Categories: ଖେଳ

ପ୍ଲିସ୍କୋଭା- କୋଣ୍ଟା ଟାଇଟଲ ମୁକାବିଲା

ରୋମ,୧୯।୫(ଏଏଫପି)- ଇଟାଲିଆନ ଓପନ୍‌ ଟେନିସ ଟୁର୍ନାମେଣ୍ଟର ମହିଳା ସିଙ୍ଗଲ୍ସ ଫାଇନାଲ ମୁକାବିଲା ମଧ୍ୟ ସ୍ପଷ୍ଟି ହୋଇଛି। ଟାଇଟଲ ପାଇଁ ଫାଇନାଲରେ ଚେକ୍‌ ଗଣରାଜ୍ୟର କରୋଲିନ ପ୍ଲିସ୍କୋଭା ଓ ବ୍ରିଟେନର ଜୋହାନା କୋଣ୍ଟା ପରସ୍ପରକୁ ଭେଟିବେ। ଚତୁର୍ଥ ସିଡ ମାନ୍ୟତା ପାଇଥିବା ପ୍ଳିସ୍କୋଭା ୬-୪,୬-୪ ସେଟରେ ଗ୍ରୀସ୍‌ର ମାରିଆ ସାକାରିଙ୍କୁ ହରାଇ ଫାଇନାଲରେ ପ୍ରବେଶ କରିଥିଲେ। ଅପରପକ୍ଷରେ କୋଣ୍ଟା ଅନ୍ୟଏକ ସେମିଫାଇନାଲରେ ଷଷ୍ଠ ସିଡ ମାନ୍ୟତା ପାଇଥିବା କିକି ବେର୍ଟେନ୍ସଙ୍କୁ ୫-୭,୭-୫, ୬-୨ ସେଟରେ ହରାଇ ଫାଇନାଲରେ ପ୍ରବେଶ କରିଛନ୍ତି। ୩୯ତମ ର଼୍ୟାଙ୍କର ଖେଳାଳି ସାକାରି ମରୋକୋ ଓପନ୍‌ ଟେନସ୍‌ରେ କୋଣ୍ଟାଙ୍କୁ ହରାଇ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଥିଲେ।

Share