ଫେରିଯିବ ଦେଢ଼ କୋଟିର ଅନୁଦାନ

ନାଉଗଁ।, ୭।୩ (ସ୍ବ.ପ୍ର.): ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତିବର୍ଷ ଅନୁଦାନ ଅର୍ଥ ଯୋଗାଇ ଦିଆଯାଉଥିବା ବେଳେ ଠିକ୍‌ ସମୟରେ ଅନୁଦାନ ଖର୍ଚ୍ଚ କରା ନ ଗଲେ ତାହା ଫେରିଯିବା ନିୟମ ମଧ୍ୟ ରହିଛି। ତେବେ ନାଉଗାଁ ବ୍ଲକ ଅଧୀନ ୧୬ଟି ପଞ୍ଚାୟତକୁ ଆସିଥିବା ଅନୁଦାନ ଅର୍ଥ ବିନିଯୋଗ ହୋଇଥିବା ବେଳେ କେବଳ ରୋହିଆ ପଞ୍ଚାୟତକୁ ଆସିଥିବା ୧ କୋଟି ୬୦ ଲକ୍ଷ ଟଙ୍କାର ଅନୁଦାନ ରାଶି କୌଣସି କାର୍ଯ୍ୟରେ ଖର୍ଚ୍ଚ ହୋଇପାରିନାହିଁ। ଇତିମଧ୍ୟରେ ଆର୍ଥିକ ବର୍ଷ ଶେଷ ହେବାକୁ ବସିଥିବା ବେଳେ ଅନୁଦାନ ଅର୍ଥ ଖର୍ଚ୍ଚ ହୋଇପାରି ନ ଥିବାରୁ ଏହା ଫେରିଯିବାର ଆଶଙ୍କା ରହିଛି। ଦୁଇ ଦଳ ମଧ୍ୟରେ ଭାଗବଣ୍ଟା ନ ଛିଣ୍ଡିବା ଯୋଗୁ ପଞ୍ଚାୟତରେ ଉନ୍ନତୀକରଣ କାର୍ଯ୍ୟ ଆଗେଇପାରୁ ନ ଥିବା ବେଳେ ଅନୁଦାନ ଖର୍ଚ୍ଚ ହୋଇପାରୁନାହିଁ ବୋଲି ବରିଷ୍ଠ ନାଗରିକ ଓ ବୁଦ୍ଧିଜୀବୀମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ପଞ୍ଚାୟତର ପାଣ୍ଠି ବାବଦରେ ୫୪ ଲକ୍ଷ, ବ୍ଲକ ଶେୟାର ୮୧ ଲକ୍ଷ ଓ ଆମ ଗଁା ଆମ ବିକାଶ ଯୋଜନାରେ ୨୫ ଲକ୍ଷ ଟଙ୍କା ସର୍ବମୋଟ ୧ କୋଟି ୬୦ ଲକ୍ଷ ଟଙ୍କା ଅନୁଦାନ ପଡ଼ି ରହିଥିବା ଜଣାଯାଇଛି।
ପ୍ରକାଶ ଯେ, ଗତ ପଞ୍ଚାୟତ ନିର୍ବାଚନରେ ଉକ୍ତ ପଞ୍ଚାୟତରେ କଂଗ୍ରେସ ସମର୍ଥିତ ପ୍ରାର୍ଥୀ ସରପଞ୍ଚ ଓ ସମିତିସଭ୍ୟ ଭାବେ ନିର୍ବାଚିତ ହୋଇଛନ୍ତି। ଅନ୍ୟପଟେ ଗତ ସାଧାରଣ ନିର୍ବାଚନରେ ଜଗତ୍‌ସିଂହପୁର ବିଧାନସଭା ଆସନରୁ ବିଜେଡିର ପ୍ରଶାନ୍ତ କୁମାର ମୁଦୁଲି ବହୁମତ ପାଇ ନିର୍ବାଚନ ଜିତିଛନ୍ତି। ତେଣୁ ରୋହିଆ ପଞ୍ଚାୟତରେ ଉଭୟ ବିଜେଡି ଓ କଂଗ୍ରେସ ସମର୍ଥତ୍ତଙ୍କ ମଧ୍ୟରେ ମତପାର୍ଥକ୍ୟ ଯୋଗୁ ଦେଢ଼କୋଟିରୁ ଊର୍ଦ୍ଧ୍ୱ ଟଙ୍କା ପଞ୍ଚାୟତବାସୀଙ୍କ ହିତରେ ଲାଗିପାରୁନି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ତେବେ ପଡ଼ି ରହିଥିବା ଅନୁଦାନ ଖର୍ଚ୍ଚ କରିବା ପାଇଁ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ୩ ମାସ ପୂର୍ବେ ହୋଇଥିବା ପଞ୍ଚାୟତ ସମିତି ବୈଠକ ଓ ଗତ କିଛି ଦିନ ତଳେ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଯୋଗଦେବା ଅବସରରେ ବିଧାୟକ ମୁଦୁଲି ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଚଳିତ ଆର୍ଥିକ ବର୍ଷ ଶେଷ ହେବାକୁ ଦିନ କେଇଟା ବାକି ଥିଲେ ହେଁ ସେ ଦିଗରେ କୌଣସି ପଦକ୍ଷେପ ନିଆଯାଇନାହିଁ। ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ଶିବବ୍ରତ ନାୟକଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ସମିତିସଭ୍ୟ ପଦ୍ମଚରଣ ରାଉତ ଏ ସମ୍ପର୍କରେ କୁହନ୍ତି, ପଡ଼ି ରହିଥିବା ଅନୁଦାନ କେଉଁ ଉପାୟରେ ଖର୍ଚ୍ଚ କରାଯିବ, ସେ ନେଇ ବ୍ଲକ ବିଜେଡି ସଭାପତି, ବ୍ଲକ ଅଧ୍ୟକ୍ଷ, ସହକାରୀ ଯନ୍ତ୍ରୀ, ସରପଞ୍ଚ ଓ ସମିତିସଭ୍ୟଙ୍କ ଉପସ୍ଥିତିରେ ଏକ ବୈଠକରେ ଆଲୋଚନା କରାଯାଇଛି। ଖୁବ୍‌ଶୀଘ୍ର ସବୁ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ସେ କହିଛନ୍ତି। ବ୍ଲକ ବିଜେଡି ସଭାପତି ସୁଜିତ ମଲ୍ଲିକଙ୍କୁ ପଚାରିବାରେ ଅନୁଦାନ ଖର୍ଚ୍ଚ ନେଇ ବୈଠକରେ ଆଲୋଚନା ସରିଛି। ଖୁବ୍‌ଶୀଘ୍ର ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?