Posted inଖେଳ

ପ୍ଲେ ଅଫ୍‌ ଆଶାରେ କିଙ୍ଗ୍ସ, ରୟାଲ୍ସ

ଧର୍ମଶାଳା,୧୯ା୫(ପି.ଟି.): ଆଇପିଏଲ୍‌ର ଜଟିଳ ପ୍ଲେ ଅଫ୍‌ ଅଙ୍କକଷା ମଧ୍ୟରେ ନିଜର ଅନ୍ତିମ ମ୍ୟାଚ୍‌ ଖେଳିବେ ରାଜସ୍ଥାନ ରୟାଲ୍ସ ଓ ପଞ୍ଜାବ କିଙ୍ଗ୍ସ। ଉଭୟ ଦଳର ପ୍ରଦର୍ଶନ ଅସ୍ଥିର ରହିଛି। ଅନ୍ତିମ ମ୍ୟାଚରେ ଉଭୟ ଦଳ ପରସ୍ପରକୁ ଭେଟୁଥିବା ବେଳେ ଏହି ମ୍ୟାଚ୍‌ ଜିତି ପ୍ଲେ ଅଫ୍‌ର ସାମାନ୍ୟ ସମ୍ଭାବନା ବଜାୟ ରଖିବାକୁ ଚେଷ୍ଟା କରିବେ। ଉଭୟ ଦଳ ୧୩ ମ୍ୟାଚ୍‌ ଖେଳି ୬ ବିଜୟ ସହିତ ୧୨ ପଏଣ୍ଟ ହାସଲ କରିଛନ୍ତି। କୌଣସି ଦଳ ବିଜୟ ହେଲେ ୧୪ ପଏଣ୍ଟ ସହିତ ଏହା ଅନ୍ୟ ମ୍ୟାଚ୍‌ର ଫଳାଫଳ ଉପରେ ନିର୍ଭର କରିବ। ପଞ୍ଜାବ କିଙ୍ଗ୍ସର ବୋଲିଂ ବିଭାଗ ବେଶ୍‌ ଦୁର୍ବଳ ରହିଥିବା ବେଳେ ରାଜସ୍ଥାନ ଉଭୟ ବ୍ୟାଟିଂ ଓ ବୋଲିଂରେ ଦୁର୍ବଳ ପ୍ରଦର୍ଶନ କରିଛି। ପଞ୍ଜାବ ନିକଟରେ କାଗିସୋ ରାବାଡା, ଅର୍ଶଦୀପ ସିଂ ଓ ସାମ୍‌ କୁରାନଙ୍କ ଭଳି ବୋଲର ରହିଥିଲେ ହେଁ ଦଳ ଏହାର ଫାଇଦା ଉଠାଇ ପାରିନାହିଁ। ୩ ବୋଲରଙ୍କ ଇକୋନୋମି ୧୦ ଉପରେ ରହିଛି, ଯାହାକି ଚିନ୍ତାଜନକ। ଅନ୍ୟପକ୍ଷରେ ଟୁର୍ନାମେଣ୍ଟର ଅଧା ଯାଏ ପର୍ପଲ କ୍ୟାପ ଦୌଡରେ ରହିଥିବା ଅର୍ଶଦୀପଙ୍କ ବୋଲିଂ ଏତେଟା ପ୍ରଭାବଶାଳୀ ରହିନାହିଁ। ରାବାଡା ନିଜ କ୍ୟାରିୟରର ଶ୍ରେଷ୍ଠ ଫର୍ମରେ ନ ଥିବା ବେଳେ ସାମ୍‌ କୁରାନ୍‌ଙ୍କ ପ୍ରଦର୍ଶନରେ ମଧ୍ୟ ସ୍ଥିରତା ନାହିଁ। ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚରେ ହରପ୍ରୀତ ବ୍ରାରଙ୍କୁ ମ୍ୟାଚ୍‌ର ଅନ୍ତିମ ଓଭର ପକାଇବାକୁ ଦେଇଥିଲେ ଶିଖର ଧାଓ୍ବନ। ଏହି ଓଭରରେ ୨୦ ରନ୍‌ ବ୍ୟୟ କରିବା ମ୍ୟାଚରେ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଥିଲା। ସେହିପରି ଶିଖର ଧାଓ୍ବନଙ୍କ ବ୍ୟାଟ୍‌ ମଧ୍ୟ ନୀରବ ରହିଛି। ଅନ୍ୟପକ୍ଷରେ ରାଜସ୍ଥାନ ରୟାଲ୍ସ ଟୁର୍ନାମେଣ୍ଟ ଆରମ୍ଭରୁ ବେଶ୍‌ ଶକ୍ତିଶାଳୀ ଦଳ ମନେହେଉଥିଲା। ପ୍ରଥମ ୫ ମ୍ୟାଚରୁ ୪ଟିରେ ବିଜୟୀ ହୋଇଥିଲା ଦଳ। ୟୁଜବେନ୍ଦ୍ର ଚହଲ ଓ ଯଶସ୍ବୀ ଜୟସ୍ବାଲଙ୍କ ପରି ଖେଳାଳି ବ୍ୟକ୍ତିଗତ ଭାବରେ ମଧ୍ୟ ଶ୍ରେଷ୍ଠ ପ୍ରଦର୍ଶନ ଦେବାରେ ସମର୍ଥ ହୋଇଥିଲେ। ତେବେ କିଛି ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ ହାରିବା ରୟାଲ୍ସକୁ ମହଙ୍ଗା ପଡିଥିଲା। ଜୋସ୍‌ ବଟଲର ଚଳିତ ସିଜନ ଦୃଢ ଭାବରେ ଆରମ୍ଭ କରିଥିବା ବେଳେ ପରେ ସମାନ ବ୍ୟାଟିଂ ନଜର ଆସି ନ ଥିଲା। ବୋଲିଂରେ ଆର. ଅଶ୍ୱିନ୍‌, ଚହଲ, ଟ୍ରେଣ୍ଟ ବୋଲ୍ଟ ଓ ସନ୍ଦୀପ ଶର୍ମାଙ୍କ ପ୍ରଦର୍ଶନ ମଧ୍ୟ ଠିକ୍‌ଠାକ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri