Posted inଖେଳ

ଫିକ୍ସିଂ ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣ ହୋଇପାରିବନି: ଗାଭାସ୍କର

ନୂଆଦିଲ୍ଲୀ,୨୪।୯(ପି.ଟି.)- ଲୋଭର କୌଣସି ଉପାଚର କିମ୍ବା ସୀମା ନାହିଁ। ତେଣୁ କ୍ରୀଡ଼ାରେ ଫିକ୍ସିଂ ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣକୁ ଆସିପାରିବ ନାହିଁ ବୋଲି କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ଗାଭାସ୍କର କହିଛନ୍ତି। କ୍ରିକେଟରେ ମ୍ୟାଚ୍‌ ଫିକ୍ସିଂ ଭଳି କଳଙ୍କକୁ ସମ୍ପୂର୍ଣ୍ଣ ଭାବେ ସଫା କରିହେବ ନାହିଁ । ତାମିଲନାଡୁ ପ୍ରିମିୟର ଲିଗ୍‌ (ଟିଏନ୍‌ପିଏଲ୍‌)ରେ କେତେକ ଖେଳାଳି ଓ ମାଚ୍‌ ଅଫିସିଆଲ ମ୍ୟାଚ୍‌ ଫିକ୍ସିଂରେ ସାମିଲ ରହିବା ନେଇ ପ୍ରଶ୍ନ ହେବାରୁ ସେ ଏହି କଥା କହିଛନ୍ତି। ଏ ନେଇ ଅବଶ୍ୟ ତଦନ୍ତ ଚାଲୁ ରହିଛି। ମଣିଷର ସ୍ବଭାବ ସହ ଲୋଭ ଓ ମୋହ ସାମିଲ ରହିଛି ବୋଲି ଏଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସେ ଏହି କଥା କହିଛନ୍ତି। ଏକ ଶ୍ରେଷ୍ଠ ସମାଜରେ ମଧ୍ୟ ଅପରାଧୀ ରହିଛନ୍ତି। କ୍ରିକେଟରେ ମଧ୍ୟ କେତେଜଣ ଭିନ୍ନ ପ୍ରକାରର ଲୋକ ରହିବା ସ୍ବାଭାବିକ। ତେବେ କ୍ରିକେଟରେ ଦୁର୍ନୀତି କରୁଥିବା ଲୋକେ ସହଜରେ ଖସି ଚାଲିଯାଇ ପାରିବେ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଟେଲିଭିଜନରେ ମ୍ୟାଚ୍‌ ଲାଇଭ୍‌ ହେଉଥିବାରୁ ଯେକୌଣସି ଜଣେ ଲୋକେ ଭୂଲ୍‌ କରି ଖସି ଯାଇପାରିବନି। ଏ ସବୁ ଦୁର୍ନୀତି ସତ୍ତ୍ୱେ ଟିଏନ୍‌ପିଏଲ୍‌ ଭଳି ଘରୋଇ ଟୁର୍ନାମେଣ୍ଟ ତଥା ଲିଗ୍‌ ଚାଲୁ ରହିବା ଆବଶ୍ୟକ। ଏହି ଲିଗ୍‌ ଗୁଡିକ ମାଧ୍ୟମରେ ପ୍ରତିଭା ଚିହ୍ନଟ ହୋଇଥାଏ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

ଇଣ୍ଡିଆନ ୟୁନିଭର୍ସିଟିଜ୍‌ ରଗ୍‌ବୀ, ଚେସ୍‌ ଦଳ ଘୋଷିତ

ଭୁବନେଶ୍ୱର, ୨୪।୪(ତପନ ସ୍ବାଇଁ): ଫ୍ରାନ୍ସର ଏକ୍ସେନ-ପ୍ରୋଭିନ୍ସରେ ୨୦୨୪ ଓ୍ବାଲର୍‌ଡ ୟୁନିସର୍ଭିଟି ରଗ୍‌ବୀ ସେଭେନ୍ସ ଚାମ୍ପିୟନଶିପ୍‌ ଜୁନ୍‌ ୧୦ରୁ ୧୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସେହିପରି ଉଗାଣ୍ଡାର...

Video: ଆଉଟ୍‌ ଦେଇଥିବା ଅମ୍ପାୟାରଙ୍କଠାରୁ ‘ପ୍ରତିଶୋଧ’ ନେଲେ ବିରାଟ, ସର୍ବସମ୍ମୁଖରେ କଲେ ଏଭଳି…

ନୂଆଦିଲ୍ଲୀ,୨୩।୪: ବିରାଟ କୋହଲି କ୍ରିକେଟ ମଇଦାନରେ ନିଜର କ୍ରୋଧକୁ ନେଇ ପରିଚିତ। ଖେଳ ସମୟରେ ନିଜ ବିରୋଧୀ ଟିମ୍‌ର ମୁହଁ ଏବଂ ବ୍ୟାଟ୍‌ ଉଭୟର ଉଚିତ...

‘ପନ୍ତଙ୍କୁ ଚୟନ କରା ନ ଗଲେ ଭାରତ ମ୍ୟାଚ୍‌ରେ ପ୍ରଭାବ ପଡ଼ିବ’ 

ନୂଆଦିଲ୍ଲୀ,୨୩।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆର ଚୟନ ଚଳିତ ମାସ ଶେଷ ଆଡ଼କୁ ହୋଇପାରେ। ଦଳରେ ଅନେକ ଖେଳାଳିଙ୍କୁ ଚୟନ କରିବାକୁ ନେଇ ଏଯାଏ...

ହେଲା ବଡ଼ ଖୁଲାସା, ଏହି ଗୋଟିଏ ଭୁଲ୍‌ ପାଇଁ ଆର୍‌ସିବିରେ ନାହାନ୍ତି ଚହଲ…

ନୂଆଦିଲ୍ଲୀ,୨୩।୪: ଯୁଜବେନ୍ଦ୍ର ଚହଲଙ୍କୁ ଦଳରେ ନ ରଖିବାର ନିଷ୍ପତ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)କୁ ଅବଶୋଷ ରହିବ। କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଫ୍ରାଞ୍ଚାଇଜ୍‌ର ପୂର୍ବ କ୍ରିକେଟ...

ଇତିହାସ ରଚିଲେ ଚହଲ: ଆଇପିଏଲ୍‌ରେ ଏମିତି କାରନାମା କରିବାରେ ପ୍ରଥମ ବୋଲର

ନୂଆଦିଲ୍ଲୀ,୨୩।୪: ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ୟୁଜବେନ୍ଦ୍ର ଚହଲ ତାଙ୍କ ଆଇପିଏଲ କ୍ୟାରିୟରରେ ୨୦୦ ଉଇକେଟ ପୂରଣ କରିଛନ୍ତି। ମୁମ୍ବାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri