ଫନୀ ଉଜାଡ଼ିଦେଇଛି ଝାଟିମାଟିର ଘର:ଆବାସଟିଏ ମାଗିଲେ ଦୃଷ୍ଟିହୀନ ଦମ୍ପତି

ଅନୁଗୋଳ ଅଫିସ, ୫।୧୧

ଦୃଷ୍ଟିହୀନ ହେଲେ ବି ସେମାନେ ସଂସାର କରିଛନ୍ତି। ଅନୁଗୋଳର କେଦାରଗୌରୀ ଧନ୍ଦାମୂଳକ ତାଲିମ କେନ୍ଦ୍ରରେ କାମ କରି ଯେନେତେନେ ପେଟ ପୂରାଉଛନ୍ତି। ହେଲେ ମଝିରେ ମଝିରେ ହେଉଥିବା ଦେହ ଅସୁସ୍ଥତା ଯୋଗୁ ହାତରେ କିଛି ସଞ୍ଚୟ କରିପାରୁନାହାନ୍ତି। ଏପରି ଅବସ୍ଥାରେ ଫନୀ ଭାଙ୍ଗି ଦେଇଥିବା ଝାଟିମାଟିର ଘରକୁ ଠିଆ କରିପାରୁନାହାନ୍ତି। ସରକାର ଗରିବଙ୍କୁ ଆବାସ ଯୋଜନାରେ ପକ୍କା ଘର ଦେଉଥିବା ବେଳେ ତାଙ୍କ ପାଇଁ କହିବାକୁ କେହି ନାହିଁ। ଦୃଷ୍ଟିହୀନ ଯୋଗୁ ସେମାନେ ପ୍ରଶାସନ ନିକଟକୁ ଆସି ଗୁହାରି ବି କରିପାରୁନାହାନ୍ତି। କେତେଜଣଙ୍କୁ ଏଥିପାଇଁ ଅନୁରୋଧ କରିଥିଲେ। ହେଲେ କେହି ସହାୟତା କଲେ ନାହିଁ। ଖବରପାଇ ବାଲେଶ୍ୱରରୁ ଭିନ୍ନକ୍ଷମ ବନ୍ଧୁ କୃଷ୍ଣଚନ୍ଦ୍ର ସାହୁ ଆସି ସେମାନଙ୍କୁ ଏଠାକୁ ଆଣିଛନ୍ତି। ପ୍ରଶାସନ ପକ୍କା ଘରଟିଏ ଦେଲେ ସେମାନେ ଉପକୃତ ହୋଇପାରନ୍ତେ ବୋଲି ସୋମବାର ଅଭିଯୋଗ କରିବାକୁ ଜିଲା କାର୍ଯ୍ୟାଳୟ ଆସିଥିବା ଦୃଷ୍ଟିହୀନ ଦମ୍ପତି ବ୍ରଜକିଶୋର ପ୍ରଧାନ(୨୯) ଓ ଭାବିନୀ ପ୍ରଧାନ(୨୮) ଉପଜିଲାପାଳଙ୍କୁ ଅନୁରୋଧ କରିଛନ୍ତି।
ବ୍ରଜକିଶୋରଙ୍କ କହିବା ଅନୁଯାୟୀ, ତାଙ୍କ ଘର ଅନୁଗୋଳ ବ୍ଲକ ଜଗନ୍ନାଥପୁର ପଞ୍ଚାୟତ କୁଲାଙ୍ଗୀ ଗ୍ରାମରେ। କେଦାରଗୌରୀ ଧନ୍ଦାମୂଳକ ତାଲିମ୍‌ କେନ୍ଦ୍ରରେ ରହିବା ମଧ୍ୟରେ ଭାବିନୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଦୁଇ ବର୍ଷ ତଳେ ଉଭୟେ ବିବାହ କରି ଗଁା କୁଲାଙ୍ଗୀରେ ରହୁଥିଲେ। ହେଲେ ଫନୀ ବାତ୍ୟା ଘର ଭାଙ୍ଗିଦେବା ପରେ ଦୁହେଁ ପୁଣି ଉକ୍ତ ତାଲିମ୍‌ କେନ୍ଦ୍ରରେ ଆଶ୍ରୟ ନେଇଛନ୍ତି। ସେଠାରେ ଫିନାଇଲ୍‌, ଚକ୍‌ ଖଡ଼ି, ମହମବତୀ ତିଆରି କରି ମାସିକ ୭ ହଜାର ଟଙ୍କା ରୋଜଗାର କରୁଛନ୍ତି। ଘରଟିଏ ପାଇଁ ସେ ସରପଞ୍ଚଙ୍କ ପାଖକୁ ବହୁବାର ଯାଇଛନ୍ତି। ହେଲେ ତାଙ୍କୁ ନିରାଶ ହେବାକୁ ପଡ଼ିଛି। ତେଣୁ ପକ୍କାଘରଟିଏ ପାଇଁ ସେ ଜିଲାପାଳଙ୍କ ପାଖକୁ ଆସିବାକୁ ବହୁବାର ଯୋଜନା କରିଥିଲେ। ଅନେକଙ୍କୁ ଅନୁରୋଧ କରିଥିଲେ। କିନ୍ତୁ କେହି ସାହାଯ୍ୟର ହାତ ବଢ଼ାଇ ନ ଥିଲେ। ତାଙ୍କ ମନ କଥା ଦିନେ ବାଲେଶ୍ୱରର ଭିନ୍ନକ୍ଷମ ବନ୍ଧୁ କୃଷ୍ଣଚନ୍ଦ୍ରଙ୍କୁ କହିଥିଲେ। ଏହା ଜାଣି ଦୁଇଟି ଯାକ ଗୋଡ଼ ନ ଥିଲେ ବି କୃଷ୍ଣଚନ୍ଦ୍ର ବହୁ କଷ୍ଟରେ ଅନୁଗୋଳରେ ପହଞ୍ଚି ତାଙ୍କୁ ଜିଲା କାର୍ଯ୍ୟାଳୟ ଆଣିଛନ୍ତି। ପ୍ରଶାସନ ସହାୟ ହେଲେ ସେମାନଙ୍କ ସ୍ବପ୍ନ ପୂରଣ ହୋଇପାରନ୍ତା ବୋଲି ବ୍ରଜକିଶୋର ଓ ଭାବିନୀ ଜିଲାପାଳଙ୍କ ଅନୁପସ୍ଥିତିରେ ଉପଜିଲାପାଳ ବାସୁଦେବ ଶତପଥୀଙ୍କୁ ଭେଟି ଗୁହାରୀ କରିଛନ୍ତି। ଏ ନେଇ ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ତୁରନ୍ତ ଘର ଯୋଗାଇ ଦେବାକୁ ଉପଜିଲାପାଳ ପ୍ରତିଶ୍ରୁତି ଦେଇଥିବା ବ୍ରଜକିଶୋର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ଆନ୍ଦୋଳନ ପରେ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ)- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri