Posted inଖେଳ

ଫେକ୍‌ ପାସପୋର୍ଟ ପାଇଁ କିମ୍ବଦନ୍ତୀ ଫୁଟବଲର ଗିରଫ

ନୂଆଦିଲ୍ଲୀ, ୫ା୩- ବ୍ରାଜିଲର କିମ୍ବଦନ୍ତୀ ଫୁଟବଲର ରୋନାଲ୍ଡିନୋ ପାରାଗୁଏରେ ଗିରଫ ହୋଇଛନ୍ତି। ଏହି ଦକ୍ଷିଣ ଆମେରିକୀୟ ଦେଶରେ ପ୍ରବେଶ କରିବା ଲାଗି ସେ ଫେକ ଡକ୍ୟୁମେଣ୍ଟ ବ୍ୟବହାର କରିଛନ୍ତି। ୨୦୦୨ରେ ବ୍ରାଜିଲକୁ ଫିଫା ବିଶ୍ୱକପ୍‌ ଚାମ୍ପିୟନ କରାଇଥିବା ୩୯ ବର୍ଷୀୟ ରୋନାଲ୍ଡିନୋ ଓ ତାଙ୍କ ଭାଇ ରବର୍ଟୋଙ୍କୁ ରିଜର୍ଟ ୟାଚ୍‌ ଓ ଗଲ୍ଫ କ୍ଲବ ପାରାଗୁଏଠାରେ ବୁଧବାର ରାତିରେ ପଚରାଉଚରା କରାଯାଇଛି। ଏ ନେଇ ପାରାଗୁଏର ମିନିଷ୍ଟ୍ରି ଅଫ୍‌ ଇଣ୍ଟେରିଅର ପକ୍ଷରୁ ସ୍ପଷ୍ଟ କରିଛି। ସେମାନଙ୍କ ହୋଟେଲ ରୁମରେ ମିଳିଥିବା ପାସପୋର୍ଟରେ ରୋନାଲ୍ଡିନୋ ଓ ରବର୍ଟୋ ପାରାଗୁଏର ନାଗରିକ ବୋଲି ଦର୍ଶାଯାଇଛି। ରୋନାଲ୍ଡିନୋଙ୍କୁ ଏକ କାସିନୋ ମାଲିକ ନେଲସନ ବେଲୋଟି ଆମନ୍ତ୍ରଣ କରିଥିବା ଗୁରୁବାର ସକାଳେ ପାରଗୁଏ ପୋଲିସ ଏକ ବିବୃତି ପ୍ରକାଶ କରିଛି। ତାଙ୍କ ନିକଟରେ ବ୍ରାଜିଲ ପାସପୋର୍ଟ ନ ଥିଲା। ଏହାର କାରଣ ତାଙ୍କୁ ୨୦୧୮ରେ ପରିବେଶକୁ ଦୂଷିତ କରିବା ଲାଗି ଅର୍ଥଦଣ୍ଡରେ ଦଣ୍ଡିତ କରାଯାଇଥିଲା। ୨୦୧୫ରେ ଲେକ ଗୁଆଇବାଠାରେ ସେ ବିନା ଲାଇସେନ୍ସର ସ୍ଥାୟୀ ସଂରକ୍ଷଣ ଅଞ୍ଚଳରେ ମାଛ ଧରିବା ଲାଗି ଜାଲ ବିଛାଇଥିଲେ। ଏଥିଯୋଗୁ ୨୦୧୮ ନଭେମ୍ବରରେ ତାଙ୍କୁ ୮.୫ ନିୟୁତ ଡଲାର ଅର୍ଥ ଦଣ୍ଡରେ ଦଣ୍ଡିତ କରିଥିଲେ ବ୍ରାଜିଲର ସୁପେରିଅର କୋର୍ଟ। କିନ୍ତୁ ଅର୍ଥ ଦାଖଲ କରି ନ ଥିଲେ। ଏଣୁ କୋର୍ଟ ରୋନାଲ୍ଡିନୋ ଓ ରବର୍ଟୋଙ୍କୁ ଦେଶ ଛାଡ଼ି ବାହାରକୁ ଯାଇ ପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଥିଲେ। ଏଥିଯୋଗୁ ସେମାନଙ୍କ ନିକଟରେ ବ୍ରାଜିଲ ପାସପୋର୍ଟ ନାହିଁ। ଜଣେ ଖେଳାଳି ଭାବେ ସବୁ ସଫଳତା ପାଇଥିଲେ। କ୍ୟାରିୟରରେ ଚାମ୍ପିୟନ୍ସ ଲିଗ୍‌, ଲା ଲିଗା, ସିରି ଏ’ ଭଳି ଶୀର୍ଷ ସ୍ଥରୀୟ ଲିଗ୍‌ରେ ଖେଳିଥିଲେ। ୨୦୦୫ରେ ବାଲୋନ ଡି’ଅର ପୁରସ୍କାର ଜିତିବା ସହ ସେହିବର୍ଷ ଓ ୨୦୦୪ ରେ ଶ୍ରେଷ୍ଠ ଫିଫା ଖେଳାଳି ପୁରସ୍କାର ପାଇଥିଲେ। ୨୦୦୨ରେ ଜାପାନ ଓ ଦକ୍ଷିଣ କୋରିଆରେ ଅନୁଷ୍ଠିତ ଫିଫା ବିଶ୍ୱକପ୍‌ରେ ତାଙ୍କ ପ୍ରତିନିଧିତ୍ୱରେ ବ୍ରାଜିଲ ଚାମ୍ପିୟନ ହୋଇଥିଲା। ୧୯୯୯ରେ କୋପା ଆମେରିକା ଜିତିଥିବା ବ୍ରାଜିଲ ଦଳର ସେ ଗୁରୁତ୍ୱପୂର୍ଣ୍ଣ ଅଂଶଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ଆଫଗାନିସ୍ତାନକୁ ହରାଇଲା ଭାରତ, ୧୩ ବଲ୍‌ରେ…

ଧର୍ମଶାଳା,୧୩ା୬: ଧର୍ମଶାଳାରେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଇଥିବା ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ୍‌ ସିରିଜରେ ଭାରତ ବିଜୟ ଲାଭ କରିଛି। ବର୍ଷା ପ୍ରଭାବିତ ପ୍ରଥମ ଦିନିକିଆରେ ଟିମ୍‌…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ଭାରତ ଆଗରେ ୧୯୫ ରନ୍‌ର ଟାର୍ଗେଟ୍; ଡେବ୍ୟୁ ମ୍ୟାଚ୍‌ରେ ଗୁର୍‌ବାଜଙ୍କ ଧୂଆଁଧାର ଇନିଂସ

ଧର୍ମଶାଳା, ୧୩ା୬: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଶନିବାର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ବର୍ଷା କାରଣରୁ ମ୍ୟାଚ୍‌କୁ ୨୫ ଓଭରରେ ସୀମିତ ରଖାଯାଇଛି। ରହମାନୁଲା ଗୁରବାଜଙ୍କ…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

ଓଲଟିଲା ଜିମ୍ପସନ୍‌ ବୋଝେଇ ହାଇଓ୍ବା, ବିଲ ଭିତରେ ପଡ଼ିଲା ସବୁତକ…

ପାଟଣା,୧୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ୍‌ ପୋଖରୀ ନିକଟରେ ଶନିବାର ଏକ ଜିମ୍ପସନ ବୋଝେଇ ଓଡି ୨୧ଟି…

ପଡ଼ୋଶୀଙ୍କ ଆକ୍ରମଣରେ ଜଣେ ଗୁରୁତର, ଠେଙ୍ଗାମାଡ଼ରେ…

ଦିଗପହଣ୍ଡି,୧୩ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡି. ଆମ୍ବଠା ଗ୍ରାମର ଧ୍ରୁବ ରାଉତ ତାଙ୍କ ପଡ଼ୋଶୀ ଅର୍ଜୁନ ନାହାକଙ୍କୁ ଶନିବାର ସକାଳ ପ୍ରାୟ ସାଢ଼େ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri