ଫେରିବେ ୯୫୮୮, ଗ୍ରାମାଞ୍ଚଳରେ ସ୍ଥାନାଭାବ ଆଶଙ୍କା

ସୋନପୁର,୨୫।୪(ନି.ପ୍ର.): ମେ’ ୩ ତାରିଖ ପର୍ଯ୍ୟନ୍ତ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଲକ୍‌ଡାଉନ୍‌ କଟକଣା ହଟିଲା ପରେ ଅନ୍ୟ ରାଜ୍ୟରେ ଫସି ରହିଥିବା ଛାତ୍ରୀଛାତ୍ର, ଚାକିରିଆ ଓ ଦାଦନ ଶ୍ରମିକଙ୍କୁ ଓଡିଶା ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ଚିନ୍ତା କରୁଛନ୍ତି। ଏଥିପାଇଁ ପ୍ରସ୍ତୁତି ମଧ୍ୟ ଜୋରସୋରରେ ଚାଲିଛି। ସୁବର୍ଣ୍ଣପୁର ଜିଲାର ୧୧ହଜାର ୮୮ଜଣ ବାହାର ରାଜ୍ୟରେ ଅଛନ୍ତି। ସେମାନଙ୍କ ମଧ୍ୟରୁ ୯୫୮୮ଜଣ ନିଜ ଘରକୁ ଫେରିବାକୁ ଚାହୁଁଥିବା ସର୍ଭେରୁ ଜଣାପଡିଛି। ସର୍ବାଧିକ ୭୦୪୩ଜଣ ତାମିଲନାଡୁରେ ଓ ଦ୍ୱିତୀୟ ସର୍ବାଧିକ ୯୫୯ଜଣ ଆନ୍ଧ୍ରପ୍ରଦେଶରେ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ଗ୍ରୀନ୍‌ ଜୋନରେ ରହିଛି ସୁବର୍ଣ୍ଣପୁର। ବହିରାଗତଙ୍କ ଆଗମନ ପରେ ଏହା ଜିଲା ପାଇଁ ବିପଦ ସୃଷ୍ଟି କରିବ ବୋଲି ଚର୍ଚ୍ଚା ହେଉଛି। ତେବେ ପ୍ରଶାସନ ଏଥିପାଇଁ ପ୍ରସ୍ତୁତ ଥିବା ଜିଲାପାଳ ମୋନିଷା ବାନାର୍ଜୀ କହିଛନ୍ତି। ଲକ୍‌ଡାଉନ୍‌ ପରେ ଅନ୍ୟ ରାଜ୍ୟରୁ ଓଡିଶା ଫେରୁଥିବା ବ୍ୟକ୍ତିଙ୍କ ପଞ୍ଜିକରଣ ସରକାର ବାଧ୍ୟତାମୂଳକ କରିଛନ୍ତି। ଫର୍ମ ପୂରଣ କରି ପଞ୍ଜୀକରଣ ପାଇଁ ନୋଡାଲ ଅଫିସର ନିଯୁକ୍ତ ହୋଇଛନ୍ତି। ଅଫିସରଙ୍କ ପାଇଁ ୟୁଜର ଆଇଡି ସୃଷ୍ଟି ହୋଇଛି। ଜିଲାର ୧୦୯ପଞ୍ଚାୟତ, ୩ଟି ସହରର ୪୯ଟି ଓ୍ବାର୍ଡ ପାଇଁ ନୋଡାଲ ଅଫିସର ନିଯୁକ୍ତ କରାଯାଇଛି। ବ୍ଲକସ୍ତରରେ ବିଡିଓ ଓ ମ୍ୟୁନିସିପାଲିଟି/ଏନଏସିରେ ସମ୍ପୃକ୍ତ ନିର୍ବାହୀ ଅଧିକାରୀ ନୋଡାଲ ଅଫିସର ଅଛନ୍ତି। ଜିଲାସ୍ତରରେ ପିଡି ଡିଆରଡିଏ ଶରତ ଚନ୍ଦ୍ର ପଣ୍ଡା ନୋଡାଲ ଅଫିସର ରହିଛନ୍ତି। ଲକ୍‌ଡାଉନ ପରେ ବାହାରୁ ଆସିଥିବା ଲୋକଙ୍କୁ ସଙ୍ଗରୋଧରେ ରଖାଯିବ। ସମସ୍ତ ଖର୍ଚ୍ଚ ସରକାର ବୁଝିବେ । ୩ଟି ସହରରେ ଲୋକମାନଙ୍କ ରହିବା ପାଇଁ ୧୨ଟି ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର ଯଥେଷ୍ଟ ହେବ। ତେବେ ଗ୍ରାମାଞ୍ଚଳରେ ଏତେ ସଂଖ୍ୟକ ଲୋକଙ୍କୁ ୧୫୦ଟି ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିରରେ ସଙ୍ଗରୋଧ କରି ରଖିବା ସମ୍ଭବ ନୁହଁ। କାରଣ ବର୍ତ୍ତମାନ ସୁଦ୍ଧା ମାତ୍ର ୪ହଜାର ଶଯ୍ୟାର ସମସ୍ତ ବ୍ୟବସ୍ଥା ହୋଇପାରିଛି । ଯଦି ସମସ୍ତଙ୍କୁ ଏକକାଳୀନ ଫେରାଇ ଅଣାଯାଏ ତେବେ ତାହା ଆଗାମୀ ଦିନରେ ଜିଲାବାସୀଙ୍କ ପାଇଁ ବିପଦ ସୃଷ୍ଟି କରିବ ବୋଲି ଆଶଙ୍କା ସୃଷ୍ଟି ହୋଇଛି। ଏ ସମ୍ପର୍କରେ ଅତିରିକ୍ତ ଜିଲାପାଳ ତଥା ଜିଲାସ୍ତରୀୟ ନୋଡାଲ ଅଫିସର ଶରତ ଚନ୍ଦ୍ର ପଣ୍ଡା କୁହନ୍ତି, ଅସ୍ଥାୟୀ ଶିବିରରେ ୮ହଜାର ଲୋକ ସଙ୍ଗରୋଧରେ ରହିବା ପାଇଁ ସ୍ଥାନ ଅଛି। ଏଥିପାଇଁ ଆଉ ୪ ହଜାର ଶଯ୍ୟା କିଣାଯିବ। ଆବଶ୍ୟକ ପଡିଲେ ଶିବିରର କକ୍ଷ ସଂଖ୍ୟା ବୃଦ୍ଧି କରାଯିବ। ଏହି ଜିଲା ଏକ ଦାଦନ ପ୍ରବଣ ଅଞ୍ଚଳ। ଶ୍ରମିକମାନେ ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଛତିଶଗଡରେ ଇଟାଭାଟିରେ କାମ କରନ୍ତି। ସେହିପରି ଶିକ୍ଷିତ ବେକାରୀମାନେ ଅନ୍ୟ ରାଜ୍ୟରେ କାମ କରୁଛନ୍ତି। ସେମାନେ କରୋନା ସଂକ୍ରମିତ ରାଜ୍ୟ ମାନଙ୍କରୁ ଫେରିଲେ ସ୍ଥିତି ବିଗିଡି ଯିବାର ଆଶଙ୍କା ରହିଛି । ସରକାର ସରପଞ୍ଚମାନଙ୍କୁ ଜିଲାପାଳଙ୍କ କ୍ଷମତା ପ୍ରଦାନ କରିଛନ୍ତି । ମାତ୍ର ଅଧିକାଂଶ ସରପଞ୍ଚ ସେମାନଙ୍କ ଦାୟିତ୍ୱ ସମ୍ପର୍କରେ ସଚେତନ ନୁହନ୍ତି । ଏଭଳି ସ୍ଥିତିରେ ଠିକ୍‌ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ ହୋଇପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri