Categories: ଖେଳ

ଫିଲିପ ହ୍ୟୁଗ୍ସଙ୍କୁ ଟିମ୍‌ ଅଷ୍ଟ୍ରେଲିଆର ଶ୍ରଦ୍ଧାଞ୍ଜଳି

ମେଲବୋର୍ନ,୨୭।୧୧- ଆଜିର ଦିନରେ ୫ ବର୍ଷ ପୂର୍ବେ କ୍ରିକେଟ ଫିଲ୍ଡରେ ପ୍ରାଣ ହରାଇଥିବା ଅଷ୍ଟ୍ରେଲିଆନ ବ୍ୟାଟ୍ସମ୍ୟାନ ଫିଲିପ ହ୍ୟୁଗ୍ସଙ୍କୁ ବୁଧବାର ଶ୍ରଦ୍ଧାଞ୍ଜଳି ଦେଇଛି ଟିମ୍‌ ଅଷ୍ଟ୍ରେଲିଆ। ପୂର୍ବତନ ଅଧିନାୟକ ଷ୍ଟିଭ ସ୍ମିଥ କହିଛନ୍ତି, ବନ୍ଧୁ ତୁମ ସହ ଏହି ଦୁଃଖଦ ଘଟଣା ଘଟିବା ଦିନଠାରୁ କ୍ରିକେଟ ଅସଂଗତ ଲାଗୁଛି। ଆଉ ଜଣେ ପୂର୍ବତନ ଅଧିନାୟକ ତଥା ଅବସରପ୍ରାପ୍ତ ମାଇକେଲ କ୍ଲାର୍କ ଇନ୍‌ଷ୍ଟାଗ୍ରାମରେ ହୁଗ୍ସ୍ୟଙ୍କ ଫଟୋ ଶେୟାର କରି ଲେଖିଛନ୍ତି, ପ୍ରତ୍ୟେକ ଦିନ ତୁମ କଥା ଚିନ୍ତା କରେ। କିନ୍ତୁ ଏହି ସପ୍ତାହରେ ତୁମେ ଅଧିକ ମନେ ପଡ଼। ତୁମେ ଯେଉଁଠାରେ ଥାଅ, ଖୁସିରେ ରୁହ। କ୍ଲାର୍କ ଓ ହ୍ୟୁଗ୍ସଙ୍କ ମଧ୍ୟରେ ଭଲ ବନ୍ଧୁତା ଥିଲା। କ୍ରିକେଟ ଅଷ୍ଟ୍ରେଲିଆ କାର୍ଯ୍ୟକାରୀ ମୁଖ୍ୟ କେଭିନ ରବଟ୍ସ କହିଛନ୍ତି ହ୍ୟୁଗ୍ସଙ୍କ ବିୟୋଗ ଦେଶ ପ୍ରତ୍ୟେକ ଦିନ ଅନୁଭବ ଦୃହୟରେ ରହିବେ। ଉଲ୍ଲେଖଥାଉ କି, ୨୬ତମ ଜନ୍ମଦିନଠାରୁ ୩ ଦିନ ପୂର୍ବରୁ ଦକ୍ଷିଣ ଅଷ୍ଟ୍ରଲିଆ ପାଇଁ ଖେଳୁଥିବା ବାମହାତୀ ବ୍ୟାଟ୍ସମ୍ୟାନଙ୍କ ଘଟଣା କ୍ରମେ ମୃତ୍ୟୁ ହୋଇଥିଲା। ୬୩ ରନ୍‌ରେ ବ୍ୟାଟିଂ କରୁଥିବାବେଳେ ୨୫ ବର୍ଷୀୟ ହ୍ୟୁଗ୍ସଙ୍କ ବେକରେ ଏକ ବାଉନ୍ସର ବାଜିଥିଲା। ଏହା ଦ୍ୱାରା ତାଙ୍କ ବ୍ରେନ ହାମରେଜ ହୋଇଥିଲା। ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ସେ ଅଷ୍ଟ୍ରେଲିଆ ପାଇଁ ୨୬ ଟେଷ୍ଟ ଓ ୨୫ ଦିନିକିଆ ଖେଳିଥିଲେ।

Share