ଫନୀ ମହାବାତ୍ୟାକୁ ପୂରିଲା ସାଢେ ୭ ମାସ : କାରିଗରଙ୍କୁ ମିଳିଲାନି ସହାୟତା ରାଶି

ଯାଜପୁର ଅଫିସ,୧୭ା୧୨- ଫନୀ ବାତ୍ୟା ପାଇଁ ଜଳ ସମ୍ପଦ ବିଭାଗର କ୍ଷୟକ୍ଷତି ଆକଳନ କରାଯାଇ ୩୭୦କୋଟି ୪୦ ଲକ୍ଷ ୫୦ ହଜାର ଟଙ୍କାର ବିବରଣୀ ପ୍ରଦାନ କରାଯାଇଥିଲା। ଏଥିରେ ବୃହତ୍‌ ଓ ମଧ୍ୟମ ଧରଣର ଜଳସସେଚନ ପ୍ରକଳ୍ପରେ ୩୧୧ କୋଟି ୬୫ ଲକ୍ଷ ୩୪ ହଜାର ଟଙ୍କା, ଡ୍ରେନେଜ ବିଭାଗରେ ୯କୋଟି ୩୮ଲକ୍ଷ ୩୬ହଜାର ଟଙ୍କା ଓ ଉଠାଜଳସେଚନ ପ୍ରକଳ୍ପରେ ୪୯କୋଟି ୩୬ଲକ୍ଷ ୮୦ହଜାର ଟଙ୍କା ଏସଆରସି (ସ୍ବତନ୍ତ୍ର ରିଲିଫ କମିଶନ)ରେ ଦାଖଲ ହୋଇଥିଲା। କିନ୍ତୁ ଅଦ୍ୟାବଧି ଏବାବଦକୁ କୌଣସି ଅର୍ଥ ଏସ୍‌ଆରସିଙ୍କ ଦ୍ୱାରା ପ୍ରଦାନ କରାଯାଇ ନାହିଁ। ଏହିକ୍ରମରେ ଯାଜପୁର ଜିଲାର ୩୦୬୭ କାରିଗରଙ୍କ କଞ୍ଚାମାଲ, ନିର୍ମାଣ ସାମଗ୍ରୀ, ଯନ୍ତ୍ରପାତି ଓ କର୍ମଶାଳା ପ୍ରଭୃତି କ୍ଷତିଗ୍ରସ୍ତ ହୋଇଛି। ଏହାର ପରିମାଣ ସମୁଦାୟ ୩ କୋଟି ୮୮ ଲକ୍ଷ ୪୦ ହଜାର ୬୦୦ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ତେବେ ଫନୀକୁ ସାଢେ ୭ ମାସ ପୁରି ଯାଇଥିବାବେଳେ ଆବଶ୍ୟକ କ୍ଷତିପୂରଣ ନ ମିଳିବାରୁ ଜିଲାର ଗରିବ ହସ୍ତଶିଳ୍ପ କାରିଗରଙ୍କ ଦାନାପାଣି ସଙ୍କଟରେ ଗତି କରୁଛି।
ଗତ ମେ ୩ରେ ହୋଇଥିବା ବାତ୍ୟା ଫନୀ ହସ୍ତଶିଳ୍ପ କାରିଗରଙ୍କ ଜୀବନଜୀବିକାକୁ ସଙ୍କଟରେ ପକାଇଥିଲା। ଏଥିରେ ଜିଲାର ୧୦ଟି ବ୍ଲକ ଓ ୨ ପୌରାଞ୍ଚଳରେ ୩୦୬୭ ଜଣ କାରିଗର ଫନୀ ଯୋଗୁ ପ୍ରଭାବିତ ହୋଇଥିଲେ। ଏଥିରେ ହସ୍ତଶିଳ୍ପଙ୍କ ବିଭିନ୍ନ କଞ୍ଚାମାଲ, ନିର୍ମାଣ ସାମଗ୍ରୀ, କର୍ମଶାଳା, ମୂର୍ତ୍ତି, କୋଇଲା, ବୈଦ୍ୟୁଦିକ ଯନ୍ତ୍ରପାତି ଆଦି କ୍ଷତିଗ୍ରସ୍ତ ହୋଇଥିଲା। କାରିଗରଙ୍କ କାଇଁଚ, ନିର୍ମାଣ ସାମଗ୍ରୀ, ପଥର କାରିଗରଙ୍କ କଞ୍ଚାମାଲ ଓ କର୍ମଶାଳା ଘର ସମ୍ପୂର୍ଣ୍ଣ ଉଜୁଡି ଯାଇଥିଲା। ଏହାବାଦ କଂସାପିତ୍ତଳ ଏବଂ ଚେରାକୋଟା ନିର୍ମାଣରେ କୁଣ୍ଡପାଟଣା, ବାଲିପାଟଣା, ଅତଲାପୁର, ସାମନ୍ତପୁର, ବୈଦ୍ୟରାଜପୁର, ବୁଗୁଡି, ପଣସୁଧା, ଲକ୍ଷ୍ମୀନଗର, ପ୍ରଥମାଖଣ୍ଡି, ଗୋପାଳପୁର, ଲକ୍ଷ୍ମୀନଗର ଆଦି ଗ୍ରାମର କାରିଗରମାନେ କ୍ଷତିଗ୍ରସ୍ତ ହୋଇଥିଲେ। ଏନେଇ କାରିଗରଙ୍କ ପକ୍ଷରୁ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଡିଆନ, ବୟନ ଓ ହସ୍ତତନ୍ତ ନିର୍ଦ୍ଦେଶକ ଜ୍ୟୋତିପ୍ରକାଶ ଦାସ, ହସ୍ତ ଓ କୁଟୀର ଶିଳ୍ପ ନିର୍ଦ୍ଦେଶକ ବସନ୍ତ କୁମାର ଦାସଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାବାଦ ଗତ ନଭେମ୍ବର ୨୨ରେ ଓଡିଶା ଶିଳ୍ପୀ ମହାସଂଘ ପକ୍ଷରୁ ବିଧାନସଭା ଘେରାଉ କରିଥିଲେ। ହେଲେ ଏଯାଏ କୌଣସି ସୁଫଳ ନ ମିଳିବାରୁ ଫନୀ ପ୍ରଭାବିତ କାରିଗରଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏହାବାଦ ୨୦୧୮ ମାର୍ଚ୍ଚରେ ରାଜ୍ୟରେ ହସ୍ତତନ୍ତ ଓ ହସ୍ତଶିଳ୍ପ ବିକାଶ ଏବଂ ଉନ୍ନୟନ ପରିଷଦ ଗଠନ ହୋଇଛି। ଏଥିପାଇଁ ୨୦କୋଟି ଟଙ୍କା ଅନୁଦାନ ମଞ୍ଜୁର ହୋଇଛି। କିନ୍ତୁ ବିଡମ୍ବନା ଯେ, ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତାର ଅଭାବ ଓ ଅସହଯୋଗ କାରଣରୁ ଏହି ପରିଷଦ ଏଯାଏ ସକ୍ରିୟ ହୋଇପାରି ନାହିଁ। ଫଳରେ ମଞ୍ଜୁର ହୋଇଥିବା ଅର୍ଥ କାରିଗରଙ୍କ ହିତରେ ଆସି ପାରିନାହିଁ ବୋଲି ଅଭିଯୋଗ ଉଠିଛି। ଓଡ଼ିଶା ଶିଳ୍ପୀ ମହାସଂଘର ସଂଗଠନ ସମ୍ପାଦକ ପ୍ରିୟରଞ୍ଜନ କର କହିଛନ୍ତି ଆଜିକୁ ଫନୀ ମହାବାତ୍ୟାକୁ ସାଢେ ୭ମାସ ପୁରିଲାଣି। କିନ୍ତୁ ରାଜ୍ୟ ସରକାର ନିଜେ ଘୋଷଣା କରିଥିବା ଶିଳ୍ପୀ ଓ ବୁଣାକାର କାରିଗରଙ୍କ ପାଇଁ କୌଣସି ସହାୟତା ମିଳିପାରି ନାହିଁ। ନିଜେ ମୁଖ୍ୟମନ୍ତ୍ରୀ ଗତ ମେ ମାସରେ ରାଜ୍ୟର ଫନି କ୍ଷତିଗ୍ରସ୍ତ ୬୦ହଜାର ବୁଣାକାର ଓ ୭୦ ହଜାର ହସ୍ତଶିଳ୍ପୀଙ୍କ ପାଇଁ ପ୍ରତ୍ୟେକଙ୍କୁ ୮,୨୦୦ ଟଙ୍କା ଦେବେ ବୋଲି ଘୋଷଣା କରିଥିଲେ। ଉଭୟ ବୟନଶିଳ୍ପ ଓ ହସ୍ତ ଏବଂ କୁଟୀର ଶିଳ୍ପ ନିର୍ଦ୍ଦେଶାଳୟ ପକ୍ଷରୁ ଆଜକୁ ୪ମାସ ହେବ ୧୪ଟି ଜିଲାର ଲକ୍ଷାଧିକ କାରିଗରଙ୍କ ନାମ ସର୍ଭେ କରାଯାଇଛି। ସରକାରଙ୍କ ନିକଟରେ ଏହା ଜମା କରାଯାଇଥିଲେ ମଧ୍ୟ ତାହାର ସୁଫଳ ମିଳିପାରି ନାହିଁ। ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପ କେନ୍ଦ୍ରର ଜେନେରାଲ ମ୍ୟାନେଜର ମନୋଜ କୁମାର ବେହେରାଙ୍କୁ ପଚାରିବାରେ, ଏଯାଏ ଅନୁଦାନ ଆବଣ୍ଟିତ ହୋଇ ନ ଥିବାରୁ କାହାରିକୁ ଫନୀ କ୍ଷୟକ୍ଷତି ସହାୟତା ପ୍ରଦାନ କରାଯାଇ ନାହିଁ। ଏନେଇ ବିଭାଗ ପକ୍ଷରୁ ତ୍ୱରାନ୍ବିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri