Posted inଖେଳ

ଫିଫା ବିଶ୍ୱକପ୍‌ କ୍ୱାଲିଫାୟର : କଳିଙ୍ଗରେ ଭାରତ- କାତାର ମୁକାବିଲା

କୋଲକାତା,୨୨।୨(ପି.ଟି.)- ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଆଉ ଏକ ବଡ଼ ଫୁଟବଲ ମ୍ୟାଚ୍‌ ଆୟୋଜନ ହେବାକୁ ଯାଉଛି। ଫିଫା ବିଶ୍ୱକପ୍‌ ଗୁପ୍‌ ଇ କ୍ୱାଲିଫାୟର ମ୍ୟାଚ୍‌ରେ ଭାରତ ଓ କାତାର କଳିଙ୍ଗରେ ପରସ୍ପରକୁ ଭେଟିବେ। ଏହି ମ୍ୟାଚ୍‌ ଆସନ୍ତା ମାସରେ ଆୟୋଜନ ହେବ ବୋଲି ଶୁକ୍ରବାର ଅଲ ଇଣ୍ଡିଆ ଫୁଟବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌) ତରଫରୁ କୁହାଯାଇଛି। ମାର୍ଚ୍ଚ ୨୬ ତାରିଖରେ କଳିଙ୍ଗରେ ପରସ୍ପରକୁ ଭେଟିବେ ବୋଲି ଏଆଇଏଫ୍‌ଏଫ୍‌ ସାଧାରଣ ସମ୍ପାଦକ କୁଶଲ ଦାସ କହିଛନ୍ତି। ଇଣ୍ଡିଆନ ସୁପର ଲିଗ (ଆଇଏସ୍‌ଏଲ୍‌) କ୍ଲବ ଓଡ଼ିଶା ଏଫ୍‌ସିର ହୋମ୍‌ ଗ୍ରାଉଣ୍ଡ ରୂପେ କଳିଙ୍ଗ ଷ୍ଟାଡିୟମ ବ୍ୟବହୃତ ହେଉଛି। କଳିଙ୍ଗରେ ଏକାଧିକ ବଡ଼ ମ୍ୟାଚ୍‌ ସଫଳତାର ସହ ଆୟୋଜିତ ହୋଇଛି। ଫୁଟବଲର ପ୍ରସାର ପାଇଁ ଆମେ ନୂଆ ଭେନ୍ୟୁରେ ମ୍ୟାଚ୍‌ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛୁ। ଓଡ଼ିଶାରେ ମଧ୍ୟ ଫୁଟବଲ୍‌କୁ ଆଶାତୀତ ସମର୍ଥନ ମିଳିଛି ବୋଲି କୁଶଲ କହିଛନ୍ତି।
ଆଇଏସ୍‌ଏଲ୍‌ରେ ଚେନ୍ନାଇନ ଏଫ୍‌ କଳିଙ୍ଗରେ ୨-୦ ଗୋଲରେ ପରାସ୍ତ ହୋଇଥିଲା। ଏହି ପରାଜୟରେ ଅସନ୍ତୋଷ ଜାହିର କରି ଚେନ୍ନାଇନ କୋଚ ଓଓ୍ବେନ କୋଏଲ ଏଠାରେ କୌଣସି ମ୍ୟାଚ ଖେଳାଯିବା ଉଚିତ ନୁହେଁ ବୋଲି କହିଥିଲେ ଓ ଏହାପରେ କଳିଙ୍ଗ ଷ୍ଟାଡିୟମକୁ ନେଇ ଆଲୋଚନା ହୋଇଥିଲା। ଯଦି କିଛି ସମସ୍ୟା ଥାଏ ତେବେ ଓଡ଼ିଶାର କର୍ତ୍ତୃପକ୍ଷ ଏହାର ସମାଧାନ କରିବେ ବୋଲି କୁଶଲ କହିଛନ୍ତି। ଉଲ୍ଲେଖଥାଉ କି, ଗତବର୍ଷ ସେପ୍ଟେମ୍ବରରେ ଦୋହାରେ ଭାରତ- କାତାର ମଧ୍ୟରେ ଅନୁଷ୍ଠିତ ଫାଷ୍ଟ ଲେଗ୍‌ ମ୍ୟାଚ୍‌ ଗୋଲ ଶୂନ୍ୟ ଭାବେ ଶେଷ ହୋଇଥିଲା। ଭାରତୀୟ ଗୋଲକିପର ଗୁରପ୍ରୀତ ସିଂ ସାନ୍ଧୁ ଐତିହାସିକ ପ୍ରଦର୍ଶନ କରିଥିଲେ ଓ କାତାରର ଘନ ଘନ ଆକ୍ରମଣକୁ ପଣ୍ଡ କରିଥିଲେ। କ୍ୱାଲିଫାୟରରେ ଭାରତ ୫ଟି ମ୍ୟାଚ୍‌ ଖେଳି ୩ ପଏଣ୍ଟ ହାସଲ କରି ଚତୁର୍ଥ ସ୍ଥାନରେ ରହିଛି। ବାଂଲାଦେଶ ୧ ପଏଣ୍ଟ ପାଇ ସର୍ବନିମ୍ନ ସ୍ଥାନରେ ରହିଛି। କାତାର ୧୩ ପଏଣ୍ଟ ପାଇ ଶୀର୍ଷରେ, ଓମାନ ଓ ଆଫଗାନିସ୍ତାନ ଯଥାକ୍ରମେ ୧୨ ଓ ୪ ପଏଣ୍ଟ ପାଇଁ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। କୋଚ୍‌ ଆଇଗର ଷ୍ଟିମାକଙ୍କ ଭାରତୀୟ ଦଳ ଯୋଗ୍ୟତା ଆଶା ଶେଷ ହୋଇସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri