ଫେରୀଘାଟକୁ ନେଇ ବିବାଦ : ଯାତ୍ରୀ ନେବାକୁ ୨ ନିଲାମଧାରୀଙ୍କ ମଧ୍ୟରେ ପ୍ରତିଯୋଗିତା

କୁଜଙ୍ଗ,୨୪ା୬(ସ୍ବ.ପ୍ର.): କୁଜଙ୍ଗ ବ୍ଲକ ଜିଲାନାସୀ ପଞ୍ଚାୟତ ଦେଇ ପ୍ରବାହିତ ପାଇକା ନଦୀରେ ଫେରୀଘାଟ ପରିଚାଳନାକୁ କେନ୍ଦ୍ରକରି ବିବାଦ ସୃଷ୍ଟି ହୋଇଛି। ଉଭୟ ଜଗତ୍‌ସିଂହପୁର ଓ କେନ୍ଦ୍ରାପଡ଼ା ଜିଲା ପକ୍ଷରୁ ୨ଟି ଫେରିଘାଟ ପରିଚାଳିତ ହେଉଥିବାରୁ ଦୁଇ ଜିଲାର ନିଲାମଧାରୀଙ୍କ ମଧ୍ୟରେ ଏକ ପ୍ରକାର ପ୍ରତିଯୋଗିତା ଚାଲିଛି। ଯାତ୍ରୀଙ୍କୁ ନିଜ ଡଙ୍ଗାରେ ବସାଇବା ପାଇଁ ସେମାନେ କରୁଥିବା ପ୍ରତିଯୋଗିତା ଆଗାମୀ ଦିନରେ ବଡ଼ ସଂଘର୍ଷ ସୃଷ୍ଟି କରିବାର ଆଶଙ୍କା ରହିଛି। ଆଇନତଃ ନଦୀରେ କେଉଁ ପଞ୍ଚାୟତର ନିଲାମ ବୈଦ୍ଧ ତାହା ପ୍ରଶାସନ ସ୍ପଷ୍ଟ କରିବା ସହିତ ଏହି ବିବାଦର ସ୍ଥାୟୀ ସମାଧାନ କରିବା ଜରୁରୀ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।
ପ୍ରକାଶ ଯେ, କୁଜଙ୍ଗ ତହସିଲ ଅନ୍ତର୍ଗତ ଜିଲାନାସୀ ପଞ୍ଚାୟତ ଦେଇ ଏହି ନଦୀ ପ୍ରବାହିତ ହେଉଛି। ଗତବର୍ଷ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପକ୍ଷରୁ ନଦୀଘାଟ ନିଲାମ କରାଯାଇଥିଲା। ଏହି ବ୍ଲକ ଅଧୀନ ତିଖିରି ପଞ୍ଚାୟତବାସୀ ନିଲାମ ନେଇ ଫେରୀଘାଟ ପରିଚାଳନା କରୁଥିଲେ। ମାତ୍ର ଏହି ନଦୀ ପାର୍ଶ୍ୱ କୁଜଙ୍ଗ ତହସିଲ ଅଧୀନ ଜିଲାନାସୀ ପଞ୍ଚାୟତର କୈବର୍ତ୍ତମାନେ ଫେରିଘାଟ ନିଲାମ ନେବାକୁ ଦାବି କରିଥିଲେ। ଏପରି କି ଗତ ଆର୍ଥିକ ବର୍ଷରେ ଏଠାରେ ସମାନ୍ତରାଳ ଭାବେ ୨ଟି ଫେରୀଘାଟ ପରିଚାଳିତ ହୋଇଥିଲା। ବିବାଦର ସମାଧାନ ପାଇଁ ଜଗତ୍‌ସିଂହପୁର ଜିଲା ପ୍ରଶାସନ ଆରଡିସିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଆରଡିସି ନଦୀର ଅବସ୍ଥିତି ସମ୍ପର୍କରେ ସରଜମିନ ତଦନ୍ତ କରି ରିପୋର୍ଟ ଦେବାକୁ ୨ ଜିଲାର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଧାରିତ ସମୟରେ କେନ୍ଦ୍ରାପଡ଼ା ଜିଲାର ଅଧିକାରୀମାନେ ତଦନ୍ତ କରିବାକୁ ଘଟଣାସ୍ଥଳକୁ ଆସି ନ ଥିଲେ। ଫଳରେ କେବଳ କୁଜଙ୍ଗ ତହସିଲ ପକ୍ଷରୁ ନଦୀର ଅବସ୍ଥିତି ଅନୁଧ୍ୟାନ କରାଯାଇଥିଲା। ଏଥିରୁ ନଦୀର ଅବସ୍ଥିତି ଜଗତ୍‌ସିଂହପୁର ଜିଲା ବୋଲି ଜଣାପଡିଥିଲା। ପରେ ପ୍ରଶାସନ ପକ୍ଷରୁ ଆଉ କିଛିଦିନ ଅପେକ୍ଷା କରିବା ପରେ ନୂତନ ଆର୍ଥିକ ବର୍ଷରେ କେନ୍ଦ୍ରାପଡ଼ା ଜିଲାର ନିଲାମକୁ ରଦ୍ଦ କରି କୁଜଙ୍ଗ ବ୍ଲକ ଜିଲାନାସୀ ପଞ୍ଚାୟତକୁ ନିଲାମ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ସେହି ଅନୁଯାୟୀ, ଜିଲାନାସୀ ପଞ୍ଚାୟତର ଲୋକେ ଆବଶ୍ୟକ ଅର୍ଥ ପୈଠ କରି ଘାଟ ନିଲାମ ନେଇଛନ୍ତି। ଅନ୍ୟପକ୍ଷରେ ସମାନ୍ତରାଳ ଭାବେ ତିଖିରି ପଞ୍ଚାୟତକୁ ମଧ୍ୟ ନିଲାମ ଦିଆଯାଇଥିବା ଜଣାପଡିଛି। ଫଳରେ ଏବେ ଗୋଟିଏ ନଦୀଘାଟରେ ଦୁଇଟା ଡ଼ଙ୍ଗା ପଡ଼ିଛି। ଦୁଇପକ୍ଷଙ୍କ ମଧ୍ୟରେ ଘାଟରେ ତୀବ୍ର ପ୍ରତିଯୋଗିତା ହେଉଛି। ଘାଟରେ ଅଧିକାଂଶ ତିଖିରୀ ଅଞ୍ଚଳର ଜନସାଧାରଣ ଯାତାୟାତ କରୁଛନ୍ତି। ସ୍ଥାନୀୟ ସରପଞ୍ଚ ପ୍ରମୋଦ କୁମାର ସ୍ବାଇଁ କହିଛନ୍ତି ଯେ, ଆଇନତଃ ଜିଲାନାସୀ ପଞ୍ଚାୟତର ନିଲାମ ବୈଧ। ମାତ୍ର ତିଖିରୀ ପଞ୍ଚାୟତ ପକ୍ଷରୁ ବେଆଇନ ଭାବେ ଘାଟ ପରିଚାଳନା କରାଯାଉଥିବା ସେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ କୁଜଙ୍ଗ ତହସିଲଦାର ରମେଶ ଚନ୍ଦ୍ର ପଣ୍ଡାଙ୍କୁ ପଚାରିବାରୁ ସେ କହିଲେ ଯେ, ଆରଡିସିଙ୍କ କହିବା ଅନୁଯାୟୀ ଏହାର ସମାଧାନ କରାଯିବ। ଏହି ନଦୀଘାଟ ଅଞ୍ଚଳ ଜଗତ୍‌ସିଂହପୁର ଜିଲା ଅଧୀନରେ ଥିବାରୁ କୁଜଙ୍ଗ ବ୍ଲକ ଏହାର ନିଲାମ କରିଛି। ଯଦି ସମାନ୍ତରାଳ ଭାବେ ଅନ୍ୟ ଏକ ଘାଟ ପରିଚାଳିତ ହେଉଛି, ତେବେ ତାହା ଆଇନ ସଙ୍ଗତ ନୁହେଁ। ଅନ୍ୟପକ୍ଷରେ ଦୁଇ ଡଙ୍ଗାରେ ଲାଇଫ୍‌ ଜ୍ୟାକେଟ୍‌ ନାହିଁ। ଯାତ୍ରୀ ବିପଜ୍ଜନକ ଭାବେ ଡଙ୍ଗାରେ ପାରି ହେଉଥିବା ଦେଖିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଡ୍‌ କରିବାକୁ ଯାଇଥିଲେ ଖଣି ଅଧିକାରୀ: ଆକ୍ରମଣ କଲେ ବାଲି ମାଫିଆ

ଜୟପୁର,୧୧।୪(ପବନ ପାଣିଗ୍ରାହୀ ): ରେଡ୍‌ କରିବାକୁ ଯାଇଥିଲେ ଖଣି ଅଧିକାରୀ। ଆକ୍ରମଣ କଲେ ବାଲି ମାଫିଆ। ଏଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲା ସଦର ଥାନା…

ରାହୁଲଙ୍କୁ ଦେଖି ଅଟକି ଗଲେ ମୋଦି, ଆଉ ତା’ପରେ ଘଟିଲା…ଦେଖନ୍ତୁ VIDEO

ନୂଆଦିଲ୍ଲୀ,୧୧।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମହାତ୍ମା ଜ୍ୟୋତିବା ଫୁଲେଙ୍କ ୨୦୦ତମ ଜନ୍ମବାର୍ଷିକୀରେ ପୁଷ୍ପମାଲ୍ୟ ଅର୍ପଣ କରିବା ପାଇଁ ସଂସଦ ପରିସରରେ ପ୍ରେରଣା ସ୍ଥଳକୁ ଯାଇଥିଲେ। ସେଠାରେ…

ବିପଦ ସାଜିଲା ଓଭରଟେକ୍‌, ବିଲକୁ ପଶିଗଲା ୨ ବସ୍‌, ଆଉ ତା’ ପରେ…

ସାଲେପୁର,୧୧ା୪(ଅରବିନ୍ଦ ଭୂୟାଁ): ସାଲେପୁର ଥାନା ଅଧୀନ କଟକ ସାଲେପୁର ରାସ୍ତାର ଭାତପଡ଼ା ଛକ ନିକଟରେ ଶନିବାର ସକାଳେ ଦୁଇଟି ଘରୋଇ ବସ୍‌ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଦୁର୍ଘଟଣାଗ୍ରସ୍ତ…

ବିମାନରେ ଏକାଠି ବସିଲେ ନବୀନ-ପୀତାମ୍ବର: ବଢୁଛି ଚର୍ଚ୍ଚା

ଭୁବନେଶ୍ୱର,୧୧।୪(ସୁନିତ୍‌ ମିଶ୍ର): ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୁକ୍ରବାର ଅପରାହ୍ନରେ ନୂଆଦିଲ୍ଲୀ ଅଭିମୁଖେ ଗସ୍ତ କରିଛନ୍ତି। ତାଙ୍କ ବଡ଼ଭାଇ ପ୍ରେମ୍‌ ପଟ୍ଟନାୟକଙ୍କ ଗତ ୨ ଦିନ…

ଭୟଙ୍କର ଦୁର୍ଘଟଣା: ଟ୍ରକ୍‌ରେ ପିଟିହେଲା ଆମ୍ବୁଲାନ୍ସ, ଆଉ ତା’ପରେ…

ଢେଙ୍କାନାଳ,୧୧ା୪(ରତନ ନାୟାର): ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ୫୫ ନମ୍ବର ଜାତୀୟ ରାଜପଥ ହଳଦିଆବାହାଳଠାରେ ଶନିବାର ସକାଳେ ରାସ୍ତାରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌ ସହ ଧକ୍କା…

ଗୁଳି ଖାଇବୁ ପଛେ ଜମି ଦେବୁନାହିଁ: ରୋକଠୋକ୍‌ ଶୁଣାଇ ଦେଲେ ଅଞ୍ଚଳବାସୀ

ରାୟଗଡ଼ା/କଲ୍ୟାଣସିଂହପୁର,୧୧।୪(ଆଶିଷ ରଞ୍ଜନ ପଣ୍ଡା/ଦୀପକ କୁମାର ପରିଡ଼ା):ରାୟଗଡ଼ା ଜିଲା କାଶୀପୁର ବ୍ଲକ ସିଜିମାଳି ବକ୍ସାଇଟି ଖଣିକୁ ବେଦାନ୍ତ ପକ୍ଷରୁ ଗତ ମଙ୍ଗଳବାର ରାସ୍ତା ନିର୍ମାଣ ଉଦ୍ୟମ ଆରମ୍ଭ ହୋଇଥିଲା।…

ସିଲେଟପଡାଠାରୁ କୁଶୁର୍ଲା ଛକ ପର୍ଯ୍ୟନ୍ତ ରାସ୍ତା ମରାମତି ଦାବି: ପ୍ରତିଶ୍ରୁତି ମିଳିବା ପରେ ଧାରଣା ପ୍ରତ୍ୟାହୃତ

କର୍ଲାମୁଣ୍ଡା,୮।୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ମନ୍ଦିର ଛକ ଠାରୁ ସିଲେଟପଡା ରାସ୍ତା ମରଣଯନ୍ତା ପାଲଟିଛି। ଉକ୍ତରାସ୍ତାର ମରାମତି…

ମାମୁଘର ଗାଁକୁ ଯାତ୍ରା ଦେଖିବାକୁ ଆସିଥିଲେ ଭଣଜା: ମିଳିଲା ଗୋଡ଼ହାତ ଅଲଗା ହୋଇଥିବା ମୃତଦେହ

ନନ୍ଦପୁର,୧୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଦେଇ ଯାଇଥିବା ବିଶାଖାପାଟଣା-କିରାଣ୍ଡୁଳ ସଂଯୋଗୀ କେକେ ରେଳପଥରେ ମାଳି ବେଲଗାଁ ପଞ୍ଚାୟତ ଖୁଜେଲ ଗ୍ରାମ ନିକଟ ରେଳଧାରଣାରେ ଶନିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri