Posted inଖେଳ

ଫାଇନାଲ ମ୍ୟାଚ୍‌ ଭାବି ଖେଳିବୁ: ଗୋମ୍ବାଉ

ଭୁବନେଶ୍ୱର, ୧୪।୨(ସ୍ପୋର୍ଟ୍ସ ବ୍ୟୁରୋ)- ଇଣ୍ଡିଆନ ସୁପର୍‌ ଲିଗ୍‌ (ଆଇଏସ୍‌ଏଲ୍‌)ର ଏକ ମ୍ୟାଚ୍‌ରେ ଶୁକ୍ରବାର ଘରୋଇ ଓଡ଼ିଶା ଏଫ୍‌ସି ଓ ନର୍ଥଇଷ୍ଟ ୟୁନାଇଟେଡ୍‌ ଏଫ୍‌ସି ପରସ୍ପରକୁ ଭେଟିବେ। ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳାଯିବ। ନକ୍‌ଆଉଟ୍‌ ଦୌଡ଼ରେ ରହିବାକୁ ହେଲେ ଆଇଏସ୍‌ଏଲ୍‌ ପଦାର୍ପଣକାରୀ ଦଳ ଓଡ଼ିଶା ଏଫ୍‌ସି ଏହି ମ୍ୟାଚ୍‌ରେ ନିଶ୍ଚିତ ବିଜୟ ଆବଶ୍ୟକ କରୁଛି। ଚଳିତ ସିଜନରେ ଓଡ଼ିଶା ଏଫ୍‌ସି ବର୍ତ୍ତମାନ ସୁଦ୍ଧା ୧୬ ମ୍ୟାଚ୍‌ରୁ ୬ ବିଜୟ ସହ ୨୧ ପଏଣ୍ଟ ପାଇ ଟେବୁଲର ୬ଷ୍ଠ ସ୍ଥାନରେ ରହିଛି। ଚତୁର୍ଥ ସ୍ଥାନରେ ରହିଥିବା ମୁମ୍ବାଇ ସିଟି (୨୬ ପଏଣ୍ଟ)ଠାରୁ ଦଳ ୫ ପଏଣ୍ଟ ପଛରେ ରହିଛି। ଯଦି ଏହି ମ୍ୟାଚ୍‌ରେ ଓଡ଼ିଶା ପରାସ୍ତ ହୁଏ ତେବେ ଟପ୍‌-୪ ଦୌଡ଼ରୁ ବାଦ୍‌ ପଡ଼ିବ। ତେଣୁ ଓଡ଼ିଶା ଏଫ୍‌ସି ପ୍ରଶିକ୍ଷକ ଜୋସେଫ୍‌ ଗୋମ୍ବାଉଙ୍କ ଦଳ ପାଇଁ ଏହି ମ୍ୟାଚ୍‌ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ଓଡ଼ିଶା ଏହାର ପୂର୍ବ ୩ଟି ମ୍ୟାଚ୍‌ରେ ପରାଜୟବରଣ କରିଥିବାରୁ ଚାପରେ ରହିବା ସ୍ବାଭାବିକ। ଅପରପକ୍ଷରେ ଖରାପ ଫର୍ମ ଦେଇ ଗତି କରୁଥିବା ନର୍ଥ ଇଷ୍ଟ ୧୫ ମ୍ୟାଚ୍‌ରୁ ୧୩ ପଏଣ୍ଟ ପାଇ ଟେବୁଲର ୯ମ ସ୍ଥାନରେ ରହିଛି। ତେଣୁ ପ୍ରଦର୍ଶନକୁ ନଜର ପକାଇଲେ ଓଡ଼ିଶା ଏଫ୍‌ସି ଘରୋଇ ପଡ଼ିଆରେ ନର୍ଥ ଇଷ୍ଟ ବିପକ୍ଷରେ ସହଜ ବିଜୟ ଲକ୍ଷ୍ୟରେ ରହିଛି। ‘ଶେଷ ଦୁଇଟି ମ୍ୟାଚ୍‌ ଆମ ପାଇଁ ବେଶ୍‌ ମହତ୍ୱପୂର୍ଣ୍ଣ। ଏହି ସିଜନରେ ଆମେ ମ୍ୟାଚ୍‌ ପରେ ମ୍ୟାଚ୍‌ ଆଗକୁ ବଢ଼ି ଚାଲିଛୁ। ଗାଣିତିକ ଦୃଷ୍ଟିରୁ ଦେଖିଲେ ଟପ୍‌-୪ରେ ପ୍ରବେଶ ପାଇଁ ସୁଯୋଗ ରହିଛି। ଏହି ମ୍ୟାଚ୍‌ରେ ଆମେ ନିଶ୍ଚିତ ବିଜୟ ଆବଶ୍ୟକ କରୁଛୁ। ଯଦି ଶୁକ୍ରବାର ମ୍ୟାଚ୍‌ରେ ବିଜୟ ହାସଲ କରୁ ତେବେ ପରବର୍ତ୍ତୀ ମ୍ୟାଚ୍‌ରେ ମଧ୍ୟ ସମାନ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବୁ। ଏହି ମ୍ୟାଚ୍‌କୁ ଫାଇନାଲ ଭାବି ଖେଳିବୁ’ ବୋଲି ଓଡ଼ିଶା ଏଫ୍‌ସି କୋଚ୍‌ ଗୋମ୍ବାଉ ଗୁରୁବାର ଖବରଦାତା ସମ୍ମିଳନୀରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri