Categories: ଖେଳ

ଫେଡ୍‌ କପ୍‌: ଉଜବେକିସ୍ତାନକୁ ହରାଇଲା ଭାରତ

ଦୁବାଇ, ୫।୩ (ପି.ଟି.)- ଫେଡ୍‌ କପ୍‌ ଟେନିସ ପ୍ରତିଯୋଗିତାରେ ବୁଧବାର ଖେଳାଯାଇଥିବା ଏକ ମ୍ୟାଚ୍‌ରେ ଭାରତ ୨-୦ରେ ଉଜବେକିସ୍ତାନକୁ ପରାସ୍ତ କରିଛି। ଉଭୟ ମହିଳା ସିଙ୍ଗଲ୍ସ ମ୍ୟାଚ୍‌ରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଦୁଇ ଖେଳାଳି ରୁତୁଜା ଭୋସାଲେ ଓ ଅଙ୍କିତା ରାଇନା ବିଜୟୀ ହୋଇଛନ୍ତି। ପ୍ରଥମ ମ୍ୟାଚ୍‌ରେ ରୁତୁଜା ୨-୬, ୬-୨, ୭-୫ ସେଟ୍‌ରେ ପ୍ରତିପକ୍ଷ ଖେଳାଳି ଅକଗୁଲ ଅମାନମୁରାଡୋଭଙ୍କୁ ପରାସ୍ତ କରିଛନ୍ତି। ସେହିଭଳି ଅନ୍ୟ ଏକ ମ୍ୟାଚ୍‌ରେ ଅଙ୍କିତା ୭-୫, ୬-୧ ସେଟ୍‌ରେ ସାବିନା ଶାରିପୋଭାଙ୍କୁ ହରାଇଛନ୍ତି। ଏଥିପୂର୍ବରୁ ଭାରତ ପ୍ରଥମ ମ୍ୟାଚ୍‌ରେ ଟପ୍‌ ସିଡ୍‌ ଚାଇନା ନିକଟରୁ ୦-୩ରେ ପରାସ୍ତ ହୋଇଥିଲା। ଭାରତ ଏହାର ପରବର୍ତ୍ତୀ ମ୍ୟାଚ୍‌ରେ ଗୁରୁବାର କୋରିଆକୁ ଭେଟିବ। ପ୍ରକାଶଯୋଗ୍ୟ, ମହିଳା ଟେନିସ ଖେଳାଳିଙ୍କୁ ନେଇ ଫେଡ୍‌ କପ୍‌ ୧୯୬୩ରୁ ଅନୁଷ୍ଠିତ ହୋଇଆସୁଛି।

Share