Categories: ଖେଳ

ଫକନର ଜଣେ ସମଲିଙ୍ଗୀ

ସିଡ୍‌ନୀ, ୩୦ା୪ (ପି.ଟି.)-ଅଷ୍ଟ୍ରେଲୀୟ କ୍ରିକେଟର ଜେମ୍ସ ଫକ୍‌ନର ତାଙ୍କ ୨୯ତମ ଜନ୍ମ ଦିନ ଅବସରରେ ନିଜକୁ ଜଣେ ସମଲିଙ୍ଗୀ ବୋଲି ଘୋଷଣା କରିଛନ୍ତି। ତାଙ୍କର ଜଣେ ପୁରୁଷ ବନ୍ଧୁଙ୍କ ସହ ଯୌନ ସମ୍ପର୍କ ଥିବା କଥା ମଧ୍ୟ ପ୍ରକାଶ କରିଛନ୍ତି। ନିଜକୁ ଖୋଲାଖୋଲି ଭାବେ ଜଣେ ସମଲିଙ୍ଗୀ ଭାବେ ଘୋଷଣା କରିବାରେ ଇଂଲଣ୍ଡର ଷ୍ଟିଭେନ ଡାଭିସ୍‌ ହେଉଛନ୍ତି ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟର। ୨୦୧୧ରେ ଏକ ସାକ୍ଷାତ୍‌କାର ସମୟରେ ସେ ଏ ବିଷୟ ଘୋଷଣା କରିଥିଲେ। ବୋଲିଂ ଅଲରାଉଣ୍ଡର ଫକନର ଅଷ୍ଟ୍ରେଲିଆ ତରଫରୁ ଗୋଟିଏ ଟେଷ୍ଟ, ୬୯ ଅନ୍ତର୍ଜାତୀୟ ଦିନିକିଆ ଏବଂ ୨୪ ଅନ୍ତର୍ଜାତୀୟ ଟି୨୦ ଖେଳିଛନ୍ତି। ସେ ଶେଷଥର ପାଇଁ ୨୦୧୭ ଅକ୍ଟୋବରରେ ନିଜ ଦେଶ ତରଫରୁ ଖେଳିଥିଲେ।

Share