Categories: ଖେଳ

ଫର୍ମୁଲା ଓ୍ବାନ୍‌ ଷ୍ଟାର ଡ୍ରାଇଭର ଲୌଡ଼ାଙ୍କ ପରଲୋକ

ଲଣ୍ଡନ, ୨୧ା୫- କିମ୍ବଦନ୍ତୀ ଫର୍ମୁଲା ଓ୍ବାନ୍‌ ଡ୍ରାଇଭର ନିକି ଲୌଡ଼ାଙ୍କ ମୃତ୍ୟୁ ଘଟିଛି। ଅଷ୍ଟ୍ରିଆ ଡ୍ରାଇଭରଙ୍କ ମୃତ୍ୟୁ ସମ୍ପର୍କରେ ତାଙ୍କ ପରିବାର ସଦସ୍ୟ ମଙ୍ଗଳବାର ସୂଚନା ଦେଇଛନ୍ତି। ଆମେ ବହୁତ ଦୁଃଖିତ। ୭୦ ବର୍ଷୀୟ ନିକି ସୋମବାର ପ୍ରାଣ ହରାଇଛନ୍ତି। ୮ ମାସ ପୂର୍ବେ ତାଙ୍କର ଫୁସଫୁସ ପ୍ରତିରୋପଣ ହୋଇଥିଲା। ଲୌଡ଼ା ୩ ଥର ବିଶ୍ୱ ଚାମ୍ପିୟନଶିପ୍‌ ଟାଇଟଲ ଜିତିଥିଲେ। ୧୯୭୫ ଓ ୧୯୭୭ରେ ଫେରାରି ପାଇଁ ଜିତିଥିବାବେଳେ ୧୯୮୪ରେ ମ୍ୟାକଲରେନ ପକ୍ଷରୁ ପ୍ରତିନିଧିତ୍ୱ କରି ବିଶ୍ୱ ଚାମ୍ପିୟନଶିପ୍‌ ଟାଇଟଲ ହାତେଇଥିଲେ। ଡ୍ରାଇଭର ଭାବେ ଅବସର ନେବା ପରେ କ୍ରୀଡ଼ା ପ୍ରଶାସକ ଭାବେ କାର୍ଯ୍ୟ କରିଥିଲେ। ସେ ୨୦୧୨ ପର୍ଯ୍ୟନ୍ତ ମର୍ସିଡିଜ ଏଫ୍‌ ଓ୍ବାନ୍‌ ଅଣ କାର୍ଯ୍ୟକାରୀ ଅଧ୍ୟକ୍ଷ ପଦରେ ଥିଲେ। କ୍ରମାଗତ ୫ ଥର ବିଶ୍ୱ ଟାଇଟଲ ଜିତିଥିବା ଲୁଇସ୍‌ ହାମିଲଟନଙ୍କ ସଫଳତା ପଛର ମୁଖ୍ୟ କାରଣ ଥିଲେ ଲୌଡ଼ା।

Share