ପ୍ଲାଷ୍ଟିକମୁକ୍ତ ହେବ ଏଭରେଷ୍ଟ୍‌

କାଠମାଣ୍ଡୁ: ଏଭରେଷ୍ଟ୍‌ରେ ପ୍ଲାଷ୍ଟିକ ପ୍ରଦୂଷଣ ବୃଦ୍ଧି ପାଉଥିବାରୁ ଏହାକୁ ୨୦୨୦ ସୁଦ୍ଧା ପ୍ଲାଷ୍ଟିକମୁକ୍ତ କରିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରିଛି ଖୁମ୍ବୁ ପାସଙ୍ଗଲାମୁୁ ରୁରାଲ୍‌ ମ୍ୟୁନିସିପାଲିଟି(ସୋଲୁଖୁମ୍ବୁ ଜିଲା, ନେପାଳ)ର କାର୍ଯ୍ୟନିର୍ବାହୀ ପରିଷଦ । ସେଠାରେ ପ୍ଲାଷ୍ଟିିକ ବ୍ୟାଗ୍‌,ଷ୍ଟ୍ର,ସୋଡା ଏବଂ ପାଣି ବୋତଲ ବ୍ୟବହାର ନିଷେଧ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି ୨୦୨୦ ଜାନୁୟାରୀ ପହିଲାରୁ କାର୍ଯ୍ୟକାରୀ କରାଯିବ। ଆସନ୍ତା ବର୍ଷ ନେପାଳ ସରକାର ‘ଭିଜିଟ ନେପାଳ’ କ୍ୟାମ୍ପେନ କରୁଥିବାରୁ ୨ ମିଲିଅନ ପର୍ଯ୍ୟଟକ ନେପାଳକୁ ଆସିପାରନ୍ତି। ଏହାକୁ ଦୃଷ୍ଟିରେ ରଖି ଏଭରେଷ୍ଟ ଅଞ୍ଚଳକୁ ପ୍ରଦୂଷଣ ମୁକ୍ତ ରଖିିବା ପାଇଁ ରୁରାଲ ମ୍ୟୁନିସିପାଲିଟି ତପତ୍ରତା ପ୍ରକାଶ କରିଛି। ଏଥିପାଇଁ ଖୁମ୍ବୁ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ନିୟମିତ ବ୍ୟବହାର ପାଇଁ ବିଭିନ୍ନ ପ୍ରକାର ୫ଟି ପ୍ଲାଷ୍ଟିକ୍‌ ବ୍ୟାଗ ଦିଆଯାଇଛି । ଏହା ବ୍ୟତୀତ ସେମାନେ ଅନ୍ୟ କିଛି ବ୍ୟାଗ ବ୍ୟବହାର କରିପାରିବେନାହିଁ ବୋଲି କୁହାଯାଇଛି। ଏଭରେଷ୍ଟକୁ ପ୍ଲାଷ୍ଟିକମୁକ୍ତ କରିବା ପାଇଁ ଏହି ନିଷ୍ପତ୍ତି ନୂଆ ନୁହେଁ। ୨୦୧୪ରେ ବି ଏଭରେଷ୍ଟ ଅଭିଯାନରେ ଯାଉଥିତ୍ବା ପର୍ବତାରୋହୀଙ୍କୁ ଫେରିବାବେଳେ ଅତି କମ୍‌ରେ ୮ କିଲୋଗ୍ରାମ ବର୍ଜ୍ୟବସ୍ତୁ ଆଣିବା ଲାଗି ନେପାଳ ସରକାର ନିୟମ କରିଥିଲେ। ଏଭରେଷ୍ଟ ଆରୋହଣ ପୂର୍ବରୁ ସେମାନଙ୍କୁ ୪ ହଜାର ଡଲାର ଜମା କରିବାକୁ ପଡୁଥିଲା ଓ ସେମାନେ ଫେରି ୮ କିଲୋ ବର୍ଜ୍ୟବସ୍ତୁ ଫେରାଇବା ପରେ ସେମାନଙ୍କୁ ଟଙ୍କା ଫେରାଇ ଦିଆଯାଉଥିଲା। ଏଭରେଷ୍ଟରେ ଶହ ଶହ ଟନ୍‌ ବର୍ଜ୍ୟବସ୍ତୁ ଠୁଳ ହୋଇ ରହିଥିବାରୁ ଏହା କିଭଳି ଆଉ ବୃଦ୍ଧି ପାଇବନି ତାହା ଉପରେ ଚିନ୍ତା ପ୍ରକଟ କରାଯାଇ ମେ’ ମାସରେ ଏଭରେଷ୍ଟ ଅଞ୍ଚଳରୁ ୧୧ ଟନ୍‌ ବର୍ଜ୍ୟବସ୍ତୁ ସଂଗ୍ରହ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ରେ  ମା ‘ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶୁଭାରମ୍ଭ  

ଦିଗପହଣ୍ଡି,୧୯|୯(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ୩ ନଂ. ୱାର୍ଡ ନୂଆସାହି ସ୍ଥିତ ଆରାଧ୍ଯା ଦେବୀ ମା’ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶନିବାର ଠାରୁ ଆରମ୍ଭ…

ଅବ୍ୟବସ୍ଥାରେ ରିଷିଡ଼ା ବସ୍‌ଷ୍ଟାଣ୍ଡ

ରିଷିଡ଼ା,୧୯ା୮(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ବସ୍‌ଷ୍ଟାଣ୍ଡ ଏବେ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ସାମାନ୍ୟ ବର୍ଷାରେ ବସ୍‌ଷ୍ଟାଣ୍ଡ ପରିସର ତଥା ମୁଖ୍ୟ ରାସ୍ତାରେ…

ଭିଡିଓ କଲ୍‌ର ଅପରପାର୍ଶ୍ୱରୁ ଶୁଭିଲା ‘ଦିଦି ପଡ଼ିଗଲା’: ୪୩ ଘଣ୍ଟା ପରେ ଉଦ୍ଧାର ହେଲା…

ସୁନ୍ଦରଗଡ଼, ୧୯/୯ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅନ୍ତର୍ଗତ ଘୋଘର ନିକଟ ଇବ୍‌ ନଦୀର କନାକୁଣ୍ଡଠାରେ ଗୁରୁବାର ଅପରାହ୍ଣରେ ଗୋଡ଼ ଖସି ଜଳର…

ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ୱର,୧୯।୯: ଭୁବନେଶ୍ବର ଏୟରଫିଲ୍ଡ ଥାନା ଅଧୀନ ସୁନ୍ଦରପଦା ଅଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟରେ ଶନିବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ରେଷ୍ଟୁରାଣ୍ଟରେ ପୋଡି ଯାଇଥିବା ବେଳେ ଲକ୍ଷାଧିକ…

ସମୁଦ୍ର ତଟକୁ ସ୍ବଚ୍ଛ ରଖିବା ପାଇଁ ପ୍ରୟାସ, ବରୁଣ ଦେବତାଙ୍କୁ ବନ୍ଦାପନା କରି…

ମହାକାଳପଡ଼ା,୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୁରାଣରେ ବର୍ଣ୍ଣିତ ସମୁଦ୍ରକୂ ବରୁଣ ଦେବତା ରୂପେ ପୂଜା କରାଯାଏ। ଶନିବାର ପୂର୍ବାହ୍ନରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଶାସନ…

ଡିଜେ ସାଉଣ୍ଡରେ ଅସ୍ତବ୍ୟସ୍ତ ଜନଜୀବନ:ରୋଗୀଙ୍କ ଚିକିତ୍ସାରେ ବାଧା

ବାଲିଗୁଡ଼ା, ୧୯/୯ (ସଞ୍ଜୟ କୁମାର ପାଣିଗ୍ରାହୀ): ପୂଜା, ପର୍ବପର୍ବାଣି ଓ ବିଭିନ୍ନ ଉତ୍ସବ ଅବସରରେ ଡିଜେ ସାଉଣ୍ଡର ଅତ୍ୟଧିକ ବ୍ୟବହାର ଏବେ ସାଧାରଣ ଲୋକଙ୍କ ପାଇଁ ଅସୁବିଧାର…

ବଟେଶ୍ୱର ବେଳାଭୂମିରେ ‘ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର

ଗଞ୍ଜାମ, ୧୯/୯ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ଅନ୍ତର୍ଗତ କଣ୍ଟିଆଗଡ଼ସ୍ଥିତ ବଟେଶ୍ୱର ବେଳାଭୂମିଠାରେ ଶନିବାର ‘ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।…

ଉପ-ନିର୍ବାଚନକୁ ନେଇ ମମତାଙ୍କୁ ବଡ଼ ଆଶ୍ୱସ୍ତି; ଏହି ଆସନରେ ହେଲା ଟୁଇଷ୍ଟ

କୋଲକାତା,୧୯।୯: ରେଜିନଗର ବିଧାନସଭା ଉପ-ନିର୍ବାଚନ ପାଇଁ ମମତା ବାନାର୍ଜୀଙ୍କ ଶିବିରର ପ୍ରାର୍ଥୀ ରବିଉଲ ଆଲାମ ଚୌଧୁରୀଙ୍କ ନାମାଙ୍କନକୁ ନେଇ ଶନିବାର ଏକ ନୂଆ ରାଜନୈତିକ ମୋଡ଼ ସାମ୍ନାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?