଲୀର ଜଣେ ଆଇଟି ପ୍ରଫେଶନାଲଙ୍କ ଏକ ଭାବପ୍ରବଣ ଭିଡିଓ ସୋସିଆଲ ମିଡିଆରେ ତୀବ୍ର ବେଗରେ ଭାଇରାଲ ହେଉଛି। ଭିଡିଓରେ ଯୁବତୀ ଜଣକ କହୁଛନ୍ତି ସେ ଏଚ୍‌ଆରଙ୍କଠାରୁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri