ପ୍ଲାଷ୍ଟିକ୍‌ ଗୋଡ୍‌ ଖଁଜ୍‌ବାକେ ଟଁକା ଅଭାବ୍‌: ଜୀବନ୍‌ ଜୀବ୍‌କାରୁ ବଁଚିତ୍‌ ଭିନ୍ନକ୍ଷମ ଆଦିତ୍ୟ

ଜାମଟିକ୍ରା, ୨୬।୮ (ଡି.ଏନ୍‌.ଏ):  ବରଗଡ଼ ଜିଲା କୁରୁଆଁ ପଁଚେତ୍‌ ବାଉଁସେନପାଲି ଗାଁର ଅଭିମନ୍ୟୁ ମିର୍ଦ୍ଧାକଁର ପୁଓ ଆଦିତ୍ୟ ମିର୍ଦ୍ଧା(୨୬)। ୨୦୧୭ରେ ତାକର ଡେବ୍‌ରି ଗୋଡ଼ରେ କର୍କଟ ରୋଗ୍‌ ହେଇଥିବାର ଜନାପଡ଼ିଥିଲା। ଡାକ୍‌ତର ଆଦିତ୍ୟର ଜୀବନ୍‌ ବଁଚାବାକେ ଯାଇ ତାକର ଗୋଡ଼୍‌ କାଟ୍‌ଲେ। ସେଦିନ୍‌ଠାନୁ ସେ ଭିନ୍ନକ୍ଷମ ପାଲଟିଯାଇଛନ୍‌। ହେଲେ କାହାରି ଉପରେ ବୋଝ୍‌ ହେବାର ବଦଲା ସେ ନିଜେ କମେଇ ଖାଏବାର ମଜବୁତ୍‌ ମନବଲ ରଖିଛନ୍‌। ହେଲେ ତାହାକୁ ଭାଏଗ୍‌ ସାଥ୍‌ ନାଇଁ ଦେବାର।
ସୂଚନା ଅନ୍‌ସାରେ ବାଉଁସେନପାଲିର ଅଭିମନ୍ୟୁ ମିର୍ଦ୍ଧାକଁର ପରିବାର କହେଲେ ମାଏକିନା.ଉର୍ବଶୀ, ଦୁଇ ପୁଓ ଆଦିଦ୍ୟ ଆର ଆଶିଷ। ଆଦିତ୍ୟ ବଡ଼ ହେଇଥିଲାବେଲେ ତାକର ସାନ ଭାଇ ଆଶିଷ ଏହେଦେ ଯୁକ୍ତ ତିନ୍‌ରେ ପାଠ୍‌ ପଢ଼ୁଛନ୍‌। ପରିବାରଟା ନିହାତି ଗରିବ୍‌ ହେଇଥିଲାବେଲେ ଅଭିମନ୍ୟୁ ଗୁଟେ ମିଲ୍‌ରେ ଶ୍ରମିକ୍‌ ହିସାବେ କାମ୍‌ କରୁଛନ୍‌। ସେନ୍‌ତା ଆଦିତ୍ୟ ଟ୍ରାକ୍ଟର ଆର ଧାନ କଟା ମେଶିନ ଚଲେଇ ଦୁଇ ପଏସା କମଉଥିଲେ। ହେଲେ ୨୦୧୭ ସାଲେ କେହେନ୍‌ସି କାରନ୍‌ରୁ ଆଦିତ୍ୟକଁର ଡେବ୍‌ରି ଗୋଡ଼ରେ ବହୁତ୍‌ ଦରଦ୍‌ ହେଲା। ଘରର ଲୋକ୍‌ ଆସର ପାସର ଡାକ୍‌ତରଖାନାରେ ଦେଖେଇ ଉଷୋକଷା କଲେ, ହେଲେ କିଛି ଲାଭ ନାଇଁହେଲା। ପରିବାର ଲୋକ୍‌ ତାହାକୁ ୨୦୧୭ ସେପ୍ଟେମ୍ବରରେ ବୁର୍ଲା ଡାକ୍‌ତରଖାନାରେ ଦେଖାଲେ। ସେଠାନେ ପରୀକ୍ଷା ନିରୀକ୍ଷାରୁ ଜନାପଡ଼ଲା ଯେ ଆଦିତ୍ୟକଁର ଗୁଡ଼େ କ୍ୟାନସର ହେଇଛେ। ଇ କଥା ଶୁନି ମା’ବାପ୍‌ ମୁଡ଼େ ଚଡକ୍‌ ପଡ଼ିଥିଲା। ଶେଷେ ପରିବାର ଲୋକ୍‌ ଧାରଉଧାର କରି ଆଦିତ୍ୟକେ ଚିକିଛା ଲାଗି ଭୁବନେଶ୍ୱରର ଗୁଟେ ଘରୋଇ ଡାକ୍‌ତରଖାନାରେ ଭରତି କଲେ। ହେଲେ ସେଠାନେ ଆଦିତ୍ୟକଁର ଜୀବନ୍‌ ବଁଚାବାର ଲାଗି ଡାକ୍‌ତର ଜୁଲାଇ ୧୨, ୨୦୧୮ରେ ତାକର ଗୋଡ଼୍‌ ଜଂଘ୍‌ଠାନୁ ଅପରେଶନ କରି କାଟିଦେଲେ। ଏହେଦେ ସେ ଆଶାବାଡ଼ି ଧରି ଚାଲବୁଲ କରୁଛନ୍‌, ଭିନ୍ନକ୍ଷମ ଭତା ବାବ୍‌ଦେ ୫ଶହ ଟଁକା ପାଉଛନ୍‌। ଏତେ ହେଲା ଉତାରୁ ବି ଆଦିତ୍ୟ ତାକର ମନ୍‌ବଲ ନାଇଁ ହରେଇ। ଏଭେ ବି ସେ କମେଇ ଖାଏବାର ମଜବୁତ୍‌ ମନ୍‌ବଲ ରଖିଛନ୍‌। ଏହେଦେ ସେ ଭିନ୍ନକ୍ଷମ ହେବାର ଲାଗି ତାହାକୁ ଗାଡ଼ିଚଲା ଲାଇସେନ୍ସ ନାଇଁ ମିଲିପାରବାର। ଯଦି ମୋତେ ଲାଇସେନ୍ସ ମିଲିପାରତା ତ ମୁଇଁ ଗାଡ଼ି ଚଲେଇ ଫେନ୍‌ ଦୁଇ ପଏସା କମେଇ ପାରତି ବଲି କହିଛନ୍‌। ଇଥିରଲାଗି ସେ ଗୁଟେ ପ୍ଲାଷ୍ଟିକ୍‌ ଗୋଡ଼୍‌ ଲଗାବାକେ ଚାହୁଁଛନ୍‌। ହେଲେ ଟଁକା ପଏସାର ବଡ଼ଭାରି ଅଭାବ ଲାଗି ସେ ପ୍ଲାଷ୍ଟିକ୍‌ ଗୋଡ଼୍‌ ଖଁଜି ନାଇଁପାରବାର। ଯଦି କେହେନ୍‌ସି ସରକାରୀ, ବେସରକାରୀ ସଂସ୍ଥା କି ସହୁରୁଦ୍‌ ଲୋକ୍‌ ସାହାଯ୍‌ର ହାତ୍‌ ବଢ଼ାଲେ ମୁଇଁ ଆଘର ଲେଖେଁ ଚାଲବୁଲ କରିପାରବାର ସଂଗେ କମେଇ ଖାଇପାରତି ବଲି ସେ କହିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri