ପ୍ୟାକେଜ ନାଁରେ ଭୁଅଁା ବୁଲାଉଛନ୍ତି

ପୁରୀ ଅଫିସ,୪ା୯ : ଶ୍ରୀମନ୍ଦିର ମେଘନାଦ ପାଚେରି ୭୫ମିଟର ପରିଧିରେ ଆସୁଥିବା ନିର୍ମାଣାଧୀନ କୋଠା ଭଙ୍ଗାଯିବା ନେଇ ସରକାର ନିଷ୍ପତ୍ତି ନେଇଛନ୍ତି। ଶ୍ରୀମନ୍ଦିର ସୁରକ୍ଷା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ପୁରୀବାସୀଙ୍କୁ ତ୍ୟାଗ ଲାଗି ଆହ୍ବାନ ଦେଇଥିଲେ। ପ୍ରଶାସନ ପକ୍ଷରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ବିସ୍ଥାପିତଙ୍କ ଲାଗି ସରକାର ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି। ତେବେ ଏହି ପ୍ୟାକେଜକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ବିସ୍ଥାପିତ ହୋଇଥିବା ଲୋକେ ସରକାରଙ୍କୁ ତୀବ୍ର ସମାଲୋଚନା କରିବା ସହ ପ୍ୟାକେଜ ନଁାରେ ସେମାନଙ୍କୁ ଭୁଅଁା ବୁଲାଯାଉଥିବା ଅଭିଯୋଗ କରିଛନ୍ତି। ଏନେଇ ଏକ ମତାମତ ଭିତ୍ତିକ ଉପସ୍ଥାପନା…

ବିସ୍ଥାପନ ଟଙ୍କା ମିଳିନି
ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ମିଥ୍ୟା କହୁଛନ୍ତି। ବିସ୍ଥାପିତଙ୍କୁ ଥଇଥାନ ନାମରେ ମିଥ୍ୟା ପ୍ରଲୋଭନ ଦେଖାଉଛନ୍ତି। ଥଇଥାନ ନେଇ କରିଥିବା ପ୍ୟାକେଜ ଧୂଆଁବାଣ। ଲୋକଙ୍କୁ ଲଲିପପ୍‌ ଧରାଇବାକୁ ଚେଷ୍ଟା କରୁଛନ୍ତି। ୨୦୧୫ ନବକଳେବର ସମୟରେ ୧୫ଶହ ବର୍ଗ ଫୁଟ ଘର ଦୋକାନ ଗୃହ ଉଚ୍ଛେଦ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ଥଇଥାନ ଟଙ୍କା ପାଇବା ଲାଗି ଜିଲାପାଳଙ୍କ କାର୍ଯ୍ୟାଳୟକୁ ଦୌଡି ଦୌଡି ନୟାନ୍ତ ହୋଇପଡିଲିଣି। ଏଣୁ କୌଣସି ବ୍ୟକ୍ତି ସରକାରଙ୍କ ଥଇଥାନ ପ୍ୟାକେଜରେ ଭାସି ନ ଯାନ୍ତୁ।
-ନବ କିଶୋର ସାହୁ, ସାମାଜିକ କର୍ମୀ
ପ୍ରତିଶ୍ରୁତି ଦେଇ ଠକିଲେ
୨୦୧୩ରେ ବଡ଼ଦାଣ୍ଡର ଉଭୟ ପାର୍ଶ୍ୱରୁ ଉଚ୍ଛେଦ ହୋଇଥିଲା। ଏହି ସମୟରେ ମୋର ଦୁଇଟି ଦୋକାନ ଉଚ୍ଛେଦ ହୋଇଥିଲା। ପରବର୍ତ୍ତୀ ସମୟରେ ଉପଯୁକ୍ତ ଥଇଥାନ କରାଯିବ ବୋଲି ସରକାର ପ୍ରତିଶ୍ରୁତି ଦେଇଥିଲେ। ତେବେ ବାରମ୍ବାର ପ୍ରଶାସନ କାର୍ଯ୍ୟାଳୟକୁ ଦୌଡିବା ସତ୍ତ୍ବେ କୌଣସି ସୁଫଳ ମିଳିନି। ପରେ ଏନେଇ ହାଇକୋର୍ଟରେ ଏକ ମାମଲା ରୁଜୁ କରିଥିଲି। ହାଇକୋର୍ଟ ତୁରନ୍ତ ଥଇଥାନ ଲାଗି ନିର୍ଦ୍ଦେଶ ଦେବା ସତ୍ତ୍ବେ ବର୍ତ୍ତମାନ ସୁଦ୍ଧା କୌଣସି ଥଇଥାନ କରାଯାଇନାହିଁ। ଏବେ ପୁଣି ୭୫ମିଟର ପରିଧି ମଧ୍ୟରେ ଘର ଚାଲିଯିବା ଆଶଙ୍କା ରହିଛି। ସରକାରଙ୍କ ପ୍ୟାକେଜରେ ସତ୍ୟତା ନାହିଁ। ପ୍ୟାକେଜ୍‌ର କାର୍ଯ୍ୟକାରିତା ନେଇ ଦ୍ୱନ୍ଦ୍ୱ ରହିଛି। ସରକାରଙ୍କ ଉପରେ ମୋର ଆଦୌ ଭରସା ନାହିଁ।
-ରାଜ କୁମାର ନିଗମ, ଯୁବ ବ୍ୟବସାୟୀ
ମଠ ଦୁରବସ୍ଥା ଲାଗି ସରକାର ଦାୟୀ
ପିଲାଦିନୁ ମଠ ସହିତ ଜଡିତ ରହିଛି। ମଠରେ ଝୁଲଣ ଯାତ୍ରା ହେଉ ଅଥବା ଶ୍ରୀକୃଷ୍ଣ ଜନ୍ମାଷ୍ଟମୀରେ ମଠ ପକ୍ଷରୁ ଆୟୋଜିତ ଉତ୍ସବରେ ସାମିଲ ହୋଇ ଆସିଛି। ମଠର ଦୁରବସ୍ଥା ଲାଗି ସରକାର ଓ ଦେବୋତ୍ତର ବିଭାଗ ଦାୟୀ। ଏହାର ରକ୍ଷଣାବେକ୍ଷଣ ଲାଗି କୌଣସି ବ୍ୟବସ୍ଥା କରାଯାଇନାହିଁ। ବର୍ତ୍ତମାନ ଏହା ବିପଦସଙ୍କୁଳ ଦର୍ଶାଇ ଏହାକୁ ପ୍ରଶାସନ ଭାଙ୍ଗିଚାଲିଛି। ଏହା ଗ୍ରହଣୀୟ ନୁହଁ। ଯଦି ମଠ ନ ରହିବ, ଶ୍ରୀକ୍ଷେତ୍ରର ଐତିହ୍ୟ ନଷ୍ଟ ହୋଇଯିବ। ଭକ୍ତ ଶ୍ରୀକ୍ଷେତ୍ରକୁ ଆସିଲେ, ପ୍ରଥମେ ମଠ ସ୍ଥାନକୁ ପ୍ରାଥମିକତା ଦେଇଥାଏ। ଯଦି ମଠ ନ ରହିବ, ଭକ୍ତମାନେ କୁଆଡେ ଯିବେ। ପୂଜ୍ୟପୂଜାକୁ ସରକାର କୁଠାରାଘାତ କରୁଛନ୍ତି।
-ଗୌରବ ପାଶୋରିଆ,
ଯୁବ ସାମାଜିକ କର୍ମୀ
ମୋ ଜେଜେମା କାନ୍ଦୁଛି
୭୫ ମିଟର
ପରିଧିରେ ମୋର ଘର ଆସୁଛି। ଆମ ଘର ଚାଲିଯିବା ଖବର ଶୁଣି ମୋ ଜେଜେମା ଆଖିରେ ଲୁହ ଶୁଖୁନି। ଘର ଆଗରେ ଠିଆ ହୋଇ କଇଁ କଇଁ କାନ୍ଦୁଛି। ବହୁ କଷ୍ଟରେ ଘର ଖଣ୍ଡେ ତୋଲିଥିଲେ। ବୟସାଧିକ୍ୟ ସତ୍ତ୍ବେ ହାତରେ ବାଡି ଖଣ୍ଡେ ଧରି ସେ ଶ୍ରୀମନ୍ଦିରକୁ ଦର୍ଶନ କରିବାକୁ ଆସେ। ଘର ଉଚ୍ଛେଦ ହୋଇଗଲେ, ପୂର୍ବ ବଂଶ ପରମ୍ପରା ଘର ନଷ୍ଟ ହୋଇଯିବ। ଦୁଃଖରେ ଜେଜେମା ଖାଇବା ପିଇବା ଛାଡିଲାଣି। ଏନେଇ ଆମ ପରିବାରରେ ଦୁଃଖର ବାତାବରଣ ଲାଗି ରହିଛି। ମୁଁ ଜଣେ ସେବାୟତ। ପ୍ରତ୍ୟେକ ସମୟରେ ମହାପ୍ରଭୁଙ୍କ ସେବାକାର୍ଯ୍ୟରେ ଶ୍ରୀମନ୍ଦିର ଯିବାକୁ ପଡୁଛି। ବିସ୍ଥାପିତ
ହେବା ପରେ ଶ୍ରୀମନ୍ଦିର କାର୍ଯ୍ୟରେ ବାଧା ସୃଷ୍ଟି ହେବ।
– ରବୀନ୍ଦ୍ର ଦାସ ମହାପାତ୍ର, ସେବାୟତ


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri