ପ୍ୟାରିସ୍‌ ନିକଟତର ହେଲା ଜଙ୍ଗଲ ନିଆଁ

ଆଭୋନ(ଫ୍ରାନ୍ସ),୧୪ା୭: ପଶ୍ଚିମ ୟୁରୋପରେ ପ୍ରଚଣ୍ଡ ଗ୍ରୀଷ୍ମଲହରି ଲାଗିରହିଥିବାବେଳେ ବ୍ୟାପକ ଅଞ୍ଚଳରେ ଜଙ୍ଗଲ ଜଳୁଛି। ସ୍ପେନ୍‌ରେ ଜଙ୍ଗଲ ନିଆଁ ଏପର୍ଯ୍ୟନ୍ତ ୧୩ ଜଣଙ୍କ ଜୀବନ ନେଲାଣି। ସୋମବାର ଏହି ନିଆଁ ଫ୍ରାନ୍ସ ରାଜଧାନୀ ପ୍ୟାରିସ୍‌ ଦକ୍ଷିଣ ଭାଗରେ ଥିବା ଐତିହାସିକ ଜଙ୍ଗଲ ଫାଉଣ୍ଟେନ୍‌ବ୍ଲ୍ୟୁକୁ ବ୍ୟାପିଯାଇଛି। ଫଳରେ ବହୁସଂଖ୍ୟାରେ ଲୋକଙ୍କୁ ସ୍ଥାନାନ୍ତର କରାଯିବା ସହ ଟ୍ରେନ୍‌ ଓ ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି।
ଜଙ୍ଗଲ ନିଆଁ ପ୍ୟାରିସଠାରୁ ପ୍ରାୟ ୭୦ କି.ମି. ଦୂରରେ ହୋଇଥିବାରୁ ଏହା ଚିନ୍ତାଜନକ ହୋଇଛି। ଏହି ଅଞ୍ଚଳରେ ନେପୋଲିୟନଙ୍କ ପ୍ରିୟ ଫାଉଣ୍ଟେନ୍‌ବ୍ଲ୍ୟୁ ପ୍ରାସାଦ ରହିଛି, ଯେଉଁ ସ୍ଥାନ ପର୍ଯ୍ୟଟକଙ୍କ ପାଇଁ ଅତ୍ୟନ୍ତ ଲୋକପ୍ରିୟ। ସେଠାକୁ ପ୍ୟାରିସ୍‌ ସମେତ ବିଭିନ୍ନ ଅଞ୍ଚଳରୁ ପର୍ଯ୍ୟଟକମାନେ ଆସିଥାନ୍ତି। ନିଆଁଲିଭା କାର୍ଯ୍ୟରେ ଅନେକ ଶହ ଅଗ୍ନିଶମ କର୍ମଚାରୀ ଲାଗିଥିବାବେଳେ ୨ଟି ଓ୍ବାଟର ଡମ୍ପିଙ୍ଗ୍‌ ବିମାନକୁ ନିୟୋଜିତ କରାଯାଇଛି ବୋଲି ଆଞ୍ଚଳିକ ଅଗ୍ନିଶମ ବିଭାଗ ମୁଖପାତ୍ର ଗଣମାଧ୍ୟମକୁ କହିଛନ୍ତି। ରବିବାର ବିଳମ୍ବିତ ରାତିରେ ଗାରେ ଡେ ଲ୍ୟୋନ୍‌ ଷ୍ଟେଶନରୁ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଥିବାବେଳେ ସୋମବାର ସକାଳେ ତାହା ସ୍ବାଭାବିକ ହୋଇଛି। ତେବେ ଏ୬ ରାଜପଥରେ ଗାଡ଼ି ଚଳାଚଳ ବନ୍ଦ ରହିଛି। ଗତ ସପ୍ତାହରୁ ଦକ୍ଷିଣ ଫ୍ରାନ୍ସରେ ଲାଗିଥିବା ଜଙ୍ଗଲ ନିଆଁରେ ଅନେକ ହଜାର ହେକ୍ଟର ଅଞ୍ଚଳ ଜଳିଗଲାଣି। ଫ୍ରାନ୍ସରେ ଏବେ ତୃତୀୟ ଗ୍ରୀଷ୍ମ ଲହର ଯୋଗୁ ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସ୍‌ରୁ ଅଧିକ ରହିଥିବାବେଳେ ପ୍ୟାରିସ୍‌ ତାପମାତ୍ରା ୩୭ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ଟ୍ରେନର ସାଜିବେ ଯୁବରାଜ ସିଂହ? ନିଜେ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୧୪।୭: ବୈଭବ ସୂର୍ଯ୍ୟବଂଶୀଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ଆରମ୍ଭ ଭଲ ନଥିଲା; ସେ ସଦ୍ୟ ସମାପ୍ତ ଇଂଲଣ୍ଡ ବିପକ୍ଷରେ T20 ସିରିଜରେ ଡେବ୍ୟୁ କରିଥିଲେ କିନ୍ତୁ ପରେ ତାଙ୍କୁ…

୧୮ ଗର୍ଭବତୀ ମହିଳାଙ୍କ ମୃତ୍ୟୁକୁ ନେଇ ହସିଲେ ସ୍ବାସ୍ଥ୍ୟମନ୍ତ୍ରୀ? ସାମ୍ବାଦିକ ସମ୍ମିଳନୀରେ କହିଲେ, ‘ବିରତି ପରେ ଦେବେ ଉତ୍ତର’

ଜୟପୁର,୧୪।୭: ରାଜସ୍ଥାନର ସ୍ବାସ୍ଥ୍ୟମନ୍ତ୍ରୀ ଗଜେନ୍ଦ୍ର ସିଂହ ଖିନଭସାରଙ୍କ ଠାରୁ ପ୍ରାୟ ଅଠର ଗର୍ଭବତୀ ମହିଳାଙ୍କ ମୃତ୍ୟୁ ଏବଂ ରାଜ୍ୟର ପ୍ରାୟ ପଚାଶ ଜଣଙ୍କ ଗୁରୁତର ଅସୁସ୍ଥତା ସମ୍ପର୍କରେ…

ଆମେରିକା ସହ ବାଣିଜ୍ୟ ଚୁକ୍ତିକୁ ପ୍ରତ୍ୟାଖ୍ୟାନ କରିଛି ଭାରତ? ପ୍ରତିକ୍ରିୟା ରଖିଲେ ଟ୍ରମ୍ପଙ୍କ ପ୍ରତିନିଧି ସେର୍ଗିଓ ଗୋର୍‌

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୪।୭: ଭାରତ ଦୁଇ ଦେଶ ମଧ୍ୟରେ ଏକ ବାଣିଜ୍ୟ ଚୁକ୍ତିକୁ ପ୍ରତ୍ୟାଖ୍ୟାନ କରିଥିବା ରିପୋର୍ଟ ସମ୍ପର୍କରେ ଭାରତ ଏବଂ ଆମେରିକା ଉଭୟ ପକ୍ଷରୁ ବିବୃତ୍ତି ଜାରି କରାଯାଇଛି।…

ସ୍ମାର୍ଟଫୋନ ବଜାରରେ ଏଆଇ କ୍ରେଜ୍‌, ସାମ୍ନାକୁ ଆସିଲା ଚମକାଇବା ଭଳି ତଥ୍ୟ

ନୂଆଦିଲ୍ଲୀ,୧୪।୭: ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ (ଏଆଇ) ଏବେ କେବଳ ସ୍ମାର୍ଟଫୋନର ଏକ ଫିଚର୍‌ ହୋଇ ରହିନାହିଁ ବରଂ ଏହା ଭାରତୀୟ ଗ୍ରାହକଙ୍କ କିଣିବା ନିଷ୍ପତ୍ତିକୁ ମଧ୍ୟ ପ୍ରଭାବିତ କରୁଛି।…

ଅମାଠ ଛକରେ ବଢ଼ିବାରେ ଲାଗିଛି ଅପରାଧ, ପୋଲିସ ଫାଣ୍ଡି ପାଇଁ ଦାବି

କେସିଙ୍ଗା,୧୪।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଓ ବଲାଙ୍ଗୀର ଜିଲାର ଶେଷ ସୀମାନ୍ତ ଅଞ୍ଚଳରେ ଥିବା ଅମାଠ ଛକରେ ଦିନକୁ ଦିନ ଅପରାଧ ବଢ଼ିବାରେ ଲାଗିଛି । କାରଣ ଉକ୍ତ…

ହର୍ମୁଜ ଦେଇ ଯାଉଥିବା ଜାହାଜ ଉପରେ ୨୦% ଟିକସ ଲଗାଇବା ପାଇଁ ଯୋଜନା ଘୋଷଣା କଲା ଆମେରିକା; ଇରାନ କହିଲା -‘ଟ୍ରମ୍ପ ସମ୍ପୂର୍ଣ୍ଣ ଠିକ…’

ତେହରାନ,୧୪।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ସମସ୍ତ ଜାହାଜ ଉପରେ 20% ଟିକସ ଘୋଷଣା ଉପରେ ଇରାନ ପ୍ରତିଆକ୍ରମଣ କରିଛି।…

ଅଶାନ୍ତ ମିଡଲ ଇଷ୍ଟ: ତେଲ ଟ୍ୟାଙ୍କର ଉପରେ ଆକ୍ରମଣରେ ଭାରତୀୟ ମୃତ

ତେହରାନ,୧୪।୭: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ସାମରିକ ଉତ୍ତେଜନା ଏବେ ସମଗ୍ର ମଧ୍ୟପ୍ରାଚ୍ୟକୁ ଗ୍ରାସ କରୁଥିବା ପରି ମନେ ହେଉଛି। ଏହା ମଧ୍ୟରେ, ସଂଯୁକ୍ତ ଆରବ…

ଦୂରେଇଯାଇଛି ବାଂଲାଦେଶ

ବହିର୍ବ୍ୟାପାର ନୀତି କେବଳ ଜଣେ ବ୍ୟକ୍ତିଙ୍କ ଉପରେ ଆଧାରିତ ହୋଇଗଲେ ତାହା ଦୁର୍ବଳ ଓ ଦୂରଦୃଷ୍ଟିବିହୀନ ହୋଇଥାଏ। କ୍ଷମତାରୁ ବିତାଡ଼ିତ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri