Categories: ଖେଳ

ଫିଫା ସଭାପତି ଇନ୍‌ଫାଣ୍ଟିନୋଙ୍କ ଦ୍ୱିତୀୟ ଇନିଂସ

ପ୍ୟାରିସ୍‌, ୫।୬(ପିଟି)- ଜିଆନ୍ନି ଇନ୍‌ଫାଣ୍ଟିନୋ ବୁଧବାର ବିଶ୍ୱ ଫୁଟ୍‌ବଲ ପରିଚାଳନା ସଂସ୍ଥା ‘ଫିଫା’ର ସଭାପତି ଭାବେ ଦ୍ୱତୀୟ ଇନିଂସ୍‌ ଆରମ୍ଭ କରିଛନ୍ତି। ଏଠାରେ ଅନୁଷ୍ଠିତ ଫିଫା କଂଗ୍ରେସ ନିର୍ବାଚନ ପ୍ରକ୍ରିୟାରେ ସେ ସଭାପତି ପଦରେ ପୁନଃ ନିର୍ବାଚିତ ହୋଇଛନ୍ତି। ୨୦୧୬ ଫେବୃୟାରୀରେ ଫିଫା ସଭାପତି ଭାବେ ଦାୟିତ୍ୱ ନେଇଥିବା ୪୯ ବର୍ଷୀୟ କ୍ରୀଡ଼ା ପ୍ରଶାସକ ଇନ୍‌ଫାଣ୍ଟିନୋ ଅପ୍ରତିଦ୍ୱନ୍ଦ୍ୱୀ ଭାବେ ୪ ବର୍ଷ ପାଇଁ ପୁଣି ନିର୍ବାଚିତ ହୋଇଛନ୍ତି। ସେ ୨୦୨୩ ପର୍ଯ୍ୟନ୍ତ କାର୍ଯ୍ୟଭାର ତୁଲାଇବେ। ଇନ୍‌ଫାଣ୍ଟିନୋଙ୍କ କାର୍ଯ୍ୟକାଳରେ କୌଣସି ଦୁର୍ନୀତି ହୋଇଥିବାବେଳେ ଆର୍ଥିକ ସଙ୍କଟରୁ ଫିଫା ମୁକ୍ତ ହୋଇଛି।

Share